Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରତିବାଦ ଓ ଆନ୍ଦୋଳନ ଯଦି ବେଆଇନ, ତାହେଲେ ସରକାରଙ୍କ ନୂଆ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ବେଆଇନ
ବିଶେଷ ଖବର

ପ୍ରତିବାଦ ଓ ଆନ୍ଦୋଳନ ଯଦି ବେଆଇନ, ତାହେଲେ ସରକାରଙ୍କ ନୂଆ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ବେଆଇନ

July 5, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବନ୍ଦ
ଆସନ୍ତାକାଲି ଭାରତ ବନ୍ଦ: ବ୍ୟାଙ୍କ ଖୋଲା ରହିବ କି ବନ୍ଦ ରହିବ?, ଜାଣନ୍ତୁ

କେଦାର ମିଶ୍ର

ଏବେ କୁହା ଯାଉଛି, ଦେଶରେ ଜାତୀୟ  ବିପର୍ଯ୍ୟୟ  ପରିଚାଳନା ଆଇନ ଲାଗୁ ହୋଇଛି, ତେଣୁ ଯେ କୌଣସି ପ୍ରକାର ରାଜନୈତିକ ପ୍ରତିବାଦ, ରାଲି ଓ  ସମାବେଶ ଆୟୋଜନ କରିବା ବେଆଇନ। କୋଭିଡ-୧୯ ଭୂତାଣୁ ସଂକ୍ରମଣ ଯୋଗୁଁ ଯେ କୌଣସି ପ୍ରକାର ଜଣ ସମାବେଶ ଆତ୍ମଘାତି, ଏ କଥା ସ୍ଵୀକାର କରିବାରେ ଅସୁବିଧା ନାହିଁ। ଦେଶରେ ଗତ କିଛି ମାସ ହେଲାଣି ଏକ ପ୍ରକାର ରାଜନୈତିକ ସ୍ଥାଣୁତା ଆସିବା ସେହି ଦୃଷ୍ଟିରୁ ସ୍ଵାଭାବିକ। ତେବେ ଏକ ଗଣତାନ୍ତ୍ରିକ ଦେଶରେ ପ୍ରତିବାଦ କରିବାର ଅଧିକାରକୁ ବେଆଇନ ବୋଲି କେତେଦିନ ଘୋଷଣା କରା ଯାଇପାରିବ? ଜନ ସ୍ଵାର୍ଥ ଓ ଲୋକଙ୍କ ଜୀବନ ରକ୍ଷା ପାଇଁ ଜନ ସମାବେଶକୁ ଅନୁମତି ନଦେବା ଯେମିତି ଜରୁରୀ, ଏମିତି ଏକ ବିପଜ୍ଜନକ ସମୟରେ ସରକାରଙ୍କର ଲୋକଙ୍କ ସ୍ଵାର୍ଥ ବିରୋଧୀ କୌଣସି ନିଷ୍ପତ୍ତି ନନେବା ମଧ୍ୟ ସେତିକି ଜରୁରୀ। ସରକାର ଗତ ତିନିମାସ ଭିତରେ ଅନେକ ନୀତିଗତ ନିଷ୍ପତ୍ତି ନେଇଛନ୍ତି, ଯାହାକି ଲୋକଙ୍କ ସ୍ଵାର୍ଥ ବିରୋଧୀ। ରେଳବାଇ ଭଳି ଲୋକଙ୍କ ଜୀବନରେଖା ସହିତ ଜଡିତ ଏକ କ୍ଷେତ୍ରକୁ ଘରୋଇକରଣ କରିବାର ନିଷ୍ପତ୍ତି କେବଳ ସରକାର ନେଇପାରିବେ କି? ଏ ସମ୍ପର୍କରେ ସବୁ ସରକାରୀ ନିଷ୍ପତ୍ତିକୁ ଲୋକମାନେ ମୃତ୍ୟୁ ଭୟରେ ମାନି ଯାଆନ୍ତୁ ବୋଲି ସରକାର ଚାହିଁବା ଅନୁଚିତ।

