Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା କାଳରେ ମିଛ ଖବର ଓ ମିଛ ତଥ୍ୟର ମହାମାରୀ, ଇନ୍ଫୋଡେମିକ୍ସ ର ନୂଆ ଅର୍ଥ ଓ ନୂଆ ଚେହେରା
ବିଶେଷ ଖବର

କରୋନା କାଳରେ ମିଛ ଖବର ଓ ମିଛ ତଥ୍ୟର ମହାମାରୀ, ଇନ୍ଫୋଡେମିକ୍ସ ର ନୂଆ ଅର୍ଥ ଓ ନୂଆ ଚେହେରା

July 20, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମହା ନିର୍ଦ୍ଦେଶକ ଡାକ୍ତର ଟେଦ୍ରୋସ ବାରମ୍ବାର କରୋନା ମୁକାବିଲା କଥା କହିବା ବେଳେ ଦୁଇଟି ଶବ୍ଦର ପ୍ରୟୋଗ କରୁଛନ୍ତି- ପାଣ୍ଡେମିକ ଏବଂ ଇନ୍ଫୋଡେମିକ୍ସ। ଆମେ ସମସ୍ତେ ଜାଣୁ ଇଂରାଜୀ ଭାଷାରେ ଯେ କୌଣସି ସାମୟିକ ସ୍ଥିତିକୁ ନେଇ ତୁରନ୍ତ ଶବ୍ଦ ତିଆରି ହୋଇଯାଏ। ପାଣ୍ଡେମିକ୍ସ ବା ମହାମାରୀ ସମୟରେ ହଠାତ “ଇନ୍ଫୋଡେମିକ୍ସ” ଶବ୍ଦଟି ତିଆରି ହେବା ପଛର କାରଣଟି କେବଳ ଏକ ସାମ୍ବାଦିକ ଆବଶ୍ୟକତା ନୁହେଁ, ଏହା ଅନେକାଂଶରେ ଆମ ସମୟର ଏକ ଭୟଙ୍କର ଆବଶ୍ୟକତା। ଆଜିର ସମୟରେ ମହାମାରୀ ଯେତିକି ସାଂଘାତିକ ନୁହେଁ, ତାଠୁ ଅଧିକ ସାଂଘାତିକ ହେଉଛି ମହାମାରୀକୁ ନେଇ ତିଆରି ହେଉଥିବା ରାଜନୈତିକ ସୂଚନା। ନିଜ ନିଜର ରାଜନୀତିକୁ ବଞ୍ଚାଇ ରଖିବାଲାଗି ସବୁଠୁ କ୍ଷତିଗ୍ରସ୍ତ ଦେଶର ମୁଖିଆମାନେ କରୋନା କୁ କେନ୍ଦ୍ର କରି ବିଭିନ୍ନ କାହାଣୀ ପ୍ରଚାର କରି ଚାଲିଛନ୍ତି। ପୃଥିବୀର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସବୁଠୁ ପ୍ରସିଦ୍ଧ ପତ୍ରିକା “ଦି ଲାଂସେଟ” ର ସଂପାଦକୀୟ ସ୍ପଷ୍ଟ ଭାବରେ ଏ ପ୍ରକାର ସୂଚନାଗତ ମହାମାରୀ ବା ଇନ୍ଫୋଡେମିକ୍ସ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଓ ବ୍ରାଜିଲ ରାଷ୍ଟ୍ରପତି ଜଏର ବଲ୍ସାନାରୋଙ୍କୁ ଦାୟୀ କରିଛି। ବୈଜ୍ଞାନିକ ବା ବିଜ୍ଞାନ ଆଧାରିତ ମାନସିକତା ଅପେକ୍ଷା ଷଡଯନ୍ତ୍ର ରଚନା ଓ ଗୁଜବ ତତ୍ତ୍ଵ ଉପରେ ଏହି ଦୁଇ ନେତା ସର୍ବାଧିକ ଗୁରୁତ୍ଵ ଦେଇଛନ୍ତି। ଆମେରିକା ଓ ବ୍ରାଜିଲ ସେଥିଲାଗି ଆଜି ପୃଥିବୀର ସର୍ବାଧିକ ଆକ୍ରାନ୍ତ ଦେଶ ଭାବରେ ପରିଗଣିତ।

