Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ପରବର୍ତ୍ତୀ ପୃଥିବୀ, ତୃତୀୟ ବିଶ୍ଵଯୁଦ୍ଧ ନା ଚିରସ୍ଥାୟୀ ଶାନ୍ତି ପାଇଁ ସମ୍ଭାବନା? 
ବିଶେଷ ଖବର

କରୋନା ପରବର୍ତ୍ତୀ ପୃଥିବୀ, ତୃତୀୟ ବିଶ୍ଵଯୁଦ୍ଧ ନା ଚିରସ୍ଥାୟୀ ଶାନ୍ତି ପାଇଁ ସମ୍ଭାବନା? 

May 21, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କରୋନା ପରବର୍ତ୍ତୀ ପୃଥିବୀର ରାଜନୀତି ଓ କୂଟନୈତିକ ସମ୍ପର୍କ କେମିତି ହେବ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହେଲାଣି। ଚଳିତ ବର୍ଷ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କରୋନା ସଂକ୍ରମଣରେ ସର୍ବାଧିକ କ୍ଷତି ଆମେରିକାର ହୋଇଛି। ଆମେରିକାର ସ୍ଥାନୀୟ ରାଜନୀତି ସହିତ ବିଶ୍ଵ ରାଜନୀତିର ଗଭୀର ସମ୍ପର୍କ ରହିଛି। ରାଷ୍ଟ୍ରପତି ନିର୍ବାଚନରେ ନିଜ ସ୍ଥିତି ବଜାୟ ରଖିବାକୁ ଏବେ ଡୋନାଲ୍ଡ ଟ୍ରମ୍ଫ ନିରନ୍ତର ଭାବରେ ଚୀନ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ପ୍ରଥମେ ମାନସିକ ଓ ଏବେ ଆର୍ଥିକ ଭାବରେ ଚୀନ ଉପରେ ଟ୍ରମ୍ଫ ପ୍ରଶାସନର ଆକ୍ରମଣ ଅବ୍ୟାହତ ରହିଛି। ତେବେ ଏହି ମାନସିକ ଯୁଦ୍ଧ ଏକ ବାସ୍ତବ ଯୁଦ୍ଧର ସ୍ୱରୂପ ପାଇ ପାରିବ କି?

ଆଧୁନିକ ସମୟରେ ଯେଉଁ ଦୁଇଟି ବିଶ୍ଵଯୁଦ୍ଧ ହୋଇଛି, ତାର କାରଣ ଖୁବ ବଡ ନଥିଲା  ନିହାତି ଛୋଟ ଛୋଟ ଭୁଲ ବୁଝାମଣା ଓ ଅହଙ୍କାରରୁ ଯୁଦ୍ଧ ଜନ୍ମ ନିଏ। ପ୍ରଥମ ଓ ଦ୍ଵିତୀୟ ବିଶ୍ଵଯୁଦ୍ଧର କାରଣ ଭାବରେ ଯେଉଁ ପାଞ୍ଚୋଟି ବିନ୍ଦୁକୁ ଚିହ୍ନିତ କରାଯାଏ, ସେଗୁଡିକ ହେଲା- ୧. ସାମରିକ ଚୁକ୍ତିଭିତ୍ତିକ ସମ୍ପର୍କ, ୨-ଜାତୀୟତାବାଦ, ୩.ସାମରିକ ଅହଂକାର, ୪.ଉପନିବେଶବାଦୀ ବିଚାର ଓ ୫. ରାଜନୈତିକ ହତ୍ୟାକାଣ୍ଡ।

ପ୍ରଥମ ଚାରୋଟି କାରଣ କ୍ରମାଗତ ଭାବରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ରାଜନୈତିକ ହତ୍ୟାକାଣ୍ଡ ଯୁଦ୍ଧ ପରିସ୍ଥିତିକୁ ବାଧ୍ୟତାମୂଳକ କରିଥାଏ। ଜୁନ,୨୦୧୪ରେ ଅଷ୍ଟ୍ରିଆ-ହଙ୍ଗେରୀର ଆର୍କ ଡ୍ୟୁକ ଫ୍ରାଞ୍ଜ ଫର୍ଡିନାଣ୍ଡଙ୍କୁ ସର୍ବିଆର ଜାତୀୟତାବାଦୀମାନେ ହତ୍ୟା କରିବା ପରେ, ପ୍ରଥମ ବିଶ୍ଵଯୁଦ୍ଧ ହୋଇଥିଲା। ଏହି ରାଜନୈତିକ ହତ୍ୟାକାଣ୍ଡ ପରବର୍ତ୍ତୀ ସମୟରେ ଦୁଇଟି ବିଶ୍ଵଯୁଦ୍ଧର କାରଣ ପାଲଟିଥିଲା। ବିଶ୍ଵଯୁଦ୍ଧର ଧ୍ଵଂସ ଓ ପାଗଳାମିରୁ ଆମେ ବୋଧେ କିଛି ଶିଖିନାହୁଁ

