Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସିବିଏସ୍‌ଇ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ଓଡିଶା କ୍ୟାଡର ଆଇଏଏସ ମନୋଜ ଆହୁଜା, ଚ୍ୟାଲେଞ୍ଜ ବେଶୀ
ଜାତୀୟ ଖବର

ସିବିଏସ୍‌ଇ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ଓଡିଶା କ୍ୟାଡର ଆଇଏଏସ ମନୋଜ ଆହୁଜା, ଚ୍ୟାଲେଞ୍ଜ ବେଶୀ

May 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟ ଶାସନ ସଚିବ
ଦୁର୍ନୀତି ରୋକିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଡ଼ା ଆଭିମୁଖ୍ୟ: ଜିଲ୍ଲାପାଳମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ, ଓଡିଶା ପାଇଁ ଏକ ଖୁସି ଖବର କହିଲେ ଅତ୍ୟୁକ୍ତି ହେବ ନାହିଁ। ଦେଶର ପ୍ରତିଷ୍ଠିତ ଶିକ୍ଷା କେନ୍ଦ୍ର ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରି ଏଡୁକେସନ ବା ସିବିଏସଇ ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ମନୋଜ ଆହୁଜା। ମନୋଜ ହେଉଛନ୍ତି 1990 ବ୍ୟାଚର ଓଡିଶା କ୍ୟାଡରର ଆଇଏଏସ ଅଧିକାରୀ। ମନୋଜ ଓଡିଶାରେ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ଡେପୁଟେସନରେ ଯାଇ ବର୍ତ୍ତମାନ ଲାଲବାହଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନ ଏକାଡେମୀର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ଆଜି କେନ୍ଦ୍ର ସରକାର ଅତିରିକ୍ତ ଶାସନ ସଚିବ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି। ପୂର୍ବରୁ ଏହି ସିବିଏସସି ଅଧ୍ୟକ୍ଷ ପଦରେ ଥିବା ଅନୀତା କାରୱାଲଙ୍କୁ ବଦଳ କରାଯାଇ ସ୍କୁଲ ଶିକ୍ଷା ବିଭାଗର ସଚିବ ଭାବେ ନିଯୁକ୍ତ ଦିଆଯାଇଛି। ସେହିପରି ଆଉ ଜଣେ ଓଡିଶା କ୍ୟାଡର ଆଇଏଏସ ଆରତୀ ଆହୁଜାଙ୍କୁ ମଧ୍ୟ ବଦଳି କରାଯାଇଛି। ତାଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ ଦିଆଯାଇଛି। ଆରତୀ ହେଉଛନ୍ତି ମନୋଜ ଆହୁଜାଙ୍କ ଧର୍ମପତ୍ନୀ।

ସିବିଏସସି ର ଅଧ୍ୟକ୍ଷ ଭାବେ ମନୋଜଙ୍କୁ ବର୍ତ୍ତମାନ ବଡ ଚ୍ୟାଲେଞ୍ଜ ନେବାକୁ ପଡିବ। କାରଣ କୋରନା ଭାଇରସ ଯୋଗୁଁ ବୋର୍ଡର 10ମ ଏବଂ 12ଶ ଶ୍ରେଣୀର ପରୀକ୍ଷା ହୋଇପାରି ନାହିଁ। ଅନ୍ୟପଟେ ଛାତ୍ରଛାତ୍ରୀଙ୍କର ଶିକ୍ଷା ବର୍ଷ ଶେଷ ହେବାରେ ଲାଗିଛି। ତେଣୁ ବିଶ୍ବବିଦ୍ୟାଳୟ ନାମଲେଖା ପୂର୍ବରୁ ଏ ପରୀକ୍ଷା ଶେଷ କରି ରେଜଲଟ ବାହାର କରିବା ମନୋଜଙ୍କ ପାଇଁ ଏକ ବଡ ପରୀକ୍ଷା କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ତ୍ତମାନ ଦେଶର ପ୍ରାୟ 30 ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ମନୋଜଙ୍କ ଉପରେ ନିର୍ଭର କରୁଛି।

cbse ମନୋଜ ଆହୁଜା
Share. Facebook Twitter LinkedIn Email WhatsApp Copy Link

Related Posts

ଆତଙ୍କବାଦ ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି: ବ୍ୟାନ୍ ହେଲା ‘ଶାହଜାଦ୍ ଭଟ୍ଟି ନେଟୱର୍କ’

September 17, 2026

ଅଗ୍ରଣୀ ସିଇଓମାନଙ୍କ ସହ ସେମିକଣ୍ଡକ୍ଟର ଗୋଲଟେବୁଲ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

September 17, 2026

ଏନଟିପିସି କୋରବା ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 17, 2026

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ଶୁଭ ଖବର

September 17, 2026
Latest News

ଆତଙ୍କବାଦ ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି: ବ୍ୟାନ୍ ହେଲା ‘ଶାହଜାଦ୍ ଭଟ୍ଟି ନେଟୱର୍କ’

September 17, 2026

ଅଗ୍ରଣୀ ସିଇଓମାନଙ୍କ ସହ ସେମିକଣ୍ଡକ୍ଟର ଗୋଲଟେବୁଲ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

September 17, 2026

ଏନଟିପିସି କୋରବା ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 17, 2026

କେରଳମ୍ ଏବଂ ରାଜସ୍ଥାନର ଗଣମାଧ୍ୟମ ପ୍ରତିନିଧିଙ୍କ ସିଏସଆଇଆର-ଆଇଏମଏମଟି ପରିଦର୍ଶନ

September 17, 2026

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ଶୁଭ ଖବର

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.