Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ଜ୍ଵର ଯୋଗୁଁ ଭେଣ୍ଟିଲେଟରରେ ଦେଶର ଅର୍ଥନୀତି, ରାଜନୀତି କିନ୍ତୁ ଆକାଶେ ଉଡୁଛି!!  
ବିଶେଷ ଖବର

କରୋନା ଜ୍ଵର ଯୋଗୁଁ ଭେଣ୍ଟିଲେଟରରେ ଦେଶର ଅର୍ଥନୀତି, ରାଜନୀତି କିନ୍ତୁ ଆକାଶେ ଉଡୁଛି!!  

June 11, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଏକ ଭୂତାଣୁ ଜନିତ ସଂକ୍ରାମକ ରୋଗ ଯେ ପୃଥିବୀର ରାଜନୀତି ଓ ଅର୍ଥନୀତିକୁ ବଦଳାଇ ଦେଇପାରେ, କରୋନା ତାର ଏକ ବଡ ଉଦାହରଣ। ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ସଂକ୍ରାମକ ଭୂତାଣୁ ଗୋଟେ ସମୟରେ ଚୀନର ଧନ ଜୀବନ ଉପରେ ପ୍ରଭାବ ପକାଇବ ଓ ଚୀନର ବିକଶିତ ଅର୍ଥନୀତି ସଂପୂର୍ଣ୍ଣ ଭୁଷୁଡି ପଡିବ ବୋଲି ପ୍ରଥମେ ଆକଳନ କରାଯାଉଥିଲା। ହେଲେ  ଏହା ଯେ ପୃଥିବୀର ଅର୍ଥନୀତିକୁ ମାରାତ୍ମକ ଭାବରେ ସ୍ଥାଣୁ କରିଦେବ ସେକଥା ୩ ମାସ ଆଗରୁ କେହି କଳ୍ପନା ମଧ୍ୟ କରି ନଥିଲେ। ପୃଥିବୀର ୨୧୫ ଦେଶରେ ପହଞ୍ଚି ସାରିଥିବା ଏ ଭୂତାଣୁର ଭୟରେ ୪ ଲକ୍ଷ ରୁ ଅଧିକ ଲୋକ ମୃତ୍ୟୁ ବରଣ କଲେଣି। ହେଲେ ତାଠୁ ବେଶୀ ଆକ୍ରାନ୍ତ ହୋଇଛି ପୃଥିବୀର ଅର୍ଥ ବ୍ୟବସ୍ଥା। ଏହା ପୂର୍ବରୁ ଅନ୍ତତଃ ଚାରିଥର ସଂକ୍ରାମକ ଭୂତାଣୁ ଭୟରେ ପୃଥିବୀର ଅର୍ଥନୀତି ବିପର୍ୟସ୍ତ ହୋଇଥିବାର ଉଦାହରଣ ଆମ ଆଗରେ ରହିଛି। ୨୦୦୩ରେ ସାର୍ସ, ୧୯୬୮ରେ ଏସିଆନ ଫ୍ଲୁ , ୧୯୫୮ରେ ହଂକଂ ଫ୍ଲୁ, ଓ ୧୯୧୮  ର ସ୍ପାନିଶ ଫ୍ଲୁ  ପୃଥିବୀର ଅର୍ଥବ୍ୟବସ୍ଥା କୁ ଦୁର୍ବଳ କରିଥିଲା। ତେବେ ସାର୍ସ ଓ କାରୋନା ଭୂତାଣୁ ବେଳକୁ ପୃଥିବୀର ବଜାର ପରଷ୍ପର ଉପରେ ଅଧିକ ନିର୍ଭରଶୀଳ ରହିଥିବାରୁ, ଏହାର ପ୍ରଭାବ ଏବେ ଭୟଙ୍କର ହୋଇଛି।

ପ୍ରାଥମିକ ଭାବରେ ଭାରତ ଉପରେ କରୋନାର ପ୍ରଭାବ ବିଶେଷ ପଡିବ ନାହିଁ ବୋଲି ଆଶା କରାଯାଉଥିଲା। ମାର୍ଚ୍ଚ ମାସ ବେଳକୁ ଭାରତରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଏ। ତେଣୁ ଗ୍ରୀଷ୍ମର ପ୍ରଭାବକୁ କାରୋନା ଭୂତାଣୁ ସହ୍ୟ କରିପାରିବ ନାହିଁ ବୋଲି କୁହା ଯାଉଥିଲା। ତେବେ ଗତ ତିନି ମାସ ଭିତରେ କରୋନା ପୃଥିବୀର ସବୁ ଦେଶକୁ ସଂକ୍ରମିତ କରିଛି। ଫେବୃଆରିରେ  ଭାରତରେ ୨୮ ଜଣ ରୋଗୀଙ୍କ ଶରୀରରେ କରୋନା ଭୂତାଣୁ ଠାବ କରାଯାଇଥିଲା।

