Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ମୁକାବିଲାରେ ବିଫଳ ଆମ ସରକାରକୁ ପ୍ରଶ୍ନ ପଚାରିବାକୁ ଗଣମାଧ୍ୟମର ଜିଭରେ ସାହସ ନାହିଁ କାହିଁକି?
ବିଶେଷ ଖବର

କରୋନା ମୁକାବିଲାରେ ବିଫଳ ଆମ ସରକାରକୁ ପ୍ରଶ୍ନ ପଚାରିବାକୁ ଗଣମାଧ୍ୟମର ଜିଭରେ ସାହସ ନାହିଁ କାହିଁକି?

July 21, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଗତ ରବିବାର ଆମେରିକାର ଗଣମାଧ୍ୟମ ଇତିହାସରେ ଏକ ଐତିହାସିକ ଦିନ ଥିଲା। ଯେଉଁମାନେ ଆମେରିକା ଗଣମାଧ୍ୟମକୁ ଜାଣନ୍ତି ସେମାନଙ୍କ ପାଇଁ “ଫକ୍ସ ନ୍ଯୁଜ” ଏକ ରକ୍ଷଣଶୀଳ-ଦକ୍ଷିଣପନ୍ଥୀ ସଂଗଠନ। ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ଫଙ୍କ ଉଗ୍ର ଦକ୍ଷିଣପନ୍ଥୀ  ରାଜନୀତିର ଦୃଢ ସମର୍ଥକ ଭାବରେ ଫକ୍ସ ନ୍ଯୁଜ କୁ ଗମ୍ଭୀରତାର ସହିତ କେହି ନିଅନ୍ତି ନାହିଁ। ତେବେ ଗତ ରବିବାର ଦିନ ଫକ୍ସ ନ୍ଯୁଜ ର ସାମ୍ବାଦିକ କ୍ରିସ ୱାଲେସ  ଯେତେବେଳେ ରାଷ୍ଟ୍ରପତି ଟ୍ରମ୍ଫଙ୍କ ସହିତ ନେଇଥିବା ସାକ୍ଷାତ୍‌କାର ଗଣମାଧ୍ୟମର ସ୍ଵାଧୀନତା ଆଗରେ ପୃଥିବୀର ସବୁଠୁ କ୍ଷମତାଶାଳୀ ରାଷ୍ଟ୍ରପତି ଯେ କେତେ ଅସହାୟ ସେ କଥା, ସ୍ପଷ୍ଟ ବାରି ହୋଇପଡୁଥିଲା। କ୍ରିସ ୱାଲେସ ରାଷ୍ଟ୍ରପତି ଟ୍ରମ୍ଫଙ୍କୁ କେବଳ ଗୁଡେଇ ତୁଡେଇ ପ୍ରଶ୍ନ ପଚାରି ନଥିଲେ, ରାଷ୍ଟ୍ରପତିଙ୍କ ଉତ୍ତରରେ ରହିଥିବା ଭୁଲ ତଥ୍ୟକୁ ସିଧା ସିଧା ଖଣ୍ଡନ କରିଥିଲେ। କରୋନା ମୁକାବିଲା କ୍ଷେତ୍ରରେ ଟ୍ରମ୍ଫ ପ୍ରଶାସନର ଅସହାୟତାକୁ ଅତି ନିର୍ଦ୍ଦୟ ଭାବରେ ଖୋଲିଦେବାର ସାହସ ପାଇଁ ଏହି ସାକ୍ଷାତ୍‌କାର ଐତିହାସିକ ବୋଲି କୁହାଯିବ। ରାଷ୍ଟ୍ରପତି ଟ୍ରମ୍ଫ ନିଜ ପକ୍ଷ ରଖିବାକୁ ଯାଇ, ସର୍ବାଧିକ ପରୀକ୍ଷା ହେଉଥିବାରୁ ଆମେରିକାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ବୋଲି କହିଥିଲେ। ଏହାକୁ ଖଣ୍ଡନ କରି କ୍ରିସ କହିଥିଲେ ଯେ ପୃଥିବୀର ଅନ୍ଯାନ୍ଯ ଦେଶ ତୁଳନାରେ ଆମେରିକାର ସ୍ଥିତି ଅତ୍ୟନ୍ତ ଖରାପ। ଅନ୍ୟ ଦେଶ ତୁଳନାରେ ଆମେରିକାରେ ମୃତ୍ୟୁହାର ଢେର କମ ରହିଛି ବୋଲି ଟ୍ରମ୍ଫ କହିବା ପରେ, ତୁରନ୍ତ ତାଙ୍କୁ ବାସ୍ତବ ତଥ୍ୟ ଦେଖାଇ ଦିଆ ଯାଇଥିଲା। ଆମେରିକାରେ ମୃତ୍ୟୁ ହାର ୩.୭% ଓ ଏହା ଋଷିଆ, ଦକ୍ଷିଣ କୋରିଆ ଭଳି ଦେଶ ତୁଳନାରେ ଢେର ବେଶୀ ବୋଲି ରାଷ୍ଟ୍ରପତିଙ୍କୁ କୁହା ଯାଇଥିଲା। ଏହି ସାକ୍ଷାତ୍‌କାର ସମୟରେ ରାଷ୍ଟ୍ରପତିଙ୍କ ମୁହଁ ଉତ୍ତେଜନା ଓ ଝାଳରେ ଓଦା ଦିଶୁଥିବା ବେଳେ ସାମ୍ବାଦିକ କ୍ରିସ ୱାଲେସ ଅତ୍ୟନ୍ତ ଶାନ୍ତ ଓ ହସହସ ମୁଦ୍ରାରେ ରହିଥିଲେ।

