Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରଥଯାତ୍ରା ଏକ ନୀତି ଓ ପରମ୍ପରା, ଏହାକୁ ଭାଙ୍ଗିବା ମହାମାରୀଠୁ ବି ଭୟଙ୍କର ସାବ୍ୟସ୍ତ ହୋଇପାରେ!!
ବିଶେଷ ଖବର

ରଥଯାତ୍ରା ଏକ ନୀତି ଓ ପରମ୍ପରା, ଏହାକୁ ଭାଙ୍ଗିବା ମହାମାରୀଠୁ ବି ଭୟଙ୍କର ସାବ୍ୟସ୍ତ ହୋଇପାରେ!!

June 19, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଯଦି ସୁପ୍ରିମ କୋର୍ଟରେ ଉଭୟ ମୁଦେଇ ଓ ମୁଦାଲାଙ୍କ ଓକିଲ କହନ୍ତି ଯେ ରଥଯାତ୍ରାରେ ୧୦ ଲକ୍ଷ ଲୋକଙ୍କର ସମାଗମ ହେବ, ତାହେଲେ ସୁପ୍ରିମ କୋର୍ଟ ଆଜିର ପରିସ୍ଥିତିରେ ରଥଯାତ୍ରା ପାଇଁ ଅନୁମତି ଦେବେ କେମିତି? ଆଜି ହୁଏତ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ଆମକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କାରଣରୁ ରଥଯାତ୍ରା ବନ୍ଦ ହୋଇଛି। ତେବେ ଅସଲ କାରଣ ହେଉଛି, ଓଡିଶା ସରକାର ଏହି ଯାତ୍ରା ବନ୍ଦ ହେବା ସପକ୍ଷରେ ସୁପ୍ରିମ କୋର୍ଟରେ ସ୍ପଷ୍ଟ ମତ ରଖିଛନ୍ତି। ସୁପ୍ରିମ କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, ଓଡିଶା ରାଜ୍ୟ ସରକାର ଗତ ୧, ଜୁନ,୨୦୨୦ ଏବଂ ୭,ଜୁନ,୨୦୨୦ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି, ସେଥିରେ ଏ ପ୍ରକାର ଧାର୍ମିକ ଅନୁଷ୍ଠାନ ହୋଇପାରିବ ନାହିଁ ବୋଲି କହିଛନ୍ତି। ସେହିପରି କେନ୍ଦ୍ର ସରାକରଙ୍କ ଗୃହ ବିଭାଗର ୩୦/୦୫/୨୦୨୦  ନିର୍ଦ୍ଦେଶନାମାରେ ମଧ୍ୟ ଏ ପ୍ରକାର ଅନୁଷ୍ଠାନ ହୋଇ ନ ପାରିବାର ବିଧାନ ହୋଇଛି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରଥଯାତ୍ରା ବନ୍ଦ କରିବା ଲାଗି ରାଜ୍ୟ ସରକାର ସ୍ପଷ୍ଟ ଭାବରେ ଗତ ଜୁନ ୧ ତାରିଖ ଓ ୭ ତାରିଖରେ ଭିତ୍ତିଭୂମି ପ୍ରସ୍ତୁତ କରି ସାରିଥିଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯେତେବେଳେ ତାଲା ବନ୍ଦ ପ୍ରତ୍ୟାହାର କରିବାର ନିର୍ଦ୍ଦେଶ ଦେଇଥିଲେ, ତାକୁ ହଠାତ ଓଡିଶା ସରକାର ପରିବର୍ତ୍ତନ କରି ଏକ ଭିନ୍ନ ନିର୍ଦ୍ଦେଶନାମା ଜାରି କରିଥିଲେ।ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଜୁନ ୭ ତାରିଖରୁ ପୁରୀ ଜଗନ୍ନାଥ ମନ୍ଦିର ସମେତ ପ୍ରତ୍ନତତ୍ତ୍ଵ ବିଭାଗ ଅଧୀନରେ ଥିବା ଅନ୍ୟାନ୍ୟ ମନ୍ଦିର ଗୁଡିକୁ ଖୋଲିବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ପରେ ତୁରନ୍ତ ସେହି ନିର୍ଦ୍ଦେଶ ଅକାମୀ କରିବାକୁ ରାଜ୍ୟ ରିଲିଫ କମିଶନର ଗତ ୭ ଜୁନରେ କୌଣସି ଧାର୍ମିକ ଅନୁଷ୍ଠାନ ନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ନିର୍ଦ୍ଦେଶ ଆଧାରରେ ସୁପ୍ରିମ କୋର୍ଟ ରଥଯାତ୍ରା ନ କରିବାକୁ ରାୟ ଶୁଣାଇଛନ୍ତି। ତେଣୁ ରଥଯାତ୍ରା ବନ୍ଦ କରିବା ପଛରେ ରାଜ୍ୟ ସରକାରଙ୍କର ଇଚ୍ଛା ଓ ନିର୍ଦ୍ଦେଶକୁ ସୁପ୍ରିମ କୋର୍ଟ କାର୍ଯ୍ୟକାରୀ କରିଛନ୍ତି ମାତ୍ର।

