Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୋଦୀ ହେଲେ ସାମ୍ବାଦିକ, ମନ୍ କି ବାତ୍ ରେ ଛାତ୍ରଛାତ୍ରୀଙ୍କ ନେଲେ ଇଣ୍ଟରଭ୍ୟୁ, କଣ ଥିଲା ପ୍ରଶ୍ନ ଓ ଉତ୍ତର ଜାଣନ୍ତୁ
ଜାତୀୟ ଖବର

ମୋଦୀ ହେଲେ ସାମ୍ବାଦିକ, ମନ୍ କି ବାତ୍ ରେ ଛାତ୍ରଛାତ୍ରୀଙ୍କ ନେଲେ ଇଣ୍ଟରଭ୍ୟୁ, କଣ ଥିଲା ପ୍ରଶ୍ନ ଓ ଉତ୍ତର ଜାଣନ୍ତୁ

July 26, 2020No Comments10 Mins Read
Share Facebook Twitter LinkedIn Email WhatsApp Copy Link
Mann ki Baat

ନୂଆଦିଲ୍ଲୀ, ସାଧାରଣତଃ ଯେତେବେଳେ ବୋର୍ଡ ପରୀକ୍ଷା ଫଳ ବାହାରେ ସେତେବେଳେ ଯେଉଁମାନେ ଭଲ ପ୍ରଦର୍ଶନ କରିଥାନ୍ତି ସେମାନଙ୍କ ଇଣ୍ଟରୟଭ୍ୟୁ ଟିଭି ରେ ବାହାରେ। ସାମ୍ବାଦିକମାନେ ସେମାନଙ୍କୁ ଖୋଜି ଖୋଜି ତାଙ୍କ ଘରେ ପହଁଚି ଯାଆନ୍ତି। ଆଉ ବିଭିନ୍ନ ପ୍ରଶ୍ନ ପଚାରିଥାନ୍ତି। ଆଜି ଠିକ ସେହିପରି ପରିବେଶ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ନିକଟରେ ପ୍ରକାଶ ପାଇଥିବା ସିବିଏସଇ ର ବୋର୍ଡ ପରୀକ୍ଷାରେ ଯେଉଁମାନେ କୃତକାର୍ଯ୍ୟ ହୋଇଛନ୍ତି ସେମାନଙ୍କର ସାକ୍ଷାତକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଥିଲେ। କଣ ଥିଲା ସେହି ପ୍ରଶ୍ନ ଉତ୍ତର ଜାଣନ୍ତୁ।

ମୋଦୀ ପ୍ରଥମେ କହିଲେ…

ବନ୍ଧୁଗଣ! ବିଶେଷକରି ମୋର ଯୁବବନ୍ଧୁଗଣ, ଆମ ଦେଶ ବଦଳିବାରେ ଲାଗିଛି । ଇଏ କେମିତି ବଦଳୁଛି? କେତେ ଜୋରରେ ବଦଳୁଛି? କୋଉ କୋଉ କ୍ଷେତ୍ରରେ ବଦଳୁଛି? ଏକ ସକାରାତ୍ମକ ବିଚାର ସହିତ ଯଦି ଏସବୁ ଉପରେ ଦୃଷ୍ଟିନିକ୍ଷେପ କରାଯାଏ ତାହାଲେ ଆମକୁ ଆଶ୍ଚର‌୍ୟ୍ୟ ହେବାକୁ ପଡ଼ିବ । ଗୋଟିଏ ସମୟ ଥିଲା, ଯେତେବେଳେ ଖେଳକୁଦଠାରୁ ଆରମ୍ଭକରି ଅନ୍ୟାନ୍ୟ କ୍ଷେତ୍ର ପର‌୍ୟ୍ୟନ୍ତ ଅଧିକତର ଲୋକ ବଡ଼ ବଡ଼ ସହରରୁ କିମ୍ବା ବଡ଼ ବଡ଼ ପରିବାରରୁ ଅଥବା ନାମୀଦାମୀ ସ୍କୁଲ କଲେଜରୁ ଆସୁଥିଲେ ।