୧୯୪୫ର ଦ୍ଵିତୀୟ ମହାଯୁଦ୍ଧ ପରେ ହୁଏତ ଆମେ ଆଉ ବିଶ୍ଵଯୁଦ୍ଧ ର ସାମ୍ନା କରିନାହୁଁ । ହେଲେ ଦ୍ଵିତୀୟ ବିଶ୍ଵଯୁଦ୍ଧର ୭୪ ବର୍ଷ ପରେ ଆମେ ଆଉ ଏକ ବିଶ୍ଵଯୁଦ୍ଧକୁ ସାମ୍ନା କରିବା ଭଳି ପରିସ୍ଥିତିରେ ଠିଆ ହୋଇଛୁ। ବିଶ୍ଵଯୁଦ୍ଧ ପୂର୍ବବର୍ତ୍ତୀ ପୃଥିବୀର ରାଜନୀତି ସହିତ ସମାନ ରାଜନୈତିକ ପୃଷ୍ଠଭୂମି ଆଜି ଦେଖା ଦେଇଛି। ବିଶ୍ଵର ବିଭିନ୍ନ ରାଷ୍ଟ୍ରରେ ଅହଙ୍କାରୀ, ଉଗ୍ର ଜାତୀୟତାବାଦୀ ଓ ଯୁଦ୍ଧଖୋର ଶାସକମାନେ ଲୋକ ସମର୍ଥନ ପାଉଛନ୍ତି। ଆମେରିକାରେ ଡୋନାଲ୍ଡ ଟ୍ରମ୍ଫ, ଋଷିଆରେ ଭ୍ଲାଦିମିର ପୁଟିନ, ତୁର୍କୀରେ ରିଶେପ ତାଈପ ଇର୍ଦ୍ଦୋଗନ, ଇଂଲଣ୍ଡରେ ବୋରୀସ ଜନସନ, ଭାରତରେ ନରେନ୍ଦ୍ର ମୋଦୀ ପ୍ରମୁଖ ରାଜନୀତିରେ ଦକ୍ଷିଣପନ୍ଥୀ ଓ ଉଗ୍ର ଜାତୀୟତାବାଦୀ ରାଜନୀତିର ପ୍ରସାର କରୁଛନ୍ତି। ଆମେରିକା ନିଜର ଉଗ୍ର ଜାତୀୟତାବାଦୀ ଅହଙ୍କାରରକୁ ଇରାନ ଉପରେ ଚାପି ଦେବାର ଦେବାର ଉଦ୍ୟମ ଫଳରେ ପୃଥିବୀ ଏବେ ଆଉ ଏକ ବିଶ୍ଵଯୁଦ୍ଧର ଦୁଆରରେ ଠିଆ ହୋଇଛି।

ସଦ୍ଦାମ ହୁସେନଙ୍କୁ ଫାଶୀ ଦେଇ ଆମେରିକା ଗୋଟେ ସମୟରେ ମଧ୍ୟ ପ୍ରାଚ୍ୟ ଉପରେ କବ୍ଜା‌ କରିନେଇଛି ବୋଲି ଭାବୁଥିଲା। ତେବେ ଇରାକ ଓ ଆଫଗାନିସ୍ତାନ କୁ ସାମରିକ ଭାବରେ ଜୟ କରିବାର ଉଦ୍ୟମ ଆମେରିକା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏହି ଦୁଇଟି ରାଷ୍ଟ୍ର ଆମେରିକାର କବଜାରେ ରହିଥିଲେ ମଧ୍ୟ, ସେଠାରୁ ପୃଥିବୀର ସର୍ବାଧିକ ସନ୍ତ୍ରାସବାଦୀ ସୃଷ୍ଟି ହେଉଛନ୍ତି। ଇରାକ ଓ ଆଫଗାନିସ୍ତାନରେ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିଲାଗି ମୁଖ୍ୟତଃ ଆମେରିକା ହିଁ ଦାୟୀ। ମଧ୍ୟ ପ୍ରାଚ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରି ସେଠାରେ ଥିବା ବିପୁଳ ପେଟ୍ରୋଲିୟମ ସଂପଦକୁ ଆମେରିକା ନିଜ ଅକ୍ତିୟାରରେ ରଖିବାକୁ ଚାହୁଁଛି ।

