Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ବାଚନ କଥା; ନିର୍ଲଜ ନେତା, ବେହିଆ ଭକ୍ତ ଓ ବେଚାରା ଭୋଟର (ଗଣତନ୍ତ୍ରରେ ଅନ୍ଧ ଭକ୍ତି ହେଉଛି ସବୁଠୁ ବଡ ଦେଶଦ୍ରୋହ)
ବିଶେଷ ଖବର

ନିର୍ବାଚନ କଥା; ନିର୍ଲଜ ନେତା, ବେହିଆ ଭକ୍ତ ଓ ବେଚାରା ଭୋଟର (ଗଣତନ୍ତ୍ରରେ ଅନ୍ଧ ଭକ୍ତି ହେଉଛି ସବୁଠୁ ବଡ ଦେଶଦ୍ରୋହ)

March 14, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
what will voters want from election 2019
what will voters want from election 2019

କେଦାର ମିଶ୍ର

ଗତ କାଲିର ଖବର- ମୁଁ ଲୁଣ ପାଣିରେ ବି ପଦ୍ମ ଫୁଟେଇ ପାରିବି। ଅର୍ଥାତ ମୁଁ ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ।

ଆଜି ସକାଳର ଖବର- ପୁଅ ଝିଅଙ୍କୁ ବିଜେଡି ଟିକଟ ମିଳିଲେ ମୁଁ ଚୁପ ବସିବି। ଅବଶ୍ୟ ମୁଁ ଏଥିଲାଗି କାହାକୁ କିଛି କହିବି ନାହିଁ।

ଆଜି ସନ୍ଧ୍ୟାର ଖବର- ମୋତେ ପିସିସି ସଭାପତି ବାରମ୍ବାର ଫୋନ କରି କଂଗ୍ରେସରେ ଯୋଗଦେବାକୁ କହୁଛନ୍ତି।

ୟେ ହେଉଛି ରାଜ୍ୟର ଜଣେ ବରିଷ୍ଠ ନେତାଙ୍କ ରାଜନୈତିକ ମାଙ୍କଡ ଡିଆଁ।  ଚବିଶ ଘଣ୍ଟା ଭିତରେ ରାଜ୍ୟର ତିନୋଟି ଯାକ ଦଳ ସହିତ ମୂଲଚାଲ କରି, ନିଜକୁ ନିର୍ମଳ ଭାବମୂର୍ତ୍ତିର ନେତା ବୋଲି କହିବାକୁ ଏ ନେତା ବେଶ ବାକ୍ୟବୀର। ବଢିଆ କଥା କହିପାରନ୍ତି ବୋଲି ୟାଙ୍କ ପଛରେ ଆମର ଟିଭି କ୍ୟାମେରା ଅନବରତ ଘୂରୁଥାଏ। ହେଲେ ଏ ମହାଶୟ ସତରେ ଜଣେ ରାଜନେତା ନା କ୍ଷମତା ବେପାରୀ, ସେ ପ୍ରଶ୍ନ ତାଙ୍କୁ ପଚାରିବ କିଏ? ଜଣେ ଲୋକ ଏକା ସାଙ୍ଗରେ ତିନୋଟି ଯାକ ରାଜନୈତିକ ଦଳ ସହ ମୂଲଚାଲ କଲାବେଳେ ସେ ଲୋକର ରାଜନୈତିକ ଚରିତ୍ର ବିଷୟରେ ଆମେ ସାଧାରଣ ଲୋକେ ସନ୍ଦେହ କରିବା ଉଚିତ ନୁହଁ କି? ଆମର ଗଣମାଧ୍ୟମ ଏ ପ୍ରକାର ନେତାଙ୍କୁ କ୍ଷମତାର ଦଲାଲ ବୋଲି ଚିତ୍ରଣ କରିବାରେ ସାହସ ପ୍ରଦର୍ଶନ କରି ପାରୁନି କାହିଁକି?