ଏବେ କିନ୍ତୁ ଚିତ୍ର ବଦଳିବାରେ ଲାଗିଛି । ଗାଁରୁ, ଛୋଟ ସହରରୁ, ସାଧାରଣ ପରିବାରରୁ, ଆମର ଯୁବବର୍ଗ ଏବେ ଆଗକୁ ଆସିବାରେ ଲାଗିଛନ୍ତି । ସଫଳତାର ନୂତନ ଶିଖର ସ୍ପର୍ଶ କରୁଛନ୍ତି । ଏମାନେ ସଙ୍କଟ ମଧ୍ୟରେ ଗତିକରି ବି ନୂଆ ନୂଆ ସ୍ୱପ୍ନକୁ ଗୁନ୍ଥି ଆଗକୁ ବଢ଼ିବାରେ ଲାଗିଛନ୍ତି । ଏଇଭଳି କିଛି ଦେଖିବାକୁ ମିଳିଛି ଏଇ ନିକଟରେ ପ୍ରକାଶ ପାଇଥିବା ବୋର୍ଡ ପରୀକ୍ଷା ଫଳ ପରିଣାମରେ । ଆଜିର ‘ମନ୍ କି ବାତ୍‌’ରେ ଆମେ ଏଇଭଳି କିଛି ପ୍ରତିଭାଶାଳୀ ପୁଅ ଝିଅଙ୍କ ସହ କଥାହେବା । ଏଭଳି ଜଣେ ପ୍ରତିଭାଶାଳୀ କନ୍ୟା ହେଉଛନ୍ତି କୃତିକା ନାନ୍ଦଲ। କୃତିକା ହରିୟାଣା ପାନିପଥର ବାସିନ୍ଦା ।