ଯଦି ରଥଯାତ୍ରା କରିବାର ନଥିଲା ତାହେଲେ ରାଜ୍ୟ ସରକାର ରଥ ନିର୍ମାଣ ଓ ସ୍ନାନଯାତ୍ରା ଆୟୋଜନ କରୁଥିଲେ କାହିଁକି? ସ୍ନାନଯାତ୍ରା ଯେମିତି ବିନା ଭକ୍ତଙ୍କ ଉପସ୍ଥିତିରେ ହୋଇ ପାରିଲା, ସେହି ସମାନ ରୀତିରେ ରଥଯାତ୍ରାର ଆୟୋଜନ ହୋଇ ପାରିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି କହିଥିଲେ। ମନ୍ଦିର ପରିଚାଳନା କମିଟିର ଏହି ବିକଳ୍ପ ପ୍ରସ୍ତାବକୁ ସୁପ୍ରିମ କୋର୍ଟଙ୍କ ନିକଟରେ ଉପସ୍ଥାପନ କରା ଗଲା ନାହିଁ କାହିଁକି? ରଥ ଅନୁକୂଳ, ରଥ ନିର୍ମାଣ, ସ୍ନାନଯାତ୍ରା ଓ ଅଣସର ବିଧି ପରେ ରଥଯାତ୍ରା ବନ୍ଦ ହେବାର ବିଧାନ ଆଦୌ ଗ୍ରହଣୀୟ ନୁହେଁ। ରଥଯାତ୍ରା ଏକ ଧାର୍ମିକ ପରମ୍ପରା ଓ ଏଥିରେ ଅଦାଲତ ତଥା ରାଷ୍ଟ୍ରର ହସ୍ତକ୍ଷେପ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ।

ଅନେକ ପ୍ରଗତିଶୀଳ ବୁଦ୍ଧିଜୀବୀ ରଥଯାତ୍ରା ବନ୍ଦ ହେବା ସପକ୍ଷରେ ମତ ଦେଇ ଆସୁଥିଲେ ଓ ସେମାନେ ସୁପ୍ରିମ କୋର୍ଟଙ୍କ ଏହି ରାୟରେ ଆନନ୍ଦ ପ୍ରକାଶ କରିଛନ୍ତି। ତେବେ ଏ ପ୍ରକାର ରାୟ ଆମ ସମ୍ବିଧାନର ମୌଳିକ ବିଚାର ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଧାର୍ମିକ ବିଶ୍ଵାସ ଓ ପରମ୍ପରାଠୁ ଆଇନ ତଥା ରାଷ୍ଟ୍ର ଏକ ନିର୍ଦ୍ଦିଷ୍ଟ ଦୂରତାରେ ରହିବା ଉଚିତ। ମନ୍ଦିରରେ ରଥଯାତ୍ରା ହେଲେ କେତେ ଲୋକ ରହିବେ ବା ରହି ପାରିବେ ନାହିଁ, ସେ କଥା ହୁଏତ ଅଦାଲତ ନିର୍ଣ୍ଣୟ କରି ପାରିବେ। ହେଲେ ଧାର୍ମିକ ପର୍ବ ପାଳନକୁ ବନ୍ଦ କରିବା ଆମର ସାମ୍ବିଧାନିକ ଅଧିକାର ବିରୋଧୀ।

ଅନ୍ତତଃ ଗତ ୨୦୦ ବର୍ଷରେ ରଥଯାତ୍ରା କେବେ ବନ୍ଦ ହୋଇନାହିଁ। ୧୯୨୦ ମସିହାରେ ପ୍ରବଳ ହଇଜା ଯୋଗୁଁ ସେ ବର୍ଷ ବ୍ରିଟିଶ ସରକାର ରଥଯାତ୍ରାରେ କମ ଲୋକ ଆସନ୍ତୁ ବୋଲି ଚାହୁଁଥିଲେ। ତଥାପି ସେ ବର୍ଷ ୫୦ ହଜାରରୁ ଅଧିକ ଜନ ସମାଗମ ପୁରୀରେ ହୋଇଥିଲା। ମହାପ୍ରଭୁ ଯେତେବେଳେ ବିଦେଶୀ ଆକ୍ରମଣ ଯୋଗୁଁ ମନ୍ଦିରରୁ ସ୍ଥାନାନ୍ତରିତ ହୋଇଛନ୍ତି, ସେତେବେଳେ ହିଁ ରଥଯାତ୍ରା ବନ୍ଦ ହୋଇଛି। ଅନ୍ୟ କୌଣସି କାରଣ ଯୋଗୁଁ ରଥଯାତ୍ରା କେବେହେଲେ ବନ୍ଦ ହୋଇନାହିଁ।

