Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ଭୂତାଣୁ ଅପେକ୍ଷା ଆମର ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ରାଜନୈତିକ କୁପରିଚାଳନା ବେଶୀ ମାରାତ୍ମକ 
ବିଶେଷ ଖବର

କରୋନା ଭୂତାଣୁ ଅପେକ୍ଷା ଆମର ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ରାଜନୈତିକ କୁପରିଚାଳନା ବେଶୀ ମାରାତ୍ମକ 

June 7, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କରୋନା ଭୂତାଣୁର ମାରକ ଗୁଣ ନାହିଁ ବୋଲି ଆମେ କହିପାରିବା ନାହିଁ। ହେଲେ ଅନ୍ୟାନ୍ୟ  ମହାମାରୀ ତୁଳନାରେ ଏହାର ମାରକ ଗୁଣ ନିଶ୍ଚିତ ଭାବରେ କମ। ଯଦିଓ ଏହି ଭୂତାଣୁର ନିରାକରଣ ଲାଗି କୌଣସି ନିର୍ଦ୍ଦିଷ୍ଟ ଔଷଧ ବା ଟୀକା ଏଯାଏ ବାହାରି ନାହିଁ, ତଥାପି ଏଥିରୁ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ। ସାରା ପୃଥିବୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ସନ୍ଧ୍ୟା ସୁଦ୍ଧା ୬୮, ୭୯,୫୦୨ ଥିବା ବେଳେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଥିଲା ୩୩,୭୧, ୨୧୯ ଓ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୩, ୯୮,୭୩୭। ଏଥିରୁ ସ୍ପଷ୍ଟ ଯେ ପ୍ରାୟ ୫୦ ଭାଗ ଲୋକ ଆରୋଗ୍ୟ ଲାଭ କରି ସାରିଲେଣି। ମୋଟ ଆକ୍ରାନ୍ତ ୩୧, ୦୯, ୫୪୬ ଙ୍କ ଭିତରୁ ବର୍ତ୍ତମାନ ମାତ୍ର ୨% ଲୋକ ଭେଣ୍ଟିଲେଟରରେ ରହିଛନ୍ତି। ବାକି ୩୦ ଲକ୍ଷ ୫୫ ହଜାର ଲୋକ ସାଧାରଣ ଭାବରେ ସଂକ୍ରମିତ। ଜୁନ ମାସରେ କରୋନା ଜନିତ ମୃତ୍ୟୁ ହାର ମଧ୍ୟ ଯଥେଷ୍ଟ କମି ଆସିଛି। ଏପ୍ରିଲ ମାସରେ ମୃତ୍ୟୁ ହାର ୫-୬ % ରହୁଥିବା ବେଳେ ଏବେ ଏହା ୧% କୁ ଖସି ଆସିଲାଣି। ପୃଥିବୀର ତଥ୍ୟ ବିଶ୍ଳେଷଣ କଲେ କରୋନାର ମାରକ ଗୁଣ ଯେ କମୁଛି ତାହା ଅତ୍ୟନ୍ତ ସ୍ପଷ୍ଟ।