ମୋଦି ଜୀ – ହେଲୋ କୃତିକା, ନମସ୍ତେ ।
କୃତିକା – ନମସ୍ତେ ସାର୍ ।
ମୋଦିଜୀ – ପରୀକ୍ଷାରେ ଖୁବ୍ ଭଲ କରିଥିବା ହେତୁ ତୁମକୁ ବହୁତ ବହୁତ ଅଭିନନ୍ଦନ ।
କୃତିକା – ଧନ୍ୟବାଦ ସାର୍ ।
ମୋଦି ଜୀ – ଏବେ ତ ତୁମକୁ ବହୁତ ଲୋକଙ୍କ ପାଖରୁ ଟେଲିଫୋନ ଆସୁଥିବ । ଆଉ ତମେ ସେସବୁ ଟେଲିଫୋନକୁ ରିସିଭ କରିକରି ଥକିଯାଉଥିବ ।
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଯେଉଁ ଲୋକମାନେ ତୁମକୁ ବଧାଇ ଜଣାଉଥିବେ ସେମାନେ ବି ତୁମକୁ ଜାଣିଛନ୍ତି ବୋଲି ଗର୍ବ ଅନୁଭବ କରୁଥିବେ । ତୁମକୁ କେମିତି ଲାଗୁଛି ।
କୃତିକା – ସାର୍‌, ବହୁତ ଖୁସି ଲାଗୁଛି । ମୋ ସଫଳତା ବାପାମାଆଙ୍କ ମନରେ ପ୍ରଚୁର ଖୁସି ଆଣିଥିବାରୁ ମୁଁ ଖୁବ୍ ଗର୍ବ ଅନୁଭବ କରୁଛି ।
ମୋଦି ଜୀ – ଆଚ୍ଛା ତୁମର ସବୁଠୁ ବଡ଼ ପ୍ରେରଣା କିଏ ଥିଲେ?
କୃତିକା – ସାର୍‌, ମୋର ମାଆ ହେଉଛନ୍ତି ମୋ ପାଇଁ ସବୁଠୁ ବଡ଼ ପ୍ରେରଣା ।
ମୋଦି ଜୀ – ବାଃ । ଆଚ୍ଛା ତମେ ମାଁଙ୍କଠାରୁ କେଉଁ କଥାସବୁ ଶିଖୁଛ?
କୃତିକା – ସାର୍‌, ସେ ତାଙ୍କ ଜୀବନରେ ଏତେସବୁ ଅସୁବିଧାର ସାମ୍ନା କରି ବି ସେ ବହୁତ ସାହସୀ ଆଉ ଦୃଢ । ତାଙ୍କୁ ଦେଖିକି ଏତେ ପ୍ରେରଣା ମିଳେ ଯେ ମୁଁ ମନେ ମନେ ଭାବେ ଯେ ମୁଁ ତାଙ୍କରି ଭଳି ହୋଇପାରନ୍ତି କି?
ମୋଦି ଜୀ – ମାଆ କୋଉ ଯାଏଁ ପଢ଼ିଛନ୍ତି?
କୃତିକା – ସାର୍‌, ସେ ବିଏ ପାସ୍ କରିଛନ୍ତି ।
ମୋଦି ଜୀ – ଓଃ ବିଏ ପଢ଼ିଛନ୍ତି!
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଆଚ୍ଛା । ତାହେଲେ ମାଆ ତ ତୁମକୁ ଅନେକ କିଛି ଶିଖାଉଥିବେ ।
କୃତିକା – ଆଜ୍ଞା ସାର୍‌, ଶିଖାନ୍ତି । ଦୁନିଆରେ କେମିତି ଚଳିବାକୁ ପଡ଼ିବ ସେ ସମ୍ପର୍କରେ ମାଆ ମୋତେ ଟିକିନିଖି କହନ୍ତି ।
ମୋଦି ଜୀ – ସେ ତ ତୁମକୁ ଆକଟ କରୁଥିବେ!
କୃତିକା – ଆଜ୍ଞା ସାର୍ । ଆକଟ ବି କରନ୍ତି ।
ମୋଦି ଜୀ – ଆଚ୍ଛା ଝିଅ, ତମେ ଆଗକୁ କ’ଣ କରିବାକୁ ଚାହୁଁଛ?
କୃତିକା – ସାର୍ ମୁଁ ଡାକ୍ତର ହେବାକୁ ଚାହୁଁଛି ।
ମୋଦି ଜୀ – ଆରେ ବାଃ!
କୃତିକା – ଏମ୍‌ବିବିଏସ୍‌
