Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟପାଳମାନଙ୍କ ବିରୋଧି ଦଳ ନେତା ଭୂମିକା, ଏକ ବିଚିତ୍ର ସାମ୍ବିଧାନିକ ସଙ୍କଟ
ବିଶେଷ ଖବର

ରାଜ୍ୟପାଳମାନଙ୍କ ବିରୋଧି ଦଳ ନେତା ଭୂମିକା, ଏକ ବିଚିତ୍ର ସାମ୍ବିଧାନିକ ସଙ୍କଟ

May 3, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆମ ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କ ନାମରେ ଶାସନ ଚାଲେ। ଯଦିଓ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ମନ୍ତ୍ରୀମଣ୍ଡଳ ବାସ୍ତବ କ୍ଷମତାର ଅଧିକାରୀ, ହେଲେ ରାଷ୍ଟ୍ରପତିଙ୍କ ବିନା ଅନୁମୋଦନରେ କୌଣସି ବିଲ ଆଇନରେ ପରିଣତ ହୋଇପାରେ ନାହିଁ। ବାସ୍ତବରେ ରାଷ୍ଟ୍ରପତିଙ୍କର ହିଁ ସରକାର, ଯାହାକୁ ରାଷ୍ଟ୍ରପତିଙ୍କ ତରଫରୁ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ନେଇ ମନ୍ତ୍ରୀମଣ୍ଡଳ ପରିଚାଳନା କରନ୍ତି। ଯେହେତୁ ଗଣତନ୍ତ୍ର ଲୋକଙ୍କର ଶାସନ ଲୋକ ପ୍ରତିନିଧିଙ୍କ ଦ୍ଵାରା ଗଠିତ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ମାନିବାକୁ ରାଷ୍ଟ୍ରପତି ବାଧ୍ୟ। ରାଷ୍ଟ୍ରପତିଙ୍କ ନାମରେ ସରକାର ଚାଲେ ବୋଲି ସଂସଦର ବଜେଟ ଅଧିବେଶନ ଆରମ୍ଭରେ  ରାଷ୍ଟ୍ରପତି ହିଁ ନିଜ ସରକାରର ଆଭିମୁଖ୍ୟ ଉପସ୍ଥାପନ କରିଥାନ୍ତି। କେନ୍ଦ୍ର ସରକାରର ଏହି ଢାଞ୍ଚା ରାଜ୍ୟ ଗୁଡିକରେ ମଧ୍ୟ ଲାଗୁ ହୋଇଥାଏ। ରାଷ୍ଟ୍ରପତିଙ୍କ ପରି ରାଜ୍ୟ ଶାସନରେ ରାଜ୍ୟପାଳ ମୁଖ୍ୟ। ତାଙ୍କ ନାମରେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଦ୍ଵାରା ନିର୍ବାଚିତ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ରାଜ୍ୟ ଶାସନ କରନ୍ତି। ତେବେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପଦବୀର ଏକ ମୌଳିକ ପାର୍ଥକ୍ୟ ରହିଛି। ରାଷ୍ଟ୍ରପତି ଦେଶର ଲୋକ ପ୍ରତିନିଧିମାନଙ୍କ ଦ୍ଵାରା  ନିର୍ବାଚନରେ ବିଜୟୀ ହୋଇ କ୍ଷମତା ପାଇଥାନ୍ତି। ରାଜ୍ୟପାଳମାନେ କେନ୍ଦ୍ର ସରକାରଙ୍କର ମନୋନୀତ ପ୍ରତିନିଧି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସେଥିଲାଗି ରାଜ୍ୟପାଳମାନେ ନାମକୁମାତ୍ର ରାଜ୍ୟ ମୁଖ୍ୟ। ସେମାନଙ୍କ ପାଖରେ ବିଶେଷ କିଛି ପ୍ରଶାସନିକ କ୍ଷମତା ନାହିଁ। କେବଳ ରାଜ୍ୟରେ ସାମ୍ବିଧାନିକ ସୃଷ୍ଟି ହେଲେ ରାଜ୍ୟପାଳଙ୍କର ବିଶେଷ କ୍ଷମତା ରହିଥାଏ।

