Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ସଂକ୍ରମଣରୁ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ବଞ୍ଚାଇବା, ଆଜିର ସମୟର ସବୁଠୁ ବଡ ଆବଶ୍ୟକତା   
ବିଶେଷ ଖବର

କରୋନା ସଂକ୍ରମଣରୁ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ବଞ୍ଚାଇବା, ଆଜିର ସମୟର ସବୁଠୁ ବଡ ଆବଶ୍ୟକତା   

June 5, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର  

ଯେଉଁ ଭୟ ଆମେ ଆରମ୍ଭରୁ କରୁଥିଲେ, ସେ ଭୟ ଏବେ ସାକାର ହେବା ଆରମ୍ଭ କଲାଣି। ବର୍ତ୍ତମାନ ସମୟରେ ଆମର ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀମାନେ ଅଧିକରୁ ଅଧିକ କରୋନା ଆକ୍ରାନ୍ତ ହେଉଥିବାର ଖବର ଏବେ ମିଳୁଛି।  ଯୁଦ୍ଧ କରିବାକୁ ଗଲାବେଳେ ଖୋଦ ସେନାପତି ଯଦି ଅସୁରକ୍ଷିତ, ତା ହେଲେ କାହା ଭରସାରେ ଆମେ ଯୁଦ୍ଧ ଲଢିବା? କୋଭିଡ-୧୯ ବା କରୋନା ଭୂତାଣୁ ବିରୋଧୀ ସଂଗ୍ରାମରେ ଯେଉଁମାନେ ଆମର ଆଗୁଆ ଯୋଦ୍ଧା ସେମାନେ କେତେ ଦୂର ସୁରକ୍ଷିତ? ସରକାର ଏହି ସଂଗ୍ରାମର ମୁଖ୍ୟ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ କେତେ କଣ ସୁବିଧା ଯୋଗାଇଛନ୍ତି। ଡାକ୍ତର ତଥା ସ୍ଵାସ୍ଥ୍ୟକର୍ମୀଙ୍କୁ ଆମେ ଗତ ମାର୍ଚ୍ଚ ୨୨ ତାରିଖ ଦିନ ୫ ଟା ସମୟରେ ୫ ମିନିଟ ତାଳି ଓ ଥାଳି ବଜେଇ, କୀର୍ତ୍ତନ କରି କୃତଜ୍ଞତା ଜଣାଇଛୁ। ପୁଣି ଏପ୍ରିଲ ୫ ତାରିଖରେ ୯ ଟାରେ ୯ ମିନିଟ ଯାଏ ଦୀପ ଜଳାଇ ଓ ବାଣ ଫୁଟେଇ ସମ୍ବର୍ଦ୍ଧନା ଦେଇଛୁ। ଓଡିଶାରେ ସେମାନଙ୍କ ସମ୍ମାନରେ ଆମେ ସମୂହ ଭାବରେ ବନ୍ଦେ ଉତ୍କଳ ଜନନୀ ଗାନ କରିଛୁ। ତାପରେ ଭାରତ ସରକାର ଏକ ଅଧ୍ୟାଦେଶ ଆଣି ଯେଉଁମାନେ ଡାକ୍ତର ତଥା ସ୍ଵାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିବେ ସେମାନଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ ମରଣୋପରାନ୍ତ ୫୦ ଲକ୍ଷର ବୀମା ଓ ଶହୀଦ ହେବାର ମାନ୍ୟତା ଦିଆ ଯାଇଛି। ୟା ପରେ ବି ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀମାନେ ଅସୁରକ୍ଷିତ ବୋଲି କହିବାର କାରଣ କଣ?