ମୋଦି ଜୀ – ଡାକ୍ତର ହେବା କିଛି ସହଜ କାମ ନୁହେଁ!
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ତମେ ମେଧାବୀ ଥିବାରୁ ଡିଗ୍ରୀ ତ ପାଇଯିବ ଝିଅ, କିନ୍ତୁ ଜଣେ ଡାକ୍ତରର ଜୀବନ ସମାଜ ପ୍ରତି ଖୁବ୍ ସମର୍ପିତ ହୋଇଥାଏ ।
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଡାକ୍ତର ବି କେବେ କେବେ ରାତିରେ ଶାନ୍ତିରେ ଶୋଇପାରନ୍ତିନି । କେତେବେଳେ ରୋଗୀଙ୍କର ଫୋନ୍ ଆସିଯାଏ, କେତେବେଳେ ଡାକ୍ତରଖାନାରୁ ଫୋନ ଆସିଯାଏ ଆଉ ତତକ୍ଷଣାତ୍ ଯିବାକୁ ପଡ଼ିଥାଏ । ମାନେ ଏକ ପ୍ରକାର ୨୪ ଙ୍ଘ ୭, ୩୬୫ ଦିନ ଡାକ୍ତରଙ୍କ ଜୀବନ ଲୋକଙ୍କ ସେବାରେ ଲାଗିରହିବାକୁ ପଡ଼େ ।
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଆଉ ବିପଦ ବି ଥାଏ, କାହିଁକିନା ଆଜିକାଲି ଯେଉଁଭଳି ରୋଗ ବ୍ୟାପୁଛି ଡାକ୍ତରଙ୍କ ପାଇଁ ବହୁତ ବଡ଼ ସଙ୍କଟ ରହୁଛି ।
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଆଚ୍ଛା କୃତିକା, ତମେ ଜାଣିଥିବ! ଖେଳକୁଦ କ୍ଷେତ୍ରରେ ସାରା ଭାରତକୁ ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଉଥିବା ରାଜ୍ୟ ହେଉଛି ହରିୟାଣା ବୋଲି ।
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ତମେ କିଛି ଖେଳକୁଦରେ ଭାଗନିଅ କି? କେଉଁ ଖେଳ ତୁମର ପସନ୍ଦ?
କୃତିକା – ସାର୍ ସ୍କୁଲରେ ବାସ୍କେଟବେଲ ଖେଳୁଥିଲି ।
ମୋଦି ଜୀ – ଆଚ୍ଛା, ତୁମର ଉଚ୍ଚତା କେତେ, ଅଧିକ ଉଚ୍ଚତା?
କୃତିକା – ନା ସାର୍‌, ପାଂଚ ଫୁଟ୍ ଦୁଇ ଇଂଚ ।
ମୋଦି ଜୀ – ଆଚ୍ଛା, ତ ତମର ଖେଳ ପସନ୍ଦ?
କୃତିକା – ସାର୍ ସେଇଟା ତ ଆଗ୍ରହ , ଏମିତି ଖେଳାଖେଳି କରେ
ମୋଦି ଜୀ – ଆଚ୍ଛା ଆଚ୍ଛା । କୃତିକା ଜୀ, ଆପଣଙ୍କ ମାଆଙ୍କୁ ମୋ ତରଫରୁ ପ୍ରଣାମ ଜଣାଇବେ । ସେ ଆପଣଙ୍କୁ ଏହିପରି ଯୋଗ୍ୟ କରିଛନ୍ତି । ଆପଣଙ୍କ ଜୀବନକୁ ତିଆରିଛନ୍ତି । ଆପଣଙ୍କ ମାଆଙ୍କୁ ପ୍ରଣାମ ଓ ଆପଣଙ୍କୁ ବହୁତ ବହୁତ ବଧେଇ, ବହୁତ ବହୁତ ଶୁଭକାମନା ।
କୃତିକା – ଧନ୍ୟବାଦ୍ ସାର

