Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ଥିତି ନ ବଦଳିଲେ ଅବସ୍ଥା ଅସମ୍ଭାଳ, ପଢନ୍ତୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସାଇନ୍‌ସର ଅଧ୍ୟୟନ
ଆଜିର ଖବର

ସ୍ଥିତି ନ ବଦଳିଲେ ଅବସ୍ଥା ଅସମ୍ଭାଳ, ପଢନ୍ତୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସାଇନ୍‌ସର ଅଧ୍ୟୟନ

July 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବେଙ୍ଗାଳୁରୁ, ସ୍ଥିତି ଯଦି ଖରାପ ହୁଏ ତେବେ ସେପ୍ଟମ୍ବର ପହିଲା ବେଳକୁ ଭାରତର କୋଭିଡ-19 ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା 35 ଲକ୍ଷରେ ପହଞ୍ଚିଯିବ। ସେହି ସମୟ ବେଳକୁ କର୍ଣ୍ଣାଟକରେ ରୋଗୀଙ୍କ ସଂଖ୍ୟା 2 ଲକ୍ଷ ଟପିଯିବ। ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କରି ‘ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସାଇନ୍‌ସ୍’ (ଆଇଆଇଏସ୍‌ସି) କରିଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି।

ସେପ୍ଟେମ୍ବର ମାସ ବେଳକୁ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା 10 ଲକ୍ଷ ରହିବ। ଯଦି ବର୍ତ୍ତମାନର ସ୍ଥିତିରେ ସୁଧାର ଆସେ ତେବେ ଦେଶର ମୋଟ ସଂକ୍ରମିତ ସଂଖ୍ୟା ସର୍ବୋଚ୍ଚ 20 ଲକ୍ଷ ଛୁଇଁପାରେ। ମାର୍ଚ୍ଚ 2021 ବେଳକୁ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 37 ଲକ୍ଷ ଟପିଯିବ। ଏମାନଙ୍କ ମଧ୍ୟରୁ ସକ୍ରିୟ ମାମଲା 14 ଲକ୍ଷ ରହିବ ଏବଂ ମୃତ୍ୟୁସଂଖ୍ୟା 1 ଲକ୍ଷ 90 ହଜାର ହେବ।

ଗତକାଲି ସନ୍ଧ୍ୟା 7ଟା ସୁଦ୍ଧା ଦେଶରେ ମୋଟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 40 ହଜାର ଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଥିଲା 3 ଲକ୍ଷ 40 ହଜାର। ମୋଟ ମୃତ୍ୟୁସଂଖ୍ୟା ଥିଲା 24 ହଜାର 300। ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ଦେଶରେ ମହାରାଷ୍ଟ୍ର ପ୍ରଥମ,ଦିଲ୍ଲୀ ଦ୍ବିତୀୟ, ତାମିଲନାଡୁ ତୃତୀୟ ଏବଂ ଗୁଜୁରାଟ ଚତୁର୍ଥ ସ୍ଥାନରେ ରହିଛି।

ମାର୍ଚ ୨୩ ରୁ ଜୁନ୍ ୧୮ ତାରିଖ ମଧ୍ୟରେ ଦେଶରେ ଚାଲିଥିବା କୋଭିଡ୍-୧୯ ଧାରାକୁ ଆଧାର କରି ‘ଆଇଆଇଏସ୍‌ସି’ ଏହି ଗାଣିତିକ ମଡେଲ୍ ପ୍ରସ୍ତୁତ କରିଛି। କିନ୍ତୁ ଦେଶର ସାମ୍ପ୍ରତିକ କୋଭିଡ୍-୧୯ ପରିସ୍ଥିତିକୁ ଚାହିଁ ହିସାବ କଲେ ଏହି ଆକଳନ ଭିନ୍ନ ହୋଇପାରେ।

‘ଆଇଆଇଏସ୍‌ସି’ ପ୍ରସ୍ତୁତ କରିଥିବା ‘ଓର୍ସ ସିନେରିଓ ପ୍ରୋଜେକ୍‌ସନ୍’ ଅନୁସାରେ, ୨୦୨୧ ସୁଦ୍ଧା ଭାରତରେ କୋଭିଡ୍-୧୯ ସଂକ୍ରମଣ ଶୀର୍ଷସ୍ତରକୁ ଯାଇ ପାରିବ ନାହିଁ। ‘ବେଟର୍ ସିନେରିଓ ପ୍ରୋଜେକ୍‌ସନ୍’ ଅନୁସାରେ, ସେପ୍ଟେମ୍ବର କିଂବା ଅକ୍ଟୋବର ଦ୍ବିତୀୟ ସପ୍ତାହ ବେଳକୁ ଦେଶରେ କୋଭିଡ୍-୧୯ ଶୀର୍ଷ ଛୁଇଁପାରେ।

ସପ୍ତାହକୁ ଦିନେ କିଂବା ଦୁଇ ଦିନ ଲକ୍‌ଡାଉନ୍‌ ବ୍ୟବସ୍ଥା ଉପରେ ଏହି ମଡେଲ୍ ଅଧ୍ୟୟନ ଖୁବ୍ ଗୁରୁତ୍ବ ଦେଇଛି। ଏହାଦ୍ବାରା ନୂତନ ସଂକ୍ରମଣ ହାର ହ୍ରାସ ପାଉଛି। ଏହାଛଡ଼ା ଦେଶରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ଆରୋଗ୍ୟ ହାର ସ୍ଥିର ରହୁଥିବା ଏବଂ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ଓ ଉଚିତ ସମୟରେ କ୍ବାରେଣ୍ଟିନ୍ ବ୍ୟବସ୍ଥା ଉପରେ ମଧ୍ୟ ଏହି ମଡେଲ୍ ସନ୍ତୋଷ ବ୍ୟକ୍ତ କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026

ଷଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

February 25, 2026

ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ: ମାର୍ଚ୍ଚ ୮ ଯାଏଁ ଗୃହ ମୁଲତବି

February 25, 2026
Latest News

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026

ଷଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

February 25, 2026

ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ: ମାର୍ଚ୍ଚ ୮ ଯାଏଁ ଗୃହ ମୁଲତବି

February 25, 2026

ଆଜି ଫେବୃୟାରୀ ୨୫ ତାରିଖ ବୁଧବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.