Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅନଲକ୍‌ 2କୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଘୋଷଣା : ରାତ୍ରିକାଳୀନ କର୍ଫ୍ୟୁକୁ କୋହଳ କଲେ ରାଜ୍ୟ ସରକାର
ବିଶେଷ ଖବର

ଅନଲକ୍‌ 2କୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଘୋଷଣା : ରାତ୍ରିକାଳୀନ କର୍ଫ୍ୟୁକୁ କୋହଳ କଲେ ରାଜ୍ୟ ସରକାର

June 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କରୋନା ଅପଡେଟ୍‌ ନେଇ ମୁଖ୍ୟ ଶାସନ ସଚିବ ପ୍ରେସ ମିଟ୍‌ କରିଛନ୍ତି। ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। କରୋନା ମୁକାବିଲା ସହ ଅର୍ଥନୀତିକୁ ସମ୍ଭାଳିବାକୁ ପଡିବ। ସାଢେ ତିନି ମାସ ହେଲାଣି ଆମେ ଅଦୃଶ୍ୟ ଶତ୍ରୁ ସହ ଲଢେଇ ଚାଲିଛି। ସ୍ବାସ୍ଥ୍ୟ ସହ ଅର୍ଥନୀତିକୁ ପରିଚାଳନା କରିବା ଆମ ପାଇଁ ଜରୁରୀ ହୋଇପଡିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

ଜୁଲାଇ ମାସ ପାଇଁ ନୂତନ ରଣନୀତି ପ୍ରସ୍ତୁତ ହୋଇଛି। ଗ୍ରାମାଞ୍ଚଳରେ କୋଭିଡ୍‌ ମ୍ୟାନେଜମେଣ୍ଟ କମିଟି ଗଠନ ହେବ। ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ ହେବ। ସରପଞ୍ଚମାନେ ଏହାର ଦାୟିତ୍ବ ନେବେ।

ସେହିପରି ଘରୋଇ ହସ୍ପିଟାଲ ପାଇଁ ଏସ୍‌ଓପି ଜାରି ହୋଇଛି। ସେହିପରି ମାସ୍କ ନ ପିନ୍ଧିଲେ କିମ୍ବା ସାମାଜିକ ଦୂରତ୍ବା ନ ମାନିଲେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରାଯିବ।

ରାତ୍ରୀକାଳୀନ କର୍ଫ୍ୟୁକୁ ମଧ୍ୟ କୋହଳ କରାଯାଇଛି। ରାତ୍ରି 9 ଟାରୁ ସକାଳ 5ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ପୂର୍ବରୁ ସନ୍ଧ୍ୟା 7ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ରହିଥିଲା। ମାତ୍ର ଏହି ସମୟରେ ଜରୁରୀକାଳୀନ ସେବା କଟକଣାମୁକ୍ତ ରହିବେ।

ସେହିପରି ସର୍ବସାଧାରଣ ଛେପ ପକାଇଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇ ଜରିମାାନ ଆଦାୟ କରାଯିବ। ମାସ୍କ ଓ ସାମାଜିକ ଦୂରତ୍ବ ନିୟମ କଡାକଡି ପାଳନ କରାଯିବ। ସେହିପରି ଅନ୍ୟ ପାର୍ଲର, ସେଲୁନ ଓ ଦୋକାନରେ ମଧ୍ୟ ଏହାକୁ ଅଧିକ କଡାକଡି କରାଯିବ। ଜୁଲାଇ ମାସରେ ଏହି ଧରପଗଡକୁ ଅଧିକ କଡାକଡି କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସିନେମା, ଥିଏଟର, ଜିମ୍ନାସିୟମ୍‌ ଆଦି ପୂର୍ବ ଭଳି ବନ୍ଦ ରହିବ। ଧାର୍ମିକ ଅନୁଷ୍ଠାନ ଖୋଲାଯିବ ନାହିଁ। ସ୍କୁଲ କଲେଜ ଓ ଶିକ୍ଷାନୁଷ୍ଠାନ ଅଗଷ୍ଟ 31 ଯାଏ ବନ୍ଦ ରହିବ ବୋଲି ସୂଚନା ରହିଛି। ତେବେ ସପିଂ ମଲ୍‌ଗୁଡିକ ସ୍ଥାନୀୟ ପ୍ରଶାସନର ଅନୁମତିରେ ଖୋଲିପାରିବେ ବୋଲି ସୂଚନା ରହିଛି। ରେଷ୍ଟୁରାଣ୍ଟ ଖୋଲା ରହିବ, ପାର୍ସଲ ସୁବିଧା ରହିବ ବୋଲି ସୂଚନା ରହିଛି।