ରାଜ୍ୟ ପ୍ରଶାସନର ଦୈନନ୍ଦିନ କାର୍ୟକଳାପରେ ହସ୍ତକ୍ଷେପ କରିବା, ନିର୍ବାଚିତ ସରକାରଙ୍କ କାର୍ୟକୁ ସର୍ବ ସାଧାରଣରେ ସମାଲୋଚନା କରିବା ଓ ସେ ଯେଉଁ ସରକାରର ମୁଖ୍ୟ ସେହି ସରକାରକୁ ବିରୋଧ କରିବା, ରାଜ୍ୟପାଳଙ୍କ କ୍ଷମତା ଅନ୍ତର୍ଭୁକ୍ତ କି? ଏହା ଆଦୌ ସାମ୍ବିଧାନିକ କିମ୍ବା ନୈତିକ କ୍ଷମତା ନୁହେଁ। ଭାରତର ରାଷ୍ଟ୍ରପତି ନିର୍ବାଚିତ ପ୍ରତିନିଧି ହୋଇ ମଧ୍ୟ କୌଣସି ସମୟରେ କେନ୍ଦ୍ର ସରକାରକୁ ସମାଲୋଚନା କରିଥିବାର ଉଦାହରଣ ନାହିଁ। ଗୋଟେ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ରାଷ୍ଟ୍ରପତି ଜୈଲ ସିଂଙ୍କ ଭିତରେ ମତାନ୍ତରକୁ ନେଇ ଅନେକ କଥା ଶୁଣିବାକୁ ମିଳୁଥିଲା। ତେବେ ସର୍ବ ସାଧାରଣରେ ଭାରତର କୌଣସି ରାଷ୍ଟ୍ରପତି ସରକାର ବିରୋଧରେ କୌଣସି ମତ କେବେ ରାଖୀ ନାହାନ୍ତି।

ଗତ କିଛି ବର୍ଷ ହେଲା ନରେନ୍ଦ୍ର ମୋଦୀ ସରକାର ଦ୍ଵାରା ମନୋନୀତ ରାଜ୍ୟପାଳ ଓ ଉପ ରାଜ୍ୟପାଳମାନେ ଅନେକ ସମୟରେ ସମ୍ବିଧାନ ବହିର୍ଭୂତ କ୍ଷମତା ଉପଭୋଗ କରିବାର ଅପ ପ୍ରୟାସ କରୁଛନ୍ତି। ଯେଉଁ ରାଜ୍ୟରେ ଅଣ ବିଜେପି ସରକାର ଅଛି, ସେ ରାଜ୍ୟର ରାଜ୍ୟପାଳ/ଉପ ରାଜ୍ୟପାଳମାନେ ନିଜକୁ ନିର୍ବାଚିତ ମୁଖ୍ୟମନ୍ତ୍ରୀମାନଙ୍କ ଠାରୁ ଅଧିକ କ୍ଷମତାଶାଳୀ ବୋଲି ଦେଖାଇବାର ଉଦ୍ୟମ କରୁଛନ୍ତି। ଏହି କ୍ରମରେ କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ, ପୁଡୁଚେରି ଉପ ରାଜ୍ୟପାଳ କିରଣ ବେଦୀଙ୍କ ନାମ ଚର୍ଚ୍ଚା ରେ ରହି ଆସିଛି। ତେବେ ଏହି ଅନୈତିକ କ୍ଷମତା ଯୁଦ୍ଧରେ ପଶ୍ଚିମ ବଙ୍ଗ ରାଜ୍ୟପାଳ ଜଗଦୀପ ସିଂ ଧନକର ସବୁ ସୀମା ଟପି ଯାଇଛନ୍ତି।

ବର୍ତ୍ତମାନ ପଶ୍ଚିମ ବଙ୍ଗରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ବିରୋଧରେ ରାଜ୍ୟପାଳ ଖୋଲାଖୋଲି ଅଭିଯୋଗ ଆଣୁଛନ୍ତି। ଗଣମାଧ୍ୟମରେ ଏବଂ ସୋସିଆଲ ମିଡିଆ ଜରିଆରେ ରାଜ୍ୟପାଳ ସରକାର ବିରୋଧରେ ସ୍ପଷ୍ଟ ଅଭିଯୋଗ ଆଣୁଛନ୍ତି। ଏଠି ପ୍ରଶ୍ନ ଉଠୁଛି, ରାଜ୍ୟପାଳ କିଏ? ସେ ପରା ରାଜ୍ୟ ଶାସନର ମୁଖିଆ। ସେ ନିଜ ସରକାର ବିରୋଧରେ ବିରୋଧିର ଭୂମିକା ତୁଲାଇବେ କେମିତି? ଯଦି ରାଜ୍ୟ ସରକାରଙ୍କ କୌଣସି ନିଷ୍ପତ୍ତିକୁ ସେ ସମ୍ବିଧାନ ବିରୋଧୀ ବୋଲି ଭାବନ୍ତି, ତାହେଲେ କେନ୍ଦ୍ରର ପ୍ରତିନିଧି ଭାବରେ ସେ ଏସମ୍ପର୍କରେ କେନ୍ଦ୍ର ସରକାର ଓ ରାଷ୍ଟ୍ରପତିଙ୍କୁ ଅବଗତ କରିପାରିବେ। ଏହା ବ୍ୟତୀତ ରାଜ୍ୟପାଳଙ୍କର ଅନ୍ୟ କୌଣସି ଭୂମିକା ନାହିଁ।