ଆସନ୍ତୁ ଆମେ ଏବେ ଯିବା କେରଳର ଏର୍ନାକୁଲମ୍ । କେରଳର ଜଣେ ଯୁବକଙ୍କ ସହ କଥା ହେବା ।
ମୋଦି ଜୀ – ହେଲୋ
ବିନାୟକ – ହେଲୋ ସାର୍ ନମସ୍କାର ।
ମୋଦି ଜୀ – ବିନାୟକ, ଅଭିନନ୍ଦନ
ବିନାୟକ – ହଁ, ଧନ୍ୟବାଦ ସାର୍ ।
ମୋଦି ଜୀ – ସାବାସ୍ ବିନାୟକ, ସାବାସ୍‌
ବିନାୟକ – ହଁ, ଧନ୍ୟବାଦ ସାର୍‌
ମୋଦି ଜୀ – ଉତ୍ସାହ କେମିତି ଅଛି?
ବିନାୟକ – ବହୁତ ଅଛି ସାର୍‌
ମୋଦି ଜୀ – ତମେ କିଛି ଖେଳ ଖେଳକି?
ବିନାୟକ – ବ୍ୟାଡ଼ମିଂଟନ
ମୋଦି ଜୀ – ବ୍ୟାଡମିଂଟନ
ବିନାୟକ – ହଁ
ମୋଦି ଜୀ – ସ୍କୁଲରେ ନା ତାଲିମ ନେବାର ସୁଯୋଗ ମିଳିଛି?
ବିନାୟକ – ନା, ସ୍କୁଲରେ କିଛି ତାଲିମ ନେବାର ସୁଯୋଗ ମିଳିଛି ।
ମୋଦି ଜୀ – ହୁଁ ହୁଁ ।
ବିନାୟକ – ଆମ ଶିକ୍ଷକମାନଙ୍କଠାରୁ
ମୋଦି ଜୀ – ହଁ ହଁ ।
ବିନାୟକ – ଯେମିତି ଆମେ ବାହାରକୁ ଯାଇ ଭାଗନେବାର ସୁଯୋଗ ପାଇବୁ ।
ମୋଦି ଜୀ – ବାଃ ।
ବିନାୟକ – ସ୍କୁଲରୁ ହିଁ ।
ମୋଦି ଜୀ – କେତୋଟି ରାଜ୍ୟକୁ ଯାଇଛ?
ବିନାୟକ – ମୁଁ କେବଳ କେରଳ ଓ ତାମିଲନାଡୁ ଯାଇଛି ।
ମୋଦି ଜୀ – କେବଳ କେରଳ ଓ ତାମିଲନାଡୁ
ବିନାୟକ – ଆଜ୍ଞା ହଁ ।
ମୋଦି ଜୀ – ଆଚ୍ଛା ତୁମେ ଦିଲ୍ଲୀ ଆସିବାକୁ ଚାହିଁବ?
ବିନାୟକ – ହଁ ସାର୍‌, ମୁଁ ମୋର ଉଚ୍ଚଶିକ୍ଷା ପାଇଁ ଏବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଦରଖାସ୍ତ କରିଛି ।
ମୋଦି ଜୀ – ବାଃ, ତମେ ତା’ହେଲେ ଦିଲ୍ଲୀ ଆସୁଛ ।
ବିନାୟକ – ହଁ ସାର୍ ।
ମୋଦି ଜୀ – ଯେଉଁ ଛାତ୍ରଛାତ୍ରୀ ଭବିଷ୍ୟତରେ ବୋର୍ଡ ପରୀକ୍ଷା ଦେବେ, ସେମାନଙ୍କ ପାଇଁ ତମେ କିଛି କହିବ କି?
ବିନାୟକ – କଠିନ ପରିଶ୍ରମ ଓ ସମୟର ଠିକ୍ ଉପଯୋଗ ।
ମୋଦି ଜୀ – ସମୟର ସଠିକ୍ ପରିଚାଳନା ।
ବିନାୟକ – ହଁ ସାର୍ ।
ମୋଦି ଜୀ – ବିନାୟକ, ମୁଁ ତମର ସଉକ ସମ୍ପର୍କରେ ଜାଣିବାକୁ ଚାହୁଁଛି ।
ବିନାୟକ – … ବ୍ୟାଡମିଂଟନ ଆଉ ତା’ପରେ ରୋଇଂ ।
ମୋଦି ଜୀ – ତ, ତମେ ସୋସିଆଲ ମିଡିଆରେ ସକ୍ରିୟ ଅଛ ।
ବିନାୟକ – ନା, ଆମକୁ କୌଣସି ଇଲେକ୍‌ଟ୍ରୋନିକ୍ ଜିନିଷ ସ୍କୁଲକୁ ନେବାକୁ ଅନୁମତି ମିଳେନାହିଁ ।
ମୋଦି ଜୀ – ତା’ହେଲେ ତମେ ଭାଗ୍ୟବାନ ।
