Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆମ ସମସ୍ତଙ୍କୁ ଏନକାଉଣ୍ଟରର କାହାଣୀ ଶୁଣିବାକୁ ଭଲ ଲାଗୁଛି, ତେଣୁ ଆଇନର ଶାସନ ରହିବ କାହିଁକି? 
ବିଶେଷ ଖବର

ଆମ ସମସ୍ତଙ୍କୁ ଏନକାଉଣ୍ଟରର କାହାଣୀ ଶୁଣିବାକୁ ଭଲ ଲାଗୁଛି, ତେଣୁ ଆଇନର ଶାସନ ରହିବ କାହିଁକି? 

July 11, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶହ ଦୁବେକୁ ପୋଲିସ ହତ୍ୟା କଲା। ତେବେ ହତ୍ୟା କଲାବେଳକୁ ବିକାଶ ଦୁବେ ପଳାତକ ଅପରାଧୀ ନଥିଲା। ତାର ଦିନକ ଆଗରୁ ମଧ୍ୟପ୍ରଦେଶର ପ୍ରସିଦ୍ଧ ମହାକାଳେଶ୍ଵର ମନ୍ଦିରରେ ସେ ଆତ୍ମ ସମର୍ପଣ କରିଥିଲା। ଉତ୍ତର ପ୍ରଦେଶ ପୋଲିସ ଯେ ବିକାଶ ଦୁବେକୁ ହତ୍ୟା କରିବାକୁ ଚାହୁଁଛି ଏ କଥା ଆଗରୁ ସ୍ପଷ୍ଟ ହୋଇ ସାରିଥିଲା। ଏପରିକି ସୁପ୍ରିମ କୋର୍ଟରେ ଏକ ମାମଲା ଦାଖଲ ହୋଇଥିଲା ଯେଉଁଥିରେ କୁହା ଯାଇଥିଲା ଯେ, ବିକାଶ ଦୁବେର ଏନକାଉଣ୍ଟର ହେବାକୁ ଯାଉଛି। ଗତ ସପ୍ତାହରେ ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସ ଧରିବାରେ ସକ୍ଷମ ହୋଇ ନଥିଲା। ନିଜେ ଆତ୍ମ ସମର୍ପଣ କଲା ପରେ ତାକୁ ହତ୍ୟା କରିବାର ଯେଉଁ ତଥାକଥିତ “ବୀରତ୍ଵ” ସେଥିରେ ରାଜନୀତିର ଦୁର୍ଗନ୍ଧ ବାରି ହୋଇ ପଡୁଛି। ବିକାଶ ଦୁବେ ସହିତ ଉତ୍ତର ପ୍ରଦେଶ ଶାସକ ଦଳର ବହୁ ବଡ ବଡ ନେତାଙ୍କ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଶାସକ ଦଳ ର ମାତୃ ସଂଗଠନ ଭାବେ ପରିଚିତ ଏକ “ପରିବାର”ର ଲୋକ ଭାବରେ ଏହି ଅପରାଧୀର ନିର୍ଦ୍ଦିଷ୍ଟ ପରିଚୟ ରହିଥିଲା। ତାର ନିଜ ଗାଡିରେ ସେ ଏହି ପରିବାରର ସଦସ୍ୟ ବୋଲି ଲେଖିଥିଲା। ତେଣୁ ବିକାଶକୁ ବଞ୍ଚାଇ ରଖିବା ଉତ୍ତର ପ୍ରଦେଶ ସରକାର ଲାଗି ମହଙ୍ଗା ପଡିଥାନ୍ତା। ବିକାଶକୁ ସମୂଳେ ନିପାତ କରିଦେବା ପଛରେ ଅପରାଧୀଙ୍କୁ ସଜା ଦେବାର ଲକ୍ଷ୍ୟ ନଥିଲା, ବରଂ ବହୁତ ବଡ ଅପରାଧକୁ ଲୁଚାଇବା ଲାଗି ଏହା ଏକ ସହଜ ବାଟ ଥିଲା।

