Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆମେରିକା ଯେଉଁଠି ଭେଣ୍ଟିଲେଟର ଅଭାବରେ ପ୍ରାୟ ଲକ୍ଷେ  ଲୋକ କରୋନାରେ ପ୍ରାଣ ହରାଇଲେଣି, ସେ ପୁଣି ଭାରତକୁ ଭେଣ୍ଟିଲେଟର ଯାଚୁଛି!!
ବିଶେଷ ଖବର

ଆମେରିକା ଯେଉଁଠି ଭେଣ୍ଟିଲେଟର ଅଭାବରେ ପ୍ରାୟ ଲକ୍ଷେ  ଲୋକ କରୋନାରେ ପ୍ରାଣ ହରାଇଲେଣି, ସେ ପୁଣି ଭାରତକୁ ଭେଣ୍ଟିଲେଟର ଯାଚୁଛି!!

May 18, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଯେତେବେଳେ କରୋନା ଗ୍ରାଫରେ ଯୁକ୍ତରାଷ୍ଟ୍ର ଆମେରିକା ସବୁଠୁ ଅଧିକ କରୋନା ଆକ୍ରାନ୍ତ, ସେତେବେଳେ ଏହାର ରାଷ୍ଟ୍ରପତି କରୋନାକୁ ଏକ କୌତୁକ ବୋଲି ଭାବୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଚରଣ ଓ ଉଚ୍ଚାରଣ ରେ ଆମେରିକାର ମୃତ ତଥା ଆକ୍ରାନ୍ତ ନାଗରିକଙ୍କ ପ୍ରତି କରୁଣା ବଦଳରେ କ୍ଷମତାର ଅହଂକାର ବାରି ହୋଇ ପଡୁଛି। ଆଜି ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷରୁ ଅଧିକ ଓ ମୃତକଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ। ସେଥିରେ ରାଷ୍ଟ୍ରପତିଙ୍କ ରାଜନୀତି ବଡ ବିଚିତ୍ର ମାନେ ହେଉଛି। ନିଜ ଲୋକଙ୍କୁ ଭେଣ୍ଟିଲେଟର ଯୋଗାଇ ନପାରି ମରଣ ମୁହଁ କୁ ଠେଲି ଦେଉଥିବା ଆମେରିକା ଏବେ ଭାରତକୁ ଭେଣ୍ଟିଲେଟର ପଠାଇବ ବୋଲି କହିଛି। ଏହା ବୋଧହୁଏ ଇତିହାସର ସବୁଠୁ ବିଡମ୍ବିତ ଅଧ୍ୟାୟ।