ଆମେରିକାର ଏହି ବହୁ ଚର୍ଚ୍ଚିତ ସାକ୍ଷାତ୍‌କାର ସମ୍ପର୍କରେ ଅବତାରଣା କରିବା ପଛରେ ଆମର ଉଦ୍ଦେଶ୍ୟ ହେଉଛି, ଆମ ଦେଶରେ ବା ଆମ ରାଜ୍ୟରେ ଏମିତି ଏକ ସାକ୍ଷାତ୍‌କାର ସମ୍ଭବ କି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆମେ ଏମିତି ପ୍ରଶ୍ନ ପଚାରି ପାରୁଛୁ କି? ଯଦି ଏ ପ୍ରକାର ପ୍ରଶ୍ନ ପଚାରିବାର ସାହସ ବା ସମ୍ଭାବନା ଆମର ନାହିଁ, ତା ହେଲେ ଆମେ ନିଜକୁ ପୃଥିବୀର ସବୁଠୁ ବଡ ଗଣତନ୍ତ୍ର ବୋଲି ଦାବି କରିବା କାହିଁକି? କରୋନା ମୁକାବିଲା କ୍ଷେତ୍ରରେ ଆମର ସରକାର ଓ ପ୍ରଧାନମନ୍ତ୍ରୀ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି। କେବଳ ସରକାରୀ ଅଧିକାରୀମାନେ ଆମକୁ ଏକ ପାଖିଆ ସୂଚନା ଦେଇ ଚାଲିଛନ୍ତି।ଏତେ ବଡ ମହାମାରୀ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ  ଗଣମାଧ୍ୟମ ସହିତ ଥରେ ବି କଥାବାର୍ତ୍ତା କରିନାହାନ୍ତି। ରାଷ୍ଟ୍ରପତି ଟ୍ରମ୍ଫ ଅନ୍ତତଃ ଗଣମାଧ୍ୟମକୁ ସାମ୍ନା କରୁଛନ୍ତି, ଆମର ଏଠି ଠିକ ତାର ବିପରୀତ କଥା ଘଟୁଛି। ପ୍ରଧାନମନ୍ତ୍ରୀ ନିଜର ପୂରା କାର୍ଯ୍ୟକାଳ ଭିତରେ ଥରେ ବି ସାମ୍ବାଦିକ ସମ୍ମିଳନୀ କରିନାହାନ୍ତି।ଯେଉଁ ଅଳ୍ପ କେତେଜଣ ସାମ୍ବାଦିକଙ୍କୁ ପ୍ରଧାନମନ୍ତ୍ରୀ ସାକ୍ଷାତ୍‌କାର ଦେଇଛନ୍ତି, ସେମାନେ ପ୍ରଶ୍ନ ପଚାରିବା ଅପେକ୍ଷା ପ୍ରଶସ୍ତି ଗାଇବାରେ ନିଜର ସମୟ ସାରିଛନ୍ତି।

ଆମର କରୋନା ସ୍ଥିତି ସହିତ ଆମେରିକାର ତୁଳନା କରିବା ଏବେ ଅତି ସହଜ। ଆସ୍ତେ ଆସ୍ତେ ଆମେ ଆମେରିକାର ଦଶା ଭୋଗିବାକୁ ଯାଉଛୁ। ଆମେରିକାରେ ପ୍ରାୟ ଚାଳିଶ ଲକ୍ଷ ଆକ୍ରାନ୍ତ ଓ ୧ ଲକ୍ଷ ୪୩ ହଜାର ମୃତ୍ୟୁ ଲୋକଙ୍କର ଏକ ବିଶାଳ ତାଲିକା ରହିଛି। ଆମର ସଂକ୍ରମଣ ଅବସ୍ଥା ଏବେ ସେଇ ଦିଗକୁ ଗତି କରୁଛି। ତାରି ଭିତରେ ପ୍ରଧାନମନ୍ତ୍ରୀ ଓ ସରକାରର ମନ୍ତ୍ରୀମାନେ ସବୁକିଛି ଠିକ ଚାଲିଛି ବୋଲି କହି ଚାଲିଛନ୍ତି। ସରକାରକୁ ପ୍ରଶ୍ନ ପଚାରିବାରେ ଆମର ଗଣମାଧ୍ୟମ ମୁହଁରେ ତୁଣ୍ଡି ବାନ୍ଧି ବସିଛି। ବାସ୍ତବ ତଥ୍ୟ ଦେଖାଇ ସରକାରକୁ ନିରନ୍ତର ପ୍ରଶ୍ନ କରିବାର ସାହସ ଆମର ଗଣମାଧ୍ୟମ ହରାଇ ସାରିଛି। ଏହା ସବୁଠୁ ବଡ ଦୁର୍ଭାଗ୍ୟ।

