Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତରେ କରୋନା ମୁକାବିଲା ପାଇଁ ରାଜନୈତିକ ଇଚ୍ଛାଶକ୍ତି ଓ ଏକ ସ୍ପଷ୍ଟ ରଣନୀତି ଦୃଶ୍ୟମାନ ହେଉନାହିଁ
ବିଶେଷ ଖବର

ଭାରତରେ କରୋନା ମୁକାବିଲା ପାଇଁ ରାଜନୈତିକ ଇଚ୍ଛାଶକ୍ତି ଓ ଏକ ସ୍ପଷ୍ଟ ରଣନୀତି ଦୃଶ୍ୟମାନ ହେଉନାହିଁ

June 12, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭାରତର ବିବିଧତା କେବଳ ଭୌଗୋଳିକ ବା ସାମାଜିକ ନୁହେଁ, ଏହା ଅନେକାଂଶରେ ପ୍ରତିଟି କ୍ଷେତ୍ରରେ ଅଲଗା। କରୋନା ସଂକ୍ରମଣ ସମୟରେ ମଧ୍ୟ ଏ ବିବିଧତାର ଏକ ବିଶେଷ ଗୁରୁତ୍ଵ ରହିଛି। ଯେତେବେଳେ ଗୋଟେ ବଡ ଜନସ୍ୱାସ୍ଥ୍ୟ ଜନିତ ସଙ୍କଟ ଆସେ, ତାର ମୁକାବିଲା କରିବା ଆଗରୁ ସଂକ୍ରମଣର କ୍ଷେତ୍ରକୁ ବୁଝିବା ଅତ୍ୟନ୍ତ ଜରୁରୀ। ପୃଥିବୀର ୨୧୫ଟି ଦେଶରେ କରୋନା ସଂକ୍ରମଣ ବ୍ୟାପୀ ସାରିଥିଲେ ହେଁ ପ୍ରତ୍ୟେକ ଦେଶ ଓ କ୍ଷେତ୍ରରେ ଭୂତାଣୁ ସଂକ୍ରମଣର ପ୍ରକାରଭେଦ ଅଲଗା। ରାଜନୀତି, ଜନ ସ୍ଵାସ୍ଥ୍ୟନୀତି ଏବଂ ଲୋକ ଚରିତ୍ର ଉପରେ ସଂକ୍ରମଣର ତୀବ୍ରତା ନିର୍ଭର କରୁଛି। ଭିଏତନାମ, ଦକ୍ଷିଣ କୋରିଆ, ତାଞ୍ଜାନିଆ, ତାଇୱାନ,ନ୍ୟୁଜିଲାଣ୍ଡ,ଅଷ୍ଟ୍ରେଲିଆ ଓ କ୍ୟୁବା ଭଳି ଦେଶ କରୋନାର ବ୍ୟାପ୍ତିକୁ ଜବତ କରିବାରେ ସଫଳ ହୋଇଛନ୍ତି। ସର୍ବାଧିକ ଆକ୍ରାନ୍ତ ଥିବା ଚୀନ, ଇଟାଲୀ, ଜର୍ମାନୀ, ଫ୍ରାନ୍ସ, ସ୍ପେନ, ତୁର୍କୀ, ଇରାନ ପ୍ରଭୃତି ଦେଶରେ ଏବେ ସଂକ୍ରମଣ ହାର ଯଥେଷ୍ଟ କମୁଛି। ଏପରିକି ସର୍ବାଧିକ ଆକ୍ରାନ୍ତ ଆମେରିକାରେ ଗତ ସପ୍ତାହରୁ ସଂକ୍ରମଣ କମୁଥିବାର ସୂଚନା ମିଳୁଛି। ଏବେ ଯୁକ୍ତରାଷ୍ଟ୍ର ଆମେରିକାରେ ସଂକ୍ରମଣ ୮% ହାରରେ ବଢୁଛି।

ତେବେ ବର୍ତ୍ତମାନ ସମୟରେ ଯେଉଁ ସବୁ ଦେଶରେ କରୋନା ସଂକ୍ରମଣ ଉଗ୍ର ହେଉଛି ସେମାନେ ହେଲେ- ପାକିସ୍ତାନ-୪୧%, ଦକ୍ଷିଣ ଆଫ୍ରିକା -୪୧%, ବାଂଲାଦେଶ ୩୬%, ଚିଲି-୩୧%, ଭାରତ ୨୮% ଓ ବ୍ରାଜିଲ-୨୭%। ଏହି ସବୁ ଦେଶ ବର୍ତ୍ତମାନ କରୋନା ସଂକ୍ରମଣ ପାଇଁ ହଟସ୍ପଟ ପାଲଟିଛନ୍ତି। ଦକ୍ଷିଣ ଏସିଆର ତିନୋଟି ଦେଶ ଭାରତ, ପାକିସ୍ତାନ ଓ ବାଂଲାଦେଶରେ ସ୍ଥିତି ଗମ୍ଭୀର ହୋଇ ଚାଲିଛି। ଏହି ତିନୋଟି ଦେଶରେ ପୃଥିବୀର ୧୭୫ କୋଟି ଲୋକ ବସବାସ କରନ୍ତି। ତେଣୁ ଦକ୍ଷିଣ ଏସିଆରେ କରୋନା ସଂକ୍ରମଣ ରୋକିବା ଏବେ ପୃଥିବୀ ଲାଗି ସବୁଠୁ ବଡ ସମସ୍ୟା। ଏହି ଅଞ୍ଚଳରେ ଜନସ୍ୱାସ୍ଥ୍ୟ ପାଇଁ ସବୁଠୁ ଦୁର୍ବଳ ସୁବିଧା ରହିଛି। ତେଣୁ ଏ ଅଞ୍ଚଳରେ ସଂକ୍ରମଣ ରୋକା ନ ଗଲେ ସ୍ଥିତି ଆଗକୁ ଅତ୍ୟନ୍ତ ଗମ୍ଭୀର ହେବ।

ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ଆରମ୍ଭରୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଆମେ ଦେଖୁଛୁ। ସଂକ୍ରମଣ ରୋକିବାକୁ ବିଜ୍ଞାନ ସମ୍ମତ ଉପାୟ ଅପେକ୍ଷା ତାଳି,ଥାଳି, ଯୁଦ୍ଧ, ମହାଶକ୍ତି ଜାଗରଣ ଭଳି ରକ୍ଷଣଶୀଳ ସ୍ଲୋଗାନ ଉପରେ ଆମର ରାଜନୈତିକ ନେତୃତ୍ଵ ଅଧିକ ନିର୍ଭର କଲେ। ଆଜି ସଂକ୍ରମଣ ଯେତେବେଳେ ଶୀର୍ଷକୁ ଗତି କରୁଛି, ସେତେବେଳେ ଲୋକଙ୍କ ଜୀବନ ଅପେକ୍ଷା ରାଜନୈତିକ ବୟାନବାଜିରେ ସରକାର ଓ ସରକାରୀ ଦଳ ବ୍ୟସ୍ତ ରହୁଛନ୍ତି। ଯେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନେ ରାଜନୀତିର ଊର୍ଦ୍ଧ୍ବକୁ ଉଠି କାମ କରିଛନ୍ତି, ସେ ସବୁ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ପଞ୍ଜାବ, କେରଳ, ଛତିଶଗଡ, ଝାଡଖଣ୍ଡ, ଓଡିଶା ଓ ଉତ୍ତର ପୂର୍ବ ରାଜ୍ୟ ଗୁଡିକ କରୋନା ନିୟନ୍ତ୍ରଣରେ ଯଥେଷ୍ଟ ସଫଳ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ତାମିଲନାଡୁ ଓ ରାଜସ୍ଥାନ ସଂକ୍ରମଣକୁ ରୋକିବା ଲାଗି ଉଦାହରଣ ସୃଷ୍ଟି କଳା ଭଳି ପଦକ୍ଷେପ ନେଇଛନ୍ତି।

ତାମିଲନାଡୁରେ ୩୭ ହଜାରରୁ ଅଧିକ ଆକ୍ରାନ୍ତ ଅଛନ୍ତି, ହେଲେ ସେଠାରେ ମୃତ୍ୟୁ ସଂଖ୍ୟା ୩୨୬ ଏବଂ ଆରୋଗ୍ୟ ସଂଖ୍ୟା ୧୯୦୦୦ ରୁ ଅଧିକ। ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାରରୁ ଅଧିକ ଥିବା ବେଳେ ଶେଠୀ ଆରୋଗ୍ୟ ହାର ୭୪%। ଭାରତ ସରକାର ଆଗାମୀ ସମୟ ଲାଗି ୬ ଟି ରାଜ୍ୟ ଓ ୬ ଟି ସହରକୁ ନେଇ ସ୍ଵତନ୍ତ୍ର ରଣନୀତି ତିଆରି କରିବାର ଆବଶ୍ୟକତା ରହିଛି। ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ ଓ ପଶ୍ଚିମବଙ୍ଗ କୁ ଭିନ୍ନ ଏକ କ୍ଷେତ୍ର ଭାବରେ ବିବେଚନା କରି ସ୍ଵତନ୍ତ୍ର ରଣନୀତି ଏବେ ଜରୁରୀ। ସେହିପରି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ,କଲିକତା, ଅହମଦାବାଦ ଓ ଇନ୍ଦୋର ସହରକୁ ନେଇ ଆଉ ଏକ ସ୍ଵତନ୍ତ୍ର ଯୋଜନାର ଆବଶ୍ୟକତା ରହିଛି। ଏହି ୬ ଟି ସହରରେ ପ୍ରାୟ ୨ ଲକ୍ଷ ଆକ୍ରାନ୍ତ ରହିଛନ୍ତି ଓ ସର୍ବାଧିକ ମୃତ୍ୟୁ ଏହି ସ୍ଥାନ ରେ ଘଟୁଛି।

