Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା କାଳରେ ପିଲାଙ୍କ ପାଠପଢା ଓ ଭବିଷ୍ୟତ ବିକଳ୍ପ
ବିଶେଷ ଖବର

କରୋନା କାଳରେ ପିଲାଙ୍କ ପାଠପଢା ଓ ଭବିଷ୍ୟତ ବିକଳ୍ପ

July 21, 2020No Comments5 Mins Read
Share Facebook Twitter LinkedIn Email WhatsApp Copy Link

ସୁଶାନ୍ତ କୁମାର ମହାରଣା

କରୋନା ମହାମାରୀ ଦେଶରେ ଏମିତି ସମୟରେ ପ୍ରକୋପ ଦେଖାଇଛି ଯେ, ଲାଗୁଛି ସବୁ କିଛି ଅଟକି ଯାଇଛି। ମହାମାରୀ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ବଡ ବଡ ଆହ୍ୱାନ ସୃଷ୍ଟି ହେବା ସହ ଆମ ଶିକ୍ଷା ବ୍ୟବସ୍ଥାକୁ ବି ଶକ୍ତ ଝଟ୍‌କା ଲାଗିଛି । ଠିକ୍ ମାର୍ଚ୍ଚ ମାସରେ ଦେଶରେ ଆରମ୍ଭ ହୋଇଥିଲା କରୋନା ପ୍ରକୋପ, ଯେଉଁ ସମୟରେ କି ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ଶିକ୍ଷାବର୍ଷର ଶେଷ ପରୀକ୍ଷା ହୋଇଥାଏ ।

କରୋନାର କାୟା ବିସ୍ତାର ଭୟରେ ଦେଶରେ ସରକାର ନୂଆ ନୂଆ ନିଷ୍ପତ୍ତି ନେଲେ । ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖରୁ ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା କରିଥିଲେ କେନ୍ଦ୍ର ସରକାର । ପ୍ରଥମ ପର୍ଯ୍ୟାୟରେ ୨୧ ଦିନିଆ ଥିଲା ଲକ୍‌ଡାଉନ । କେବେ ନ ଘଟିଥିବା ଘଟଣା ଘଟୁଥିବାର ଦେଖି ଦେଶବାସୀ ଭୟରେ କରୋନା ମହାମାରୀରୁ ବଂଚିବା ପାଇଁ ସରକାରଙ୍କ ଘୋଷଣାକୁ ସ୍ୱାଗତ କରିବା ସହ ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ କରିଥିଲେ।

ସେହି ସମୟରେ କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରିଥିଲା ଡବ୍ଲ୍ୟୁଏଚ୍‌ଓ । ଅନ୍ୟ ଦେଶଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦେଖି ଆମଦେଶରେ ମଧ୍ୟ ଲକ୍‌ଡାଉନ୍‌ର ପ୍ରଭାବ ଠିକ୍ କାମ କରିଥିଲା । କିନ୍ତୁ ଏବେ ଆମ ଦେଶରେ ଭୟାବହ ହେଲାଣି ମହାମାରୀ । ମହାମାରୀ ଏମିତି ରୂପରେ ନିଜର କାୟା ବିସ୍ତାର କରୁଛି ଯେ ନ କହିବା ଭଲ । ଏ ସବୁ ଭିତରେ ଦେଶରେ ବିଭିନ୍ନ ସ୍ତରରେ ସଂକଟ ଦେଖାଦେଇଛି । ମହାମାରୀ ପ୍ରଭାବରେ ଦେଶରେ ଶିକ୍ଷା ବ୍ୟବସ୍ଥା ଉପରେ ଏମିତି ଶକ୍ତ ଚାପୁଡ଼ା ପଡ଼ିଛି ଯେ, ସାରା ଦେଶରେ ଶିକ୍ଷା ବ୍ୟବସ୍ଥା ପୂରା ଦୋହଲି ଯାଇଛି ।