ତେବେ ଇରାନ ଆମେରିକାର ଏହି ଲୋଭ ଆଗରେ ସବୁଠୁ ବଡ ପ୍ରତିବନ୍ଧକ ହୋଇ ଛିଡା ହୋଇଛି। ଡୋନାଲ୍ଡ ଟ୍ରମ୍ଫ ରାଷ୍ଟ୍ରପତି ହେବା ପରଠୁ ଇରାନ ବିରୋଧରେ ନିରନ୍ତର ଯୁଦ୍ଧ ଘୋଷଣା କରି ଚାଲିଛନ୍ତି। ଇରାନକୁ ଏକ ଘରିକିଆ କରିବାକୁ ଆମେରିକା ଯେତେ ଚେଷ୍ଟା କଲେ ମଧ୍ୟ ତାହା ସଫଳ ହେଉନାହିଁ।

ଇରାନ ସହିତ ନିଜର ସ୍ଥିତି ସୁଧାରିବା ପରିବର୍ତ୍ତେ, ଆମେରିକା ମୁହାଁମୁହିଁ ହେବା ଆରମ୍ଭ କରିଛ। ତିନି ଦିନ ତଳେ ଇରାନର ଜଣେ ପ୍ରଭାବଶାଳୀ ସେନାବାହିନୀ ଅଧିକାରୀ ମେଜର ଜେନେରାଲ କାଶିମ ସୁଲେମାନୀକୁ ଆମେରିକା ହତ୍ୟା କରିଛି। ଇରାକର ବାଗଦାଦ ବିମାନ ବନ୍ଦର ନିକଟରେ ଜଣେ ଇରାକୀ ସେନା ଅଧିକାରୀ ଙ୍କ ସହିତ ସୁଲେମାନୀଙ୍କୁ ହତ୍ୟା କରାଯିବା ପରେ,ଏହାକୁ ନେଇ ଏବେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢି ଚାଲିଛି। ଇରାନ ସମର୍ଥନରେ ଚୀନ ଓ ଋଷିଆ ଖୋଲାଖୋଲି ବାହାରିଥିବା ବେଳେ ଆମେରିକା ଏହି ପ୍ରସଙ୍ଗରେ ଅଧିକ ଆକ୍ରାମକ ହେବା ଆରମ୍ଭ କରିଛି।

ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଫ୍ରାଞ୍ଜ ଫର୍ଣ୍ଣିନାଣ୍ଡଙ୍କ ହତ୍ୟା ଯେଉଁ ପ୍ରକାର ଉତ୍ତେଜନା ସୃଷ୍ଟି କରିଥିଲା, ସୁଲେମାନୀଙ୍କ ହତ୍ୟା  ସେ ପ୍ରକାର ପୃଷ୍ଠଭୂମି ନିର୍ମାଣ କରିଥିଲା।