ବିନାୟକ – ହଁ ସାର୍ ।
ମୋଦି ଜୀ – ବହୁତ ବଢ଼ିଆ, ବିନାୟକ, ପୁଣିଥରେ ଅଭିନନ୍ଦନ ଆଉ ଶୁଭକାମନା ।
ବିନାୟକ – ଧନ୍ୟବାଦ ସାର୍ ।
ଆସନ୍ତୁ, ଆମେ ଉତରପ୍ରଦେଶ ଯିବା । ଉତରପ୍ରଦେଶ ଅମରୋହାର ଶ୍ରୀମାନ ଉସମାନ ସୈଫିଙ୍କ ସହ କଥାହେବା ।
ମୋଦି ଜୀ – ହ୍ୟାଲୋ ଉସମାନ, ବହୁତ ବହୁତ ଅଭିନନ୍ଦନ, ତମକୁ ବହୁତ ଅଭିନନ୍ଦନ ।
ଉସମାନ – ଧନ୍ୟବାଦ ସାର୍ ।
ମୋଦି ଜୀ – ଆଚ୍ଛା ଉସମାନ କହ ଯେ ତମେ ଯେଉଁ ଫଳ ଆଶା କରୁଥିଲ, ତାହା ମିଳିଲା ନା କିଛି କମ୍ ଆସିଲା ।
ଉସମାନ – ନା, ଯାହା ଆଶା କରିଥିଲି ତାହା ପାଇଛି । ମୋ ବାପାମାଆ ବି ବହୁତ ଖୁସି ।
ମୋଦି ଜୀ – ବାଃ, ଆଚ୍ଛା ପରିବାରରେ ଆଉ ଭାଇ କଣ ଏତେ ପ୍ରତିଭାବାନ ନା ଘରେ ତମେ ଜଣେ ହିଁ ପ୍ରତିଭାବାନ ?
ଉସମାନ – କେବଳ ମୁଁ ଅଛି, ମୋ ଭାଇ ଟିକିଏ ଦୁଷ୍ଟ ।
ମୋଦି ଜୀ – ହଁ ହଁ ।
ଉସମାନ – କିନ୍ତୁ ମୋ ସାଙ୍ଗରେ ବହୁତ ଖୁସିରେ ରହେ ।
ମୋଦି ଜୀ – ଆଚ୍ଛା ତମେ ଯେତେବେଳେ ପଢ଼ୁଥିଲ, ତମ ପସନ୍ଦର ବିଷୟ କ’ଣ ଥିଲା?
ଉସମାନ – ଗଣିତ
ମୋଦି ଜୀ – ଆରେ ବାଃ ତ ଗଣିତରେ କ’ଣ ରୁଚି ଥିଲା? କିପରି ହେଲା? କୋଉ ଶିକ୍ଷକ ତମକୁ ପ୍ରେରଣା ଦେଇଥିଲେ?
ଉସମାନ – ଜୀ, ଆମର ଜଣେ ସବ୍‌ଜେକ୍ଟ ଟିଚର ରଜତ ସାର୍ । ସେ ମୋତେ ପ୍ରେରଣା ଦେଇଥିଲେ ଆଉ ସେ ବହୁତ ଭଲ ପଢ଼ାନ୍ତି ଆଉ ଆରମ୍ଭରୁ ହିଁ ମୋର ଗଣିତ ଭଲ ହୁଏ ଆଉ ସେଇଟା ବହୁତ ମଜାଦାର ବିଷୟ ବି
ମୋଦି ଜୀ – ହୁଁ ହୁଁ
ଉସମାନ – ଏହାକୁ ଯେତେ ଅଧିକ କଷିବେ, ସେତିକି ଅଧିକ ଆଗ୍ରହ ଆସିବ, ତ ସେଥିପାଇଁ ମୋର ପ୍ରିୟ ବିଷୟ ।
ମୋଦି ଜୀ – ହୁଁ ହୁଁ । ତମକୁ କ’ଣ ଜଣାଅଛି ଯେ ଅନଲାଇନରେ ବୈଦିକ ଗଣିତର କ୍ଲାସ୍ ହୁଏ।
ଉସମାନ – ହଁ ସାର୍ ।
ମୋଦି ଜୀ – ହଁ, କେବେ ଚେଷ୍ଟା କରିଛ କରିବାକୁ?
ଉସମାନ – ନା ସାର୍ ଏଯାଏଁ କରିନି ।
ମୋଦି ଜୀ – ତମେ ଦେଖ, ତମର ବହୁତ ସାଙ୍ଗମାନଙ୍କୁ ଲାଗିବ ସତେଯେମିତି ତମେ ଜଣେ ଯାଦୁକର, କାରଣ କମ୍ପ୍ୟୁଟର ଗତିରେ ତମେ ଗଣନା କରିପାରିବ ବୈଦିକ ଗଣିତରେ । ବହୁତ ସରଳ ଗ୍ଧରମଷଦ୍ଭସକ୍ତଙ୍କରଗ୍ଦ ଆଉ ଆଜିକାଲି ସେଇଟା ଅନଲାଇନରେ ମଧ୍ୟ ଉପଲବ୍ଧ ।
ଉସମାନ – ଜୀ ସାର୍ ।