50ରୁ ଅଧିକ ମାମଲା ଥିବା ଜିଲ୍ଲାଗୁଡିକୁ ଜୋନ୍‌1 କରାଯାଇଛି। ରାଜ୍ୟର 10ଟି ଜିଲ୍ଲା ଏବେ ଜୋନ୍‌1ରେ ରହିଛନ୍ତି। ପୂର୍ବରୁ 11ଟି ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଜାରି ରହିଛନ୍ତି। ଭଦ୍ରକ ଜିଲ୍ଲାକୁ ଛାଡି ଅନ୍ୟ ଜିଲ୍ଲା ଜୋନ୍‌-1ରେ ରହିଛନ୍ତି ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛନ୍ତି – ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କେଉଁଝର, ଝାରସୁୁଗୁଡା, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାଗୁଡିକରେ କରୋନା ମାମଲା ଅଧିକ ଥିବାରୁ ଏହାକୁ ଜୋନ୍‌1 କରାଯାଇଛି। ଏହି ଜୋନ୍‌ରେ ପୂର୍ବ ଭଳି ସପ୍ତାହନ୍ତ ସଟ୍‌ଡାଉନ୍‌ ଜାରି ରହିବ। ତେବେ ଏହି ସମୟରେ ଏହି ଜୋନ୍‌ରେ ସବୁ ଜରୁରୀକାଳୀନ ସେବାର କର୍ମଚାରୀ ମାନେ କଟକଣା ମୁକ୍ତ ରହିବେ। ସେହିପରି ଶିଳ୍ପ କାରଖାନାରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ କଟକଣା ମୁକ୍ତ ରହିବେ। ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ ଓ ପେଟ୍ରୋଲ ପମ୍ପ କର୍ମଚାରୀ ମଧ୍ୟ କଟକଣାମୁକ୍ତ ରହିବେ। ଏହି ସମୟରେ ନ୍ୟୁଜ୍‌ ହକର୍‌ ମାନେ ସକାଳ 5ଟାରୁ 8 ମଧ୍ୟରେ କାର୍ଯ୍ୟ କରିପାରିବେ।

ଉପରୋକ୍ତ 10ଟି ଜିଲ୍ଲାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲା କୁ ଜୋନ୍‌-2ରେ ରଖାଯାଇଛି। ଏଠାରେ କେବଳ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଏଠାରେ ସ୍ଥାନୀୟ ପ୍ରଶାସନ ସ୍ଥିତି ଦେଖି କଟକଣା ଲାଗୁ କରିପାରିବେ ବୋଲି ସୂଚନା ରହିଛି।

ସେହିପରି କ୍ବାରେଣ୍ଟାଇନ୍‌ ଅବଧିକୁ ସ୍ଥାନୀୟ ପ୍ରଶାସନ ସ୍ଥିତି ଦେଖି ବଢାଇ ପାରିବେ।

ସେହିପରି  ବେସରକାରୀ କାର୍ଯ୍ୟାଳୟରେ କଟକଣା ଉଲ୍ଲଂଘନ ହେଲେ କାର୍ଯ୍ୟାଳୟର ମୁଖ୍ୟମାନେ ଦାୟୀ ରହିବେ ବୋଲି ସୂଚନା ରହିଛି।

ହଟସ୍ପଟରୁ ରେଳ ଓ ବିମାନ ଯାତ୍ରା କମ୍‌ କରିବା ପାଇଁ ସେଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

 

Share. Facebook Twitter LinkedIn Email WhatsApp Copy Link

Related Posts

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.