ତେବେ ଏହି ରାଜନୈତିକ ପୃଷ୍ଠଭୂମି ହଠାତ ବଦଳିଗଲା ଯେତେବେଳେ ୟୁରୋପ ଏବଂ ଆମେରିକାରେ କରୋନା ସଂକ୍ରମଣ ବ୍ୟାପକ ହେବା ଆରମ୍ଭ କଲା। ଆମେରିକାରେ ଏହି ସ୍ଥିତି ଏବେ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ତେଣୁ ଘରୋଇ ରାଜନୀତିରେ ହଠାତ ଟ୍ରମ୍ଫ ଅସହାୟ ହୋଇ ପଡିଛନ୍ତି। ରାଜନୈତିକ ବାଧ୍ୟବାଧକତା କାରଣରୁ ଚୀନ ଉପରେ ଟ୍ରମ୍ଫ ଆକ୍ରମଣ କରୁଥିଲେ ହେଁ ବାସ୍ତବତା କିନ୍ତୁ ଅଲଗା। କରୋନା ଭୂତାଣୁର ମୁକାବିଲାରେ ଚୀନର ସହାୟତା ଆମେରିକା ସମେତ ବାକି ସମସ୍ତ ଦେଶଙ୍କ ପାଇଁ ଅପରିହାର୍ଯ୍ୟ। ତେଣୁ ଚୀନକୁ ଏକ ଘରିକିଆ କରିବାର ଯୋଜନା ଏବେ ସଫଳ ହେବାର ନାହିଁ। କରୋନା ସଙ୍କଟ ପୂର୍ବରୁ ଯେଉଁ ଯୁଦ୍ଧ ଭଳିଆ ସ୍ଥିତି ଥିଲା, ଏବେ ତାହା ଅପସରି ଯାଇଛି। ଆଗକୁ ଜାତିସଂଘ ଓ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଉପରେ ଆମେରିକାର ଯେଉଁ ନିୟନ୍ତ୍ରଣ ରହିଥିଲା, ତାହା ଏବେ ହୁଗୁଳା ହେବା ଆରମ୍ଭ କରିଛି।

କରୋନା ଭୂତାଣୁ ଗୋଟିଏ ପକ୍ଷରେ ପୃଥିବୀର ଲୋକଙ୍କୁ ଅସହାୟ କରି ଦେଇଥିବା ବେଳେ, ଅପର ପକ୍ଷରେ ଏହା ଏକ ଶାନ୍ତିପୂର୍ଣ୍ଣ ପୃଥିବୀର ସମ୍ଭାବନା ମଧ୍ୟ ସୃଷ୍ଟି କରୁଛି। ବହୁ ତଥାକଥିତ ଟାଣୁଆ ବିଶ୍ଵ ନେତାଙ୍କ ଅହଂକାର ଭାଙ୍ଗି ଦେବାରେ କରୋନା ଏକ ଅଲଗା ଭୂମିକା ନେଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବଢିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ମେଡିକାଲ କଲେଜ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ, ଜାଣନ୍ତୁ କେତେ

December 15, 2025

କଂଗ୍ରେସରୁ ବହିସ୍କାର ହେବା ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ମୁଁ……

December 15, 2025

କଂଗ୍ରେସରୁ ବହିସ୍କୃତ ହେଲେ ମହମ୍ମଦ ମୋକିମ, ଚିଠି ଲେଖିବା ହେଲା କାଳ

December 15, 2025

ଧର୍ମଶାଳାରେ ପୁଣି ହିଂସା, ପୂର୍ବତନ ବିଧାୟକ ପ୍ରଣବ ଓ ବିଧାୟକ ହିମାଂଶୁଙ୍କ ସମର୍ଥକଙ୍କ ମଧ୍ୟରେ ପିଟାପିଟି

December 14, 2025
Latest News

ସମ୍ ହସ୍ପିଟାଲ୍ ବ୍ରହ୍ମପୁରରେ ସଫଳତାର ସହ ସମ୍ପନ୍ନ ହେଲା ଜଟିଳ ଟ୍ୟୁମର ଅସ୍ତ୍ରୋପଚାର

December 15, 2025

IPL Auction 2026: ୩୦.୫୦ କୋଟିରେ କ୍ୟାମେରନ୍ ଗ୍ରୀନ୍ ଙ୍କୁ କିଣିଲା KKR, ହେବେ ମହଙ୍ଗା ଖେଳାଳି!

December 15, 2025

ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

December 15, 2025

ରାମ ମନ୍ଦିର ଆନ୍ଦୋଳନର ପ୍ରମୁଖ ବ୍ୟକ୍ତିତ୍ୱ ରାମ ବିଳାସ ବେଦାନ୍ତୀଙ୍କ ଦେହାନ୍ତ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶୋକ

December 15, 2025

Visas From Bhubaneswar: ଭୁବନେଶ୍ବରରୁ ମିଳିବ ଭିସା, ସ୍ଥାପନ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

December 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.