Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୋଭିଡ ପରବର୍ତ୍ତୀ ଓଡିଶା ରାଜନୀତି, ଓଡିଶାରେ ବିରୋଧୀ ଦଳ ରହିବେ ତ!!
ବିଶେଷ ଖବର

କୋଭିଡ ପରବର୍ତ୍ତୀ ଓଡିଶା ରାଜନୀତି, ଓଡିଶାରେ ବିରୋଧୀ ଦଳ ରହିବେ ତ!!

June 27, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ହଠାତ ଓଡିଶାର ରାଜନୈତିକ ବାୟୁମଣ୍ଡଳ କିଛିଟା ଚଳଚଞ୍ଚଳ ଲାଗିଲା। କଂଗ୍ରେସ ଓ ବାମପନ୍ଥୀଙ୍କ ସମେତ ରାଜ୍ୟର ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳ ଏକାଠି ହୋଇ ସରକାର ବିରୋଧରେ ଧାରଣା ଦେଲେ। ମାର୍ଚ୍ଚ ପରଠୁ ଓଡିଶାରେ ଯେଉଁ ରାଜନୈତିକ ଶିଥିଳତା ଲାଗି ରହିଥିଲା, ସେଥିରେ କିଛିଟା ଉଷ୍ମତା ଦେଖାଦେଲା। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟମାନେ ସାମାଜିକ ଦୂରତ୍ଵ ନିୟମ ଭାଙ୍ଗି ଆନ୍ଦୋଳନ କରିଥିବାରୁ ପୁଲିସକୁ ସେଥିଲାଗି ଜରିମାନା ମଧ୍ୟ ଦେଲେ। ଅନ୍ତତଃ ତିନିମାସ ପରେ ରାଜ୍ୟରେ ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ ହେବାର ଏହା ଏକ ଉପକ୍ରମ ବୋଲି କୁହା ଯାଇପାରେ।କରୋନା ମହାମାରୀର ସଂକ୍ରମଣ ରୋକିବା ପାଇଁ ଦେଶରେ ଗତ ମାର୍ଚ୍ଚ ୨୪ ତାରିଖରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଲାଗୁ ହୋଇଛି। ଏହି ଆଇନ ଅନୁସାରେ କୌଣସି ପ୍ରକାର ରାଜନୈତିକ ସମାବେଶ, ସଭା-ସମିତି ଓ ପ୍ରତିବାଦ ସଭା ପାଇଁ ଅନୁମତି ମିଳୁନାହିଁ। ତେବେ ଗୋଟେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ କେତେ ସମୟ ପର୍ଯ୍ୟନ୍ତ ଏ ପ୍ରକାର କଟକଣା ଲାଗୁ ହୋଇ ପାରିବ, ତାହା ଆଜିର ବଡ ପ୍ରଶ୍ନବାଚୀ।

କୋଭିଡ-୧୯ର ମୁକାବିଲା ସହିତ, ସାରା ଦେଶରେ ଏବେ ଆହୁରି ଅନେକ ସଙ୍କଟ ବଢି ଚାଲିଛି। ଗତ ୨୦ ଦିନ  ହେଲାଣି ଦେଶରେ ପ୍ରତି ଦିନ ଡିଜେଲ ଓ ପେଟ୍ରୋଲର ଦର ବଢି ଚାଲିଛି। ଆନ୍ତର୍ଜାତିକ ବଜାରରେ କଞ୍ଚା ତେଲର ଦାମ ଏମିତି ଖାସ ବଢିନାହିଁ। ଆନ୍ତର୍ଜାତିକ ବଜାରରେ କଞ୍ଚା ତେଲେର ବ୍ୟାରେଲ ପିଛା ଦର ପ୍ରାୟ ୪୧ ଡଲାର ଥିବା ବେଳେ ଦେଶରେ ପ୍ରତିଦିନ ଡିଜେଲ ଓ ପେଟ୍ରୋଲ ଦର ବଢିବାର କାରଣ କଣ? ଏ ସମ୍ପର୍କରେ ରାଜନୈତିକ ପ୍ରତିବାଦ ନ ହେଲେ ଯଥାଶୀଘ୍ର ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିବ। ପୂର୍ବରୁ ଡିଜେଲ ଓ ପେଟ୍ରୋଲ ଦର ବଢିଲେ ଓଡିଶାରେ ବିଜେଡି ତୁରନ୍ତ ପ୍ରତିବାଦ କରୁଥିଲା। ଗତ ୨୦ ଦିନ ଧରି ତୈଳ ଦର ଅହେତୁକ ବଢି ଚାଲିଥିଲେ ମଧ୍ୟ ବିଜେଡି ଏ ସମ୍ପର୍କରେ ଚୁପ ହୋଇ ବସିଛି।