ଗତ କିଛି ମାସ ଭିତରେ ଦେଶରେ ଅନେକ ଘଟଣା ଘଟିଛି ଓ ଘଟୁଛି, ଯାହାର ପ୍ରତିବାଦ ହେବା ନିତାନ୍ତ ଜରୁରୀ। ଏପରିକି କରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ସରକାରୀ ନିଷ୍ପତ୍ତି ଲୋକଙ୍କ ଜୀବନ ଓ ଜୀବିକାକୁ ପ୍ରବଳ ପ୍ରଭାବିତ କରୁଥିବା ସତ୍ତ୍ୱେ, ଲୋକେ ପ୍ରଜାଙ୍କ ପରି ସବୁ କ୍ଷେତ୍ରରେ ଚୁପ ରୁହନ୍ତୁ ବୋଲି ଭାବିବା, ଗଣତନ୍ତ୍ରର ବିରୋଧୀ ନୁହେଁ କି? ଆନ୍ତର୍ଜାତିକ ତେଲ ବଜାରରେ କଞ୍ଚା ତେଲର ଦର ବିଶେଷ ବଢିନଥିବା ବେଳେ ସାରା ଦେଶରେ ଏବେ ତେଲ ଦର ସର୍ବାଧିକ ରହିଛି। ଏ ପ୍ରକାର ଦରବୃଦ୍ଧି ସାଧାରଣ ଲୋକଙ୍କୁ ବାଧୁନାହିଁ ବୋଲି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମନ୍ତ୍ରୀଙ୍କ ଏହି ସମ୍ବେଦନହୀନ ମନ୍ତବ୍ୟକୁ ଆମେ ମୁଣ୍ଡପାତି ସହିନେବା ହିଁ ଆମର ଭାଗ୍ୟ କି?

ଗତ ସପ୍ତାହରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସାମ୍ବାଦିକ ସମ୍ମିଳନୀରେ ଏହାର ମହା ନିର୍ଦ୍ଦେଶକଙ୍କୁ ଆମେରିକାର ଜଣେ ସାମ୍ବାଦିକ ପଚାରିଥିଲେ ଯେ, ଏହି ମହାମାରୀ ଯୋଗୁଁ ପୃଥିବୀରେ ଗଣତନ୍ତ୍ର ବିପନ୍ନ ହେବାକୁ ଯାଉଛି କି। ଏହାର ଉତ୍ତରରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କିଛି କହି ନଥିଲେ ମଧ୍ୟ ପରୋକ୍ଷରେ ଏହାର ରାଜନୈତିକ ସଙ୍କଟକୁ ସ୍ଵୀକାର କରିଥିଲେ। ନିର୍ବାଚିତ ସରକାରମାନେ ମହାମାରୀ ସମୟରେ ଗଣତାନ୍ତ୍ରିକ ଆଭିମୁଖ୍ଯ ରଖି କାମ କରୁଛନ୍ତି ନା ନାହିଁ, ତାହା ଆଜି ସବୁଠୁ ଚିନ୍ତାର ବିଷୟ। ମୃତ୍ୟୁ ଭୟକୁ ଅଧିକ ପ୍ରଖର କରାଇ ଲୋକଙ୍କୁ ପ୍ରଜା ବନାଇବାର ଆଭିମୁଖ୍ଯ ମହାମାରିଠୁ ମଧ୍ୟ ବଡ ସଙ୍କଟ ତିଆରି କରିବ।

ମାର୍ଚ୍ଚ ମାସରୁ ଭାରତରେ ସଂସଦ ଓ ବିଭିନ୍ନ ରାଜ୍ୟର ବିଧାନସଭା ବସୁନାହିଁ। ସଂକ୍ରମଣ ଦୃଷ୍ଟିରୁ ଶହ ଶହ ବିଧାୟକ ଓ ସାଂସଦ ଏକାଠି ବସିବା ହୁଏତ ବିପଜ୍ଜନକ ହୋଇପାରେ। ହେଲେ ସବୁ ବିଧାୟକ ଓ ସାଂସଦଙ୍କ କରୋନା ପରୀକ୍ଷା ପରେ ଅଧିବେଶନ ଡାକିବାରେ ଅସୁବିଧା କଣ? ସରକାର ସଂସଦ ବା ବିଧାନସଭା ର ବିନା ଅନୁମୋଦନ ବା ବିତର୍କରେ ନୀତିଗତ ନିଷ୍ପତ୍ତି ନେବା କେବଳ ବେଆଇନ ନୁହେଁ, ଏହା ଏକପ୍ରକାର ସାମ୍ବିଧାନିକ ସଙ୍କଟ ମଧ୍ୟ। ମନେ ପକାନ୍ତୁ, କରୋନା ମହାମାରୀ ଦେଶରେ ବ୍ୟାପକ ହେବା ପୂର୍ବରୁ ମଧ୍ୟପ୍ରଦେଶରେ ନୂଆ ସରକାର ଗଠନ ହେଲା। ଶିବରାଜ ସିଂ ଚୌହାନ ବିଧାନସଭାରେ ନିଜର ବହୁମତ ସାବ୍ୟସ୍ତ କଲେଣି କି? ମହାମାରୀ ଆଳରେ ଗୋଟେ ସରକାର ବିଧାନସଭାରେ ନିଜର ବହୁମତ ସାବ୍ୟସ୍ତ କରିବାର ପ୍ରକ୍ରିୟାକୁ ଆଡେଇ ଦେଇପାରିବେ କି?

