Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେଶପ୍ରେମର ପ୍ରମାଣ ଦେବାକୁ ଚଢା ଦରରେ ପେଟ୍ରୋଲ ଓ ଡିଜେଲ କିଣିବାକୁ ପଡିବ!!
ବିଶେଷ ଖବର

ଦେଶପ୍ରେମର ପ୍ରମାଣ ଦେବାକୁ ଚଢା ଦରରେ ପେଟ୍ରୋଲ ଓ ଡିଜେଲ କିଣିବାକୁ ପଡିବ!!

June 21, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
Now, petrol price hiked to Rs 117 per litre by PM Imran Khan government!
Now, petrol price hiked to Rs 117 per litre in Pakistan

କେଦାର ମିଶ୍ର

ଯେତେବେଳେ ଆନ୍ତର୍ଜାତିକ ତୈଳ ବଜାରରେ କଞ୍ଚା ତେଲର ଦର ନେଗେଟିଭ ହୋଇଗଲା ସେତେବେଳେ ଭାରତର ତୈଳ ବଜାର ବନ୍ଦ ଥିଲା। ଲକ ଡାଉନ ଯୋଗୁଁ ତୈଳ ବଜାର ଏକପ୍ରକାର ଭୁଷୁଡି ପଡୁଥିବା ବେଳେ ଭାରତ ସରକାର ଏହାକୁ ଭାରତୀୟ ଜନ ସାଧାରଣଙ୍କ ପିଠିରେ ଏକ କାରୋଡାମାଡ ଭଳି ବ୍ୟବହାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଯେତେବେଳେ  ଆନ୍ତର୍ଜାତିକ ବଜାରରେ ତୈଳ ଦର ସବୁଠୁ କମ ଥିଲା ସେହି ସମୟରେ ହଠାତ ଡିଜେଲ ଓ ପେଟ୍ରୋଲ ଉପରେ ଭାରତ ସରକାର ଅବକାରୀ ଟିକସକୁ ଯଥାକ୍ରମେ ୧୩ ଟଙ୍କା ଓ ୧୦ ଟଙ୍କା ବଢାଇ ଦେଲେ। କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାରମାନେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ବଢାଇବା ଆରମ୍ଭ କଲେ। ଆନ୍ତର୍ଜାତିକ ବଜାରରେ କଞ୍ଚା ତେଲର ମୂଲ୍ୟ ନେଗେଟିଭ ସ୍ତରକୁ ଖସି ଆସିଥିଲେ ମଧ୍ୟ ଏହାର ଲାଭ ସାଧାରଣ ଗ୍ରାହକକୁ ମିଳିଲା ନାହିଁ।

ଯେତେବେଳେ ଆନ୍ତର୍ଜାତିକ ବଜାରରେ କଞ୍ଚାତେଲର ମୂଲ୍ୟ କମୁଛି, ସେତେବେଳେ ବଜାର ମୂଲ୍ୟକୁ ସ୍ଥିର ରଖିବା ଲାଗି ସରକାର ଅବକାରୀ ଟିକସ ବଢାଇ ଦେଉଛନ୍ତି। ହେଲେ ଯଦି ଆନ୍ତର୍ଜାତିକ ବଜାରରେ ମୂଲ୍ୟବୃଦ୍ଧି ଘଟୁଛି, ତାର ମାଡ ତୁରନ୍ତ ଲୋକଙ୍କ ପିଠିରେ ପଡୁଛି। କଞ୍ଚା ତେଲର ମୂଲ୍ୟ କମ ଥିବା ସମୟରେ ଖାଉଟିଙ୍କ ଠାରୁ  ଟିକସ ପଇସା ଡିଲରଙ୍କ ଜରିଆରେ ସରକାରୀ ତହବିଲକୁ ଗଲା । ଆଜି ଯେତେବେଳେ  କଞ୍ଚାତେଲର ଦାମ ସାମାନ୍ୟ ବଢୁଛି , ଏହା ପ୍ରତ୍ୟକ୍ଷ ଭାବରେ ଆମ ପକେଟରୁ ଯାଉଛି। ଗତ ୧୪ ଦିନ ହେଲାଣି ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ବଢୁଛି। ଦୁଇ ସପ୍ତାହରେ ଡିଜେଲ ଲିଟର ପିଛା ୭.୬୨ ଟଙ୍କା  ଓ ପେଟ୍ରୋଲ ଲିଟର ପିଛା ୮.୨୮ଟଙ୍କା ବଢିଛି। ଦୁଇ ସପ୍ତାହ ତଳେ ଓଡିଶାରେ ଉଭୟ ପେଟ୍ରୋଲ ଓ ଡିଜେଲର ଦର ୭୦ ଟଙ୍କା ତଳେ ରହିଥିଲା। ଗତକାଲି ଲଗାତାର ୧୪ ଥର ତୈଳ ଦର ବଢିବା ପରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୭୯.୪୨ ଟଙ୍କା ରେ ମିଳୁଛି।

ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଲକ ଡାଉନ କାରଣରୁ ପେଟ୍ରୋଲ ଓ ଡିଜେଲର ଚାହିଦା ସଂପୂର୍ଣ୍ଣ କମି ଆସିଥିଲା। ତେବେ ଗତ ୧୫ ଦିନରେ କରୋନା ପୂର୍ବବର୍ତ୍ତୀ ସମୟ ତୁଳନାରେ ୮୦-୮୫% ଚାହିଦା ବଢିଛି। ଚାହିଦା ବଢିବା ସହିତ ତୈଳ ବଜାରକୁ ରାଜସ୍ୱ ଆଦାୟର ଏକମାତ୍ର ବାଟ ବୋଲି ଭାରତ ସରକାର ଭାବି ନେଇଛନ୍ତି। ପେଟ୍ରୋଲ ଦର ବୃଦ୍ଧିକୁ ବିରୋଧ କରୁଥିବା କଂଗ୍ରେସକୁ ସମାଲୋଚନା କରି ବିଜେପି ସଭାପତି ଜେ.ପି.ନଡ୍ଡା କହିଛନ୍ତି ଯେ ଦେଶର ବିକାଶ ଲାଗି ପେଟ୍ରୋଲ ଓ ଡିଜେଲର ଦର ବଢିବା ଜରୁରୀ। ବିଜେପିର ଏହା ସବୁଠୁ ସହଜ ତର୍କ। ୟୁପିଏ ସରକାର ଅମଳରେ ଟଙ୍କାଏ ପେଟ୍ରୋଲ ଦର ବଢିଲେ ବିଜେପି ରାଜରାସ୍ତାକୁ ଓହ୍ଳାଇ ଆସୁଥିଲା ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମନ ଇଚ୍ଛା ଶୋଧୁଥିଲା। ଏବେ କିନ୍ତୁ ତର୍କ ବଦଳି ଯାଇଛି। ପେଟ୍ରୋଲ ଏବଂ ଡିଜେଲ ଉପରେ ବଢି ଚାଲିଥିବା ଟିକସକୁ ଦେଶପ୍ରେମୀ କାର୍ୟ ବୋଲି ବିଜେପି ତରଫରୁ ପ୍ରଚାର କରାଯାଉଛି।

