Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାତ୍ୟା ଲଢ଼େଇ ରେ ଓଡ଼ିଶା ସବୁବେଳେ ଜିତିଛି, ଆଗକୁ ମଧ୍ୟ ଜିତିବ
ବିଶେଷ ଖବର

ବାତ୍ୟା ଲଢ଼େଇ ରେ ଓଡ଼ିଶା ସବୁବେଳେ ଜିତିଛି, ଆଗକୁ ମଧ୍ୟ ଜିତିବ

May 20, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦ୍ଦେଶ୍ୟରେ ଭାଷଣ ଦେବା ସମୟରେ ଗୁଜୁରାଟ ଭୂମିକମ୍ପ ର ଉଦାହରଣ ଦେଇ ସେଥିରୁ କେମିତି ପୁଣି ଥରେ ଗୋଟେ ରାଜ୍ୟ କେମିତି  ଉପରକୁ ଉଠିଥିଲା, ସେକଥା କହୁଥିଲେ। ସେତେବେଳେ ଆମର ମନେ ପଡ଼ିଲା, ଓଡ଼ିଆ ଭାବରେ ଆମେ ପ୍ରକୃତିର ଯେଉଁ ଭୟାନକ ତାଡ଼ନା ୧୯୯୯ ମହବାତ୍ୟା ସମୟରେ ଦେଖିଥିଲୁ, ତାହାର କଳ୍ପନା ମାତ୍ରେ ଛାତି ଥରି ଉଠିବ। ପୂରା ଉପକୂଳ ଓଡିଶା ମହାବାତ୍ୟା ରେ ମହାଶ୍ମଶାନ ପାଲଟି ଯାଇଥିଲା। ଧ୍ବଂସ ଓ ବିଭୀଷିକା ର ସେ ବାସ୍ତବତା ରୁ ଓଡ଼ିଆ ଜାତି ପୁଣିଥରେ ଠିଆ ହୋଇଛି। ସେ ଲଢ଼େଇ ଆମକୁ ଅନେକ କଥା ଶିଖିବାର ସୁଯୋଗ ଦେଇଥିଲା। ଗତ ୨୦ ବର୍ଷରେ ଓଡ଼ିଶାର ସବୁଠାରୁ ବଡ଼ ଉପଲବ୍ଧି ହେଉଛି, ଆମେ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ଲାଗି ନିଜକୁ ପ୍ରସ୍ତୁତ କରି ପାରିଛୁ।

ବିପର୍ଯ୍ୟୟ ପରିଚାଳନା ରେ ଓଡ଼ିଶାର ସତର୍କତା ଏବଂ ଲୋକଙ୍କ ଜୀବନ ବଞ୍ଚାଇ ପାରିବାର ଦକ୍ଷତା, ଆମ ପାଇଁ ନିଶ୍ଚିତ ଭାବରେ ଏକ ବଡ଼ ଉପଲବ୍ଧି। ତତ୍ପରତା ର ସହିତ ଲୋକଙ୍କୁ ବିପଦ ମୁହଁ ରୁ ସୁରକ୍ଷିତ ରଖି ପାରିବାରେ ଏକ ସଫଳତା, ଆମର ରହିଛି। ତେଣୁ ଆଜି ଯେତେବେଳେ ଆଉ ଏକ ବାତ୍ୟା ଆମ ଆଖି ଆଗରେ ତାଣ୍ଡବ ରଚନା କରୁଛି, ସେତେବେଳେ ତାକୁ ହରାଇ ପାରିବାର ସାହସ ମଧ୍ୟ ଆମ ଭିତରେ ରହିଛି।

ଗତ କୋଡ଼ିଏ ବର୍ଷ ରେ ଆଜିର ବାତ୍ୟା କୁ ମିଶାଇ ଆମେ ଛଅଟି ବାତ୍ୟା ଓ ଛଅଟି ବନ୍ୟା ର ସାମ୍ନା କଲେଣି। ଫାଇଲିନ,ହୁଡ଼ହୁଡ଼, ତିତିଲି, ବୁଲବୁଲ ଓ ଫନୀ ପରେ ଆମେ ଆଜି ଅମ୍ପନର ସାମ୍ନା କରୁଛେ। ବାତ୍ୟା କୁ ନେଇ ଭୟ ତୁଳନାରେ ବାତ୍ୟା ମୁକାବିଲା କରିବାର ଅଦମ୍ୟ ସାହସ ଆଜିର ହେଡ଼ଲାଇନ ହେବା ଉଚିତ। ୧୯୯୯ର ବିଫଳ ଅନୁଭବ ଆମକୁ ଅଧିକ ଶିକ୍ଷା ଦେଇଛି। ଗତ ଛଅଟି ଯାକ ବାତ୍ୟା ରେ ପ୍ରଭାବିତ ଲୋକଙ୍କ ଜୀବନ ସୁରକ୍ଷା କୁ ଓଡ଼ିଶା ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି।

