ଆସାମ : ଆସାମରେ ବନ୍ୟା ପରିସ୍ଥିତି ଲାଗି ରହିଛି । ବନ୍ୟା ଯୋଗୁଁ ଏଠାରେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ବୁଧବାର ଦିନ ବନ୍ୟା ଯୋଗୁଁ ତିନିଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବନ୍ୟା ସ୍ଥିତିରେ ଟିକେ ସୁଧାର ଆସିଥିବାବେଳେ 21ଟି ଜିଲ୍ଲାରେ 17 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।
ଆସାମ ରାଜ୍ୟ ଆପଦା ପ୍ରବନ୍ଧନ ପ୍ରାଧିକରଣ (ଏଏସ୍ଡିଏମ୍ଏ) ଦ୍ବାରା ବୁଧବାର ଦ୍ବାରା ଜାରି ରିପୋର୍ଟ ଅନୁସାରେ ବାରପୋଟା, କୋକରାଝର ଓ କାମରୂପ ଜିଲ୍ଲାରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ 133ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 107ଜଣଙ୍କର ମୃତ୍ୟୁ ବନ୍ୟା ଯୋଗୁଁ ହୋଇଥିବାବେଳେ ଭୂସ୍ଖଳନ ଯୋଗୁଁ 26ଜଣଙ୍କ ମୃତ୍ୟୁ ହୋଇଛି ।
ଧେମାଜୀ, ଲଖ୍ମୀପୁର, ବିଶ୍ବନାଥ, ଦରାଙ୍ଗ, ବକ୍ସା, ବାରପେଟା, ଚିରାଙ୍ଗ, ବୋଙ୍ଗାଇଗାଓ୍ବ, କୋକରାଝର, ଧୁବ୍ରୀ, ଦକ୍ଷିଣ ଜୋରହାଟ୍, ମାଜୁଲୀ, ଶିବସାଗର ଓ ଡିବ୍ରୁଗଡ ଜିଲ୍ଲାରୁ 16.55 ଲକ୍ଷରୁ ଅଧିକ ଲୋକେ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । (ଏଜେନ୍ସି)