ଯେଉଁ ଦେଶର ନେତୃତ୍ଵ ବୈଜ୍ଞାନିକ ଚିନ୍ତାନକୁ ଆଧାର କରି ବାସ୍ତବାଭିମୁଖୀ ପଦକ୍ଷେପ ନେଇଛନ୍ତି, ସେ ଦେଶ କରୋନା ମୁକାବିଲା ରେ ସଫଳ ହୋଇଛନ୍ତି। ନ୍ୟୁଜିଲାଣ୍ଡ ଓ ଜର୍ମାନୀ ଏହାର ଉଦାହରଣ। ଆଗରୁ ଭିଏତନାମ ଓ ଦକ୍ଷିଣ କୋରିଆ ସମ୍ପର୍କରେ ଆମେ ଆଲୋଚନା କରିଛୁ। ନ୍ୟୁଜିଲାଣ୍ଡ କିନ୍ତୁ କରୋନା ମୁକାବିଲାରେ ଏକ ବିରଳ ଉଦାହରଣ ପ୍ରସ୍ତୁତ କରିଛି। ମାତ୍ର ପଚାଶ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ପ୍ରଥମ କରୋନା-ମୁକ୍ତ ଦେଶ ଭାବରେ ନିଜକୁ ଘୋଷଣା କରିଥିଲା। ମଇ ୨୧ ରୁ ଜୁନ ୧୬ ଭିତରେ ନ୍ୟୁଜିଲାଣ୍ଡରେ ଗୋଟିଏ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ। ଗତ ଦୁଇମାସ ଭିତରେ ସେଠାରେ ମାତ୍ର ୧୨ ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ କୁ ଅଟକାଇବା ଓ ମୃତ୍ୟୁ ସଂଖ୍ୟା କମାଇବାରେ ନ୍ୟୁଜିଲାଣ୍ଡ ଭଳି ବହୁ ଦେଶ ସକ୍ଷମ ହୋଇଛନ୍ତି।

ସତ କହିବାକୁ ଗଲେ ପୃଥିବୀର ମୋଟ ଆକ୍ରାନ୍ତ ସଂଖ୍ୟା ୧,୪୪, ୬୫୬୧୨ ହୋଇଥିବା ବେଳେ ଏହାର ପ୍ରାୟ ଅଧାରୁ ଅଧିକ କେବଳ ପାଞ୍ଚୋଟି ଦେଶରେ ରହିଛନ୍ତି। ଆମେରିକା, ବ୍ରାଜିଲ, ଭାରତ, ଋଷିଆ ଓ ଦକ୍ଷିଣ ଆଫ୍ରିକା ରେ ମୋଟ ୮୦ ଲକ୍ଷ ଆକ୍ରାନ୍ତ ରହିଛନ୍ତି। ଅର୍ଥାତ ମୋଟ ଆକ୍ରାନ୍ତଙ୍କର ଷାଠିଏ ଭାଗରୁ ଅଧିକ କେବଳ ପାଞ୍ଚୋଟି ଦେଶରେ ଭରି ରହିଛନ୍ତି।ଏମାନଙ୍କ ତଳକୁ ଥିବା  ଅନ୍ୟ ଦଶଟି  ଦେଶ ରେ ବାକି ୩୦ ଲକ୍ଷ ଆକ୍ରାନ୍ତ ରହିଛନ୍ତି। ପୃଥିବୀର ଅନ୍ଯାନ୍ଯ ୨୦୦ ଦେଶରେ ୩୦-୩୫ ଲକ୍ଷ ଆକ୍ରାନ୍ତ ରହିଛନ୍ତି। ଏମାନଙ୍କ ଭିତରେ ଚୀନ ଓ ଇଣ୍ଡୋନେସିଆ ଭଳି ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ମଧ୍ୟ ରହିଛନ୍ତି। ପ୍ରଥମ ଚାରୋଟି ସର୍ବାଧିକ ଆକ୍ରାନ୍ତ ଦେଶର ନେତୃତ୍ଵ ମୂଳତଃ ଇଫୋଡେମିକ୍କ ର ବଡ ପ୍ରଚାରକ। ଆମେରିକା ଓ ଋଷିଆ ପରଷ୍ପରକୁ ସବୁଠୁ ବଡ “ମିଛ  ଖବର” ର ପ୍ରଚାରକ ବୋଲି କହିଥାନ୍ତି। ସରକାରୀ ଭାବରେ ବିଶ୍ବରେ ଯାବତୀୟ ମିଛ ଖବର ବ୍ୟାପକ କରାଇବା କାମ ଆମେରିକା ଓ ଋଷିଆ ଶୀତଳ ଯୁଦ୍ଧ ସମୟରୁ କରି ଆସୁଛନ୍ତି। କରୋନା ମହାମାରୀ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମିଛ ଖବରକୁ ହିଁ ଏକମାତ୍ର ଖବର ବୋଲି ଗ୍ରହଣ କରି ନେଇଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କର ନିଜସ୍ଵ ସ୍ୱାସ୍ଥ୍ୟ ଉପଦେଷ୍ଟା ଆଣ୍ଟୋନୀ ଫଉସିଙ୍କ ବିରୋଧରେ ଟ୍ରମ୍ଫ ପ୍ରଶାସନ ରୀତିମତ ଅପପ୍ରଚାର ଆରମ୍ଭ କରିଛି।