କରୋନାକୁ ନେଇ ଏବେ ଦୁଇ ପ୍ରକାର ଚିନ୍ତା ରହିଛି। ପ୍ରଥମତଃ ଏହା ମଣିଷର ଜୀବନ ଲାଗି ଏକ ବଡ ସଙ୍କଟ ତିଆରି କରିଛି। ଦ୍ବିତୀୟରେ ଏହା ପୃଥିବୀର ଅର୍ଥନୀତିକୁ ସଙ୍କଟ ମୁହଁକୁ ଟାଣି ଆଣିଛି। ଭାରତର ଅର୍ଥବ୍ୟବସ୍ଥା ଅତ୍ୟନ୍ତ ଶିଥିଳ ଓ ଅଭିବୃଦ୍ଧି ହାର ନିମ୍ନଗାମୀ ଥିବା ସମୟରେ କରୋନା ସଂକ୍ରମଣ ଆମର ଅର୍ଥନୀତିକୁ ଦୋହଲାଇ ଦେବା ଆରମ୍ଭ କରିଛି।ନିୟମିତ ଭାବରେ ସେନସେକ୍ସ ଓ ବଜାରରେ କରୋନା ଜ୍ଵରର ଝଟକା ଆମେ ଦେଖିଛୁ। ଗୋଟିଏ ଗୋଟିଏ ଦିନରେ ସେନସେକ୍ସ ୫୦୦ ରୁ ହଜାର ପଏଣ୍ଟ ତଳକୁ ଖସିଯାଇଛି। ଏହା ଆମର ବଜାରରେ ବ୍ୟାପକ କ୍ଷତି ଘଟାଇ ସାରିଛି। ଏଥିରୁ ମୁକୁଳିବାର ବାଟ ଖୋଜିଲା ବେଳକୁ ହଠାତ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାର ପରିଣତିରେ ଆମର ଅର୍ଥବ୍ୟବସ୍ଥା ନେଗେଟିଭ ହେବା ଆରମ୍ଭ କରିଛି।

ପୂର୍ବରୁ ବିଦେଶ ସହିତ ଆମର ଆମଦାନୀ ଓ ରପ୍ତାନି ଏକପ୍ରକାର ଠପ ହୋଇ ସାରିଥିଲା। କେବଳ ଚୀନ ଓ ଭାରତ ମଧ୍ୟରେ ଅତି କମରେ ବର୍ଷକୁ ୩୦ ବିଲିୟନ ଡଲାରର କାରବାର ହୋଇଥାଏ। ଏହା ଭାରତୀୟ ମୁଦ୍ରାରେ ପ୍ରାୟ ୨ଲକ୍ଷ କୋଟି ଟଙ୍କା ହୋଇପାରେ। ଏତେ ବଡ ଅର୍ଥନୈତିକ କ୍ଷେତ୍ର ଉପରେ କରୋନାର ପ୍ରଭାବ ଆମକୁ କି ପ୍ରକାର ସଙ୍କଟରେ ପକାଇବ, ତାହା ସହଜରେ ଅନୁମେୟ। ଇଲେକ୍ଟ୍ରି ଓ ଇଲେକ୍ଟ୍ରୋନିକ୍ସ ଉପକରଣ, ଔଷଧ, ଅତ୍ୟାବଶ୍ୟକ ଗୃହ ଉପକରଣ ଇତ୍ୟାଦି ପାଇଁ ଆମେ ଅନେକାଂଶରେ ଚୀନ ଉପରେ ନିର୍ଭରଶୀଳ। ତେଣୁ ଚୀନରୁ ଆମଦାନୀ ପ୍ରଭାବିତ ହେବା ଫଳରେ ଏହି ସବୁ ଜିନିଷ ଉପରେ ମହଙ୍ଗା ମାଡ ପଡିବ। ଅନେକାଂଶରେ ଏହାର ଅଭାବ ବଜାରକୁ ସ୍ଥାଣୁ କରି ଦେଇପାରେ।

ଆଗକୁ ପାରାସିଟାମଲ ସହିତ  ମଧୁମେହ, ରକ୍ତଚାପ ଭଳି ସାଧାରଣ ରୋଗ ପାଇଁ ଔଷଧ ମିଳିବାରେ ଅସୁବିଧା ଆସିପାରେ। ଯଦିଓ ଭାରତ ସରକାର ଆଗାମୀ 3 ମାସ ଲାଗି ଆମ ପାଖରେ ଔଷଧର ଅଭାବ ନାହିଁ ବୋଲି କହିଛନ୍ତି, ତଥାପି ଆଗକୁ କଳାବଜାର ଓ ଅବୈଧ ଔଷଧ କିଲାପୋତେଇ ବଢିପାରେ। ଇତିମଧ୍ୟରେ ସାନିଟାଇଜର, ଭୂତାଣୁ ପ୍ରତିରୋଧକ ମୁଖା ଏବଂ ପାରାସିଟାମଲ ର ବଜାର ମୂଲ୍ୟ ଅହେତୁକ ଭାବେ ବଢିଛି। ବଜାରରୁ ମୁଖା ଗାୟବ ହୋଇ ଯାଉଛି। ଲକ ଡାଉନ ର ଦୀର୍ଘକାଳୀନ ପ୍ରଭାବରେ ଆମର ଉଦ୍ଯୋଗ ଏବଂ ବ୍ୟବସାୟ ପୂରା ହାମୁଡେଇ ପଡିଛି।