ମାର୍ଚ୍ଚ ପୂର୍ବରୁ ସାରା ଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ପ୍ରବଳ ପ୍ରତିବାଦ ଚାଲିଥିଲା। ଏହି ଆନ୍ଦୋଳନକୁ ଚପାଇ ଦେବାକୁ କେନ୍ଦ୍ର ସରକାର ଯେତେ ଉଦ୍ୟମ କରୁଥିଲେ ହେଁ, ତାହା ସମ୍ଭବ ନଥିଲା। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ନାଗରିକତା ସଂଶୋଧନ ଆଇନକୁ ଆଧାର କରି ନିର୍ବାଚନ ଲଢିଥିଲା ଓ ପରାଜୟ ବରଣ କରିଥିଲା। ତେବେ କରୋନା ମହାମାରୀର ବ୍ୟାପକତା ପରେ ଏହି ଆନ୍ଦୋଳନ ଯେତେବେଳେ ବନ୍ଦ ରହିବାକୁ ବାଧ୍ୟ ହେଲା, ତାରି ଭିତରେ ହଠାତ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଦିଲ୍ଲୀ ପୁଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇ ଜେଲ ରେ ପୂରାଇବା କେତେଦୂର ସମୀଚୀନ? ସଂକ୍ରମଣ ଆଳରେ ସାରା ଦେଶରେ ଯଦି ରାଜନୈତିକ ପ୍ରତିବାଦ ବନ୍ଦ ରହିଛି, ସେହି ସମାନ କାରଣରୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ନିଜର ସମ୍ବେଦନା ପ୍ରଦର୍ଶନ କରିବା ଉଚିତ।

ଆଧୁନିକ ସମୟର ସବୁଠୁ ବଡ ଆହ୍ଵାନ ହେଉଛି, ଲୋକଙ୍କ ଜୀବନ ଜୀବିକା ବଞ୍ଚିବା ସହିତ, ସେମାନଙ୍କର ମାନବିକ ଓ ସାମ୍ବିଧାନିକ ଅଧିକାର ମଧ୍ୟ ସୁରକ୍ଷିତ ରଖିବା। ଯଦି ତାହା ନ ହୁଏ ଓ ମହାମାରୀ ନାମରେ ପ୍ରଶାସନିକ ଦମନ ଅବ୍ଯାହତ ରହେ, ତାହେଲେ ପରିଣତି ଆଗକୁ ଆଦୌ ଠିକ ହେବନାହିଁ। ସରକାର ରାଜନୈତିକ ପ୍ରତିବାଦ ପାଇଁ ବିକଳ୍ପ ସ୍ଥାନ ଓ ବ୍ୟବସ୍ଥା ଯୋଗାଇବାକୁ ବାଧ୍ୟ। ବିନା ବିକଳ୍ପ ବ୍ୟବସ୍ଥାରେ ସମାବେଶ ଓ ପ୍ରତିବାଦ ସଭାକୁ ଅନୁମତି ନ ଦେବାର ଅଧିକାର କୌଣସି ସରକାରର ନାହିଁ। ବିପର୍ୟୟ ପରିଚାଳନା ଆଇନକୁ ଅଘୋଷିତ ଇମର୍ଜେନ୍ସି ବୋଲି ଆମର ସରକାରମାନେ ଭାବିନେବା ଆଦୌ ଉଚିତ ହେବନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026
Latest News

ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା

March 19, 2026

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.