କରୋନା ସମସ୍ତ ସ୍କୁଲ, କଲେଜର ଶେଷ ବର୍ଷର ସମସ୍ତ ପରୀକ୍ଷାକୁ ଅଟକାଇ ଦେଇଛି । କେବଳ ପରୀକ୍ଷା ନୁହେଁ ଅନେକ ଶିକ୍ଷାନୁଷ୍ଠାନରେ ନାମ ଲେଖା ମଧ୍ୟ ବନ୍ଦ ରହିଛି । ଛାତ୍ରୀଛାତ୍ରଙ୍କ ସବୁ ସ୍ୱପ୍ନ କରୋନା କବଳରେ ଯେମିତି ବନ୍ଧା ପଡ଼ିଛି । ଏପରି ପରିସ୍ଥିତିରେ ସରକାର ମଧ୍ୟ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଓ ପିଲାଙ୍କ ସ୍ପପ୍ନକୁ ସାକାର କରିବାକୁ ବିଭିନ୍ନ ପ୍ରୟାସ କରିଛନ୍ତି । ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି କିଛି ଘରୋଇ ଶିକ୍ଷାନୁଷ୍ଠାନର ପିଲାଙ୍କୁ ଅନ୍‌ଲାଇନ୍ କ୍ଲାସ୍ ଯୋଗାଇ ଦେଇଛନ୍ତି । କିନ୍ତୁ ଅପହଂଚ ଇଲାକାର ପିଲାଙ୍କ ପାଇଁ ଏସବୁ ସାତ ସପନ ।

ଦେଶର ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ଭିନ୍ନ ଭିନ୍ନ ଉପାୟରେ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବାରେ ଲାଗିଛନ୍ତି । କିନ୍ତୁ ଏ କରୋନା ଯେପରି ଶପଥ ନେଇଛି ଯେ କାହାକୁ ବୋଧେ ଶିକ୍ଷିତ ହେବାକୁ ଦେବନାହିଁ । ନିଜର କାୟା ଏମିତି ମେଲାଇଛି ଯେ ଗାଁଠୁ ସହର ସବୁ ଯାଗାରେ ଥିବା ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।

ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଚୀନ୍ ପରେ ଆମ ଦେଶର ଦ୍ୱିତୀୟ ବୃହତମ ସ୍କୁଲ ଶିକ୍ଷା ବ୍ୟବସ୍ଥା ରହିଛି । ଆମ ଦେଶରେ ଆନୁମାନିକ ୨,୪୭,୮୪୩ ପ୍ରାଇଭେଟ୍ ସ୍କୁଲ୍ ଏବଂ ୧.୩ ମିଲିୟନ ସରକାରୀ ସ୍କୁଲ ରହିଛି । ତା ସହ ସରକାରୀ ଓ ଘରୋଇ ବୈଷୟିକ ଅନୁଷ୍ଠାନ ମଧ୍ୟ ରହିଛି । କିନ୍ତୁ ବର୍ତମାନ ପରିସ୍ଥିତି ଏମିତି ହୋଇଛି ଯେ, କରୋନା ଭୟରେ ସମସ୍ତ ଶିକ୍ଷାନୁଷ୍ଠାନରେ ତାଲା ପଡ଼ିଛି ।

ଏପରି କ୍ଷେତ୍ରରେ ଆମ ରାଜ୍ୟରେ ସରକାର ମଧ୍ୟ ବିଭିନ୍ନ ଉପାୟରେ ସୁରକ୍ଷାର ସହିତ ଶିକ୍ଷକମାନଙ୍କ ସହଯୋଗରେ ଅନ୍‌ଲାଇନ୍ କ୍ଲାସ୍ ଏବଂ ଦୂରଦର୍ଶନ ସହଯୋଗରେ ମଧ୍ୟ ବିଦ୍ୟାର୍ଥୀଙ୍କ ନିକଟତର ହୋଇ ଶିକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବାକୁ ବହୁ ପ୍ରୟାସ କରୁଛନ୍ତି । କିଛି ପିଲାଙ୍କ ପରୀକ୍ଷା ବନ୍ଦ ହେବା ସହ ଅନ୍ୟ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଆଗକୁ ଆଗକୁ ଘୁଂଚି ଚାଲିଛି । ଏଥିସହ ୧ମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରୀଛାତ୍ରଙ୍କୁ ସରକାର ପାସ୍ ଘୋଷଣା କରିଛନ୍ତି । ଅନ୍ୟପଟେ ୧୦ମ ବୋର୍ଡ ପରୀକ୍ଷା ଖାତା ଦେଖା ଓ ପରୀକ୍ଷା ଫଳ ଘୋଷଣା ମଧ୍ୟ ସ୍ଥଗିତ ରହିଛି ।