କୌଣସି ବାତ୍ୟାକୁ ବା ପ୍ରାକୃତିକ ବିପର୍ୟୟକୁ ମୁକାବିଲା କରିବାର ଏକ ଦକ୍ଷ ପରିଚାଳନା ବ୍ୟବସ୍ଥା ଗତ କୋଡିଏ ବର୍ଷ ଭିତରେ ଓଡିଶାରେ ସୃଷ୍ଟି କରା ଯାଇଛି। ସେହି ବ୍ୟବସ୍ଥାର ସୁଫଳ ଆମେ ଦେଖୁଛୁ। ଗତ ବର୍ଷ ମଇ ୩ ତାରିଖରେ “ଫନୀ” ବାତ୍ୟାର ତାଣ୍ଡବ ରାଜଧାନୀ ଭୁବନେଶ୍ୱର ଓ ପୁରୀ କୁ ସଂପୂର୍ଣ୍ଣ ଉଜାଡି ଦେଇଥିଲା। ସେହି ଉଜୁଡା ବ୍ୟବସ୍ଥାକୁ ସଜାଡିବାରେ ରାଜ୍ୟ ସରକାର ବେଶୀ ସମୟ ନେଇ ନଥିଲେ। ସେହି ଦୃଷ୍ଟିରୁ ଆଜି “ଅମ୍ପନ” ର ଭୟ ସମୟରେ ଲୋକଙ୍କର ରାଜ୍ୟ ସରକାରଙ୍କ ପ୍ରତି ଅଧିକ ଆସ୍ଥା ରହିବା ସ୍ଵାଭାବିକ।

ଏଥର କିନ୍ତୁ ରାଜ୍ୟ ସରକାରଙ୍କ ପାଖରେ ଦୁଇଟି ସମାନ୍ତରାଳ ବିପଦର ଆହ୍ଵାନ ରହିଛି। ଗୋଟେ ପକ୍ଷରେ କରୋନାକୁ ନେଇ ଲୋକଙ୍କ ମନରେ ପ୍ରବଳ ଛନକା ରହିଛି। କରୋନା ସଂକ୍ରମଣର ଭୟ ଯୋଗୁଁ ଅନେକ ଲୋକ ରାଜ୍ୟ ସରକାରଙ୍କ ବାତ୍ୟା ଆଶ୍ରୟ ସ୍ଥଳୀକୁ ଆସିବାକୁ ଚାହୁଁ ନାହାନ୍ତି। କରୋନା ସଂକ୍ରମଣର ଭୟ ଲୋକଙ୍କ ମାନସିକତାକୁ ଏତେ ବେଶୀ କାବୁ କରି ରଖିଛି ଯେ, ଲୋକେ ବାତ୍ୟା ସମୟରେ ଘରେ ରହିବାକୁ ଚାହୁଁଛନ୍ତି। ଭିଡ ଭିତରେ ସାମାଜିକ ଦୂରତ୍ଵ ରହିବାର ସମ୍ଭାବନା ନଥିବାରୁ ଲୋକେ ଘର ଛାଡିବାକୁ ନାରାଜ। ଏହା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ସମସ୍ୟା ହୁଏତ ସୃଷ୍ଟି କରିପାରେ!

ନିୟମିତ ବାତ୍ୟାର ସାମ୍ନା କରୁଥିବା ଉପକୂଳ ଓଡିଶା ପାଇଁ ଏକ ଚିରସ୍ଥାୟୀ ବାତ୍ୟା ସୁରକ୍ଷା ଯୋଜନାର ଆବଶ୍ୟକତା ସମସ୍ତେ ଅନୁଭବ କରୁଛନ୍ତି। ଅନ୍ତତଃ ଜନଜୀବନକୁ ସ୍ଵାଭାବିକ କରିବା ଲାଗି ବାତ୍ୟା ସମୟରେ  ପାନୀୟ ଜଳ, ବିଜୁଳି ଓ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଲାଗି ଏକ ଚିରସ୍ଥାୟୀ ସମାଧାନ ଯୋଜନାର କଥା ଅନେକ ଦିନରୁ କୁହା ଯାଉଛି। ଭୂତଳ କେବଲ ବ୍ୟବସ୍ଥା ଓ ଜରୁରୀକାଳିନ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବିଷୟରେ ରାଜ୍ୟ ସରକାରଙ୍କର ଏକ ମାଷ୍ଟରପ୍ଲାନ ରହିଥିବା କଥା ଆମେ ଶୁଣିଛୁ। ହେଲେ ଏହା ତୁରନ୍ତ କାମ ଆରମ୍ଭ କରିବା ଉଚିତ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରାକୃତିକ ବିପର୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶାର ସଫଳତାକୁ ଆନ୍ତର୍ଜାତିକ ସଂସ୍ଥା ଓ ଗଣମାଧ୍ୟମ ବହୁତ ପ୍ରଶଂସା କରିଛନ୍ତି। ଏପରିକି କରୋନା ମୁକାବିଲା କ୍ଷେତ୍ରରେ ଓଡିଶାର ସଫଳତା ପଛରେ ପ୍ରାକୃତିକ ଦୁର୍ବିପାକ ମୁକାବିଲାର ଅନୁଭବ ଆମକୁ ସାହାଯ୍ୟ କରିଛି। ଏତେ ସବୁ ଅନୁଭବ କାରଣରୁ ହୁଏତ “ଅମ୍ପନ” ମୁକାବିଲା ଆମ ଲାଗି ଆଦୌ ସମସ୍ୟା ହେବା କଥା ନୁହେଁ। ପୁନଶ୍ଚ ବାତ୍ୟା ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ନଥିବାରୁ ଏଥର ଓଡିଶା ର କ୍ଷୟକ୍ଷତି ସୀମିତ ରହିବାର ଆଶା କରାଯାଏ।

ସବୁ ଆଶଙ୍କା ଭିତରେ ଆମର ଗୋଟେ ଆଶା ଅଛି ଯେ, ରାଜ୍ୟର ବିପର୍ୟୟ ପରିଚାଳନା ଦକ୍ଷତା ଲୋକଙ୍କୁ ସଙ୍କଟରେ ପକାଇବାକୁ ଦେବନାହିଁ।

cyclone Cyclone Amphan Top News
Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Latest News

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.