କେନ୍ଦ୍ର ସରକାର ବିରୋଧରେ ଆଦୌ ପାଟି ନ ଫିଟାଇବାକୁ ଏବେ ବିଜେଡି ଅଘୋଷିତ ନିଷ୍ପତ୍ତି ନେଇଛି। ଚୀନ-ଭାରତ ସୀମାନ୍ତ ସଙ୍କଟ ଠୁ ଆରମ୍ଭ କରି କୋଇଲା କ୍ଷେତ୍ରରେ ୧୦୦% ଘରୋଇ ପୁଞ୍ଜିନିବେଶ ନିଷ୍ପତ୍ତି ଇତ୍ୟାଦି ସବୁ କ୍ଷେତ୍ରରେ ବିଜେଡି ସହିତ ବିଜେପିର ଭଲ ବୁଝାମଣା ହୋଇଛି। ବିଜେପିର ସ୍ଥାନୀୟ ନେତୃତ୍ଵ କେବେ କେମିତି ରାଜ୍ୟ ସରକାରଙ୍କୁ କିଛିଟା ସମାଲୋଚନା କରୁଥିବା ବେଳେ, କେନ୍ଦ୍ରୀୟ ନେତୃତ୍ଵ ଏ ପ୍ରସଙ୍ଗରେ ପୂରା ଚୁପ। କିଛିଦିନ ତଳେ ଗୃହମନ୍ତ୍ରୀ ଅମିତ ଶାହ ଯେଉଁ ଭର୍ଚ୍ଯୁଆଲ ରାଲି କାଲେ, ସେଥିରେ ସେ ଓଡିଶା ସରକାର ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଶବ୍ଦଟିଏ ମଧ୍ୟ ଉଚ୍ଚାରଣ କରି ନଥିଲେ। ଏଥିରୁ ଗୋଟେ କଥା ସ୍ପଷ୍ଟ ଯେ, ଅଘୋଷିତ ଭାବରେ ଓଡିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି। କେନ୍ଦ୍ର ଅବହେଳା ବା କେନ୍ଦ୍ରର ଜନବିରୋଧୀ ନୀତି ଏବେ ଆଉ ବିଜେପି ପାଇଁ ପ୍ରସଙ୍ଗ ନୁହେଁ। ବିଜେପିକୁ ସ୍ଥାନୀୟ ସ୍ତରରେ ସମାଲୋଚନା କଲାବେଳେ ନରମ ଆଚରଣ ପ୍ରଦର୍ଶନ କରିବାକୁ ବିଜେଡି ମୁଖପାତ୍ରମାନଙ୍କୁ ଏବେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

