Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲକ ଡାଉନର କିଛି ସୁଫଳ ମିଳୁଛି ନା କେବଳ ଆମେ ଆମର ଅର୍ଥନୀତି ଗୋଡରେ କୁରାଢି ଚୋଟ ମାରି ଚାଲିଛୁ??
ବିଶେଷ ଖବର

ଲକ ଡାଉନର କିଛି ସୁଫଳ ମିଳୁଛି ନା କେବଳ ଆମେ ଆମର ଅର୍ଥନୀତି ଗୋଡରେ କୁରାଢି ଚୋଟ ମାରି ଚାଲିଛୁ??

July 31, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କେନ୍ଦ୍ର ସରକାର ଜାତୀୟ ଲକ ଡାଉନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ଅବ୍ଯାହତ ରଖିଥିବା ବେଳେ ଓଡିଶା ସରକାର ଲକ ଡାଉନକୁ କରୋନା ସଂକ୍ରମଣ ରୋକିବାର ସହଜ ବାଟ ବୋଲି ଧରି ନେଇଛନ୍ତି। ଗତ ଜୁନ ଓ ଜୁଲାଇ ମାସରେ ଜାତୀୟ ସ୍ତରର ଲକ ଡାଉନ ପ୍ରତ୍ୟାହୃତ ହୋଇ ଅର୍ଥନୈତିକ ଗତିବିଧି ବାଧା ଯାଇଛି। ମାର୍ଚ୍ଚ-ମଇ ରେ ହୋଇଥିବା ସଂପୂର୍ଣ୍ଣ ଲକ ଡାଉନ ଯୋଗୁଁ ଅର୍ଥନୀତିର ଯେଉଁ କ୍ଷତ ସୃଷ୍ଟି ହୋଇଥିଲା ତାହା ଆଜି ବି ଭରଣା ହୋଇନାହିଁ। ତେଣୁ ସଂକ୍ରମଣ ଓ ଅର୍ଥନୈତିକ ଗତିବିଧି ମଧ୍ୟରେ ତାଳମେଳ ରଖି ଆସ୍ତେ ଆସ୍ତେ ଲକ ଡାଉନ ପ୍ରତ୍ୟାହୃତ ହେଉଛି। ଓଡିଶା ସରକାର କିନ୍ତୁ ଗତ ଦୁଇମାସ ଧରି ଓଡିଶାରେ ଲକ ଡାଉନ ପ୍ରତ୍ୟାହାର କରିନାହାନ୍ତି। ବରଂ ଜୁନ ଓ ଜୁଲାଇ ମାସରେ ଲକ ଡାଉନକୁ ଅଧିକ କଡାକଡି କରିଛନ୍ତି। ସ୍ଥାନୀୟ ସ୍ତରରେ “କଣ୍ଟେନମେଣ୍ଟ” ଜୋନ କୁ ନିର୍ଦ୍ଦିଷ୍ଟ ସଂକ୍ରମିତ ଅଞ୍ଚଳରେ ସୀମିତ ନ ରଖି ପୂର୍ବପରି ଜିଲା ଓ ସହରୱାରି କଣ୍ଟେନମେଣ୍ଟ ଯୋଜନା କରା ଯାଉଛି।

ଲକ ଡାଉନରେ ଜନ ସାଧାରଣଙ୍କ ଅର୍ଥନୈତିକ ଗତିବିଧି ଲାଗି କିଛିଟା ସୁଯୋଗ ରହିଛି। ତାକୁ ବନ୍ଦ କରିବାକୁ ଯାଇ ଗତ ଦୁଇ ସପ୍ତାହ ହେଲା ରାଜ୍ୟର ପ୍ରମୁଖ ସହର ଓ ଜିଲା ଗୁଡିକୁ ପୂରା ଶଟ ଡାଉନ ଘୋଷଣା କରାଯାଇଛି। ଓଡିଶାର ଅର୍ଥନୈତିକ ପ୍ରାଣକେନ୍ଦ୍ର ଭାବେ ପରିଚିତ ରାଜ୍ୟର ପ୍ରମୁଖ ସହର ଗୁଡିକ ଗତ ଦୁଇ ରୁ ଚାରି ସପ୍ତାହ ହେଲା ସଂପୂର୍ଣ୍ଣ ବନ୍ଦ ରହିଛି। କଟକ-ଖୁର୍ଦ୍ଧା-ଗଞ୍ଜାମ ଓ ରାଉରକେଳାକୁ ଦୁଇ ସପ୍ତାହ ଲାଗି ଶଟ ଡାଉନ ଘୋଷଣା କରିବା ସମୟରେ ରାଜ୍ୟ ସରକାର ଯେଉଁ ପରିସଙ୍ଖ୍ୟାନ ରଖିଥିଲେ ସେଥିରେ ଆଜି ସୁଦ୍ଧା ବିଶେଷ କିଛି ପରିବର୍ତ୍ତନ ଘଟିନାହିଁ। ରାଜ୍ୟର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୦% ଲୋକ ଏହି ଅଞ୍ଚଳରୁ ହିଁ ବାହାରୁଛନ୍ତି। ତେଣୁ ଶଟ ଡାଉନ/ ଲକ ଡାଉନ ଜରିଆରେ ଏହି ଅଞ୍ଚଳରେ ସଂକ୍ରମଣ କମା ଯାଇପାରିବ ଓ ସେ ଦିଗରେ ଆମର ପ୍ରବଳ ଆତ୍ମବିଶ୍ଵାସ ରହିଛି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।