ସବୁ ଦଳ ଏଠି ନିର୍ବାଚନ ଆଗରୁ ନୀତି, ଆଦର୍ଶ ଓ ସ୍ଵଚ୍ଛତା ର କଥା କହନ୍ତି। ହେଲେ ନିର୍ବାଚନ ଆସିଲେ ଏ ସବୁ ଶବ୍ଦ ଚୁଲିକି ଯାଏ। ନିର୍ବାଚନରେ ଟିକଟ ପାଇବାଲାଗି କେହିବି କୌଣସିବି ଦଳରେ ଯୋଗଦାନ କରିପାରେ। ଗତକାଲି ଯାହାକୁ ଭ୍ରଷ୍ଟ ଓ ଅପାରଗ ବୋଲି କୁହା ଯାଉଥିଲା ତାକୁ ଆଜିର ସକାଳେ ମହାନ ନେତା ବୋଲି କୁହାଯାଇପାରେ। ନେତାଙ୍କ ଏ ଚରିତ୍ର ବିଷୟରେ ଆମ ଲୋକେ ଯେ ସଚେତନ ନୁହନ୍ତି ତା ନୁହଁ। ଲୋକ ଜାଣନ୍ତି, ହେଲେ ଲୋକ ରାଜନୀତିରେ ପ୍ରଶ୍ନ ପଚାରିବା ଭୁଲି ଯାଇଛନ୍ତି। ଆମେ ଜାଣିଛୁ ଯେ, ଆଜି ଏ ଦଳରେ ଥିବା ନେତା କାଲି ଅନ୍ୟ ଦଳକୁ ଚାଲି ଯାଇପାରେ। ହେଲେ ଆମେ ସାଧାରଣ ଭୋଟର ସେମାନଙ୍କର ଭକ୍ତ ପାଲଟି ଯାଉ କାହିଁକି?

ଗତ କିଛି ବର୍ଷ ହେଲା ହଠାତ ଆମ ରାଜନୀତିରେ ଭକ୍ତଙ୍କ ସଂଖ୍ୟା ବଢି ଯାଇଛି। ନେତାଙ୍କୁ ଭଗବାନ ବୋଲି କହି ଭକ୍ତି କରିବାର ଏ ପରମ୍ପରା ଆମର ସବୁଠୁ ବଡ ଦେଶଦ୍ରୋହ। ଗଣତନ୍ତ୍ର ରହିଲେ ଯାଇ ଏ ଦେଶ ରହିବା। ଆଉ ଗଣତନ୍ତ୍ରର ମଞ୍ଜ ହେଉଛି ନିର୍ବାଚନ। ଯେଉଁ ନେତା ନିର୍ବାଚନ ସମୟରେ ଦଳ ବଦଳ କରେ ତାକୁ ବିଶ୍ଵାସ କରିବାର ଅର୍ଥ ହେଉଛି, ଗଣତନ୍ତ୍ରରେ ଚୋଟ ମାରିବା। ରାଜନୈତିକ ଦଳରେ କେବଳ କ୍ଷମତା ଦାଖଲ ଲାଗି ଅଛୁ ବୋଲି କୌଣସି ନେତା କହନ୍ତି ନାହିଁ।

ନେତାଙ୍କ ଚରିତ୍ର ଆମେ ଜାଣୁ, ହେଲେ ନେତାଙ୍କ ଲାଗି ସର୍ବ ସାଧାରଣରେ ମାରପିଟ ହେଉଥିବା ଭକ୍ତଙ୍କୁ ଆମେ ବୁଝି ପାରୁନୁ। ଯେ ଆଜି ବିଜେପିରେ ଅଛି କାଲି ସେ ବିଜେଡି କୁ ଯାଉଛି। ଏବେ ତ କମ୍ୟୁନିଷ୍ଟ ଦଳର ଲୋକେ ବିଜେପିକୁ ଗଲେଣି। ଗତ ସପ୍ତାହରେ ପଶ୍ଚିମ ବଂଗର ଜଣେ କମ୍ୟୁନିଷ୍ଟ ବିଧାୟକ ବିଜେପିରେ ଯୋଗଦେଲେ। ସେହିପରି ପୁରୁଲିଆ ସ୍ଥାନୀୟ ନିର୍ବାଚନରେ ବିଜେପି ମାଓବାଦୀଙ୍କ ସହାୟତାରେ ନିର୍ବାଚନ ଲଢିଲା। ଏଠି ସବୁ ମୂଳରେ ରହିଛି କ୍ଷମତା ଦଖଲ।  ହେଲେ କ୍ଷମତା ଠୁ ବହୁ ଦୂରରେ ଥିବା ନାଗରିକ ଟି ଭକ୍ତ ହେଉଛି କାହିଁକି? ସେ ମୋଦୀ ବା ରାହୁଲ ବା ନବୀନଙ୍କ ଲାଗି ନିଜର ଭାଇ, ବନ୍ଧୁ କି ପାଖଲୋକ କୁ ଅଭଦ୍ର ଭାଷାରେ ଗାଳି କରୁଛି କାହିଁକି?