ସତ କଥା ହେଉଛି, କରୋନା ଭୂତାଣୁ ସହ ଲଢୁଥିବା ଆମର ସ୍ଵାସ୍ଥ୍ୟକର୍ମୀମାନେ ଏବେ ଚାରି ଦିଗରୁ ଆକ୍ରମଣର ଶିକାର ହେଉଛନ୍ତି। ପୂର୍ବରୁ ଡାକ୍ତରଖାନାରେ ସେମାନଙ୍କ ଲାଗି ପର୍ୟାପ୍ତ ପରିମାଣରେ ସୁରକ୍ଷା ସୁଟ ବା ପିପିଇ ନଥିଲା। ଏବେ ପିପିଇ ଓ ଏନ-୯୫ ମୁଖା ଅଛି, ହେଲେ ସେ ସବୁର ଉପଯୋଗିତା ଏବଂ ସୁରକ୍ଷା କୁ ନେଇ ପ୍ରଶ୍ନ ଉଠିଲାଣି।

ସର୍ବ ପ୍ରଥମ ସ୍ୱାସ୍ଥ୍ୟକର୍ମୀ ଭାବରେ ଗତ ଏପ୍ରିଲ ପ୍ରଥମ ସପ୍ତାହରେ ମଧ୍ୟପ୍ରଦେଶର  ଇନ୍ଦୋର ସହରର  ଡାକ୍ତର ଶତୃଘ୍ନ ପଞ୍ଜବାଣୀ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ତା ପୂର୍ବରୁ କର୍ଣ୍ଣାଟକରେ କରୋନା ରୋଗୀଙ୍କ ଚିକିତ୍ସା କରୁ କରୁ ଜଣେ ଡାକ୍ତରଙ୍କୁ କରୋନା ଭୁତାଣୁ ଧରିଥିଲା। ଏହା ବଢି ବଢି ଏବେ ଶହେ ରୁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଧରି ସାରିଲାଣି। କରୋନା ସଂକ୍ରମଣ ସମୟରେ କାମ କରୁଥିବା ପୋଲିସ, ସାମ୍ବାଦିକ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହେଉଛନ୍ତି।

ଲୋକଙ୍କ ମନରେ କରୋନାକୁ ନେଇ ଭୟ, ଆତଙ୍କ ଓ ଅନ୍ଧ ବିଶ୍ଵାସ ବଢି ବଢି ଚାଲିଛି। କରୋନା ଭୂତାଣୁକୁ ନେଇ ସାଧାରଣ ଲୋକଙ୍କ ଭିତରେ ଭୟ ସୃଷ୍ଟି ହେବାର ପ୍ରମୁଖ କାରଣ ହେଉଛି, ଏହାକୁ ନେଇ ଗଣମାଧ୍ୟମରେ ବଢି ଚାଲିଥିବା ଅପପ୍ରଚାର। ତବଲିଗି ଜମାତ ଘଟନା ପରେ ଏକ ନିର୍ଦ୍ଦିଷ୍ଟ ଧର୍ମର କରୋନା ଆକ୍ରାନ୍ତଙ୍କ ପ୍ରତି ଆମର ଗଣମାଧ୍ୟମ ଏକ ପ୍ରକାର ଆତଙ୍କବାଦୀ ଭଳି ବ୍ୟବହାର ଆରମ୍ଭ କରିଥିଲା। ଯେଉଁମାନେ ଏହି ଧାର୍ମିକ ସମାବେଶରେ ଯୋଗ ଦେଇଥିଲେ ସେମାନଙ୍କ ମନରେ ବିଶ୍ଵାସ ଓ ଆଶ୍ଵାସନା ଜନ୍ମାଇବା ପରିବର୍ତ୍ତେ ସେମାନଙ୍କୁ ଏକପ୍ରକାର ଆତଙ୍କବାଦୀ ବା ଅପରାଧୀ ଭଳି ଚିତ୍ରଣ କରାଗଲା। ଯାହାର ପରିଣତି ସ୍ୱରୂପ ଆମେ ଦେଖିଲୁ ଲୋକେ ଭୟରେ ରୋଗ ଲୁଚାଇବା ଆରମ୍ଭ କଲେ।

