Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲୋକଙ୍କୁ ହତ୍ୟା କରିବାର ଲାଇସେନ୍ସ ପୋଲିସ ହାତକୁ ଚାଲିଗଲା ପରେ ଆମେ କେତେ ଦୂର ନାଗରିକ ଭାବରେ ସୁରକ୍ଷିତ??
ବିଶେଷ ଖବର

ଲୋକଙ୍କୁ ହତ୍ୟା କରିବାର ଲାଇସେନ୍ସ ପୋଲିସ ହାତକୁ ଚାଲିଗଲା ପରେ ଆମେ କେତେ ଦୂର ନାଗରିକ ଭାବରେ ସୁରକ୍ଷିତ??

June 28, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର  

କିଛଦିନ ତଳେ ଯେତେବେଳେ ଆମେରିକାର ମିନିଆପୋଲିସରେ ଜଣେ କୃଷ୍ଣାଙ୍ଗ ଯୁବକ ଜର୍ଜ ଫ୍ଲଏଡଙ୍କୁ ସେଠାକାର ପୋଲିସ ତଣ୍ଟି ଚିପି ନିର୍ମମ ଭାବରେ ହତ୍ୟା କଳା, ତାର ପ୍ରତିବାଦରେ ପୂରା ଆମେରିକାର ଜନ ସାଧାରଣ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସରକାରୀ ନିବାସ ହ୍ଵାଇଟ ହାଉସ ଆଗରେ ଲୋକଙ୍କର ବିକ୍ଷୋଭ ଏତେ ପ୍ରବଳ ହେଲା ଯେ ରାଷ୍ଟ୍ରପତିଙ୍କୁ ଲୋକଭୟରୁ ବର୍ତ୍ତିବାକୁ ବଙ୍କର ଭିତରେ ଲୁଚିବାକୁ ପଡିଲା। ଆଜି ମଧ୍ୟ “କଳାଲୋକଙ୍କର ଜୀବନ ମୂଲ୍ଯବାନ” ବା ବ୍ଲାକ ଲାଇଫ ମେଟର୍ସ ନାମରେ ସାରା ପୃଥିବୀରେ ଆନ୍ଦୋଳନ ଚାଲିଛି। ସେମିତି ସମୟରେ ଆମ ଦେଶରେ ମଧ୍ୟ ସମାନ ଘଟନା ଘଟୁଛି। ଚଳିତ ସପ୍ତାହରେ ତାମିଲନାଡ଼ୁର ତୁଥୁକୁଡି ସହରରେ ଜୟରାଜ ଏବଂ ବେନିକ୍ସ ନାମକ ବାପା-ପୁଅ ଦୁଇ ଜଣଙ୍କୁ ସେଠାକାର ପୋଲିସ ପିଟି ପିଟି ମାରି ଦେଇଥିବାର ଅଭିଯୋଗ ହୋଇଛି। ଏହି ବାପା-ପୁଅଙ୍କର ଏକମାତ୍ର ଭୁଲ ଥିଲା ସେମାନେ କୋଭିଡ-୧୯ ପାଇଁ ଜାରି କରା ଯାଇଥିବା ରାତ୍ରି କାଳୀନ କର୍ଫ୍ଯୁ ଆରମ୍ଭ ହେବା ପରେ ମଧ୍ୟ ନିଜର ମୋବାଇଲ ଦୋକାନ ବନ୍ଦ କରିନଥିଲେ।

ଗତ ଜୁନ ୧୮ ତାରିଖ ସନ୍ଧ୍ୟାରେ ତୁଥୁକୁଡି ସହରର ଏକ ମୋବାଇଲ ଦୋକାନରୁ ଜୟରାଜ ନାମକ ଜଣେ ୫୮ ବର୍ଷ ବୟସ୍କ ଲୋକଙ୍କୁ ସ୍ଥାନୀୟ ପୋଲିସ ରାତ୍ରୀ କାଳୀନ କର୍ଫ୍ଯୁ ନିୟମ ଭାଙ୍ଗିଥିବାରୁ ଉଠାଇ ନେଇଥିଲା। ଥାନାରେ ତାଙ୍କୁ ଶାରୀରିକ ନିର୍ୟାତନା ଦିଆ ଯାଉଥିବାର ଖବର ପାଇବା ପରେ ତାଙ୍କ ପୁଅ ବେନିକ୍ସ ଓ ତାଙ୍କର କିଛି ବନ୍ଧୁ ଥାନାରେ ପହଞ୍ଚିଥିଲେ। ସେଠାରେ ପୁଅ ବେନିକ୍ସଙ୍କୁ ମଧ୍ୟ ପୋଲିସ ଗିରଫ କରି ତାଙ୍କୁ ପ୍ରବଳ ମାଡ ମାରିଥିଲା। ଏହି ଘଟଣା ପରେ ବାପା-ପୁଅଙ୍କ ନାମରେ ପୋଲିସ ଉପରେ ଆକ୍ରମଣ ଅଭିଯୋଗର ଏତଲା କରି ପୋଲିସ ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ ମାଜିଷ୍ଟ୍ରେଟ ଙ୍କ ପାଖକୁ ନେଇଥିଲା। ସେତେବେଳେ ଏ ଉଭୟଙ୍କ ଦେହରୁ ପ୍ରବଳ ରକ୍ତ ଝରୁଥିବା ସତ୍ତ୍ୱେ ମାଜିଷ୍ଟ୍ରେଟ ସେମାନଙ୍କୁ ପୋଲିସ ରିମାଣ୍ଡରେ ନେବାକୁ ଆଦେଶ ଦେଇଥିଲେ। ତାର ଅଳ୍ପ କେଇ ଘଣ୍ଟା ପରେ ସେମାନେ ମୃତ୍ୟୁ ବରଣ କରିଥିଲେ।

