Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୋଭିଡ-୧୯ ମୁକାବିଲା କଲାବେଳେ ଆମେ ଆମେରିକା ରାସ୍ତାରେ ବାଟ ଚାଲିବା ଆରମ୍ଭ କରିଛୁ କି?
ବିଶେଷ ଖବର

କୋଭିଡ-୧୯ ମୁକାବିଲା କଲାବେଳେ ଆମେ ଆମେରିକା ରାସ୍ତାରେ ବାଟ ଚାଲିବା ଆରମ୍ଭ କରିଛୁ କି?

July 2, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କରୋନା ଭୂତାଣୁର ଯେତେବେଳେ ନାମକରଣ ବି ହୋଇ ନଥିଲା ଓ ଏହା ଚୀନର ହୁୱେଇ ପ୍ରଦେଶରେ ସୀମିତ ରହିଥିଲା, ସେହି ସମୟରୁ ଏହି ଭୂତାଣୁକୁ ନେଇ ଆମେରିକାରେ ରାଜନୀତି ଆରମ୍ଭ ହୋଇ ସାରିଥିଲା। ଜାନୁଆରୀ-ଫେବୃଆରୀ ମାସରେ ଆମେରିକା ପାଇଁ କରୋନା ଥିଲା ଚୀନକୁ ବୁଡେଇ ଦେଉଥିବା ଏକ ଭୂତାଣୁ। ଚୀନର କର୍ପୋରେଟ ରାଜଧାନୀ ଭାବେ ପରିଚିତ ୱୁହାନ ସହର ଯେତେବେଳେ ଭୁତ ସହର ପାଲଟି ଗଲା ସେତେବେଳେ ତାକୁ ଦେଖି ଆମେରିକା ବେଶ ଆନନ୍ଦ ଅନୁଭବ କରୁଥିଲା। ଚୀନ ପରେ ଇରାନରେ ମଧ୍ୟ କରୋନା ସଂକ୍ରମଣ ଆରମ୍ଭ ହେଲା। ସେତେବେଳେ ଆମେରିକା ଓ ଇରାନ ମଧ୍ୟରେ ସମ୍ପର୍କ ଅତି ତିକ୍ତ ଅବସ୍ଥାରେ ପହଞ୍ଚି ସାରିଥିଲା। ଇରାନର ଜଣେ ପ୍ରଭାବଶାଳୀ ସେନାପତିଙ୍କୁ ଆମେରିକା ହତ୍ୟା କରିବାର ପରିଣତି ସ୍ୱରୂପ ପୂରା ଇରାନରେ ଆମେରିକା ବିରୋଧୀ ବାତାବରଣ ତିଆରି ହୋଇଥିଲା। ଏହି ସମୟରେ କରୋନା ଦ୍ଵାରା ସର୍ବାଧିକ ଆକ୍ରାନ୍ତ ଚୀନ ଓ ଇରାନ ପ୍ରତି ବହୁତ କମ ସମବେଦନା ଦେଖିବାକୁ ମିଳିଥିଲା। ଜାନୁଆରୀ-ଫେବୃଆରୀ ମାସରେ କରୋନା ମୁଖ୍ଯତଃ ତିନୋଟି ଦେଶେରେ ନିଜର କାୟା ବିସ୍ତାର କରୁଥିଲା-ଚୀନ, ଇରାନ ଓ ଦକ୍ଷିଣ କୋରିଆ। ହେଲେ ମାର୍ଚ୍ଚ ମାସ ବେଳକୁ ଏହି ମହାମାରୀର ଭୌଗୋଳିକ ବିସ୍ତାର ପୂରା ବଦଳି ଯାଇଥିଲା। ୟୁରୋପ ଏବଂ ଆମେରିକା ମାର୍ଚ୍ଚ-ଏପ୍ରିଲ ବେଳକୁ କରୋନା ଭୂତାଣୁର କବଳରେ ପଡି ସାରିଥିଲେ।