ଉତ୍ତର ପ୍ରଦେଶରେ ଦୀର୍ଘ ବର୍ଷ ଧରି ରାଜନେତା ଓ ମାଫିଆଙ୍କ ସମ୍ପର୍କ ଚର୍ଚ୍ଚାରେ ରହି ଆସିଛି। ଏକଦା ବିହାର ରାଜନୀତିରେ ଏ ପ୍ରକାର କୁଖ୍ୟାତ ସମ୍ପର୍କକୁ ଦେଖି ଗଣମାଧ୍ୟମ ଓ ଅଦାଲତ ବିହାରରେ “ଜଙ୍ଗଲ ରାଜ” ଚାଲିଛି ବୋଲି କହୁଥିଲେ। ତେବେ ବର୍ତ୍ତମାନ ସମୟରେ ଉତ୍ତର ପ୍ରଦେଶରେ ଆମ ସମୟର ସବୁଠୁ “ଜଙ୍ଗଲ ରାଜ” ଚାଲିଛି। ପୋଲିସ ସିଧା ସଳଖ ସରକାରଙ୍କ “ସୁପାରି କିଲର” ଭାବରେ କାମ କରିବା, ଏକ ଭୟଙ୍କର ଅରାଜକତାର ନମୂନା।

ତେବେ ଏ ପ୍ରସଙ୍ଗରେ ପୋଲିସର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ପଚାରୁଥିବା ଲୋକଙ୍କୁ “ଗ୍ୟାଙ୍ଗଷ୍ଟର”ଙ୍କ ସମର୍ଥକ ବୋଲି କୁହାଯାଉଛି। ହେଲେ ଅସଲ କଥା ହେଉଛି, ଏ ଗ୍ୟାଙ୍ଗଷ୍ଟରମାନଙ୍କୁ ଗଢିଛି କିଏ? ଏମାନଙ୍କ ସହିତ ଖୋଦ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଗୋଟିଏ ମଞ୍ଚରେ ବସିଥିଲେ କେମିତି? ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଓ ବିକାଶ ଦୁବେ ଏକା ସାଙ୍ଗରେ ପ୍ରଦୀପ ପ୍ରଜ୍ଵଳନ କରୁଥିବାର ଦୃଶ୍ଯ ଆମେ ଦେଖିଛୁ। ତେଣୁ ଅପରାଧୀ ଓ ରାଜନେତାଙ୍କ ସମ୍ପର୍କ ଏ କ୍ଷେତ୍ରରେ ସବୁଠୁ ବଡ ଅନୁସନ୍ଧାନର ବିଷୟ ଥିଲା। ବିକାଶ ଦୁବେକୁ ପଚରା ଉଚୁରା ହୋଇଥିଲେ, ବହୁ ବଡ ବଡ ରାଜନେତାଙ୍କ ଚେହେରା ଅନାବୃତ ହୋଇଥାନ୍ତା। ସେହି ଭୟରେ ପୋଲିସ ବିକାଶକୁ ହତ୍ୟା କରିଛି କି? ବିକାଶ ଦୁବେକୁ ବଞ୍ଚାଇ ରଖିବାକୁ ନ ଚାହିଁବା ପଛରେ ଓ ଉଦ୍ଦେଶ୍ଯମୂଳକ ଏନକାଉଣ୍ଟର ପଛରେ ଉତ୍ତର ପ୍ରଦେଶ ସରକାରଙ୍କର ରାଜନୀତି କିଛି ରହିଛି କି?

ଏ ପ୍ରସଙ୍ଗରେ ସବୁଠୁ ଚିନ୍ତାର ବିଷୟ ହେଉଛି, ଆମ ଲୋକଙ୍କର ଏନକାଉଣ୍ଟର ପ୍ରୀତି। ପୋଲିସ ଏବେ ଅପରାଧର ନିୟନ୍ତ୍ରକ ଏବଂ ଅନୁସନ୍ଧାନକାରୀ ହେବା ବଦଳରେ ଖୋଦ ଦଣ୍ଡନାୟକ ହେବା ଆରମ୍ଭ କରିଛି। ଆଇନକୁ ହାତକୁ ନେଇ ପୋଲିସ ଅପରାଧୀଙ୍କୁ ହତ୍ୟା କରିବା ଉଚିତ ବୋଲି ଏକ ବିଚିତ୍ର ଜନମତ ଆମ ଦେଶରେ ତିଆରି ହେଉଛି। ଯେହେତୁ ବିକାଶ ଦୁବେ ଜଣେ ଦୁର୍ଦ୍ଦାନ୍ତ ମାଫିଆ, ତେଣୁ ତାର ହତ୍ୟାକୁ ନେଇ କେହି ଚିନ୍ତିତ ହେବାର କାରଣ ନାହିଁ ବୋଲି ଆମର ଗଣମାଧ୍ୟମ ଆମକୁ ବୁଝାଉଛନ୍ତି। ତେବେ ଏଠି ବଡ ପ୍ରଶ୍ନ ହେଲା, ମାଫିଆ ଦମନ ଲାଗି ପୋଲିସ ମଧ୍ୟ ମାଫିଆ ଭଳି ବ୍ୟବହାର କରିବ କି? ଆଇନ, ଅଦାଲାତ, ବିଚାର ପ୍ରକ୍ରିୟା, ସାକ୍ଷୀ-ପ୍ରମାଣ ଇତ୍ୟାଦି ଆମ ଦେଶରେ ଅନାବଶ୍ୟକ କି?