ତେବେ ପଶ୍ଚିମବଙ୍ଗ ରାଜ୍ୟପାଳ ଏ ପ୍ରକାର ଅସାମ୍ବିଧାନିକ ଭୂମିକା ଗ୍ରହଣ କରିବାର ଉଦ୍ଦେଶ୍ୟ କଣ? ରାଜ୍ୟପାଳ ବିରୋଧୀ ଦଳ ନେତା କି? ସେ ନିର୍ବାଚିତ ସରକାର ବିରୋଧରେ ସର୍ବ ସାଧାରଣରେ ମତ ପ୍ରକାଶ କରି ପାରିବେ କି? ଏହା ଏକ ସାମ୍ବିଧାନିକ ପ୍ରଶ୍ନ ଓ ଆଗାମୀ ଦିନରେ ଏହି ପ୍ରସଙ୍ଗରେ ସୁପ୍ରିମ କୋର୍ଟଙ୍କ ରାୟ ଖୋଜିବା ଜରୁରୀ। ନିର୍ବାଚିତ ହୋଇନଥିବା ରାଜ୍ୟପାଳମାନେ ପ୍ରଭୂତ ସାମ୍ବିଧାନିକ କ୍ଷମତା ଉପଭୋଗ କରୁଥିବା ବେଳେ ସେମାନଙ୍କର ସୀମା ବିଷୟରେ ଏକ ସ୍ପଷ୍ଟ ନିର୍ଦ୍ଦେଶନାମା ପ୍ରକାଶ ପାଇବା ଜରୁରୀ। ରାଜ୍ୟପାଳ ନିଜର କ୍ଷମତା ପ୍ରୟୋଗ ବେଳେ ନିଜର ପଦ ମର୍ୟାଦା ପ୍ରତି ସଚେତନ ରହିବା ଉଚିତ। ପଶ୍ଚିମ ବଙ୍ଗ ରାଜ୍ୟପାଳ ନିଜ ପଦ ଗରିମା ପ୍ରତି ସଚେତନ ଥିବା ଭଳି ମନେ ହେଉନାହିଁ।

କରୋନା ପରିସ୍ଥିତିର ମୁକାବିଲା କଲାବେଳେ ପଶ୍ଚିମ ବଙ୍ଗ ସରକାର ରାଜ୍ୟପାଳ, କେନ୍ଦ୍ର ସରକାର ଓ ବିଜେପି ଦ୍ଵାରା ବାରମ୍ବାର ଗୋଡ ଟଣାର ଶିକାର ହେଉଛନ୍ତି। ଏନଡିଏମଏ ବା ଜାତୀୟ ବିପର୍ୟୟ ପରିଚାଳନା ଆଇନ ଆଳରେ କେନ୍ଦ୍ର ସରକାର ଜରୁରୀ କାଳୀନ ପରିସ୍ଥିତି ଭଳି କ୍ଷମତା ପାଇ ପାରିବେ କି? ସଙ୍ଘୀୟ ଢାଞ୍ଚାକୁ ଏନଡିଏମଏ ଅତିକ୍ରମ କରିବ କି? ଏ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବା ଜରୁରୀ। ରାଜ୍ୟ ତାଲିକାରେ ସ୍ୱାସ୍ଥ୍ୟ ତଥା ଆଇନ ଶ୍ରୁଙ୍ଖଳା ବିଭାଗ ରହିଛି। ସେଥିରେ କେନ୍ଦ୍ର ସରକାର ବାରମ୍ବାର ହସ୍ତକ୍ଷେପ କରିବା ଉଚିତ କି?

ରାଜ୍ୟପାଳ କେନ୍ଦ୍ର ସରକାରଙ୍କର ପ୍ରତିନିଧି, ସେ କେନ୍ଦ୍ରରେ ଶାସନ କରୁଥିବା ଦଳର ପ୍ରତିନିଧି ବା ଗୁଣ୍ଡା ନୁହନ୍ତି। ସମ୍ବିଧାନ ଦେଇଥିବା କ୍ଷମତାର ଦୁରୁପଯୋଗ କରି ନିର୍ବାଚିତ ସରକାରଙ୍କୁ ସମାଲୋଚନା କରିବା ଓ ସରକାରର ମୁଖ୍ୟ ଖୋଦ ବିରୋଧୀ ଦଳ ନେତାର ଭୂମିକା ନେବା ଏକ ବିଚିତ୍ର ସାମ୍ବିଧାନିକ ସଙ୍କଟର ସୂଚନା ଦେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026
Latest News

ଆଜିଠାରୁ ଆରମ୍ଭ ହେଲା ନବରାତ୍ରି: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

ବାରବାଙ୍କୀରୁ ବହରାଇଚ୍ ୪-ଲେନ୍ ପ୍ରବେଶ-ନିୟନ୍ତ୍ରିତ ଜାତୀୟ ରାଜପଥ ନିର୍ମାଣକୁ ଅନୁମୋଦନ

March 19, 2026

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.