କେହି ଜେନ ପ୍ରଧାନମନ୍ତ୍ରୀଙ୍କୁ ତ ପଚାରିବା ଉଚିତ ଯେ, କେଉଁ ତଥ୍ୟ ଆଧାରରେ ଆମେ କରୋନା ଯୁଦ୍ଧ ଜିତୁଛୁ ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି! ସରକାର କହୁଛନ୍ତି ଆମର ଆରୋଗ୍ଯ ହାର ବହୁତ ଭଲ। ତେବେ କେତେ ଭଲ ଓ କାହା ତୁଳନାରେ ଆମେ ଭଲ କରୁଛେ? ଭାରତରେ ଆରୋଗ୍ଯ ହାର ୬୨% ରହିଥିବା ବେଳେ ପାକିସ୍ତାନରେ ଏହା ୭୭.୫୩, ନେପାଳରେ ୬୬.୨୩, ଶ୍ରୀଲଙ୍କାରେ ୭୪.୭୦, ଚୀନରେ ୯୪.୧୬ ଓ ବାଂଲାଦେଶ ରେ ୫୫.୦୬%। ଆମେ ଆମର ସବୁ ପଡୋଶୀଙ୍କ ଠାରୁ ଆରୋଗ୍ଯ ହାରରେ ଖରାପ ଅବସ୍ଥାରେ ଅଛୁ,(କେବଳ ବାଂଲାଦେଶ ବ୍ଯତୀତ)  ଏ କଥା କଣ ଆମକୁ ଦିଶୁନାହିଁ? ଆମର ମୃତ୍ୟୁହାର ଆପାତତଃ କମ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ବାରମ୍ବାର କହୁଛନ୍ତି। ତେବେ ଆମର ମୃତ୍ୟୁହାର ୨.୪୬% ରହିଥିବା ବେଳେ ପାକିସ୍ତାନରେ ୨.୧୫, ବାଂଲାଦେଶ ୧.୨୮, ନେପାଳ ୦,୨୨, ଶ୍ରୀଲଙ୍କା ୦.୪ ଏବଂ ଚୀନରେ ୫.୫୩% ମୃତ୍ୟୁହାର ସହିତ ଆମେ ନିଜକୁ ତୁଳନା କରି ଦେଖିବା ଉଚିତ ନୁହେଁ କି?

ପୃଥିବୀର ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ଭାବରେ ଆମର ପ୍ରତିଦିନ ୪୦ ହଜାର ଲୋକ ଏବେ ଏହି ଭୂତାଣୁର ଶିକାର ହେଉଛନ୍ତି। ସ୍ଵତନ୍ତ୍ର ଡାକ୍ତରଖାନାଗୁଡିକର ଯେଉଁ ଚିତ୍ର ଆସୁଛି ତାହା ଅତ୍ୟନ୍ତ ଉଦବେଗଜନକ। ତଥାପି ପ୍ରଶ୍ନ ପଚାରିବାକୁ ଆମ ଗଣମାଧ୍ୟମ ର ଜିଭ ଶୁଖି ଯାଉଛି କାହିଁକି? ଆମେ ସତରେ ପୃଥିବୀର ସର୍ବ ବୃହତ ଗଣତନ୍ତ୍ର ନା ଗଣତନ୍ତ୍ରର ପୋଷାକ ପିନ୍ଧି ଆମ ଦେଶରେ ଆଜି ବି ରାଜତନ୍ତ୍ର ଚାଲିଛି?

Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026
Latest News

ମନ୍ଦିରର ୫୦୦ ମିଟର ମଧ୍ୟରେ ମାଂସ ଦୋକାନ ବନ୍ଦ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ

March 19, 2026

ଏହି ୩ ଟି ଷ୍ଟେସନରେ ଟ୍ରେନଗୁଡ଼ିକର ହେଲା ପରୀକ୍ଷାମୂଳକ ରହଣି 

March 19, 2026

ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା

March 19, 2026

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.