ଦୁଇ ସପ୍ତାହର ସଂପୂର୍ଣ୍ଣ ଶଟ ଡାଉନ ଏବେ ସମ୍ବଲପୁର, କନ୍ଧମାଳ, କେନ୍ଦୁଝର, କୋରାପୁଟ ଇତ୍ୟାଦି ଅଞ୍ଚଳକୁ ସମ୍ପ୍ରସାରିତ ହୋଇଛି। ତେବେ ଆଜି ଦୁଇ ସପ୍ତାହ ପୂରିବା ପରେ ଆମର ପ୍ରଶ୍ନ ହେଉଛି- ଶଟ ଡାଉନ/ଲକ ଡାଉନ ଦ୍ଵାରା ଆମକୁ ମିଳୁଛି କଣ? ଜୁନ-ଜୁଲାଇ ମାସରେ କେନ୍ଦ୍ର ସରକାର ଜାରି କରିଥିବା କୌଣସି ଅନ ଲକ ପ୍ରକ୍ରିୟାକୁ ଓଡିଶା ସରକାର ଗ୍ରହଣ କରି ନଥିଲେ। ବରଂ ୧୦ ଟି ଜିଲାରେ  ଶନିବାର ଓ ରବିବାର, ଦୁଇ ଦିନ ସଂପୂର୍ଣ୍ଣ ଶଟ ଡାଉନ ଘୋଷଣା କରିଥିଲେ। ଲୋକଙ୍କ ଜୀବନ ଜୀବିକା ଉପରେ ଚାରି ମାସରୁ ଅଧିକ କାଳ ଧରି ସରକାର ଜବରଦସ୍ତି ଚାପି ଦେଇଥିବା ଲକ ଡାଉନର ପ୍ରଭାବ ଯେ କଣ ପଡୁଛି, ତାର ଆକଳନ ଆଜି ଜରୁରୀ। ସଂକ୍ରମଣ କମିବା ପରିବର୍ତ୍ତେ ଗତ ଜୁଲାଇ ମାସ ସାରା ଏହା ବହୁଗୁଣ ବଢିଛି। ଲକ ଡାଉନ/ଶଟ ଡାଉନ ସତ୍ତ୍ୱେ ସମ୍ପୃକ୍ତ ଅଞ୍ଚଳରେ ମାତ୍ରାଧିକ ସଂକ୍ରମଣ ଓ କୋଭିଡ ଜନିତ ମୃତ୍ୟୁ ବଢି ଚାଲିଛି। ଏଥିପାଇଁ ଉତ୍ତରଦାୟୀ କିଏ?

ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଉପରେ ରାଜ୍ୟ ସରକାର ଯେତେବେଳେ ପ୍ରହାର କରୁଛନ୍ତି, ତାର ଉଚିତ ପ୍ରଭାବ ବିଷୟରେ ଲୋକଙ୍କୁ ଜବାବ ଦେବା ସରକାରଙ୍କର କର୍ତ୍ତବ୍ୟ। ସଂକ୍ରମଣ ବଢୁଛି ବୋଲି କହି ଲୋକଙ୍କ ଜୀବନକୁ ମାସ ମାସ ଧରି ଦୁର୍ବିସହ କରି ରଖିବାର ପରିଣତି, ରାଜ୍ୟ ସରକାରଙ୍କର ରାଜକୋଷ ଓ ରାଜ୍ୟର ଅର୍ଥନୀତି ଉପରେ ପଡିବ। ରାଜ୍ୟର ଟିକସ ବ୍ୟବସ୍ଥା ଭୁଷୁଡି ପଡିବା ସହିତ ଲୋକଙ୍କ ଜୀବନଧାରଣର ଅବସ୍ଥା ଖରାପ ହୋଇଯିବ। ବାସ୍ତବରେ ଖରାପ ହୋଇ ସାରିଛି। ରାଜ୍ୟର ବ୍ୟବସାୟୀ, କୃଷକ ଓ ଶ୍ରମିକଙ୍କ ଅଣ୍ଟା ଭାଙ୍ଗି ସାରିଛି। କେବଳ ସରକାରୀ କର୍ମଚାରୀଙ୍କୁ ବାଦ ଦେଲେ ଅବିକା ରାଜ୍ୟର ଏମିତି କୌଣସି ବର୍ଗ ନାହାନ୍ତି, ଯେଉଁମାନେ ଅର୍ଥନୈତିକ ଭାବରେ ସୁରକ୍ଷିତ ଅଛନ୍ତି।

ଲକ ଡାଉନ/ଶଟ ଡାଉନ ଚାଲିଥିବା ବେଳେ ଘରକୁ ଘର ବୁଲି ବ୍ୟାପକ ପରୀକ୍ଷା କରାଯିବ ବୋଲି ରାଜ୍ୟ ସରକାର କହିଥିଲେ। ତେବେ ଗତ ଦୁଇ ସପ୍ତାହରେ ରାଜ୍ୟରେ ଦୈନିକ ପରୀକ୍ଷା ୧୦ ହଜାର ଭିତରେ ରହିଛି। ମୁଖ୍ୟମନ୍ତ୍ରୀ ଜୁନ ମାସରୁ ୧୫ ହଜାର ପରୀକ୍ଷା କରାଯିବ ବୋଲି କହି ଆସୁଛନ୍ତି। ହେଲେ ତାହା କାର୍ୟକାରୀ ହେଉନାହିଁ।

ଇତିମଧ୍ୟରେ କେନ୍ଦ୍ର ସରକାରଙ୍କର ଅନଲକ ନିୟମକୁ ଲାଗୁ କରିକି ଦିଲ୍ଲୀ ସରକାର ସଂକ୍ରମଣ ରୋକିବାରେ ସଫଳ ହୋଇଛନ୍ତି। ଦିଲ୍ଲୀରେ ମଲ, ହୋଟେଲ, ଧାର୍ମିକ ଉପାସନା ସ୍ଥଳ ଇତ୍ୟାଦି ଖୋଲିଛି। ଗୋଟେ ସମୟରେ ଦିଲ୍ଲୀର ସଂକ୍ରମଣ ଉଦବେଗଜନକ ଲାଗୁଥିଲା। ଏବେ ସେଠାରେ ଦୈନିକ ସଂକ୍ରମଣ ୧୦୦୦-୧୫୦୦ କୁ ଖସି ଆସିଛି। ଓଡିଶା ସରକାର କଡାକଡି ଶଟ ଡାଉନ/ଲକ ଡାଉନ ଲାଗୁ କରୁଥିଲେ ମଧ୍ୟ ଏଠାରେ ସଂକ୍ରମଣ ବଢି ବଢି ଚାଲିଛି।

ଲକ ଡାଉନ/ଶଟ ଡାଉନ ଚିରସ୍ଥାୟୀ ପ୍ରତିଷେଧକ ନୁହେଁ ବା ସଂକ୍ରମଣ ରୋକିବାର ଏହା ଏକମାତ୍ର ବାଟ ନୁହେଁ। ଅନେକ ଦେଶ ବା ରାଜ୍ୟ ପୂର୍ଣ୍ଣାଙ୍ଗ ଲକ ଡାଉନ ଲାଗୁ ନକରି କରୋନା କୁ ଆୟତ୍ତ କରିଛନ୍ତି। ଲୋକଙ୍କ ଜୀବନ ଓ ଜୀବିକା ଉଜୁଡି ସାରିଛି। ତାକୁ ସଂପୂର୍ଣ୍ଣ ଧ୍ଵଂସ କରିଦେବାର ମନୋବୃତ୍ତି ଏବେ ବଦଳିବା ନିହାତି ଜରୁରୀ।

Share. Facebook Twitter LinkedIn Email WhatsApp Copy Link

Related Posts

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026
Latest News

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026

୭୦ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

March 19, 2026

ମନ୍ଦିରର ୫୦୦ ମିଟର ମଧ୍ୟରେ ମାଂସ ଦୋକାନ ବନ୍ଦ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.