ଆଜିର ତାରିଖରେ ସ୍ଥିତି ପୂରା ଓଲଟା ହୋଇ ଯାଇଛି। ଏକଦା ଚୀନ, ଇରାନ ଓ ଦକ୍ଷିଣ କୋରିଆ ପ୍ରଥମ ତିନୋଟି ସ୍ଥାନରେ ଥିବା ବେଳେ ଏବେ ପ୍ରଥମ ତିନୋଟି ସ୍ଥାନରେ ଆମେରିକା, ବ୍ରାଜିଲ ଓ ଋଷିଆ ରହିଛନ୍ତି। ଭାରତରେ ବଢି ଚାଲିଥିବା ସଂକ୍ରମଣ ହାରକୁ ଦେଖିଲେ, ଆସନ୍ତା ସପ୍ତାହରେ ଭାରତ ଋଷିଆକୁ ଟପି ତୃତୀୟ ସ୍ଥାନକୁ ଆସିବ। ଆମେରିକାରେ କୋଭିଡ-୧୯ ସଂକ୍ରମଣ ଆରମ୍ଭରୁ ଏହାକୁ ଏକ ସ୍ୱାସ୍ଥ୍ୟ ସମସ୍ଯା ବା ସଙ୍କଟ ଭାବରେ ନ ଦେଖି, ଏହା ପଛରେ ରାଜନୈତିକ ଷଡଯନ୍ତ୍ର ର କାହାଣୀ ବେଶୀ ଖୋଜାଗଲା। ଏହାକୁ ମାନବୀୟ ସଙ୍କଟ ବୋଲି ନଭାବି ଏଥିରେ ରାଜନୈତିକ ଖେଳ ଖେଳିବାର ଏକ ଉଦ୍ଦେଶ୍ୟ ଆମେରିକାକୁ ମହଙ୍ଗା ପଡିଛି। ୟୁରୋପୀୟ ଦେଶ ଗୁଡିକ ନିଜର ରାଜନୈତିକ ପରିପକ୍ଵତା ପ୍ରଦର୍ଶନ କରି ଏହାର ସମାଧାନ କରିବାରେ ସଫଳ ହୋଇଛନ୍ତି।ଇଟାଲୀ, ଜର୍ମାନୀ, ସ୍ପେନ, ଫ୍ରାନ୍ସ, ଇତ୍ୟାଦି ଦେଶ ଗୋଟେ ସମୟରେ ସର୍ବାଧିକ ସଂକ୍ରମଣ ର ଶିକାର ହୋଇଥିଲେ ମଧ୍ୟ ଏହାକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ୟୁରୋପୀୟ ଦେଶମାନଙ୍କରେ ବର୍ତ୍ତମାନ ସଂକ୍ରମଣ ଓ ମୃତ୍ୟୁହାର କମି କମି ଆସୁଛି। ହେଲେ ଏହାର ଠିକ ଓଲଟା ପ୍ରକ୍ରିୟା ଆମେରିକାରେ ଦେଖିବାକୁ ମିଳିଛି।

ଗତ ମାସ ସାରା ଆମେରିକା, ବ୍ରାଜିଲ ଓ ଭାରତରେ ସଂକ୍ରମିତ ଏବଂ ମୃତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଆମେରିକାର ସଂକ୍ରମଣ ସ୍ଥିତିକୁ ଦେଖି ସେଠିକାର ସଂକ୍ରାମକ ରୋଗ ର ନିରାକରଣ ପାଇଁ ନେତୃତ୍ଵ ନେଉଥିବା ବିଶିଷ୍ଟ ଡାକ୍ତର ଆଣ୍ଟୋନୀ ଫଉସୀ କହିଛନ୍ତି ଯେ, ଆମେରିକା ଅତ୍ୟନ୍ତ ବିପଜ୍ଜନକ ରାସ୍ତାରେ ଯାଉଛି। ଗତ ସପ୍ତାହରେ ଆମେରିକାରେ ପ୍ରତିଦିନ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ସ୍ଥିତି ଲାଗି ରହିଲେ, ଯଥା ଶୀଘ୍ର ଦିନକୁ ଏକ ଲକ୍ଷ ସଂକ୍ରମିତ ଆମେରିକାରେ ବାହାରିବା ଅସମ୍ଭବ ନୁହେଁ ବୋଲି ଡାକ୍ତର ଫଉସୀ କହିଛନ୍ତି। ଜୁନ ୨୭ ତାରିଖ ଦିନ ଆମେରିକାରେ ସର୍ବାଧିକ ୪୭,୩୪୧ ଜଣ ଆକ୍ରାନ୍ତ ବାହାରିଥିଲେ। ଗତ ସପ୍ତାହରେ ପ୍ରତିଦିନ ଆମେରିକାରେ ୪୦ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଏହି ସମୟରେ ଭାରତରେ ମଧ୍ୟ ସଂକ୍ରମଣ ବ୍ୟାପକ ହୋଇଛି। ଗତ ସପ୍ତାହ ସାରା ଭାରତରେ ପ୍ରତିଦିନ ହାରାହାରି ୧୮ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୁନ ୨୭ ରେ ଆମର ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଟପିଥିଲା। କରୋନା ସଂକ୍ରମଣକୁ ମାନବୀୟ ସଙ୍କଟ ବୋଲି ନ ଭାବି ଏହାକୁ ରାଜନୈତିକ ଭାବରେ ବ୍ୟବହାର କରିବାର ଭୟଙ୍କର ପ୍ରୟାସ ଆମେରିକାରେ ଅବ୍ଯାହତ ରହିଛି। ୨୭ ଲକ୍ଷ ୫୦ ହଜାର ଆକ୍ରାନ୍ତ ଏବଂ ୧.୩୦ ଲକ୍ଷ ମୃତ ଲୋକଙ୍କ ଯନ୍ତ୍ରଣା ଉପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଚାଲିଛି। ଏବେ ନିଜେ ରାଷ୍ଟ୍ରପତି ନିର୍ବାଚନୀ ରାଲି ଆୟୋଜନ କରିବା ଆରମ୍ଭ କଲେଣି। ଆମେରିକାରେ ଦିନକୁ ଦିନ ରାଜନୈତିକ ଘନଘଟା କରୋନା ସଙ୍କଟକୁ ଅଧିକ ଗମ୍ଭୀର କରୁଛି।