ଯେଉଁମାନେ ଚାଇଲ୍ଦିଶ ଗାମ୍ବିନୋଙ୍କର ଗ୍ରାମୀ ପୁରସ୍କାର ବିଜେତା  ପ୍ରସିଦ୍ଧ ଗୀତ “ଦିସ ଇଜ ଆମେରିକା” ଶୁଣିଥିବେ ଓ ଏହାର ଭିଡିଓ ଦେଖିଥିବେ, ସେମାନଙ୍କ ପାଇଁ ଆମେରିକା ସ୍ଵପ୍ନର ଦେଶ ନୁହେଁ ବରଂ ଭୟ ଓ ଆତଙ୍କର ଦେଶ। ଆମେରିକାର ପ୍ରାଚୁର୍ୟ ଅଛି, ପଇସା ଅଛି, ସୁଖ ସ୍ଵାଚ୍ଛନ୍ଦ୍ୟ ଅଛି, ହେଲେ ଜୀବନ ନାଇଁ। ଆମେରିକାରେ ବନ୍ଧୁକ ମିଳିବା ସହଜ, ହେଲେ ଔଷଧ ମିଳିବା ଯଥେଷ୍ଟ କଷ୍ଟକର। ଏହାର ପ୍ରମାଣ ଏବେ ପ୍ରତିଦିନ ଆମେରିକାର ଗଣମାଧ୍ୟମରେ ଦେଖୁଛୁ। କରୋନା ସଂକ୍ରମଣ ଏବେ ଆମେରିକାର ଜନ ଜୀବନକୁ ବିପର୍ୟସ୍ତ କରି ଦେଇଛି। ଆଜି ଆମେରିକାରେ ବହୁ ସଂଖ୍ୟକ କରୋନା ରୋଗୀ ମୃତ୍ୟୁ ବରଣ କରିବାର ଏକମାତ୍ର କାରଣ ହେଉଛି, ସେଠି ଭେଣ୍ଟିଲେଟରର ଅଭାବ। କରୋନା ଭୂତାଣୁ ମଣିଷର ଶ୍ଵାସକ୍ରିୟା ଉପରେ ଆକ୍ରମଣ କରୁଥିବାରୁ କେବଳ ଭେଣ୍ଟିଲେଟର ସହାୟତାରେ ରୋଗୀଙ୍କୁ ବଞ୍ଚାଇ ରଖିହେବ। ଆମେରିକାର ପ୍ରମୁଖ ସହର ଗୁଡିକରେ ରହିଥିବା ବଡ ବଡ ଡାକ୍ତରଖାନାରେ ଏବେ ଭେଣ୍ଟିଲେଟର ମିଳୁନାହିଁ। ଯାହା ଫଳରେ ସେଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। “ୱାଶିଙ୍ଗଟନ ପୋଷ୍ଟ” ର ରିପୋର୍ଟ ଅନୁଯାୟୀ ଅନେକ ରୋଗୀଙ୍କର ନମୂନା ପରୀକ୍ଷା ହୋଇ ପାରୁନି, କାରଣ ଟେଷ୍ଟିଙ୍ଗ କିଟର ଅଭାବ। ତେଣୁ ସରକାରୀ ଭାବରେ ମୃତ୍ୟୁ ସଂଖ୍ୟା ଯାହା କୁହାଯାଉଛି, ତାଠୁ ଯଥେଷ୍ଟ ଅଧିକ ମୃତ୍ୟୁ ହୋଇସାରିଛି ବୋଲି ଏହି ଖବର କାଗଜ କହିଛି।

ପୃଥିବୀର ସବୁଠୁ ଧନୀ, ସମ୍ପନ୍ନ ଓ କ୍ଷମତାଶାଳୀ ଦେଶରେ ଏ ପ୍ରକାର ଅବସ୍ଥା କାହିଁକି? ପୃଥିବୀର ଯେ କୌଣସି ଦେଶକୁ ଯେ କୌଣସି ମୂହୁର୍ତ୍ତରେ ବରବାଦ କରିଦେବାର କ୍ଷମତା ରଖୁଥିବା ଆମେରିକା ଆଜି ନିଜର ନାଗରିକମାନଙ୍କୁ ଭେଣ୍ଟିଲେଟର ଯୋଗାଇ ଦେବାର ଅସମର୍ଥ ହେବାର କାରଣ କଣ?

ମୌଳିକ ବିଜ୍ଞାନ ତଥା ଜନ ସ୍ୱାସ୍ଥ୍ୟ ଭଳି କ୍ଷେତ୍ରକୁ ଆମେରିକା ଦୀର୍ଘ ବର୍ଷ ଧରି ଉପେକ୍ଷା କରିଛି। ପୁଞ୍ଜିବାଦୀ ବିକାଶ ବ୍ୟବସ୍ଥାରେ ସବୁଠୁ ଅଧିକ ପଇସା ଥିବା ଲୋକଙ୍କ ଇସାରାରେ ଆମେରିକାର ଶାସନ ଚାଲିଛି। ଯାହାର ପରିଣତି ରେ ଆମେରିକାରେ ପରମାଣୁ ବୋମାର ସଂଖ୍ୟା ବଢିଛି। ଛତୁ ଫୁଟିଲା ଭଳି ବନ୍ଧୁକ ଦୋକାନ ଖୋଲିଛି। ହେଲେ ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଷୟରେ ଆମେରିକା ନିଜକୁ ସଜାଗ କରି ପାରିନାହିଁ। କ୍ଷମତାର ଅହଂକାର ହେତୁ ତଥାକଥିତ “ଚୀନ ଭୂତାଣୁ” କରୋନା ପ୍ରତି ଗୋଟେ ପ୍ରକାର ବେଖାତିର ମନୋଭାବ ମଧ୍ୟ ଆମେରିକା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପ୍ରତିଦିନ ନ୍ୟୁୟର୍କ, ୱାଶିଂଟନ, ନ୍ୟୁଜର୍ସି ଭଳି ବଡ ସହରର ଡାକ୍ତରମାନେ ଅଧିକ ଭେଣ୍ଟିଲେଟର ପାଇଁ ଆକୁଳ ନିବେଦନ କରୁଛନ୍ତି। ହେଲେ ଆମେରିକା ପାଖରେ ପର୍ୟାପ୍ତ ସୁବିଧା ନାହିଁ।