ଅପରପକ୍ଷରେ ବିଜେପି ରାଜ୍ୟଶାଖା ତରଫରୁ କେବଳ ନାମକୁ ମାତ୍ର ବିଜେଡି ବିରୋଧି ଅଭିଯାନ ଚାଲିଛି। ଏ ଅଭିଯାନ କେବଳ ସୋସିଆଲ ମିଡିଆରେ ହିଁ ସୀମିତ। ବିଜେପିର ଜଣେ ଦିଜଣ କୁହାଳିଆ ମୁଖପାତ୍ର କେବଳ କାମଚଳା ବିରୋଧ ଜାରି ରଖିଛନ୍ତି। ହେଲେ ସେ ବିରୋଧ ପଛରେ ନା ବିଜେପିର ଆନ୍ତରିକତା ରହିଛି, ନା ଅଛି କେନ୍ଦ୍ରୀୟ ନେତାଙ୍କର ଆଶୀର୍ବାଦ। କେବଳ ବିରୋଧୀ ଭାବରେ ନିଜର ଅସ୍ତିତ୍ଵ ବଞ୍ଚାଇ ରଖିବାକୁ କିଛିଟା ପ୍ରତିବାଦ କରିବାକୁ ପଡିବ, ତେଣୁ ଟୁଇଟର ଓ ଫେସବୁକରେ ପ୍ରତିବାଦକୁ ବିଜେପି ସୀମିତ ରଖିଛି।

ରାଜ୍ୟର ଶାସକ ଓ ମୁଖ୍ୟ ବିରୋଧୀ ଦଳ ଯେତେବେଳେ ପରସ୍ପରର ସହଯୋଗୀ ପାଲଟି ଯାଆନ୍ତି, ସେଠି ରାଜନୀତି ଏକବାଗିଆ ହେବାକୁ ବାଧ୍ୟ। ଏ ପ୍ରକାର ଏକବାଗିଆ ରାଜନୀତିକୁ ଲଗାମ ଦେବାରେ କଂଗ୍ରେସର ଭୂମିକା ଏ ସମୟରେ ଗୁରୁତ୍ୱପୂର୍ଣ୍ଣ। କଂଗ୍ରେସ ତରଫରୁ ଗତ ମାସ ସାରା କିଛିଟା ଗୁରୁତର ଅଭିଯୋଗ ସରକାର ବିରୋଧରେ ଅଣା ଯାଇଛି। ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ଲାଗି, କଂଗ୍ରେସ ଉଦ୍ୟମ କରିଛି। କେନ୍ଦ୍ରରେ ଚୀନ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ନିରନ୍ତର ପ୍ରଶ୍ନ ପଚାରି ରାହୁଲ ଗାନ୍ଧୀ ସରକାରୀ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବାରୁ ଏବେ ବିଜେପି ତରଫରୁ କଂଗ୍ରେସ ଉପରେ ପ୍ରତି ଆକ୍ରମଣ ଆରମ୍ଭ ହୋଇଛି। ସେହି ପୃଷ୍ଠଭୂମିରେ ଓଡିଶା କଂଗ୍ରେସ ନିଜକୁ ସଜାଡି ପାରିବ କି?

ଓଡିଶା କଂଗ୍ରେସ ଲାଗି ସବୁଠୁ ବଡ ସମସ୍ଯା ହେଉଛି, ଏହା ଗୋଷ୍ଠୀ ବିବାଦରୁ କେବେହେଲେ ମୁକ୍ତ ରହି ପାରୁନାହିଁ। ଐକ୍ୟବଦ୍ଧ ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଲଢିବା ଲାଗି କଂଗ୍ରେସର ଇଚ୍ଛାଶକ୍ତି ଦୃଢ ହୋଇ ପାରୁନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିବା ଲାଗି ଏବେ ବହୁ ପ୍ରସଙ୍ଗ ରହିଛି। କୋଭିଡ-୧୯ ସଂକ୍ରମଣର ବ୍ୟାପକତା ରୋକିବାରେ ସରକାରୀ ବିଫଳତା ସହିତ ଓଡିଶାରେ ବିଜେଡି-ବିଜେପି ଭାଇ ଭାଗକୁ ଏକ ଭଲ ରାଜନୈତିକ ପ୍ରସଙ୍ଗ କରାଯାଇପାରିବ।

ହେଲେ କଂଗ୍ରେସ ନେତୃତ୍ଵ ସେଥିଲାଗି ପ୍ରସ୍ତୁତ ଥିବା ଭଳି ଲାଗୁନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026
Latest News

ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା

March 19, 2026

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.