ସେହିପରି କିଛି ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ରୀଛାତ୍ରଙ୍କୁ ସମ୍ପୂର୍ଣ୍ଣ ପାସ୍ ଘୋଷଣା ସହ ଅନ୍ୟ କେତେକଙ୍କ ପରୀକ୍ଷାଫଳ ବର୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରହିଛି । ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ମଧ୍ୟ ଖାତା ଦେଖା ଅଧାରେ ରହିଛି । ଇତିମଧ୍ୟରେ ୨୦୨୦-୨୧ ଶିକ୍ଷାବର୍ଷ ସାଧାରଣତଃ ଏପ୍ରିଲ ମାସରେ ଆରମ୍ଭ ହେବାର ଥିଲା । କିନ୍ତୁ ୫ ମାସ ବିଳମ୍ବ ହେଲାଣି । ଛାତ୍ରୀଛାତ୍ରଙ୍କ ନାମଲେଖା ସମୟ ବି ଗଡ଼ିଯାଇଛି । ତଥାପି ଜୁଲାଇ ୧୫ ସୁଦ୍ଧା ସରକାରୀ ବିଦ୍ୟାଳୟରେ ନାମଲେଖା କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହି ଅନୁଯାୟୀ ସାରା ରାଜ୍ୟରେ ନାମଲେଖା ଚାଲିଥିଲା । କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଆଶାନୁରୂପ ହୋଇପାରି ନାହିଁ ।

କରୋନା କଟକଣା ଭିତରେ ପେଟ ଚିନ୍ତାରେ ଥିବା ଲକ୍ଷାଧିକ ଅଭିଭାବକଙ୍କ ପିଲାଙ୍କ ନାମଲେଖା କଥାକୁ ଯେପରି ଭୁଲି ଯାଇଛନ୍ତି । ପ୍ରତିବର୍ଷ ପାଖାପାଖି ୬ଲକ୍ଷ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ନାମ ଲେଖାଉଥିବା ବେଳେ ବର୍ତମାନ ସୁଦ୍ଧା ୫୦ ପ୍ରତିଶତ ନାମଲେଖା ହୋଇପାରିନି । ଯେଉଁମାନେ ସ୍କୁଲ ପରିବର୍ତନ କରିବାକୁ ଚାହୁଁଥିଲେ ସେମାନେ ବି ଦ୍ୱନ୍ଦରେ ପଡ଼ିଛନ୍ତି ।

ଆସନ୍ତା ଅଗଷ୍ଟ ୨ ତାରିଖରୁ ନୂତନ ଶିକ୍ଷା ବ୍ୟବସ୍ଥା ଆରମ୍ଭ ହେବ ବୋଲି ସରକାରଙ୍କ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । ଯାହାକୁ ଆଧାର କରି ରାଜ୍ୟ ସରକାର ବି ନୂତନ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲେ । ତେବେ କରୋନା ବଢୁଥିବାରୁ ମନ୍ତ୍ରଣାଳୟର ଏହି ଯୋଜନା ଏବେ କାମ କରୁନି, କୌଣସି ବି ନିଷ୍ପତି କାର୍ଯ୍ୟକାରୀ ହୋଇପାରିନି । ମେ, ଜୁନ ମାସ ତ ଗଲାଣି ଜୁଲାଇ ୩୧ ତାରିଖ ପର‌୍ୟନ୍ତ ଦେଶର ସମସ୍ତ ଶିକ୍ଷାନୁଷ୍‌ାନକୁ ବନ୍ଦ ରଖିବାକୁ କେନ୍ଦ୍ରସରକାର ନିଷ୍ପତି ନେଇଛନ୍ତି ।

ଓଡିଶା ସରକାର ଆଉ ପାଦେ ଆଗକୁ ବଢି ୩୧ ଅଗଷ୍ଟ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି କହିଛନ୍ତି । ତେଣୁ ସେପ୍ଟେମ୍ବର ମାସରେ ଓଡିଶାରେ ଥିବା ସ୍କୁଲ,କଲେଜ, ବିଶ୍ୱବିଦ୍ୟାଳୟ ଖୋଲିବ କି ନାହିଁ । ତାକୁ ନେଇ ଅନିଶ୍ଚିତତା ରହିଛି । ଏସବୁ ପରିସ୍ଥିତି ଭିତରେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଯଥା..