ପୁନଶ୍ଚ କରୋନାକୁ ନେଇ ଅତ୍ୟଧିକ ଗୁଜବ ଓ ଅନ୍ଧବିଶ୍ଵାସ ମଧ୍ୟ ବଢି ଚାଲିଛି। ଏହା ଅତ୍ୟଧିକ ସଂକ୍ରାମକ ଏକ ରୋଗ, ହେଲେ ଏଥିରେ ମୃତ୍ୟୁ ସଂଖ୍ୟା ଅତ୍ୟନ୍ତ ସୀମିତ ବୋଲି ବୁଝାଇବାରେ ଆମେ ବିଫଳ ହୋଇଛୁ। ଅର୍ଥାତ କରୋନା ହେଲେ ଯେ ଜଣେ ମରିଯିବ, ତାହା ନିତାନ୍ତ ଭ୍ରାନ୍ତ ଧାରଣା। ଆଉ ଏକ ସମସ୍ୟା ଭାବରେ ଭାରତରେ ୮୦ ଭାଗ କରୋନା ଆକ୍ରାନ୍ତଙ୍କ ଦେହରେ କୌଣସି ଲକ୍ଷଣ ଦେଖା ଯାଉନାହିଁ। ଜ୍ଵର, କାଶ, ସର୍ଦ୍ଦି, ଦେହବିନ୍ଧା ଇତ୍ୟାଦି କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ବଡ ଭାଗ ଆକ୍ରାନ୍ତଙ୍କ ଦେହରେ ଭୂତାଣୁ ଅନୁପ୍ରବେଶ କରୁଛି। ତେଣୁ ଏହା ଲୋକଙ୍କୁ ଅଧିକ ଅସତର୍କ ଓ ସନ୍ଦେହୀ କରୁଛି। ମୋର ତ କୌଣସି ରୋଗର ଲକ୍ଷଣ ନାହିଁ ଭାବି ଆକ୍ରାନ୍ତ ଅଯଥାରେ ହିଂସ୍ର ହେଉଛି। ଧର୍ମ ଭିତ୍ତିରେ ଅସୁରକ୍ଷାର ଭାବନା ମଧ୍ୟ ଲୋକଙ୍କୁ ହିଂସ୍ର କରୁଛି।

ଗଣମାଧ୍ୟମ ଓ ସୋସିଆଲ ମିଡିଆର ଅପପ୍ରଚାରର ଫଳ ଆମର ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀମାନେ ଭୋଗୁଛନ୍ତି। ଡାକ୍ତରଖାନାରେ ସେମାନଙ୍କୁ ପର୍ୟାପ୍ତ ସୁରକ୍ଷା ମିଳୁନାହିଁ। ପରିବାରଠୁ ମାସ ମାସ ଧରି ଦୂରେଇ ରହିବା ଫଳରେ ସେମାନଙ୍କ ମାନସିକ ଚାପ ବଢୁଛି। ସବୁଠୁ ଭୟଙ୍କର ଭାବରେ ରୋଗୀ ଚିହ୍ନଟ ବେଳେ ସେମାନଙ୍କୁ ଆକ୍ରମଣର ଶିକାର ହେବାକୁ ପଡୁଛି। ଯେଉଁମାନେ ଏହି ବିପଦ ସମୟରେ ଆମପାଇଁ ଭଗବାନ ଭଳି କାମ କରୁଛନ୍ତି, ସେମାନଙ୍କ ପ୍ରତି ଆମ ସମାଜରେ ଭୟ ଓ  ହିଂସା ର ବାତାବରଣ ସୃଷ୍ଟି ହେବା, ଅତ୍ୟନ୍ତ ପରିତାପର ବିଷୟ।

ଓଡିଶାରେ ପ୍ରଥମ ତିନିମାସରେ ଆମର ସ୍ୱାସ୍ଥ୍ୟକର୍ମୀ ସଂକ୍ରମଣ ର ଶିକାର ହୋଇଥିବାର କୌଣସି ସୂଚନା ଆମପାଖରେ ନଥିଲା। ଗତ ସପ୍ତାହରେ ହଠାତ ବିଭିନ୍ନ ଡାକ୍ତରଖାନାରେ ସ୍ଵାସ୍ଥ୍ୟକର୍ମୀମାନେ ଏହା ଦ୍ଵାରା ସଂକ୍ରମିତ ହେଉଥିବାର ଖବର ମିଳୁଛି। ଦିଲ୍ଲୀ ଏମ୍ସ ରେ ଶତାଧିକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଏହା ଦ୍ଵାରା ପ୍ରଭାବିତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି।