ପୋଲିସ ହେପାଜତରେ ଥାଇ ମୃତ୍ୟୁ ବରଣ କରିଥିବା ଏହି ବାପା-ପୁଅଙ୍କ ଏକମାତ୍ର ଦୋଷ ଥିଲା, ସେମାନେ ଭାରତୀୟ ପିଙ୍ଗଳ କୋଡର ଧାରା ୧୮୮(କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କ ଆଦେଶର ଅବମାନନା) ଏବଂ ଧାରା ୩୫୩(ବଳପୂର୍ବକ ସରକାରୀ କର୍ମଚାରୀଙ୍କୁ କର୍ମଚାରୀଙ୍କୁ ଦାୟିତ୍ଵ ନିର୍ବାହରେ ବାଧାଦେବା)ର ଉଲ୍ଲଂଘନ କରିଥିଲେ। ଏଥିଲାଗି ଉଭୟଙ୍କୁ ପିଟି ପିଟି ମାରି ଦିଆଗଲା। ଆମେରିକାରେ ଘଟିଥିବା ଜର୍ଜ ଫ୍ଲଏଡ ଘଟଣାଠୁ ଏହା ବିଶେଷ ଅଲଗା ନୁହେଁ। ଏହାକୁ ନେଇ ତାମିଲନାଡୁରେ ଅବଶ୍ୟ ପ୍ରବଳ ପ୍ରତିବାଦ ଆରମ୍ଭ ହୋଇଛି। ଘଟଣା ସମ୍ପର୍କରେ ତାମିଲନାଡୁ ହାଇ କୋର୍ଟର ମଦୁରାଇ ବେଞ୍ଚ ନିଜ ତରଫରୁ ମାମଲା କରି ଏ ସମ୍ପର୍କରେ ତଥ୍ୟ ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ, ଏ ଘଟଣାରେ ଆମେ ଭାରତୀୟମାନେ ବାସ୍ତବରେ ଚିନ୍ତିତ ବା ବ୍ୟଥିତ କି? ପୋଲିସ ର ମାତ୍ରାଧିକ ବଳ ପ୍ରୟୋଗ ଏବଂ ପୋଲିସ ହେପାଜତ ରେ ଘଟୁଥିବା ନିର୍ୟାତନା ପ୍ରସଙ୍ଗକୁ ନେଇ ଆମେମାନେ ଗୋଟେ ପ୍ରକାର କାମଚଳା ଆଚରଣ ପ୍ରଦର୍ଶନ କରିଥାଉ। ଯାହାକୁ ମାଡ ପଡିଛି ବା ଯିଏ ମରିଛି, ତା କଥା ସେ ବୁଝୁ ବୋଲି ଏକ ଧାରଣା ଆମ ମନରେ ରହି ଆସିଛି। ଯାହା ଫଳରେ ଆଇନର ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ମଧ୍ୟ ପୋଲିସ ଅତ୍ୟାଚାର ବଢୁଛି ଓ ନିରୀହ ଲୋକଙ୍କର ଜୀବନ ନେବାକୁ ପୋଲିସ ଦୁଃସାହସ କରିପାରୁଛି।

ତାମିଲନାଡୁ ଘଟଣା ଏକ ଉଦାହରଣ ମାତ୍ର। ସାରା ଦେଶରେ ଲକ ଡାଉନ ଆରମ୍ଭ ହେବା ପରେ ପୋଲିସର ମାତ୍ରାଧିକ ବଳ ପ୍ରୟୋଗ ଏବଂ ନିର୍ୟାତନାର ଅନେକ ଖବରକୁ ଆମେ ଅଣଦେଖା କରିଛୁ। ମାର୍ଚ୍ଚ ୨୫ ତାରିଖ ପରେ ଯେଉଁ ସାଧାରଣ ଲୋକେ ରାସ୍ତାରେ ଚାଲି ଚାଲି ଯାଉଥିଲେ ସେମାନଙ୍କ ଉପରେ ପୋଲିସର ଲାଠି ମାଡ ଆମେ ଦେଖିଛୁ। ସରକାରୀ ଲକ ଡାଉନକୁ ସଫଳ କରାଇବାର ସଂକଳ୍ପ ନେଇଥିବା ଆମର ଗଣମାଧ୍ୟମ ଏ ପ୍ରକାର ପୋଲିସ ଅତ୍ୟାଚାରକୁ ଯଥାର୍ଥ ବୋଲି ଚିତ୍ରଣ କରିଥିଲା। ଗୋଟେ ଟେଲିଭିଜନ ଆଲୋଚନାରେ ଓଡିଶାର ଜଣେ ସାମ୍ବାଦିକ କହିଲେ- ପୋଲିସ ଲୋକଙ୍କୁ ଆହୁରି ମାଡ ଦେବା ଦରକାର। ଆଉ ଜଣେ ସାମ୍ବାଦିକ ତାଙ୍କ ଫେସବୁକ ରେ ଲେଖିଲେ- ଅମାନିଆଁ ସବୁ ମାଡ ଖାଆନ୍ତୁ, ଆମେ କିଛି କହିବୁ ନାହିଁ।