ତେବେ ବ୍ରାଜିଲ ଓ ଆମେରିକା ତୁଳନାରେ ଆମ ଦେଶରେ ସୂଚନା-ମହାମାରୀର ସ୍ତର ଆହୁରି ଭୟଙ୍କର। ମାର୍ଚ୍ଚ ମାସରୁ ଆମକୁ କରୋନା ସଂକ୍ରମଣ କୁ ନେଇ ପ୍ରତିଦିନ ଗାଲୁଗପ ଶୁଣିବାକୁ ପଡୁଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ୨୧ ଦିନିଆ ମହାଭାରତ ଯୁଦ୍ଧ ବୋଲି କହି ଏକ ହାସ୍ୟାସ୍ପଦ ଅଭିଯାନ ଆରମ୍ଭ କରିଥିଲେ। ବିଭିନ୍ନ ପର୍ୟାୟ ରେ ମହାମାରୀକୁ ନେଇ ଧର୍ମ ସହିତ ଯୋଡିବାର ଉଦ୍ୟମ ମଧ୍ୟ ହୋଇଥିଲା। ମାର୍ଚ୍ଚ ମାସର ଶେଷ ବେଳକୁ ଏକ ନିର୍ଦ୍ଦିଷ୍ଟ ଧର୍ମ ସହିତ ମହାମାରୀକୁ ଯୋଡିବାର ପ୍ରୟାସ ଦେଶର ଶାସକ ଦଳ ଆରମ୍ଭ କରିଥିଲେ। ମାର୍ଚ୍ଚ ଓ ଏପ୍ରିଲ ମାସରେ ବୈଜ୍ଞାନିକ ମାନସିକତାର ପ୍ରଚାର ଅପେକ୍ଷା ଅଧିକ ନାଟକବାଜି ଉପରେ ଆମେ ଗୁରୁତ୍ଵ ଦେଲେ। ଆଜି ଯେତେବେଳେ ଦେଶରେ ସଂକ୍ରମଣ ସଂଖ୍ୟା ୧୧ ଲକ୍ଷ ରେ ପହଞ୍ଚିଛି ଓ ପ୍ରତି ତିନି ଦିନରେ ଲକ୍ଷେ ରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେତେବେଳେ ମଧ୍ୟ ଆମେ ସଫଳତାର ମିଛ ବାହାନା ଖୋଜୁଛୁ। ପ୍ରତି ଦୁଇ ଦିନରେ ହଜାରେ ଭାରତୀୟ କରୋନା ଯୋଗୁଁ ପ୍ରାଣ ହରାଉଥିବା ବେଳେ ଆମର ପ୍ରଧାନମନ୍ତ୍ରୀ ୧୨୦ ଟି ଦେଶକୁ କରୋନା କବଳରୁ ରକ୍ଷା କରିବାରେ ସହାୟକ ହୋଇଥିବାର ଦାବି କରୁଛନ୍ତି। ମହାମାରୀର ନିୟନ୍ତ୍ରଣ ଲାଗି ଆମର ନେତୃତ୍ଵ ଅଧିକରୁ ଅଧିକ ଡାକ୍ତର, ବୈଜ୍ଞାନିକ ଓ ଅର୍ଥନୀତିଜ୍ଞଙ୍କ ପରାମର୍ଶ ଲୋଡିବା ଉଚିତ। ବାବୁ ଓ ନେତାଙ୍କ ହାତରେ ମହାମାରୀ ନିୟନ୍ତ୍ରଣ ର ସଂପୂର୍ଣ୍ଣ ଭାର ଦେବା ଫଳରେ ମିଛ ଖବର ଓ ଅନ୍ଧାରରେ ବାଡିବୁଲା ସୂଚନା ଏବେ ପ୍ରବଳ ବେଗରେ ମାଡି ଚାଲିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026
Latest News

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.