କେବଳ ଆଇନ ପ୍ରଣୟନ କରିଦେଲେ, ବା ତାଳି ବା ଥାଳି ବଜାଇଦେଲେ, କିମ୍ବା ସେମାନଙ୍କୁ ମଲାପରେ ଶହୀଦର ମର୍ୟାଦା ଦେଇଦେଲେ, ସେମାନେ ସୁରକ୍ଷିତ ରହିପାରିବେ ନାଇଁ। ସେମାନଙ୍କୁ ଡାକ୍ତରଖାନାରେ ଓ ବାହାରେ ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା ଆମର ପ୍ରାଥମିକ ଦାୟିତ୍ଵ। ଗଣମାଧ୍ୟମରେ କରୋନାକୁ ନେଇ ଭୟ ଓ ବିଭ୍ରାନ୍ତି ରୋକିବା ମଧ୍ୟ ସରକାରଙ୍କର ସବୁଠୁ ବଡ ଦାୟିତ୍ଵ ହେବା ଉଚିତ। କରୋନା ଆଳରେ ସାମ୍ପ୍ରଦାୟିକ ରାଜନୀତି କିମ୍ବା ବିଭାଜନର ବିଷମଞ୍ଜି ଯେମିତି ବୁଣାଯାଉଛି, ସେଥିରେ ଆମ ସ୍ଵାସ୍ଥ୍ୟକର୍ମୀଙ୍କ ଜୀବନ ଅଧିକରୁ ଅଧିକ ବିପନ୍ନ ହେଉଛି।ଆମକୁ ମାନେ ରଖିବାକୁ ହେବ ଯେ, ଇଟାଲିର ଡାକ୍ତରଖାନା ଓ ସ୍ଵାସ୍ଥ୍ୟକର୍ମୀମାନେ ଆକ୍ରାନ୍ତ ହେବ ଯୋଗୁଁ ସେଠାକାର ସ୍ଥିତି ଅଣାୟତ୍ତ ହୋଇପଡିଥିଲା। ସେ ସ୍ଥିତି ଭାରତରେ ଯେମିତି ନ ଉପୁଜେ, ସେଥିପ୍ରତି ଅଧିକ ସଜାଗ ରହିବା ଜରୁରୀ।

corona
Share. Facebook Twitter LinkedIn Email WhatsApp Copy Link

Related Posts

ଅପରେସନ୍ ସିନ୍ଦୂର ପରେ ଗୋଟିଏ ମଞ୍ଚରେ ଆସିବେ ସରିଫ ଏବଂ ମୋଦି: ଜାଣନ୍ତୁ କେବେ?

August 25, 2025

ନିର୍ବାଚନ କମିଶନ ବନାମ ରାହୁଲ ଗାନ୍ଧୀ!: ଜାଣନ୍ତୁ ଜନତା କାହା ସହିତ ଅଛନ୍ତି, ଆସିଲା ବଡ଼ ସର୍ଭେ

August 25, 2025

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ମାରୁତି ସୁଜୁକିର ଆସିଲା ପ୍ରଥମ ବୈଦ୍ୟୁତିକ ଯାନ ‘ଇ ଭିଟାରା’, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

August 24, 2025
Latest News

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ବାଣପୁର: ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ପାଉଁଶ

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025

ଅପରେସନ୍ ସିନ୍ଦୂର ପରେ ଗୋଟିଏ ମଞ୍ଚରେ ଆସିବେ ସରିଫ ଏବଂ ମୋଦି: ଜାଣନ୍ତୁ କେବେ?

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.