ଦିଲ୍ଲୀ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଭିତରେ ସର୍ବୋଚ୍ଚ ବୁଝାମଣାର ଆବଶ୍ୟକତା ରହିଥିବା ବେଳେ ଏଠି ରାଜନୀତିର ସବୁଠୁ ବିକୃତ ଉଦାହରଣ ଆମେ ଦେଖୁଛୁ। ଦିଲ୍ଲୀ ସରକାରଙ୍କ ପାଖରେ ସୀମିତ କ୍ଷମତା ରହିଥିବାରୁ ଓ ଦିଲ୍ଲୀ ଶାସନର ଏକ ବଡ ଅଂଶ କେନ୍ଦ୍ର ଗୃହ ବିଭାଗ ହାତରେ ରହିଥିବାରୁ, ସେଠାରେ ଏକ ସ୍ଵତନ୍ତ୍ର କେନ୍ଦ୍ରୀୟ ଯୋଜନା ଏବଂ ରଣନୀତିର ଆବଶ୍ୟକତା ରହିଛି। ତାହା ନ କରି ରାଜନୈତିକ ନାଟକବାଜି କରିବାର ପରିଣତି ଯୋଗୁଁ ଏବେ ରାଜଧାନୀ ସହରରେ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ବର୍ତ୍ତମାନ ୬ ଟି ରାଜ୍ୟ ଓ ୬ ଟି ସହରକୁ ସର୍ବାଧିକ ପ୍ରାଥମିକତା ଦେଇ ଏକ ସ୍ଵତନ୍ତ୍ର କେନ୍ଦ୍ରୀୟ ରଣନୀତି ଭାରତ ସରକାର ପ୍ରସ୍ତୁତ କରିବା ଉଚିତ ହେବ। ଗତ କିଛି ଦିନ ହେଲାଣି କେନ୍ଦ୍ର ସରକାର କରୋନା ମୁକାବିଲା ତୁଳନାରେ ରାଜନୀତିକୁ ସର୍ବାଧିକ ଗୁରୁତ୍ଵ ଦେବା ଆରମ୍ଭ କରିଛନ୍ତି। ଏହି ସଂକ୍ରମଣ ସମୟରେ ଗୁଜରାଟରେ ରାଜ୍ୟସଭା ପାଇଁ ବିଧାୟକ କିଣାବିକା ପ୍ରକ୍ରିୟା ଜୋର ଚାଲିଥିବା ବେଳେ ଆଗକୁ ରାଜସ୍ଥାନ ଏବଂ ମହାରାଷ୍ଟ୍ର ସରକାର ଭାଙ୍ଗିବାର ଯୋଜନା ମଧ୍ୟ ଆଗେଇ ଚାଲିଛି। ଏ ପ୍ରକାର ରାଜନୈତିକ ଅନ୍ଧତ୍ଵ ଦେଶର ଜନ ଜୀବନକୁ ଅନ୍ଧାର ଆଡକୁ ଟାଣି ନେବା, ସେ କଥା ଆମର ରାଜନୈତିକ ନେତୃତ୍ଵ ଯେତେ ଶୀଘ୍ର ବୁଝିବେ, ସେତେ ଭଲ!!

Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ବିସ୍ଫୋରଣ ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଅଲ୍ ଫଲାହ ଟ୍ରଷ୍ଟ ସହିତ ଜଡିତ ୨୪ ଟି ସ୍ଥାନରେ ଚଢାଉ

November 18, 2025

Flight Fare Hike Case: ବିମାନ ଟିକେଟ ବୃଦ୍ଧି ନେଇ ସରକାରଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ

November 18, 2025

ଓଡିଆ ସଂଗୀତ ଜଗତ ପାଇଁ ଦୁଃଖ ଖବର, ଶେଷ ନିଃଶ୍ବାସ ତ୍ୟାଗ କଲେ ହ୍ୟୁମାନ ସାଗର

November 17, 2025

ନୂଆପଡା ଉପନିର୍ବାଚନକୁ ନେଇ ବିସ୍ପୋରକ କଥା କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

November 17, 2025
Latest News

ପ୍ରଦାନ ହେଲା ଅକ୍ଷୟ ସାହିତ୍ୟ ଓ ସଂଗୀତ ସମ୍ମାନ, ଜାଣନ୍ତୁ କାହାକୁ ମିଳିଲା ପୁରସ୍କାର

November 18, 2025

ଭୋଟର ତାଲିକାର SIR ସମୀକ୍ଷା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବ ନିର୍ବାଚନ କମିଶନଙ୍କ ଦଳ

November 18, 2025

ଏସୀୟ ତୀରନ୍ଦାଜୀ ଚାମ୍ପିଅନସିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

November 18, 2025

RJD ବିଧାୟକ ଦଳର ନେତା ହେଲେ ତେଜସ୍ୱୀ ଯାଦବ: ସଂଗଠନକୁ ମଜବୁତ କରିବାକୁ ଦେଲେ ପ୍ରତିଶ୍ରୁତି 

November 18, 2025

କାଶ୍ମୀରରେ CIK ର ବଡ଼ ଧରଣର ଅପରେସନ, ଅନେକ ସ୍ଥାନରେ ଚଢାଉ ଜାରି

November 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.