Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହଜାର ହଜାର ଲୋକଙ୍କୁ ଆମେ କରୋନା ମହାମାରୀ ମୁହଁରେ ବଳି ପକାଇ ସାରି, କରୋନା ଯୁଦ୍ଧ ଜିତିଯାଇଛୁ ବୋଲି ଦାବୀ କରୁଛୁ କେମିତି??
ବିଶେଷ ଖବର

ହଜାର ହଜାର ଲୋକଙ୍କୁ ଆମେ କରୋନା ମହାମାରୀ ମୁହଁରେ ବଳି ପକାଇ ସାରି, କରୋନା ଯୁଦ୍ଧ ଜିତିଯାଇଛୁ ବୋଲି ଦାବୀ କରୁଛୁ କେମିତି??

July 12, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଯୁଦ୍ଧରେ ଜିତିଯାଇଛୁ ବୋଲି ଆମେ କହୁଛୁ, ହେଲେ ଯୁଦ୍ଧକୁ ଅସ୍ଵୀକାର କରୁଛୁ। ଆମେ ରଣଛୋଡ ଅବସ୍ଥାରେ ଯୁଦ୍ଧ ଜିତିବାର ପ୍ରଚାର କରିଚାଲିଛୁ। ପୂରା କରୋନା ମୁକାବିଲା କ୍ଷେତ୍ରରେ ଆମର ସ୍ଥିତି ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହେବା ଆଗରୁ ଯୁଦ୍ଧ ଜିତିଛି ବୋଲି ଦାବି କରୁଥିବା ବାଚାଳ ପରି।  ପ୍ରତିଦିନ ନୂଆ ପରିସଙ୍ଖ୍ୟାନ ଦେଇ ସରକାର ଆମକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ, ଆମେ ଏବେବି ଆମେରିକା ଠୁ ଭଲ ସ୍ଥିତିରେ ଅଛୁ। ହଁ, ତାହା ହିଁ ଠିକ। ଆମେ ଆମେରିକା ତୁଳନାରେ ଭଲ ସ୍ଥିତିରେ ଅଛୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏବେ ତାଙ୍କର ନିର୍ବାଚନୀ ପ୍ରଚାରରେ କହୁଛନ୍ତି ଯେ, ଆମେରିକା କୋଭିଡ ବିରୋଧରେ ଯୁଦ୍ଧ ଜିତି ସାରିଛି। ପ୍ରତିଦିନ ୭୦ହଜାରରୁ ଅଧିକ ପଜିଟିଭ କେସ, ୧ ଲକ୍ଷ ୩୭ ହଜାରରୁ ଅଧିକ ମୃତ୍ୟୁ ଏବଂ ୩୩ ଲକ୍ଷରୁ ଅଧିକ ଆକ୍ରାନ୍ତଙ୍କୁ ନେଇ ଆମେରିକା ନିଜକୁ କୋଭିଡ ବିଜୟୀ ବୋଲି କହିବାର ଯେଉଁ କୌଶଳ ଆପଣାର କରିଛି, ଭାରତ ସରକାର ସେହି କୌଶଳକୁ ଏଠାରେ ପ୍ରୟୋଗ କରୁଛନ୍ତି। ଆଗରୁ ପ୍ରତିଦିନ ଭାରତ ସରକାର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଲୋକଙ୍କୁ କୋଭିଡ ସମ୍ପର୍କିତ ତଥ୍ୟ ଦେଉଥିଲେ। ଏବେ ଆଉ ସେତକ ମଧ୍ୟ ହେଉନାହିଁ। ଏବେ ଅକାଳେ ସକାଳେ ସରକାରଙ୍କର (ଉଭୟ କେନ୍ଦ୍ର ଓ ରାଜ୍ୟ) କୋଭିଡ ମୁଖପାତ୍ରମାନଙ୍କୁ ଶୁଣିବାକୁ ମିଳୁଛି। ସେମାନେ ଆଜିର ସମୟର ନୂଆ ସ୍ପିନ ବୋଲର। ବଲକୁ ଭିନ୍ନ ବାଗରେ ଘୂରେଇ ଲୋକଙ୍କୁ ବୋକା ବନାଇବାର କାମ ସେମାନେ ନେଇଛନ୍ତି।