ଭାରତ ସିଧାସଳଖ ଆମେରିକା ରାସ୍ତାରେ ଚାଲିବାକୁ ପସନ୍ଦ କରୁଛି। ମାର୍ଚ୍ଚ ଓ ଏପ୍ରିଲ ବେଳକୁ କରୋନା ବିରୋଧୀ ସଂଘର୍ଷକୁ ଏକ ଜାତୀୟ ଆହ୍ଵାନ ବୋଲି କୁହାଯାଉଥିଲା। ମଇ ମାସରୁ ଏଥିରୁ ରାଜନୈତିକ ଫାଇଦା ଉଠାଇବାର ପ୍ରକ୍ରିୟା ଖୋଦ ଶାସକ ବିଜେପି ଆରମ୍ଭ କଲା। ପ୍ରଥମେ ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ର ବିରୋଧୀ ସରକାରକୁ ଅପଦସ୍ତ କରିବାର ଯୋଜନା ଯୋଗୁଁ ଉଭୟ ରାଜ୍ୟରେ ରାଜନୀତି ଅତ୍ୟନ୍ତ ଉଗ୍ର ରୂପ ନେଇଥିଲା। ପରବର୍ତ୍ତୀ ପର୍ୟାୟରେ ପୂରା ଦେଶରେ ବିଜେପି ନିଜର ରାଜନୈତିକ ପ୍ରଚାରକୁ ତୀବ୍ର କରିବା ଆରମ୍ଭ କଲା। କରୋନା ସଂକ୍ରମଣ ସହିତ ଭାରତ-ଚୀନ ସୀମାନ୍ତରେ ସାମରିକ ଉତ୍ତେଜନା କାରଣରୁ ପରିସ୍ଥିତି ଅଧିକ ଜଟିଳ ହେବା ଆରମ୍ଭ କଲା।

ଉଭୟ କରୋନା ମୁକାବିଲା ଓ ସୀମାନ୍ତ ଉତ୍ତେଜନା ସମୟରେ ଆମଦେଶରେ ରାଜନୈତିକ ଏକତାର ଆବଶ୍ୟକତା ଅଧିକ ଥିବା ବେଳେ, ଆମେ ଆମେରିକା ଭଳି ବ୍ୟକ୍ତିଭିତ୍ତିକ ରାଜନୀତିର ଚକ୍ରବ୍ୟୁହରେ ପଡିସାରିଛୁ। ସମସ୍ୟାର ସମାଧାନ ତୁଳନାରେ ରାଜନୈତିକ ବ୍ୟକ୍ତିତ୍ବ ଚମକାଇବାର ଉଦ୍ଦେଶ୍ୟ ଆମକୁ ଅଧିକ ବିପଦ ଆଡକୁ ଟାଣି ନେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026
Latest News

ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା

March 19, 2026

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.