ମୋଦି ଜୀ – ତମର ଗଣିତରେ ଯେହେତୁ ଆଗ୍ରହ ଅଛି, ତେଣୁ ବହୁତ ନୂଆ ନୂଆ କଥା ବି ତମେ ଦେଇପାରିବ ।
ଉସମାନ – ହଁ ସାର୍ ।
ମୋଦି ଜୀ – ଆଚ୍ଛା ଉସମାନ, ତମେ ଖାଲି ସମୟରେ କ’ଣ କର?
ଉସମାନ – ଖାଲି ସମୟରେ ସାର୍ ମୁଁ କିଛି ନା କିଛି ଲେଖେ । ମତେ ଲେଖାଲେଖି କରିବାରେ ବହୁତ ଆଗ୍ରହ ।
ମୋଦି ଜୀ – ଆରେ ବାଃ ମାନେ ତମେ ଗଣିତରେ ବି ରୁଚି ରଖ ଆଉ ସାହିତ୍ୟରେ ବି ।
ଉସମାନ – ହଁ ସାର୍ ।
ମୋଦି ଜୀ – କ’ଣ ଲେଖ? କବିତା ଲେଖ ନା ଶାୟରି ଲେଖ ।
ଉସମାନ – କିଛି ବି ସାମ୍ପ୍ରତିକ ବିଷୟବସ୍ତୁକୁ ନେଇ ଲେଖାଲେଖି କରେ ।
ମୋଦି ଜୀ – ହଁ ହଁ ।
ଉସମାନ – ନୂଆ ନୂଆ ତଥ୍ୟ ମିଳିଥାଏ ଯେପରିକି ଜିଏସ୍‌ଟି ଆଉ ଆମର ନୋଟବନ୍ଦୀ … ସବୁ କଥା
ମୋଦି ଜୀ – ଆରେ ବାଃ ! ତମେ କଲେଜରେ ପଢ଼ିବା ପାଇଁ ଆଗକୁ କ’ଣ ଯୋଜନା କରୁଛ?
ଉସମାନ – କଲେଜର ପଢ଼ା, ସାର୍ ମୋର ଔଋଋ ଗବସଦ୍ଭଗ୍ଦରେ ପ୍ରଥମ ଚେଷ୍ଟାରେ ହିଁ ସଫଳ ହୋଇଛି ଆଉ ସେପ୍ଟେମ୍ବର ପାଇଁ ଗ୍ଦରମକ୍ଟଦ୍ଭୟ ବଗ୍ଧଗ୍ଧରଜ୍ଞକ୍ଟ୍ରଗ୍ଧ ରେ ଏବେ ବସିବି । ମୋର ମୁଖ୍ୟ ଲକ୍ଷ୍ୟ ହେଉଛି ମୁଁ ପ୍ରଥମେ ଆଇଆଇଟିରୁ ବ୍ୟାଚଲର ଡିଗ୍ରୀ ହାସଲ କରିବି ଆଉ ତା’ପରେ ସିଭିଲ ସର୍ଭିସ୍ ଯିବି ଓ ଜଣେ ଆଇଏଏସ୍ ହେବି ।
ମୋଦି ଜୀ – ଆରେ ବାଃ ଆଚ୍ଛା ତମେ ଗ୍ଧରମଷଦ୍ଭକ୍ଟକ୍ଷକ୍ଟଶଚ୍ଚରେ ରୁଚି ରଖ?
ଉସମାନ – ହଁ ସାର୍‌, ସେଥିପାଇଁ ମୁଁ ଲସକ୍ସଗ୍ଦଗ୍ଧ ଗ୍ଧସଜ୍ଞର ଭରଗ୍ଦଗ୍ଧ ଓଓଞର କ୍ଟକ୍ଟ୍ରଗ୍ଧ କରିଛି ।
ମୋଦି ଜୀ – ଆଚ୍ଛା ଉସମାନ, ମୋ ତରଫରୁ ବହୁତ ଶୁଭକାମନା ଆଉ ତମ ଭାଇ ଦୁଷ୍ଟ ତ, ତେଣୁ ତମ ସମୟ ବି ବହୁତ ଭଲରେ କଟୁଥିବ ଆଉ ତମ ମାଆବାପାଙ୍କୁ ମୋ ତରଫରୁ ପ୍ରଣାମ ଜଣାଇଦେବ । ସେମାନେ ତମକୁ ଏପରି ସୁଯୋଗ ଦେଇଛନ୍ତି, ତମ ମନୋବଳ ବଢ଼ାଇଛନ୍ତି, ଆଉ ମୋତେ ବହୁତ ଭଲ ଲାଗିଲା ଯେ ତମେ ପାଠପଢ଼ା ସହ ସାମ୍ପ୍ରତିକ ପ୍ରସଙ୍ଗରେ ବି ଅଧ୍ୟୟନ କର ଓ ଲେଖାଲେଖି ମଧ୍ୟ କର । ଦେଖ, ଲେଖାଲେଖି କରିବାର ଲାଭ ହେଉଛି ଯେ ତମ ଚିନ୍ତାରେ ସ୍ପଷ୍ଟତା ଆସିବ । ଲେଖିବା ଦ୍ୱାରା ବହୁତ ଭଲ ଲାଭ ମିଳିଥାଏ । ମୋ ତରଫରୁ ବହୁତ ବହୁତ ଶୁଭକାମନା ।
ଉସମାନ – ଧନ୍ୟବାଦ ସାର୍ ।