୧. ୨୦୨୦-୨୧ ଶିକ୍ଷା ବର୍ଷ କେବେଠୁ ଆରମ୍ଭ ହେବ ?
୨. ନୂଆ ଛାତ୍ରଛାତ୍ରୀଙ୍କ ନାମଲେଖା କେମିତି କରାଯିବ?
୩. ସମସ୍ତ ଶିକ୍ଷାନୁଷ୍ଠାନରେ କ୍ଳାସରୁମ ପାଠପଢା ହେବ ନା ନାହିଁ ?
୪. ଯଦି ସେପ୍ଟେମ୍ବରରେ ସ୍କୁଲ ଖୋଲେ ତେବେ ପିଲାମାନେ ଆସିବେ କେମିତ ?
୫. ବାର୍ଷିକ ପାଠ୍ୟକ୍ରମକୁ ସଂକ୍ଷିପ୍ତ କରାଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ କି ?

ଶିକ୍ଷାବିତଙ୍କ ମତରେ ଆସନ୍ତା ୨ ମାସ ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ଏବଂ ପାଠପଢା ସମ୍ଭବପର ନୁହେଁ । ଅନଲାଇନ କ୍ଳାସ ହେଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେବ ନାହିଁ । କାରଣ ଏବେ ବି ସ୍କୁଲସ୍ତରରେ ୬୦ ପ୍ରତିଶତ ପିଲା ଅନଲାଇନ ଶିକ୍ଷାରୁ ବଂଚିିତ ଅଛନ୍ତି । ଏତେ ସବୁ ଜଟିଳ ପରିସ୍ଥିତିରେ ସରକାର କଣ ବିକଳ୍ପ ଚିନ୍ତା କରିଛନ୍ତି ? ଯଦି ପିଲାଙ୍କ ପାଠ୍ୟକ୍ରମକୁ ସଂକ୍ଷିପ୍ତ କରାଯାଏ ଓ ଅକ୍ଟୋବର ମାସରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ,ତାହା ହେଲେ ଦଶହରା ଛୁଟି ବାଦ ପଡିବା ନିଶ୍ଚିତ । ଏପରିକି ରବିବାରରେ ମଧ୍ୟ ପିଲାଙ୍କ ପାଠପଢା ହୋଇପାରେ । ଏପରି ହେଲେ ହିଁ ୨୦୨୧ ମେ ମାସରେ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଶେଷ ହୋଇପାରିବ । ଇତିମଧ୍ୟରେ ସରକାର ଘୋଷଣା କରିଛନ୍ତି ଯେ, ସ୍କୁଲ୍ ଖୋଲିବ କି ନାହିଁ ,ସେ ବାବଦରେ ଅଭିଭାବକଙ୍କ ମତ ନିଆଯିବ । ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ତରଫରୁ ପ୍ରତି ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି । କେବେ ସ୍କୁଲ୍ ଖୋଲାଯିବା ଦରକାର ? ଯଦି ସ୍କୁଲ୍ ଖୋଲାହୁଏ, ତାହା ହେଲେ ଅଭିଭାବକମାନେ କଣ ଆଶା ରଖିଛନ୍ତି ? ଏସବୁ ପ୍ରଶ୍ନର ଉତର ଜାଣିବାକୁ ଚାହିଁଛନ୍ତି କେନ୍ଦ୍ର ସରକାର । ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କୋରୋନା ମହାମାରୀର ପ୍ରକୋପ ଅକ୍ଟୋବର ବେଳକୁ ହ୍ରାସ ପାଇଥିବ ତ ? ସବୁକିଛି ସେତେବେଳର ସ୍ଥିତି ଉପରେ ହିଁ ନିର୍ଭର କରୁଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026
Latest News

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ଆଜି ବିଶେଷ ଦିନ!: ଏକା ସାଙ୍ଗରେ ପଡୁଛି ଅନେକ ବଡ଼ ପର୍ବ, ବ୍ରତ ଏବଂ ଦୁର୍ଲଭ ସଂଯୋଗ

March 19, 2026

ଆଜି ମାର୍ଚ୍ଚ ୧୯ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 19, 2026

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.