ପୃଥିବୀର ତଥ୍ୟ ସହିତ ଆମ ଦେଶର ତଥ୍ୟକୁ ମିଳାଇ ଦେଖିଲେ ପାଖାପାଖି ସମାନ ଧାରା ଏଠାରେ ମଧ୍ୟ ରହିଛି। ଭାରତରେ ସଂକ୍ରମଣ ଏବେ ଶୀର୍ଷ ଆଡକୁ ଗତି କରୁଛି। ତେଣୁ ପ୍ରତିଦିନ ହାରାହାରି ୯-୧୦ ହଜାର ନୂଆ ସଂକ୍ରମିତ ବାହାରୁଥିବା ବେଳେ ୨୦୦-୨୫୦ ଆକ୍ରାନ୍ତ ମୃତ୍ୟୁ ବରଣ କରୁଛନ୍ତି। ଏହା ସହିତ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ୫୦% ପାଖାପାଖି ରହିଛି। ମୋଟାମୋଟି ପୃଥିବୀରେ ମହାମାରୀର ଧାରା ଯାହା, ଆମର ବି ଠିକ ସେଇ ଧାରା ରହିଛି। ତେବେ ୟୁରୋପୀୟ ଦେଶଗୁଡିକରେ ଏବେ କରୋନା ଭୂତାଣୁର ସ୍ଥିତି ଯଥେଷ୍ଟ ପରିମାଣରେ କମିଆସିଛି। ଏହି ସବୁ ଦେଶମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ହଜାରରୁ ଖସି ଆସି ଶହରେ ପହଞ୍ଚିଲାଣି। ଇଟାଲି, ଯିଏ କି ସବୁଠୁ ଅଧିକ କରୋନା ଦ୍ଵାରା ପ୍ରଭାବିତ ହୋଇଥିଲା ସେଠାରେ ଆଉ ମାତ୍ର ୩୯ ହଜାର ଆକ୍ରାନ୍ତ ରହିଛନ୍ତି। ଗତ ଦୁଇ ସପ୍ତାହ ହେଲା ଇଟାଲିରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ହାରାହାରି ୩୦୦ ରେ ସୀମିତ ରହିଛି। ସେହି ତୁଳନାରେ ଭାରତର ସ୍ଥିତି ଅତ୍ୟନ୍ତ ଜଟିଳ ବୋଲି କୁହାଯାଇପାରିବ।

ତେବେ ଭାରତରେ ଭୂତାଣୁର ମାରକ ଗୁଣ ଯେତିକି ଚିନ୍ତାର ବିଷୟ ନୁହେଁ, ତାଠୁ ଅଧିକ ଚିନ୍ତାର ବିଷୟ ହେଉଛି ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦୁର୍ବଳ ସ୍ଥିତି। ମହାରାଷ୍ଟ୍ର , ଦିଲ୍ଲୀ ଓ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ଅଧିକ ଥିବା ବେଳେ ସେଠାରେ ଡାକ୍ତରଖାନା ଗୁଡିକ ଅତ୍ୟଧିକ ଚାପରେ ରହିଛନ୍ତି। ଏହି ସବୁ ରାଜ୍ୟରେ ଏବେ ସର୍ବାଧିକ ସଙ୍କଟ ଦେଖା ଦେଇଛି। ଅହମଦାବାଦ ଡାକ୍ତରଖାନାରେ ଅନେକ ରୋଗୀ ଚିକିତ୍ସା ସୁବିଧା ନ ପାଇ ମୃତ୍ୟୁ ବରଣ କରୁଥିବାର ଅଭିଯୋଗ ଆସୁଛି। ଖୋଦ ଗୁଜରାଟ ହାଇକୋର୍ଟ ଅହମଦାବାଦ ଡାକ୍ତରଖାନାକୁ କାଳ କୋଠରୀ ବୋଲି କହିଥିଲେ। ଏପଟେ ଦେଶର ରାଜଧାନୀ ଦିଲ୍ଲୀ ଓ ଅର୍ଥନୈତିକ ରାଜଧାନୀ ମୁମ୍ବାଇ ରେ ମଧ୍ୟ ଡାକ୍ତରଖାନା ଗୁଡିକର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡିଛି।