ଏବେ କୋଭିଡ ମୁକାବିଲାରେ ସଫଳତା କଥା ପ୍ରମାଣ କରିବାକୁ ଯାଇ ସରକାରୀ ମୁଖପାତ୍ର କହୁଛନ୍ତି, ଆମର ମୃତ୍ୟୁ ସଂଖ୍ୟା ସିନା ଅଧିକ ହେଲେ ମୃତ୍ୟୁ ହାର କମ। ଆଉ ଟିକେ ସ୍ପଷ୍ଟ କହିଲେ, ଆମର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ପ୍ରାୟ ୮ ଲକ୍ଷ ୫୦ ହଜାର ପାଖାପାଖି। ତହିଁରୁ ମୃତ୍ୟୁ ସଂଖ୍ୟା ପ୍ରାୟ ୨୨ ହଜାର ୬ ଶହ। ହାରାହାରି ହିସାବରେ ଆମର ପ୍ରତି ଶହେ ଆକ୍ରାନ୍ତରେ ୨.୭୫ଲୋକ ମୃତ୍ୟୁ ବରଣ କରୁଛନ୍ତି। ଏହା ଆମେରିକାର ମୃତ୍ୟୁହାର (୪.୨୬) ତୁଳନାରେ ଅବଶ୍ୟ ଭଲ। ତେବେ ଏହା ସହିତ ଆମେ ଏସିଆର ଦେଶମାନଙ୍କ ତୁଳନା କରି ଦେଖିଲେ ଆମର ସ୍ଥିତି ଅତ୍ୟନ୍ତ ଦୟନୀୟ।ଭିଏତନାମରେ ମୃତ୍ୟୁସଂଖ୍ୟା ୦। ପାକିସ୍ତାନରେ ମୃତ୍ୟୁହାର ପାଖାପାଖି ୨%। ବାଂଲାଦେଶ, ନେପାଳ,ଶ୍ରୀଲଙ୍କା, ଭୁଟାନ, ମ୍ୟାମାର ଭଳି ଆମର ପଡୋଶୀଙ୍କ ଠାରୁ ଆମେ ଭଲରେ ଅଛୁ କି? ଆମ ସହିତ କେବଳ ଆମେରିକା ଓ ବ୍ରାଜିଲକୁ ତୁଳନା କରା ଯାଇପାରିବ।

ଗୋଟେ ସମୟରେ ଆମେ ୟୁରୋପୀୟ ଦେଶଗୁଡିକ ତୁଳନାରେ ଭଲ ସ୍ଥିତିରେ ରହିଥିଲେ। ବାସ୍ତବରେ ଆମେ ଭଲରେ ନଥିଲେ, ବରଂ ଭଲରେ ରହିଛୁ ବୋଲି ଏକ ଭ୍ରମ ଆମ ଭିତରେ ତିଆରି କରା ହୋଇଥିଲା।କରୋନା ସଂକ୍ରମଣ ରୋକିବାରେ ଜାନୁଆରୀ ମାସରୁ ଆମର ସତର୍କତା ଆବଶ୍ୟକ କରୁଥିଲା। ମାର୍ଚ୍ଚ ତୃତୀୟ ସପ୍ତାହ ପର୍ୟନ୍ତ ଭାରତ ସରକାର କରୋନା ଆଦୌ ଏକ ବିପଦ ନୁହେଁ ବୋଲି କହି ଆସୁଥିଲେ। ସେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅତି ସ୍ପଷ୍ଟ ଭାବରେ କରୋନା ଆମର ସାମାଜିକ ଓ ରାଜନୈତିକ ଜୀବନରେ ଘୋର ବିପର୍ୟୟ ଆଣିବାକୁ ଯାଉଛି ବୋଲି ସତର୍କ କରାଇ ଦେଇଥିଲେ। ତେବେ ରାହୁଲ ଗାନ୍ଧୀଙ୍କୁ “ପପ୍ପୁ” ବୋଲି କହି ତାଙ୍କର ସବୁ କଥାକୁ ତାତ୍ସଲ୍ୟ କରୁଥିବା ବିଜେପି ଆଜିର ତାରିଖରେ ଅନ୍ତତଃ ସ୍ଵୀକାର କରିବା ଉଚିତ ହେବ ଯେ, ରାହୁଲ ଯାହା କହିଥିଲେ, ତାହା ଆଜି ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ ହୋଇଛି।

