ସମୀକ୍ଷା ବ୍ୟୁରୋ:
ଆସନ୍ତା କାଲି ସନ୍ଧ୍ୟାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରମୁଖ କୋଭିଡ ପ୍ରବଣ ଜିଲ୍ଲା ଯଥା- ଗଞ୍ଜାମ, ଖୋର୍ଦ୍ଧା, କଟକ ଏବଂ ଯାଜପୁର ତଥା ରାଉରକେଲା ମ୍ଯୁନିସିପାଲିଟି ଅଞ୍ଚଳରେ ରାଜ୍ୟ ସରକାର ଲକ ଡାଉନ ଲାଗୁ କରିଛନ୍ତି। ରାଜ୍ୟର ମୋଟ କୋଭିଡ ସଂଖ୍ଯାର ୬୬% କେବଳ ଏହି ଅଞ୍ଚଳରୁ ଚିହ୍ନଟ ହେଉଥିବାରୁ ଏହି ଲକ ଡାଉନ ଲାଗୁ କରା ଯାଉଛି ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି କହିଛନ୍ତି।
ଆସନ୍ତା କାଲି ରାତି ୯ ଟାରୁ ଦୁଇ ସପ୍ତାହ ଯାଏଁ ଏହି ସବୁ ଅଞ୍ଚଳରେ ଲକ ଡାଉନ ଲାଗୁ ହେବ। ତେବେ ସକାଳ ୬ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଖାଦ୍ଯପଦାର୍ଥ, ପନିପରିବା ଓ କ୍ଷୀର ଦୋକାନ ଖୋଲା ରହିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ସେହିପରି ନିର୍ଦ୍ଦିଷ୍ଟ ଅଫିସ୍ ଓ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ । ଲକ୍ଡାଉନ୍ କଟକଣା ମାନିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।
ତେବେ ଉପରୋକ୍ତ ଜିଲ୍ଲା ଓ ମହାନଗରରେ ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁ ହେବ ନାହିଁ ବୋଲି ସୂଚନା ରହିଛି । ଏହି ଲକ୍ ଡାଉନ ସମୟରେ ଉପରୋକ୍ତ ଜିଲ୍ଲା ଓ ମହନାଗରରେ ବ୍ୟାପକ ମାତ୍ରାରେ ସର୍ଭେଲାନ୍ସ ଓ ଟେଷ୍ଟିଂ କରାଯିବ ।