ଆସନ୍ତୁ ଏଥର ପୁରା ଦକ୍ଷିଣକୁ ଯିବା । ତାମିଲନାଡୁର ନାମାକ୍କଲର ଝିଅ କନିଗ୍‌ଗା ସହ କଥା ହେବା ଆଉ କନିଗ୍‌ଗାର କଥା ବହୁତ ପ୍ରେରଣାଦାୟକ ।

ମୋଦି ଜୀ – କନିଗ୍‌ଗା ଜୀ, ୱଡ଼କ୍କମ୍ ।
କନିଗ୍‌ଗା – ୱଡ଼କ୍କମ୍ ସାର୍ ।
ମୋଦି ଜୀ – କେମିତି ଅଛ ?
କନିଗ୍‌ଗା – ଭଲ ସାର୍ ।
ମୋଦି ଜୀ – ସର୍ବପ୍ରଥମେ ମୁଁ ତମର ବଡ଼ ସଫଳତା ପାଇଁ ଅଭିନନ୍ଦନ ଜଣାଉଛି ।
କନିଗ୍‌ଗା – ଧନ୍ୟବାଦ ସାର୍ ।
ମୋଦି ଜୀ – ମୁଁ ଯେତେବେଳେ ନାମାକ୍କଲ୍ କଥା ଶୁଣେ ସେତେବେଳେ ଅଞ୍ଜନେୟର୍ ମନ୍ଦିର କଥା ଭାବେ ।
କନିଗ୍‌ଗା – ହଁ ସାର୍ ।
ମୋଦି ଜୀ – ତାହେଲେ ଏଥର ମୁଁ ତମ ସହ ବାର୍ତାଳାପକୁ ବି ମନେ ପକାଇବି ।
କନିଗ୍‌ଗା – ହଁ ସାର୍ ।
ମୋଦି ଜୀ – ଆଉଥରେ ଅଭିନନ୍ଦନ ।
କନିଗ୍‌ଗା – ଧନ୍ୟବାଦ ସାର୍ ।
ମୋଦି ଜୀ – ତମେ ପରୀକ୍ଷା ପାଇଁ ନିଶ୍ଚୟ କଠିନ ପରିଶ୍ରମ କରିଥିବ, ପ୍ରସ୍ତୁତି କରିବାର ଅଭିଜ୍ଞତା କିପରି ଥିଲା?
କନିଗ୍‌ଗା – ସାର୍‌, ଆରମ୍ଭରୁ ହିଁ ଆମେ ବହୁତ ପରିଶ୍ରମ କରୁଥିଲୁ । ମୁଁ ଅବଶ୍ୟ ଏପରି ଫଳାଫଳ ଆଶା କରିନଥିଲି, କିନ୍ତୁ ମୁଁ ଭଲ ଲେଖିଥିଲି; ତେଣୁ ଭଲ ଫଳ ପାଇଲି ।
ମୋଦି ଜୀ – ତମ ଆଶା କ’ଣ ଥିଲା?
କନିଗ୍‌ଗା – ୪୮୫ ବା ୪୮୬ ପାଖାପାଖି ପାଇବି ବୋଲି ଭାବୁଥିଲି ।
ମୋଦି ଜୀ – ଆଉ ଏବେ
କନିଗ୍‌ଗା – ୪୯୦
ମୋଦି ଜୀ – ତମ ପରିବାର ଲୋକ ଆଉ ଶିକ୍ଷକମାନଙ୍କର ପ୍ରତିକ୍ରିୟା କ’ଣ?
କନିଗ୍‌ଗା – ସେମାନେ ବହୁତ ଖୁସି ଆଉ ସେମାନେ ବହୁତ ଗର୍ବିତ ସାର୍ ।
ମୋଦି ଜୀ – ତମ ପ୍ରିୟ ବିଷୟ କ’ଣ?
କନିଗ୍‌ଗା – ଗଣିତ ।
ମୋଦି ଜୀ – ଓଃ, ଆଉ ତମ ଭବିଷ୍ୟତ ଯୋଜନା କ’ଣ?
କନିଗ୍‌ଗା – ଯଦି ଏଏଫ୍‌ଏମ୍‌ସି ସମ୍ଭବ ହୁଏ, ତେବେ ମୁଁ ଜଣେ ଡାକ୍ତର ହେବାକୁ ଚାହିଁବି ସାର୍।
ମୋଦି ଜୀ – ଆଉ ତମ ପରିବାରର କେହି ଡାକ୍ତରୀ ବୃତିରେ ଅଛନ୍ତି ନା ଅନ୍ୟ କିଛି କରନ୍ତି ।
କନିଗ୍‌ଗା – ନା ସାର୍‌, ମୋ ବାପା ଜଣେ ଗାଡ଼ିଚାଳକ, କିନ୍ତୁ ମୋ ଭଉଣୀ ଏମ୍‌ବିବିଏସ୍ ପଢ଼ୁଛି ସାର୍ ।
ମୋଦି ଜୀ – ଆରେ ବାଃ ତ ମୁଁ ପ୍ରଥମେ ତମ ବାପାଙ୍କୁ ପ୍ରଣାମ ଜଣାଉଛି ଯିଏ ତମର ଆଉ ତମ ଭଉଣୀର ଏତେ ଯତ୍ନ ନେଉଛନ୍ତି । ସେ ଯାହା କରୁଛନ୍ତି, ତାହା ବହୁତ ବଡ଼ କାମ ।
କନିଗ୍‌ଗା – ହଁ ସାର୍ ।
ମୋଦି ଜୀ – ଆଉ ସେ ସମସ୍ତଙ୍କ ପାଇଁ ପ୍ରେରଣା ।
କନିଗ୍‌ଗା – ହଁ ସାର୍ ।
ମୋଦି ଜୀ – ତମକୁ, ତମ ଭଉଣୀଙ୍କୁ ଆଉ ବାପା ଓ ଅନ୍ୟ ପରିବାର ଲୋକଙ୍କୁ ମୋର ଅଭିନନ୍ଦନ ।
କନିଗ୍‌ଗା – ଧନ୍ୟବାଦ ସାର୍ ।

Mann Ki Baat Modi with Students Top News ମନ୍ କି ବାତ୍
Share. Facebook Twitter LinkedIn Email WhatsApp Copy Link

Related Posts

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

‘ଭାରତରେ ନିର୍ବାଚନ ଚୋରି ହେଉଛି’: ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ଧର୍ମେନ୍ଦ୍ର ପ୍ରଧାନ କଲେ ପାଲଟା ଆକ୍ରମଣ

July 23, 2025

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.