କେବଳ ସରକାର ନୁହନ୍ତି, ଏ କ୍ଷେତ୍ରରେ ଆମର ଗଣମାଧ୍ୟମ ମଧ୍ୟ ସ୍ଥିତିକୁ ଗମ୍ଭୀରତାର ସହିତ ନେଇ ନଥିଲା। ବିଶିଷ୍ଟ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ରମଣ ଲକ୍ଷ୍ମୀ ନାରାୟଣ ଯେତେବେଳେ ଭାରତରେ ଅତିକମରେ ୩୦ କୋଟି ଲୋକ କରୋନା ଆକ୍ରାନ୍ତ ହେବେ ବୋଲି ସତର୍କ କରାଇଥିଲେ, ତାଙ୍କୁ ଅର୍ଣ୍ଣବ ଗୋସ୍ଵାମୀଙ୍କ ଭଳି ସାମ୍ବାଦିକ ଖୋଲାଖୋଲି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଆଜିର ବାସ୍ତବ ସ୍ଥିତି ଓ ଭବିଷ୍ୟତକୁ ଦେଖିଲେ, ଆଗକୁ ଆମର ଅବସ୍ଥା ଯେ ଆମେରିକା ଠାରୁ ମଧ୍ୟ ଖରାପ ହେବାକୁ ଯାଉଛି, ସେ କଥା ସ୍ପଷ୍ଟ ବାରି ହୋଇପଡୁଛି।

ସମସ୍ୟାକୁ ସ୍ଵୀକାର ନ କଲେ ସଙ୍କଟର ମୁକାବିଲା କରି ହୁଏନାହିଁ। ଆମର ସବୁଠୁ ବଡ ସଙ୍କଟକୁ ଆମେ ସ୍ଵୀକାର କରିବାକୁ ପ୍ରସ୍ତୁତ ନୋହୁ। ଗତ ସପ୍ତାହରେ ସରକାରୀ ମୁଖପାତ୍ର କହିଲେ ଯେ ପ୍ରତି ୧୦ ଲକ୍ଷ ଲୋକ ତୁଳନାରେ ଆମର ଆକ୍ରାନ୍ତଙ୍କ ସଂଖ୍ୟା ଢେର କମ। ଅର୍ଥାତ ୧୩୦ କୋଟି ଲୋକଙ୍କ ଦେଶରେ ଆହୁରି ଅନେକ ଲୋକ ଆକ୍ରାନ୍ତ ହେବା ଉଚିତ ଥିଲା!! ଏ କ୍ଷେତ୍ରରେ ଆମଠୁ ଜନ ସଂଖ୍ଯାରେ ଅଧିକ ରହିଥିବା ଚୀନ ସହିତ ଆମେ ନିଜକୁ ତୁଳନା କରି ଦେଖିବା ଉଚିତ ହେବନାହିଁ କି? କରୋନା ମୁକାବିଲାରେ ଯେଉଁ ସଫଳ ଦେଶ ସମୂହ ଯଥା- ଭିଏତନାମ, ଦକ୍ଷିଣ କୋରିଆ, ତାଇଵାନ,ନ୍ୟୁଜିଲାଣ୍ଡ, ଜାପାନ, ମାଲେସିୟା, ଇଣ୍ଡୋନେସିଆ,ଜର୍ମାନୀ ଇତ୍ୟାଦି ସହିତ ନିଜକୁ ତୁଳନା ନ କରି, ଆମେ ଏବେବି ଆମେରିକା ସହିତ ନିଜକୁ ତୁଳନା କରୁଛୁ କାହିଁକି?