କେବଳ ଭେଣ୍ଟିଲେଟର ନୁହେଁ, ଔଷଧ କ୍ଷେତ୍ରରେ ମଧ୍ୟ ଆମେରିକାରେ ପର୍ୟାପ୍ତ ଅସୁବିଧା ରହିଛି। ହାଇଡ୍ରୋକ୍ସିକ୍ଳରୋକୁଇନ୍ସ କୁ କରୋନା ଚିକିତ୍ସାର ରାମବାଣ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହୁଥିବା ବେଳେ ଏହାକୁ ସେଠିକାର ଡାକ୍ତର ଓ ବୈଜ୍ଞାନିକମାନେ ଖଣ୍ଡନ କରୁଛନ୍ତି। ବାତ ତଥା ମ୍ୟାଲେରିଆ ପାଇଁ ବ୍ୟବହୃତ ଏହି ଔଷଧ ହୁଏତ କରୋନା ଉପଶମରେ ସହାୟକ ହୋଇପାରେ, ହେଲେ ଏହା କରୋନା ଚିକିତ୍ସା ଲାଗି ଆମେରିକାରେ କାମ ଦେବାର ସମ୍ଭାବନା କମ। ଏହି ଔଷଧ ସର୍ବାଧିକ ଭାରତରେ ଉତ୍ପାଦିତ ହେଉଥିବାରୁ ଏଥିପାଇଁ ଭାରତ ସରକାରକୁ ସିଧା ସିଧା ଧମକ ଦେବାକୁ ଟ୍ରମ୍ଫ ପଛଘୁଞ୍ଚା ଦେଇ ନଥିଲେ। ଅବଶ୍ୟ ଭାରତ ସରକାର ତୁରନ୍ତ ଟ୍ରମ୍ଫଙ୍କ କଥା ମାନି ହାଇଡ୍ରୋକ୍ସିକ୍ଳରୋକୁଇନ୍ସର ରପ୍ତାନି ଉପରେ କଟକଣା ହଟାଇ ଦେଇଥିଲେ।

ଗୋଟେ ବିରାଟ ମାନବୀୟ ସଙ୍କଟକୁ ମୁକାବିଲା କରିବାର ଦକ୍ଷତା ଓ ସାହସ ଆମେରିକା ପାଖରେ ନାହିଁ। ବରଂ ଏ କ୍ଷେତ୍ରରେ ବିକାଶଶୀଳ ଓ ଗରୀବ ଦେଶମାନେ ଅଧିକ ଦକ୍ଷତା ଓ ସମ୍ବେଦନଶୀଳତା ଦେଖାଇଛନ୍ତି। ଏସିଆ ଏବଂ ଆଫ୍ରିକାର ଦେଶ ଗୁଡିକ ନିଜ ସମ୍ବଳର ସୀମା ବିଷୟରେ ଭଲ ଭାବେ ଅବଗତ ଅଛନ୍ତି। ତେଣୁ ସେମାନେ କରୋନା ଭୂତାଣୁର ସଂକ୍ରମଣ ରୋକିବା ଲାଗି ଅଧିକରୁ ଅଧିକ ସାମାଜିକ ଦୂରତା ଉପରେ ଗୁରୁତ୍ଵ ଦେଉଛନ୍ତି। ଏଥିପାଇଁ ସେମାନଙ୍କୁ ଅର୍ଥନୈତିକ ଭାବରେ ପ୍ରବଳ ଚାପ ର ସମ୍ମୁଖୀନ ହେବାକୁ ପଡ଼ୁଛି। ତଥାପି ସଂକ୍ରମଣ ରୋକିବାରେ ଏବଂ ମୃତ୍ୟୁ ହାରକୁ ସୀମିତ ରଖିବାରେ ଏସିଆର ଦେଶ ଗୁଡିକ ଆଜି ଉଦାହରଣ ପ୍ରସ୍ତୁତ କରିଛନ୍ତି।

