
ଭୁବନେଶ୍ବର, ରାଉରକେଲାରେ ଖୁବ୍ ଶୀଘ୍ର ଆରମ୍ଭ ହେବ ପ୍ଲାଜମା ଥେରାପି। ରାଉରକେଲା ଆଇଡିଏଚରେ ଏହି ଥେରାପି ବ୍ୟବସ୍ଥା ଆରମ୍ଭ କରାଯିବ। ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।
କରୋନା ପାଇଁ ଏଯାବତ 19 ଶହ କୋଟି ଟଙ୍କା ଖର୍ଚ୍ଚ ହେଲାଣି ବୋଲି ମୁଖ୍ୟ ସଚିବ କହିଛନ୍ତି। କରୋନା ସ୍ଥିତି ଏବଂ ମୁକାବିଲା କିପରି କରାଯାଉଛି ତାହାର ପଦ୍ଧତି ସମ୍ପର୍କରେ ମନ୍ତ୍ରୀ ପରିଷଦକୁ ବୈଠକରେ ଅବଗତ କରାଯାଇଛି।
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 340 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି। ଏସଡିଆରଏଫରୁ 624 କୋଟି, ପଞ୍ଚାୟତିରାଜ ବିଭାଗର 875 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଧାୟକମାନଙ୍କ ହାତପାଣ୍ଠି ଅର୍ଥ ମଧ୍ୟ 73 କୋଟି ଟଙ୍କା ଖର୍ଚ୍ଚ ହୋଇଛି।
କରୋନା ମୁକାବିଲାରେ 8023 ଜଣ ଡାକ୍ତର ନିୟୋଜିତ ରହିଥିବା ମୁଖ୍ୟ ସଚିବ ସୂଚନା ଦେଇଛନ୍ତି। ଏଥିସହିତ 4 ହଜାର 14 ଜଣ ଆୟୁ। ଡାକ୍ତର ମଧ୍ୟ ସେବାରେ ନିୟୋଜିତ ଅଛନ୍ତି।