ଅତି ସ୍ପଷ୍ଟ ଭାବରେ ଆମେରିକା କରୋନା ମୁକାବିଲାରେ ସବୁଠୁ ଅଧିକ ବିଫଳ ରାଷ୍ଟ୍ର। କରୋନା କୁ ଦେଶ ଭିତରେ ମୁକାବିଲା କରିବାରେ ବିଫଳ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏହି ପ୍ରସଙ୍ଗକୁ ନେଇ  ବିଶ୍ଵ ରାଜନୀତିରେ ହତଚମଟ ସୃଷ୍ଟି କରି ନିଜର ପତିଆରା ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଭାରତ ଠିକ ସେହି ଆମେରିକା ମଡେଲ ଅନୁସରଣ କରି ଆମର ସବୁ ଠିକ ଅଛି ବୋଲି କହିଚାଲିଛି। ଆମର ଟେଲିଭିଜନ ଆଙ୍କରମାନେ ଦେଶର ଆରୋଗ୍ଯ ହାର ଭଲ ରହିଛି ବୋଲି କହୁଥିବା ବେଳେ, ଏକଥା ଭୁଲିଯାଉଛନ୍ତି ଯେ, ୟୁରୋପ ଏବେ ସଂପୂର୍ଣ୍ଣ ଆରୋଗ୍ଯ ସ୍ତରକୁ ଆସିଗଲାଣି ଓ ସେଠାରେ ସଂକ୍ରମଣ ୧୦୦-୨୦୦ ଭିତରେ ସୀମିତ। ଭାରତରେ ଆମର ସଂକ୍ରମଣ ଏବେ ଦୈନିକ ହାରାହାରି ୨୭ ହଜାର ରେ ପହଞ୍ଚିଛି। ଏଥିରେ ୭୦% ଆରୋଗ୍ଯ ହାର ଖୁବ ଗୋଟେ ବଡ ସଫଳତା ନୁହେଁ। ବର୍ତ୍ତମାନ ସ୍ଥିତି ଅବ୍ଯାହତ ରହିଲେ ଜୁଲାଇ ଶେଷ ବେଳକୁ ଆମର ସଂକ୍ରମଣ ପାଖାପାଖି ୨୦ ଲକ୍ଷ ଓ ମୃତ୍ୟୁ ସଂଖ୍ୟା ୩୫ ହଜାର ରେ ପହଞ୍ଚିଯିବ। ସେହି ପୃଷ୍ଠଭୂମିରେ ଅଗଷ୍ଟ-ସେପ୍ଟେମ୍ବର ସ୍ଥିତି ଆକଳନ କଲାବେଳକୁ ଆମର ଆଖି ପାଉନାହିଁ!!

ହଜାର ହଜାର ଭାରତୀୟ ମହାମାରୀର ମୁହଁ ରେ ମୃତ୍ୟୁବରଣ କରୁଥିବା ସମୟରେ ଯୁଦ୍ଧ ଜିତିବାର ଦାବୀ, କେବଳ ହାସ୍ୟାସ୍ପଦ ନୁହେଁ, ଏହା ନିତାନ୍ତ ଅଶ୍ଳୀଳ।

Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଅପରେସନ୍ ସିନ୍ଦୂର ପରେ ଗୋଟିଏ ମଞ୍ଚରେ ଆସିବେ ସରିଫ ଏବଂ ମୋଦି: ଜାଣନ୍ତୁ କେବେ?

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.