ଆଜି କରୋନା ମହାମାରୀ କାରଣରୁ ରଥଯାତ୍ରା ବନ୍ଦ କରିବାର ନିଷ୍ପତ୍ତି ଓଡିଶା ସରକାରଙ୍କ ଅପାରଗତା ଯୋଗୁଁ ହିଁ ସମ୍ଭବ ହୋଇଛି। ଆଇନ ଦୃଷ୍ଟିରୁ ରାଜ୍ୟ ସରକାର ଶ୍ରୀ ମନ୍ଦିର ପରିଚାଳନା ଦାୟିତ୍ଵ ନେଇଛନ୍ତି ଓ ଆଇନଗତ ଭାବରେ ମନ୍ଦିରର ସବୁ ନୀତିକାନ୍ତି ଆୟୋଜନ କରିବା ରାଜ୍ୟ ସରକାରଙ୍କର ଦାୟିତ୍ଵ। କରୋନା ସଂକ୍ରମଣ ଆମର ଜୀବନଯାତ୍ରା ଓ ଧାର୍ମିକ ବିଶ୍ବାସକୁ ମାରି ପାରିବ ନାହିଁ। ପରମ୍ପରା ଓ ଧାର୍ମିକ ବିଧିକୁ  ରକ୍ଷା କରିବା ଲାଗି ସବୁବେଳେ ଅନେକ ବିକଳ୍ପ ଖୋଲା ରହିଛି। ରଥଯାତ୍ରାର ଆୟୋଜନକୁ ବନ୍ଦ କରି କେବଳ ଲୋକଙ୍କର ଭାବାବେଗ ସହିତ ଖେଳା ଯାଉଛି ବୋଲି କହିବା ଏକ ରାଜନୈତିକ ପ୍ରତିକ୍ରିୟା ହୋଇପାରେ। ଆମର ଚିନ୍ତା ଅନ୍ୟତ୍ର। ନାଗରିକ ଓ ଦେଶବାସୀଙ୍କର ଧାର୍ମିକ ବିଶ୍ଵାସ ଏବଂ ପ୍ରଥା ଓ ପରମ୍ପରା ଅନୁପାଳନ କରିବା ଲାଗି ଆମର ସମ୍ବିଧାନ ଯେଉଁ ଅଧିକାର ଦେଇଛି, (ସମ୍ବିଧାନ ଧାରା-25) ତାକୁ କ୍ଷୁଣ୍ଣ କରିବା ଦୁର୍ଭାଗ୍ଯର ବିଷୟ। ଜନସ୍ୱାସ୍ଥ୍ୟର କାରଣ ଦେଖାଇ ଶହ ଶହ ବର୍ଷର ଏକ ପରମ୍ପରାକୁ ବନ୍ଦ କରିବାର ପରିଣତିରେ ଲୋକଙ୍କର ଧାର୍ମିକ ବିଶ୍ଵାସ ଆହତ ହେବ ଓ ଏହାର ପରିଣତି ଯେ କଣ ହେବ ତାର ଆକଳନ କେହି କରି ପାରିବେ ନାହିଁ।

ଜନସ୍ୱାସ୍ଥ୍ୟ ଓ ପରମ୍ପରା ଭିତରେ ଏକ ନିୟନ୍ତ୍ରଣ ରେଖା ତିଆରି କରି ରଥଯାତ୍ରା ଆୟୋଜନ କରିବାର ଇଚ୍ଛାଶକ୍ତି ଓଡିଶା ସରକାରଙ୍କର ନଥିଲା। ଯାହା ଫଳରେ ସୁପ୍ରିମ କୋର୍ଟରେ ଭିଡ ର ଆଳ ଦେଖାଇ ରଥଯାତ୍ରାକୁ ବନ୍ଦ କରାଗଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲୋକ ବିଶ୍ଵାସରେ ଏହି ପଦକ୍ଷେପ ଏକ ଭୟଙ୍କର କ୍ଷତ ସୃଷ୍ଟି କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026
Latest News

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026

ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା: ସମ୍ପୃକ୍ତ ୪ ଯୁବକ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.