ଜଙ୍ଗଲ ରାଜ ରେ ଏମିତି ହିଁ ହୁଏ। ଆଇନ ର ଶାସନ ଅପେକ୍ଷା ପୋଲିସର ବନ୍ଧୁକ ଏଠି ବେଶୀ ସମ୍ମାନ ପାଏ। ଏହି ସମ୍ମାନ କେବଳ ଭୟ ଯୋଗୁଁ ହିଁ ଆସିଥାଏ। ରାଜନେତାଙ୍କ ଅପରାଧୀ ସଂପର୍କକୁ ଚପେଇ ଦେବା ଲାଗି “ଏନକାଉଣ୍ଟର”କୁ ଏକ ମାଧ୍ୟମ ଭାବରେ ବ୍ୟବହାର କରାହୁଏ। ଉତ୍ତର ପ୍ରଦେଶରେ ଗତ କିଛି ବର୍ଷ ଭିତରେ ଶତାଧିକ ଏନକାଉଣ୍ଟର ହୋଇଛି। କେବଳ ଆଜି ନୁହେଁ, ପୂର୍ବରୁ ସୁଶ୍ରୀ ମାୟାବତୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ପୋଲିସକୁ ଏନକାଉଣ୍ଟର କରିବାର ଖୋଲା ଅଧିକାର ଦିଆ ଯାଇଥିଲା। ଅପରାଧୀଙ୍କୁ ପୋଲିସ ହତ୍ୟା କରି ରାମରାଜ୍ୟ ପ୍ରତିଷ୍ଠା କରିବା ଏ ସବୁ ଏନକାଉଣ୍ଟର ର ଲକ୍ଷ୍ୟ ନୁହେଁ। ବରଂ ସରକାରୀ ପ୍ରୋତ୍ସାହନରେ ନିଜର ଗୁଣ୍ଡାବାହିନୀକୁ ସୁରକ୍ଷା ଦେବା ଏହାର ମୂଳ ଲକ୍ଷ୍ୟ। ଯେ ପର୍ୟନ୍ତ ଏହି ଅପରାଧୀମାନେ ସରକାରୀ ଦଳକୁ ସାହାଯ୍ୟ କରୁଥାନ୍ତି, ସେତେବେଳ ଯାଏ ସେମାନଙ୍କୁ ପୋଲିସ ସୁରକ୍ଷା ମିଳୁଥାଏ। ଥରେ ସେମାନେ ସରକାରୀ ଦଳ ବା ରାଜନେତାଙ୍କ ପାଖରେ ଅବୋଲକରା ହେଲେ, ତାଙ୍କୁ ପୋଲିସ ଲଗାଇ ହତ୍ୟା କରାଯାଏ। ବିକାଶ ଦୁବେ ଘଟଣାରେ ଆମେ ଏକ ଭୟଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ବାରି ପାରୁଛୁ। ଏହି ଅପରାଧୀ ଓ ତାର ଅପରାଧ ସାମ୍ରାଜ୍ୟ ସହିତ ସମ୍ପୃକ୍ତି ରହିଥିବା ରାଜନେତାଙ୍କୁ ବଞ୍ଚାଇବାକୁ ଯାଇ ଉତ୍ତର ପ୍ରଦେଶ ପୋଲିସ “ଏନକାଉଣ୍ଟର” ନାମକ ଏକ ନାଟକ ରଚନା କରିଛି ମାତ୍ର!!

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026
Latest News

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.