କରୋନା ପରୀକ୍ଷା କରିବାରେ ଆମର ଲାବୋରେଟୋରୀ ଗୁଡିକ ବହୁ ଅଧିକ ସମୟ ନେଉଥିବାର ଅଭିଯୋଗ ଆସୁଛି। ଏହାର କାରଣ ଅତ୍ୟନ୍ତ ସ୍ପଷ୍ଟ। ସୀମିତ ଯାନ୍ତ୍ରିକ ବ୍ୟବସ୍ଥା ଓ ଲୋକ ବଳ ନେଇ ଏହି ଲାବୋରେଟୋରୀ ଗୁଡିକ କାମ କରୁଛନ୍ତି। ଫେବୃଆରି-ମାର୍ଚ୍ଚ ମାସ ବେଳକୁ କରୋନା ପରୀକ୍ଷା ପାଇଁ ବ୍ୟାପକ ଭିତ୍ତିଭୂମି ତିଆରି କରିବାର ଆବଶ୍ୟକତା ରହିଥିଲା। ତରବରିଆ ଭାବରେ ଏପ୍ରିଲ ମାସ ବେଳକୁ ଯେଉଁ ନୂଆ ଲାବୋରେଟୋରୀ ଗୁଡିକ ତିଆରି ହେଲା, ସେଥିରୁ ଅନେକ ସଠିକ ଭାବରେ କାମ କରୁନାହିଁ। ଦିଲ୍ଲୀ ସରକାର ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ଇତି ମଧ୍ୟରେ ଦିଲ୍ଲୀରେ ଚିକିତ୍ସା ସୁବିଧା ଥାଇ ମଧ୍ୟ ଲୋକଙ୍କୁ ଡାକ୍ତରଖାନା ରେ ପୂରେଇ ଦିଆଯାଉନଥିବାର ଅଭିଯୋଗ ଆସୁଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଡାକ୍ତରଖାନା ରେ “ବେଡ” ର କଳା ବଜାର ଚାଲିଛି। ବିଚିତ୍ର ସ୍ଥିତି। ରାଜନୈତିକ ଟଣା ଓଟରା ଏବଂ ପ୍ରଶାସନିକ କୁପରିଚାଳନା ଯୋଗୁଁ ଅନେକ ରୋଗୀ ଚିକିତ୍ସା ଅଭାବରୁ ପ୍ରାଣ ହରାଉଛନ୍ତି। ଦିଲ୍ଲୀ , ମୁମ୍ବାଇ,ପୁନେ, ଥାନେ, ଅହମଦାବାଦ, ଇନ୍ଦୋର ଓ ଚେନ୍ନାଇ ଭଳି ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢୁଥିବାରୁ ସେଠାରେ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇବାର ସ୍ଵାଭାବିକ ସ୍ଥିତି ବିଗିଡି ଯାଇଛି।

ଏହି ସ୍ଥିତିକୁ ଦେଖି ଓଡିଶା ଆଗୁଆ ସତର୍କ ହେବା ଜରୁରୀ। ଓଡିଶାରେ ଗତ ମାସେ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଗତ କାଲି ସର୍ବାଧିକ ୧୭୩ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇଥିଲେ। ସଂଖ୍ୟା ବଢିଲେ ଡାକ୍ତରଖାନା ଗୁଡିକ ଉପରେ ଚାପ ମଧ୍ୟ ବଢିବ। ତେବେ ଓଡିଶାରେ ଆକ୍ରାନ୍ତ ତୁଳନାରେ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢୁଛି।ଗତକାଲି ସୁଦ୍ଧା ରାଜ୍ୟରେ ମୋଟ ୨୭୮୧ ଆକ୍ରାନ୍ତ ଙ୍କ ମଧ୍ୟରୁ ୧୭୧୬ ଆରୋଗ୍ୟ ଲାଭ କରିଛନ୍ତି। ଅର୍ଥାତ ଆରୋଗ୍ୟ ହାର ୬୧.୭ % ରହିଛି। ଏହି ହାର ବଜାୟ ରହିଲେ ଡାକ୍ତରଖାନା ଗୁଡିକ ଚାପ ମୁକ୍ତ ରହିବେ। ଯଦି ଏହି ନିୟନ୍ତ୍ରଣ ବିଗିଡିଯାଏ ତାହେଲେ ଓଡିଶାରେ ମଧ୍ୟ ଦିଲ୍ଲୀ ଓ ମୁମ୍ବାଇ ଭଳି ସ୍ଥିତିକୁ ଏଡାଇ ଦିଆ ଯାଇ ନପାରେ!!

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026
Latest News

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026

ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା: ସମ୍ପୃକ୍ତ ୪ ଯୁବକ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.