ରୋଗର ବାସ୍ତବ ସଂକ୍ରମଣ ତୁଳନାରେ ଏହି ଭୂତାଣୁକୁ ନେଇ ଭୟର ସଂକ୍ରମଣ ଅଧିକ ଭୟଙ୍କର। ଭୟ କାରଣରୁ ବିଶ୍ଵ ବଜାରରେ ଏକ ମାରାତ୍ମକ ମାନ୍ଦାବସ୍ଥା ଏବେ ହତାଶାଜନକ ସ୍ଥିତିକୁ ଚାଲି ଆସିଛି। ଏହି ଭୟକୁ ପ୍ରତିହତ କରିବା ସରକାରଙ୍କର ପ୍ରଥମ ଦାୟିତ୍ଵ ହେବା ଉଚିତ ଥିଲା। ଭାରତ ଭଳି ଦେଶରେ ଲୋକଙ୍କୁ ଘର ଭିତରେ ରୁହନ୍ତୁ ଓ ଭିଡକୁ ଯାଆନ୍ତୁ  ନାହିଁ ବୋଲି କହିବାର ଅର୍ଥ ହେଉଛି, ପୂରା ଅର୍ଥନୈତିକ ଗତିବିଧିକୁ ଠପ କରିଦେବା। ଅଧିକରୁ ଅଧିକ ଭୟ ସୃଷ୍ଟି କରି ଆମେ ଆମର ଅର୍ଥନୀତିକୁ ଏବେ ଦରମଲା ଅବସ୍ଥାକୁ ନେଇ ଆସିଛେ।

କରୋନା ଆତଙ୍କକୁ ସାମ୍ନା କରିବାକୁ ଯାଇ ଆମେ ଆମ  ଅର୍ଥନୀତିରେ ଏମିତି ଜାଗାରେ ଚୋଟ ମାରିଛେ, ଯେଉଁ ଠାରୁ ଅଣ୍ଟା ସଳଖ କରିବାକୁ ଭାରତୀୟ ଅର୍ଥବ୍ୟବସ୍ଥାକୁ ଅତି କମରେ ଗୋଟେ ଦଶନ୍ଧି ଲାଗିଯିବ। ଅର୍ଥନୀତିକୁ ସୁଧାରିବା ଲାଗି ବାସ୍ତବବାଦୀ ରାଜନୀତିର ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ସମୟର ଫୁଲା ଫାଙ୍କିଆ ରାଜନୀତି ଅର୍ଥନୈତିକ ଭବିଷ୍ୟତକୁ ଅଧିକ ଜଟିଳ କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ବିଷୟରେ EU ମୁଖ୍ୟଙ୍କ ବଡ଼ ବୟାନ: ଟ୍ରମ୍ପ ସମେତ ସମଗ୍ର ବିଶ୍ୱକୁ ଦେଲେ ବାର୍ତ୍ତା

January 26, 2026

ସାଧାରଣତନ୍ତ୍ର ଦିବସ ୨୦୨୬: କଟକରେ ପତାକା ଉତ୍ତୋଳନ କରି ଅଭିଭାଷଣ ରଖିଲେ ମୁଖ୍ୟମନ୍ତ୍ରୀ 

January 26, 2026

ବାଣପୁର ପୋଲ ଭୁଷୁଡିବା ଘଟଣା ‘ସମୀକ୍ଷା’ ରେ ପ୍ରକାଶିତ ପରେ ପଦକ୍ଷେପ ଗ୍ରହଣ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

January 26, 2026

ଇରାନ-ଆମେରିକା ଉତ୍ତେଜନା ବୃଦ୍ଧି ମଧ୍ୟରେ ଏହି ସହରଗୁଡ଼ିକୁ ଉଡ଼ାଣ ବାତିଲ କଲା ଇଣ୍ଡିଗୋ 

January 26, 2026
Latest News

ଡିଏଭି ପୋଖରୀପୁଟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

January 26, 2026

ଭାରତ ବିଷୟରେ EU ମୁଖ୍ୟଙ୍କ ବଡ଼ ବୟାନ: ଟ୍ରମ୍ପ ସମେତ ସମଗ୍ର ବିଶ୍ୱକୁ ଦେଲେ ବାର୍ତ୍ତା

January 26, 2026

ହିନ୍ଦୁ ସଂଗଠନର ଦାବି: ତାଜମହଲରେ ପ୍ରଥମ ଥର ପାଇଁ ଉତ୍ତୋଳନ କଲେ ଜାତୀୟ ପତାକା

January 26, 2026

ସାଧାରଣତନ୍ତ୍ର ଦିବସ ୨୦୨୬: କଟକରେ ପତାକା ଉତ୍ତୋଳନ କରି ଅଭିଭାଷଣ ରଖିଲେ ମୁଖ୍ୟମନ୍ତ୍ରୀ 

January 26, 2026

ଗଣତନ୍ତ୍ର ଦିବସରେ ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ତାଜା ମୂଲ୍ୟ

January 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.