କରୋନା ଭୂତାଣୁ ଆଜି ଆମେରିକାର ସମାଜକୁ ନିଜର ଦୁର୍ବଳତା ବିଷୟରେ ସଚେତନ କରାଇ ଦେଇଛି। ପୂର୍ବରୁ ରାଷ୍ଟ୍ରପତି ବାରାକ ଓବାମା ଆମେରିକାରେ ସ୍ୱାସ୍ଥ୍ୟ ସୁରକ୍ଷାକୁ ଏକ ଜାତୀୟ ଆଂଦୋଳନର ରୂପ ଦେବାକୁ ଚେଷ୍ଟା କରିଥିଲେ। ଡୋନାଲ୍ଡ ଟ୍ରମ୍ଫ ଓବାମାଙ୍କ ସେହି ଯୋଜନାକୁ ବାରମ୍ବାର ବିରୋଧ କରି ତାକୁ ଏକ ପ୍ରକାର ବନ୍ଦ କରି ଦେଇଛନ୍ତି। ବାର୍ନୀ ସେଣ୍ଡର୍ସଙ୍କ ଭଳି ରାଜନେତା ଯେଉଁମାନେ ସ୍ୱାସ୍ଥ୍ୟ ଓ ଶିକ୍ଷାର କଥା କହୁଛନ୍ତି, ସେମାନଙ୍କୁ ଆମେରିକାର ଜନ ସାଧାରଣ ଗ୍ରହଣ କରିନାହାନ୍ତି।

ଆଜି କ୍ଷମତାର ଅହଂକାରକୁ କରୋନା ଭୂତାଣୁ ଏକ ଶକ୍ତ ଚାପୁଡା ମାରିଛି। ସେଥିରୁ ଆମେରିକା କିଛି ଶିଖିବ କି?

Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରୁ ମଧ୍ୟ ବିଦା ହେବ ପାକିସ୍ତାନ?: ପିସିବି ମୁଖ୍ୟଙ୍କ ଏହି ବୟାନରୁ ଆରମ୍ଭ ହେଲା ଚର୍ଚ୍ଚା

January 24, 2026

୧୮ତମ ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 24, 2026

ଶଙ୍କରାଚାର୍ଯ୍ୟଙ୍କ ସମର୍ଥନରେ ଆସିଲେ ହିନ୍ଦୁ ସଂଗଠନ: ଯୋଗୀ ସରକାରଙ୍କ ବିରୋଧରେ କରିବେ ପ୍ରତିବାଦ

January 24, 2026

ଜାତୀୟ ସଙ୍ଗୀତ ପରି ମଧ୍ୟ “ବନ୍ଦେ ମାତରମ୍” ପାଇଁ ଠିଆ ହେବାକୁ ପଡିବ: ଖୁବ୍ ଶୀଘ୍ର ଆସିବ ଆଇନ

January 24, 2026
Latest News

ଉତ୍ତରପ୍ରଦେଶ ଦିବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

January 24, 2026

ଭୁବନେଶ୍ୱରରେ ରୋଜଗାର ମେଳା: 349 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ

January 24, 2026

ଟି-୨୦ ବିଶ୍ୱକପ୍ ରୁ ମଧ୍ୟ ବିଦା ହେବ ପାକିସ୍ତାନ?: ପିସିବି ମୁଖ୍ୟଙ୍କ ଏହି ବୟାନରୁ ଆରମ୍ଭ ହେଲା ଚର୍ଚ୍ଚା

January 24, 2026

ସମ୍ବଲପୁରରୁ ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

January 24, 2026

ଆସନ୍ତାକାଲି ଜାତୀୟ ମତଦାତା ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରା ଏବଂ ସାଇକେଲ୍‌ ଶୋଭାଯାତ୍ରା

January 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.