ଏଠି ଉଲ୍ଲେଖଯୋଗ୍ୟ ଯେ ସାରା ପୃଥିବୀରେ ସବୁଠୁ ଅଧିକ ତେଲ ଟିକସ ଭାରତ ସରକାର ନେଇଥାନ୍ତି। ଡିଜେଲ ଓ ପେଟ୍ରୋଲର ଖାଉଟି ମୂଲ୍ୟ ଉପରେ ସର୍ବାଧିକ ୬୯% ଟିକସ ସରକାର ଆଦାୟ କରୁଛନ୍ତି।  ଏହା ଏକ ରେକର୍ଡ। ଦିଲ୍ଲୀ ରେ ମିଳୁଥିବା ପେଟ୍ରୋଲ ଓ ଡିଜେଲ ଦର ଆଧାରରେ ଆମେ କହିପାରିବା ଯେ ୭୯.୪୯ ଟଙ୍କାର ଲିଟରେ ପେଟ୍ରୋଲରୁ ସରକାରଙ୍କୁ ଆମେ ୫୯.୪୨ ପଇସା ଟିକସ ଆକାରରେ ଦେଉଛୁ। ସେହିପରି ଡିଜେଲର ୭୯.୩୯ଟଙ୍କାରୁ ୫୮.୯ଟଙ୍କା ଟିକସ ବାବଦକୁ ସରକାର ନେଉଛନ୍ତି। ଏହା ପୃଥିବୀର ସବୁ ଦେଶଠାରୁ ଅଧିକ। ବିଜିନେସ ଟୁଡେ ର ତଥ୍ୟ ଅନୁସାରେ ଇଟାଲୀ ୬୪%, ଜର୍ମାନୀ ଓ ଫ୍ରାନ୍ସ ୬୩%, ଇଂଲାଣ୍ଡ ୬୩%,  ସ୍ପେନ ୫୩%, ଜାପାନ ୪୭%,କାନାଡା ୩୩% ଓ ଆମେରିକା ୧୯% ଟିକସ ଆଦାୟ କରିଥାନ୍ତି। ଭାରତ ସରକାର ପେଟ୍ରୋଲ ଓ ଡିଜେଲକୁ ଟିକସ ଆଦାୟର କାମଧେନୁ  ଭାବରେ ବ୍ୟବହାର କରିବାକୁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି।

କରୋନା ପରବର୍ତ୍ତୀ ଅର୍ଥନୈତିକ ସ୍ଥିତିକୁ ସାମ୍ନା କରିବା ଲାଗି ବର୍ତ୍ତମାନର ସରକାର ପାଖରେ ଦରବୃଦ୍ଧି ହିଁ ଏକମାତ୍ର ଉପାୟ ବୋଲି ଏବେ ଜଣା ପଡୁଛି। ଆଗାମୀ ଦିନରେ ଲୋକେ ନିଜର ଜୀବିକା ହରାଇବା ସହିତ ଦରବୃଦ୍ଧିର ଭୀଷଣ ମାଡ ଖାଇବାକୁ ପ୍ରସ୍ତୁତ ହେବା ବୋଧେ ଜରୁରୀ! ତେବେ ଅର୍ଥନୀତିର ଏହି ଦୁରବସ୍ଥାରେ ଯଦି ଲୋକଙ୍କ ପିଠିରେ କୋରଡା ମାଡ ପଡେ ସେଥିରେ ଅର୍ଥନୈତିକ ସ୍ଥିତି ସୁଧୁରିବ କି? ଏହାର ସିଧା ପ୍ରଭାବ ମୁଦ୍ରାସ୍ଫୀତି ଉପରେ ପଡିବ ଓ ଲୋକଙ୍କ ଭିତରୁ କିଣାବିକା କମିଯିବ। ବରଂ ଦରବୃଦ୍ଧି ଅର୍ଥନୀତିର ସଙ୍କଟକୁ ଅଧିକ ଜଟିଳ କରିବ।

ଲୋକଙ୍କ ପକେଟକୁ କଣା କରି ରାଜକୋଷ ଚଳାଇବାର ଲୋଭୀ ପ୍ରୟାସ କରିବା ବେଳେ ସରକାର ଭଲ ଭାବେ ଜାଣନ୍ତି ଯେ, କରୋନା ସଂକ୍ରମଣ ଯୋଗୁଁ ଏବେ ଲୋକେ ପ୍ରତିବାଦ ମଧ୍ୟ କରିପାରିବେ ନାହିଁ।ତେଣୁ ଦୈନିକ ୫୦ ରୁ ୧୦୦ ପଇସା ଯାଏ ଦର ବୃଦ୍ଧି କରି ରେକର୍ଡ ପରିମାଣର ଦର ଲୋକଙ୍କ ଉପରେ ଲଦା ଯାଇ ସାରିଲାଣି। ତେବେ ଏହାର ପରିଣତିରେ ଆମ ଜନଜୀବନ ଅଧିକ ଦୁର୍ବିସହ ହେବ ବୋଲି ସରକାର ବୁଝୁଛନ୍ତି ତ!!

ଡିଜେଲ ଲକ୍‌ଡାଉନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.