
ସମୀକ୍ଷା ବ୍ୟୁରୋ
ଓଡିଶାର ଦୁଇ ପ୍ରମୁଖ ଡାକ୍ତରଖାନା ଆଚାର୍ୟ ହରିହର କର୍କଟ କେନ୍ଦ୍ର ଓ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଆଜି ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କର୍କଟକେନ୍ଦ୍ରରେ ଆଜି ୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ବଡ ମେଡିକାଲରୁ ୧୧ ଜଣ ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି। ତେବେ କର୍କଟ କେନ୍ଦ୍ରର ଅବସ୍ଥା ଅତ୍ୟନ୍ତ ଉଦବେଗଜନକ ମନେ ହେଉଛି। ଗତ କିଛିଦିନ ଭିତରେ ଏହି କେନ୍ଦ୍ରରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ଗତ କିଛି ଦିନ ହେଲାଣି ଓଡିଶାର ବିଭିନ୍ନ ସ୍ୱାସ୍ଥ୍ୟକର୍ମୀ ଓ ପୋଲିସ କର୍ମୀ କାରୋନା ଦ୍ଵାରା ଆକ୍ରାନ୍ତ ହେଉଛନ୍ତି। କର୍କଟ ରୋଗୀଙ୍କ କ୍ଷେତ୍ରରେ କୋଭିଡ ସଂକ୍ରମଣ ମାରାତ୍ମକ ହୋଇଥିବାରୁ, ଏ କ୍ଷେତ୍ରରେ ଅଧିକ ସତର୍କତାର ଆବଶ୍ୟକତା ରହିଛି।
Tags: