Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଇଆଇଟି ଦିଲ୍ଲୀ ପକ୍ଷରୁ ବିକଶିତ ହେଲା ବିଶ୍ୱର ସବୁଠୁ ଶସ୍ତା କୋଭିଡ ଡାଇଗ୍ନୋଷ୍ଟିକ କିଟ୍ ‘କରୋସିଓର’
ଅନ୍ତରାଷ୍ଟ୍ରୀୟ

ଆଇଆଇଟି ଦିଲ୍ଲୀ ପକ୍ଷରୁ ବିକଶିତ ହେଲା ବିଶ୍ୱର ସବୁଠୁ ଶସ୍ତା କୋଭିଡ ଡାଇଗ୍ନୋଷ୍ଟିକ କିଟ୍ ‘କରୋସିଓର’

July 15, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
Union HRD Minister Shri Ramesh Pokhriyal ‘Nishank’ Launches World's Most Affordable COVID-19 Diagnostic Kit Corosure Developed by IIT Delhi

ନୂୂଆଦିଲ୍ଲୀ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି ଦିଲ୍ଲୀ ଆଇଆଇଟି ଦ୍ୱାରା ବିକଶିତ ବିଶ୍ୱର ସବୁଠୁ ଶସ୍ତା ଆରଟି-ପିସିଆର ଭିତ୍ତିକ କୋଭିଡ-୧୯ ଡାଇଗ୍ନୋଷ୍ଟିକ କିଟ୍‌କୁ ଇଲେକ୍‌ଟ୍ରୋନିକ ମାଧ୍ୟମରେ ଉନ୍ମୋଚନ କରିଛନ୍ତି । ଏହି କିଟ୍‌କୁ ଆଇସିଏମ୍‌ଆର ଏବଂ ଡିସିଜିଆଇ ଅନୁମୋଦନ କରିଛି । ଏହି ଅବସରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସଂଜୟ ଧୋତ୍ରେ ଉପସ୍ଥିତ ଥିଲେ । ଏହାଛଡା କେନ୍ଦ୍ର ଉଚ୍ଚଶିକ୍ଷା ସଚିବ ଅମିତ ଖରେ ଏବଂ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏହି କାର‌୍ୟ୍ୟକ୍ରମରେ ଯୋଗଦେଇଥିଲେ ।

ଏହି ଅବସରରେ ପୋଖରିୟାଲ ନିଶଙ୍କ କହିଛନ୍ତି ଯେ ଦିଲ୍ଲୀ ଆଇଆଇଟି ଦ୍ୱାରା ବିକଶିତ ହୋଇଥିବା ଏହି କୋଭିଡ-୧୯ କିଟ୍ ‘କରୋସିଓର’ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏବେ ଭାରତରେ ଶସ୍ତା ଏବଂ ବିଶ୍ୱସନୀୟ ଟେଷ୍ଟିଂର ଆବଶ୍ୟକତା ଯଥେଷ୍ଟ ରହିଛି । ଏହାଦ୍ୱାରା କରୋନା ମହାମାରୀ ସଂକ୍ରମଣକୁ ରୋକାଯାଇପାରିବ । ସେ କହିଛନ୍ତି ଯେ ସଂପୂର୍ଣ୍ଣ ଦେଶୀ କାରିଗରୀ ଜ୍ଞାନକୌଶଳରେ ‘କରୋସିଓର’ କିଟ୍ ତିଆରି ହୋଇଛି । ଏହା ଅନ୍ୟାନ୍ୟ କିଟ୍‌ଠାରୁ ଯଥେଷ୍ଟ ଶସ୍ତା।

ଏହି କିଟ୍ ଆଇସିଏମ୍‌ଆରର ଅନୁମୋଦନ ଲାଭ କରିଛି ଏବଂ ଏହାର ସମ୍ବେଦନଶୀଳତା ଓ ସ୍ୱତନ୍ତ୍ରତାକୁ ଡିସିଜିଆଇ ଉଚ୍ଚପ୍ରଶଂସା କରିଛି । ଏହି କାଯ୍ୟ ପାଇଁ ସେ ଆଇଆଇଟି ଦିଲ୍ଲୀର ଗବେଷକ ଓ ଏଥିରେ ସଂପୃକ୍ତ ଅନ୍ୟ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଫେସର ବିବେକାନନ୍ଦ ପେରୁମଲ ଏବଂ ତାଙ୍କ ଟିମ୍‌ର ଗବେଷଣାରେ ଏହି କିଟ୍ ନିର୍ମିତ ହୋଇଛି । ଏଥିରେ ଗବେଷକ ପ୍ରଶାନ୍ତ ପ୍ରଧାନ, ଆଶୁତୋଷ ପାଣ୍ଡେ, ପ୍ରବୀଣ ତ୍ରିପାଠୀଙ୍କ ସମେତ ଡଃ ଅଖିଳେଶ ମିଶ୍ର, ଡଃ ପାରୁଲ ଗୁପ୍ତା, ଡଃ ସୋନମ୍ ଧମିଜା, ପ୍ରଫେସର ମନୋଜ ମେନନ, ପ୍ରଫେସର ବିଶ୍ୱଜିତ କୁଣ୍ଡୁ ଓ ପ୍ରଫେସର ଜେମ୍‌ସ ଗୋମ୍‌ସ ପ୍ରମୁଖ ଅନ୍ତର୍ଭୁକ୍ତ । ସମଗ୍ର ଟିମ୍‌କୁ ମନ୍ତ୍ରୀ ଶ୍ରୀ ନିଶଙ୍କ ଅଭିନନ୍ଦନ ଜଣାଇଛନ୍ତି ।

ମନ୍ତ୍ରୀ ଶ୍ରୀ ପୋଖରିୟାଲ କହିଛନ୍ତି ଯେ ଏହି ଶସ୍ତା କିଟ୍ ଦ୍ୱାରା ସାଂପ୍ରତିକ ସଂକଟ ସମମୟରେ କୋଭିଡ ରୋଗୀଙ୍କୁ ଚିହ୍ୱଟ କରିବା ସହଜ ହେବ । ଏହି ‘କରୋସିଓର’ କିଟ୍‌କୁ ଦିଲ୍ଲୀର ନିଉଟେକ୍ ମେଡିକାଲ ଡିଭାଇସେସ୍ ସଂସ୍ଥା ତିଆରି କରୁଛି । ତାଙ୍କ ମନ୍ତ୍ରଣାଳୟ ଅଧୀନ ଆଇଆଇଟି ଭଳି ଏକ ଉଚ୍ଚଶିକ୍ଷାନୁଷ୍ଠାନ ଗୋଟିଏ ଘରୋଇ କଂପାନୀ ସହ ମିଶି ଏହି ମହାମାରୀ ସମୟରେ ଏ ଯେଉଁ କାର‌୍ୟ୍ୟଟି କରିଛି ତାହା ବେଶ୍ ପ୍ରଶଂସନୀୟ । ଏହା ଦେଶର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ । ଆଜିର ଏହି ଉନ୍ମୋଚନ ସହିତ ‘କରୋସିଓର’ କିଟ୍ ଦେଶର ଅଧିକୃତ ଟେଷ୍ଟିଂ ଲ୍ୟାବରେ ବ୍ୟବହାର ପାଇଁ ଉପଲବ୍‌ଧ ହେବ ।

ଏହି କିଟ୍‌ର ଦାମ ୩୯୯ ଟଙ୍କା ରଖାଯାଇଛି । ଏହା ସହିତ ପରୀକ୍ଷାନିରୀକ୍ଷା ଖର୍ଚ୍ଚ ମିଶିଲେ କୋଭିଡ ଟେଷ୍ଟର ମୋଟ ଖର୍ଚ୍ଚ ଅନ୍ୟାନ୍ୟ କିଟ୍ ତୁଳନାରେ କମ୍ ରହିବ । ଏହି ଟେକ୍‌ନୋଲଜିକୁ ବ୍ୟବହାର କରି କିଟ୍ ଉତ୍ପାଦନ କରିବା ପାଇଁ ଦିଲ୍ଲୀ ଆଇଆଇଟି ୧୦ଟି କଂପାନୀକୁ ଲାଇସେନ୍ସ ପ୍ରଦାନ କରିଛି ବୋଲି ଶ୍ରୀ ନିଶଙ୍କ କହିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଧୋତ୍ରେ କହିଛନ୍ତି ଯେ ଏବେ କରୋନା ଟେଷ୍ଟିଂର ଚାହିଦା ଯଥେଷ୍ଟ ବଢିଥିବାରୁ ଏହି ଶସ୍ତା ଓ ଉଚ୍ଚମାନର ‘କରୋସିଓର’ କିଟ୍ କରେନା ମୁକାବିଲାରେ ବିଶେଷ ସହାୟକ ହେବ ।

ଏହି କିଟ୍ ବିକାଶରେ ଦିଲ୍ଲୀ ଆଇଆଇଟି ଗବେଷକମାନଙ୍କ କାଯ୍ୟକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ନବସୃଜନ ଓ ଉଦ୍ୟମୀତା, ଆତ୍ମନିର୍ଭର ଭାରତ ନିର୍ମାଣ କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ସମଗ୍ର ଦେଶରେ ଟେକ୍‌ନୋଲଜି ଓ ନବସୃଜନକୁ ସରକାର ବ୍ୟାପକଭାବେ ପ୍ରୋତ୍ସାହିତ କରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ ଦିଲ୍ଲୀ ଆଇଆଇଟିର ୪୦ ବର୍ଷର ପୁରୁଣା ଗ୍ରାମ୍ୟ ଉନ୍ନୟନ ଏବଂ ଟେକ୍‌ନୋଲଜି କେନ୍ଦ୍ର ଗ୍ରାମାଞ୍ଚଳ ବିକାଶରେ ନୂଆ ଟେକ୍‌ନୋଲଜି ପ୍ରୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକ ଗ୍ରହଣ କରିଆସୁଛି । ଏହାଦ୍ୱାରା ଗ୍ରାମୀଣ ଜନତା ବିଶେଷକରି ଗରିବ ଲୋକଙ୍କର ଉନ୍ନତି ଘଟିବା ସହ ଦେଶର ଅନ୍ତିମ ନାଗରିକ ପାଖରେ ସରକାରୀ ସୁବିଧା ସୁଯୋଗ ପହଞ୍ଚିପାରୁଛି । ଯୁବବର୍ଗଙ୍କ ମଧ୍ୟରେ ବୈଜ୍ଞାନିକ ଚେତନା ସୃଷ୍ଟି ସହିତ ସେମାନଙ୍କୁ ଟେକ୍‌ନୋଲଜି ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଯୁବ ସମାଜ ମଧ୍ୟ ଏଥିପ୍ରତି ବିଶେଷ ଆଗ୍ରହ ଦେଖାଇ ଏଥିରେ ସାମିଲ ହୋଇଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ସଚିବ ଖରେ କହିଛନ୍ତି ଯେ ଡାଇଗ୍ନୋଷ୍ଟିକ କିଟ୍ ପ୍ରସ୍ତୁତି ପାଇଁ ଆଇସିଏମ୍‌ଆର ଅନୁମୋଦନ ପାଇବାରେ ଦିଲ୍ଲୀ ଆଇଆଇଟି ପ୍ରଥମ ବୈଷୟିକ ଶିକ୍ଷାନୁଷ୍ଠାନ । ଏହା ମଧ୍ୟ ପ୍ରଥମ ପ୍ରୋବ୍‌-ଫ୍ରି କିଟ୍‌ଭାବେ ଆଇସିଏମ୍‌ଆର ଦ୍ୱାରା ଅନୁମୋଦିତ ହୋଇଛି । ସରକାରୀ ଡାକ୍ତରୀ ଗବେଷଣା ସଂସ୍ଥା ମଧ୍ୟ ଏହାର ସେନ୍‌ସିଟିଭିଟି ଓ ସ୍ପେସିଫିସିଟି ଶତପ୍ରତିଶତ ବୋଲି କହିଛନ୍ତି । ସେ ଦିଲ୍ଲୀ ଆଇଆଇଟି ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ଦିଲ୍ଲୀ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଭି. ରାମଗୋପାଳ ରାଓ କହିଛନ୍ତି ଯେ ଏହି କିଟ୍ ନିର୍ମାଣରେ ଭାରତ ସରକାର, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମ୍‌ଆର ପକ୍ଷରୁ ମିଳିଥିବା ସାହାଯ୍ୟ ସହଯୋଗ ଉଲ୍ଲେଖନୀୟ । ଏଥିପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ସହଯୋଗ ଫଳରେ ଏଭଳି ଏକ ଉଚ୍ଚମାନର ଏବଂ ଶସ୍ତା କିଟ୍ ବିକଶିତ ହୋଇପାରିଛି । କରୋନା ବିରୋଧୀ ଲଢେଇରେ ସାମିଲ ହୋଇ ଆଇଆଇଟିର ଗବେଷକମାନେ ଅଧିକ ଗବେଷଣା କରି ନୂଆ ନୂଆ ଉପକରଣ ଉତ୍ପାଦନ ଜାରି ରଖିବେ ବୋଲି ସେ କହିଛନ୍ତି ।

IIT Delhi
Share. Facebook Twitter LinkedIn Email WhatsApp Copy Link

Related Posts

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

କେରଳ କୌମୁଦି ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ଅମିତ ଶାହ

January 12, 2026

ଆଜି ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.