ଏ ପ୍ରକାର ଅମାନବୀୟ ଆଚରଣ ଓ ଆଇନ ବିରୋଧୀ ମନୋଭାବ ପୋଲିସକୁ ଅଧିକ ଦୁର୍ଦ୍ଦର୍ଷ ହେବାର ସାହସ ଦେଇଛି। କିଛି ବି କରିପାରିବାର ଅଧିକାର ପୋଲିସ ପାଖରେ ରହିଛି ବୋଲି ଆମ ଲୋକଙ୍କ ମନରେ ଏବେ ଧାରଣା ତିଆରି ହୋଇ ଗଲାଣି। କୋଭିଡ-୧୯ ର ମୁକାବିଲା ଆଳରେ ଏକ ପୋଲିସ ରାଷ୍ଟ୍ରର ଚେହେରା ଆମେ ଏବେ ପ୍ରତିଦିନ ଅନୁଭବ କରୁଛୁ। ଦୁଇ ମାସ ହେଲାଣି ସନ୍ଧ୍ଯା ୭ ଟା ପରେ ସବୁକିଛି ବନ୍ଦ କରିବାକୁ ଲୋକେ ବାଧ୍ୟ। ଏହା ପଛରେ କି କାରଣ ରହିଛି, ତାହାର ଉତ୍ତର କେହି ଦେବାକୁ ନାରାଜ। ସନ୍ଧ୍ଯା ୭ ରୁ ସକଳ ୭ ଯାଏ ସବୁକିଛି ବନ୍ଦ ହେଲେ ସଂକ୍ରମଣ ରୋକିବାର ସେମିତି କିଛି ନିର୍ଦ୍ଦିଷ୍ଟ ସ୍ପଷ୍ଟତା ଅଛି କି? ନା ଏହା ଭାରତ ସରକାରଙ୍କ ପୋଲିସ ରାଷ୍ଟ୍ର ନିର୍ମାଣ ପାଇଁ ଏକ ପରୀକ୍ଷାମୂଳକ ପଦକ୍ଷେପ?

ତାମିଲନାଡୁରେ ଏବେ ଯାହା ଘଟିଛି, ତାହାର ଛୋଟିଆ ଉଦାହରଣ ଊଣା ଅଧିକ ସବୁ ରାଜ୍ୟରେ ଆମେ ଦେଖୁଛୁ। ହେଲେ, ଆଜିର ତାରିଖରେ ଏପ୍ରକାର ଅଗଣତାନ୍ତ୍ରିକ ଅତ୍ୟାଚାରରୁ ମୁକ୍ତି ପାଇବା ଲାଗି ଆମ ପାଖରେ କିଛି ବାଟ ସତରେ ଅଛି କି?

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ନାବାଳିକା ଦୁଷ୍କର୍ମ ଘଟଣା ନେଇ ରାଜନୀତି, ନବୀନଙ୍କୁ କାଉଣ୍ଟର କଲେ ପ୍ରଭାତି

December 16, 2025

ଓଡ଼ିଶା ଫର୍ମାସ୍ୟୁଟିକାଲ ଏବଂ ମେଡିକାଲ ଡ଼ିଭାଇସ ନୀତି ୨୦୨୫ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

December 16, 2025

ଲୋକସଭାରେ ‘ବିକଶିତ ଭାରତ – ଜି ରାମ ଜି’ ବିଲ୍, 2025 ଉପସ୍ଥାପନ କଲେ ଶିବରାଜ ସିଂହ

December 16, 2025

ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପାଇଁ ବଡ଼ ଆଶ୍ୱସ୍ତି!: ଇଡିର ଚାର୍ଜସିଟ୍ ଶୁଣିବାକୁ ମନା କଲେ କୋର୍ଟ

December 16, 2025
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025

ଗୁଗୁଲର ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ କେନ୍ଦ୍ରମନ୍ତ୍ରୀ

December 16, 2025

ପୂର୍ବତଟ ରେଳପଥ ଦ୍ୱାରା ପ୍ରମୁଖ ପାର୍ସଲ୍ ଗ୍ରାହକମାନଙ୍କ ସହ ବ୍ୟବସାୟିକ ସୁଗମତା ବୈଠକ

December 16, 2025

ଡିସେମ୍ବର ୧୮ ରେ ସୋଆରେ ଓଡ଼ିଶା ଏଆଇ ସମ୍ମିଳନୀ

December 16, 2025

‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ – ୨୦୨୫’ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ

December 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.