ବର୍ତ୍ତମାନ ସମୟରେ ଦୁଇ ପ୍ରକାର ଭକ୍ତ ଅଛନ୍ତି। ଗୋଟେ ପ୍ରକାର ଭକ୍ତ, ନିଜ ନେତାକୁ ପ୍ରଭୁ ବୋଲି ପୂଜା କରିବାକୁ ଓ ପ୍ରଭୁର ବିରୋଧୀକୁ ଗାଳି କରିବାକୁ ପଇସା ପାଆନ୍ତି । ଏମାନେ ନୂଆ ଭାଷାରେ ଟ୍ରୋଲ ଭାବରେ ଜଣାଶୁଣା। ଗୋଟେ ଟୁଇଟ ବା ଫେସବୁକ ରେ ପୋଷ୍ଟିଂ କରିବା ଲାଗି ଏମାନଙ୍କୁ ଦରମା ଦିଆଯାଏ। ଏମାନେ ଏକ ପ୍ରକାର କିଣା ଚାକର। ତେଣୁ ଭକ୍ତି ସେମାନଙ୍କର ବେଉସା। ହେଲେ ଦ୍ଵିତୀୟ ପ୍ରକାର ଭକ୍ତ ମାନେ ଅତ୍ୟନ୍ତ ମାରାତ୍ମକ। ଏମାନେ ଭାବ ପ୍ରବଣ ଓ ଅନ୍ଧ। ଦେବତା ପୂଜା କଲା ପରି ଏମାନେ ନେତାଙ୍କୁ ପୂଜା କରନ୍ତି। ନେତାଙ୍କ ବିରୋଧରେ ଯେ କହିଲା ତାକୁ ମାରି ଗୋଡାନ୍ତି।  ଇଂରାଜୀରେ ଏମାନଙ୍କୁ କୁହାଯାଏ Inspired Idiots । ହାତରୁ ଖାଇ ଘୋଡା ଆଗରେ ଡେଇଁବା, ଖାଲି ଡେଇଁବା ନୁହେଁ ଉଲଗ୍ନ ହୋଇ ନାଚିବା – ଏମାନଙ୍କ କପାଳ ଲିଖନ। ଏମାନଙ୍କ ନେତା ସକାଳୁ ସନ୍ଧ୍ୟା ନିଜକୁ ନିଲାମ କରୁଛି ବୋଲି ଏମାନେ ଜାଣି ନଥାନ୍ତି। ଜାଣିଲେ ବି ଏମାନେ ଏତେ ଅନ୍ଧ ଯେ ସତ୍ୟକୁ ବିଶ୍ଵାସ କରିବା ତାଙ୍କ ଦେଇ ହୁଏନାଇଁ।

ନିରଳଜ ନେତାଙ୍କର ଉଦାହରଣ ଆରମ୍ଭରୁ ଦେଇଛି। ଭକ୍ତଙ୍କୁ ଆମେ ପ୍ରତିଦିନ ସୋସିଆଲ ମିଡିଆରେ ଦେଖୁଛୁ। ଆଜିର ନିର୍ବାଚନ ସମୟରେ ନିରଳଜ ନେତା ଯେତିକି କ୍ଷତିକାରକ, ବେହିଆ ଭକ୍ତ ମଧ୍ୟ ତାଙ୍କଠୁ ଅଧିକ ଭୟଙ୍କର। ଗଣତନ୍ତ୍ର ଲାଗି ପ୍ରଶ୍ନ ପଚାରୁଥିବା, ସଚେତନ ଭାବରେ ରାଜନୀତି ବୁଝୁଥିବା ଓ ସମ୍ବିଧାନକୁ ନିଜର ଧର୍ମ ଭାବୁଥିବା ନାଗରିକ ଦରକାର।ମନେ ରଖନ୍ତୁ, ଗଣତନ୍ତ୍ରରେ ନେତାଙ୍କ ପ୍ରତି ଅନ୍ଧ ଭକ୍ତି ହେଉଛି ସବୁଠୁ ବଡ ଦେଶଦ୍ରୋହ।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ଭୋଟର ତାଲିକାରୁ ହଟିଲା ୯୧ ଲକ୍ଷ ନାମ: ଜିଲ୍ଲାୱାରୀ ତାଲିକା ପ୍ରକାଶ କଲେ ନିର୍ବାଚନ କମିଶନ 

April 7, 2026

ସ୍ୱାସ୍ଥ୍ୟ ସୁରକ୍ଷାର ଆହ୍ୱାନ ଓ ପ୍ରତିବଦ୍ଧତା

April 7, 2026

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026
Latest News

କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପୋଲିସ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ବୟାନ

April 7, 2026

ୟୁପିରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ: ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଏଟିଏସ୍

April 7, 2026

ନୂଆ ଦଳ ଗଠନ କଲେ ନବଜୋତ କୌର ସିଦ୍ଧୁ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ନେଲେ ବଡ଼ ନିଷ୍ପତ୍ତି

April 7, 2026

ପଶ୍ଚିମବଙ୍ଗ ଭୋଟର ତାଲିକାରୁ ହଟିଲା ୯୧ ଲକ୍ଷ ନାମ: ଜିଲ୍ଲାୱାରୀ ତାଲିକା ପ୍ରକାଶ କଲେ ନିର୍ବାଚନ କମିଶନ 

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.