Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର» ଭଣ୍ଡବାବାଙ୍କ ଉପରେ ଲଗାମ କେବେ? 
ବିଶେଷ ଖବର

 ଭଣ୍ଡବାବାଙ୍କ ଉପରେ ଲଗାମ କେବେ? 

August 1, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ବିଜନ କୁମାର ମହାପାତ୍ର

ଆମ ଦେଶରେ ଭଣ୍ଡ ବାବା ଓ ନକଲି ଆଧ୍ୟାତ୍ମିକ ଗୁରୁଙ୍କ ପ୍ରାଦୁର୍ଭାବ କାହିଁକି କେଜାଣି ଦୂର ହୋଇପାରୁ ନାହିଁ। ନିକଟ ଅତୀତରେ କିଛି ବାବାଙ୍କ ଅସଲି ତେହେରା ପଦାରେ ପଡିଯାଇଛି। ସେମାନଙ୍କ ତଥାକଥିତ ଆଶ୍ରମ ଓ ଧର୍ମାନୁଷ୍ଠାନରେ ଚାଲିଥିବା ବିଭିନ୍ନ ଅନୈତିକ ଓ ଘୃଣ୍ୟ କାର୍ଯ୍ୟକଳାପର ପର୍ଦାଫାଶ ହୋଇଛି। ସେମାନଙ୍କ ବିରୋଧରେ ଜନ ଆକ୍ରୋଶର ସ୍ୱର ତୀବ୍ର ହୋଇଛି। ନିଜ ନିଜର କଳା କାରନାମା ପଦାରେ ପଡିଲା ପରେ କିଛି ଭଣ୍ଡ ବାବା କୁଆଡେ ଫେରାର ହୋଇ ଆତ୍ମଗୋପନ କରୁଛନ୍ତି ତ, ଆଉ କିଛି ଧରାପଡି ଜେଲ୍ ଯାଆନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଭଣ୍ଡ ବାବାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସେମାନେ ଜେଲ୍ ତ ଯାଆନ୍ତି। କିନ୍ତୁ ବେଲ୍ ପାଇବାରେ ବି ସେମାନେ ସଫଳ ହୁଅନ୍ତି। କିଛି ଦିନ ତଳେ ୟୁପିର ମୁଜାଫରନଗରରେ ଥିବା ଏକ ଆଶ୍ରମ ଉପରେ ଚଢାଉ କରି ୧୦ ଜଣ ନାବାଳଙ୍କୁ ଉଦ୍ଧାର କରିଥିଲା ପୋଲିସ। ସେମାନଙ୍କ ବୟସ ୭ରୁ ୧୬ ବର୍ଷ ମଧ୍ୟରେ ହେବ। ଧାର୍ମିକ ଶିକ୍ଷା ପ୍ରଦାନ ପାଇଁ ସେମାନଙ୍କୁ ତ୍ରିପୁରା,ଆସାମ ଓ ମିଜୋରାମରୁ ଅଣାଯାଇଥିଲା। କିନ୍ତୁ ପୋଲିସ ତଦନ୍ତରୁ ଜଣାପଡିଥିଲା ଯେ, ପିଲାମାନଙ୍କୁ ଭୟ ଦେଖାଇ ଯୈାନ ଶୋଷଣ କରାଯାଉଥିଲା। ସେମାନଙ୍କୁ ଦାଦନ ଶ୍ରମିକ ଭାବେ ଖଟାଯାଉଥିଲା। ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡିଛି।

ନିକଟ ଅତୀତରେ ଦେଶର ବିଭିନ୍ନ ସହରରେ ଥିବା ଆଶ୍ରମ, ଧର୍ମାନୁଷ୍ଠାନ, ବାଳାଶ୍ରମ, ନାରୀ ନିକେତନରୁ ଶୋଷଣ ଓ ଅତ୍ୟାଚାର ବୀଭତ୍ସ ଓ ଉଦବେଗଜନକ ଖବର ଆସିଛି। କିନ୍ତୁ ବିଡମ୍ବନାର ବିଷୟ ଯେ, ଏଭଳି କାର୍ଯ୍ୟକଳାପ ଉପରେ ସଂପୂଣ୍ଣ ର୍ ରୋକ୍ ଲାଗିପାରୁ ନାହିଁ। କାରଣ ଅଧିକାଂଶ ଆଶ୍ରମ, ବାଳାଶ୍ରମ ଓ ନାରୀ ନିକେତନର ପରିଚାଳନା ଏଭଳି ବ୍ୟକ୍ତିଙ୍କ ହାତରେ ରହିଥାଏ, ଯେଉଁମାନଙ୍କର କି ପୋଲିସ ପ୍ରଶାସନ ଓ ରାଜନେତାଙ୍କ ସହ ଗଭୀର ସଂପର୍କ ଥାଏ। ଆଶ୍ରମର ଭଣ୍ଡ ବାବା ଓ ବାଳାଶ୍ରମ, ନାରୀ ନିକେତନ ଦାୟିତ୍ୱରେ ଥିବା ଲୋକଙ୍କ କଳା କାରନାମା ପଦାରେ ପଡିଲା ପରେ ପ୍ରଥମେ ପ୍ରଥମେ ତ ହଟଚମଟ ସୃଷ୍ଟି ହୁଏ। କିନ୍ତୁ ପରେ ସବୁ କିଛି ଥଣ୍ଡା ପଡିଯାଏ। କେତେଜଣଙ୍କ ବିରୋଧରେ ମାମଲା ରୁଜୁ ହୁଏ। କିନ୍ତୁ ସୁଦୀର୍ଘ ଅଦାଲତି ଲଢେଇ ପରେ ହିଁ କେଉଁ ଆଶାରାମ ବାପୁ  ବା ଗୁରୁମିତ ସିଂହ ରାମରହିମଙ୍କ ଭଳି ତଥାକଥିତ ଧାର୍ମିକ ଗୁରୁଙ୍କୁ ଜେଲ ଯିବାକୁ ପଡେ। ଦୀର୍ଘ ଅଦାଲତି ଲଢେଇ ମଧ୍ୟରେ କିଛି ପ୍ରମୁଖ ସାକ୍ଷୀଙ୍କ ଉପରେ ଚାପ ପ୍ରୟୋଗ କରାଯାଏ। ଆଉ କିଛି ସାକ୍ଷୀଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ବି ହୋଇଯାଇଥାଏ।

ଭଣ୍ଡ ବାବାଙ୍କ ପ୍ରସଙ୍ଗରେ କେନ୍ଦ୍ର ସରକାର ବି ସେତେ ଗମ୍ଭୀର ଥିବା ଭଳି ମନେହୁଏ ନାହିଁ। ଭଣ୍ଡ ବାବାଙ୍କ ପ୍ରସଙ୍ଗରେ ଏବେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛନ୍ତି। ଜୁଲାଇ ୮ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ ବୋବଡେଙ୍କ ନେତୃତ୍ୱାଧିନ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ, ଦେଶର ୧୭ ଜଣ ଭଣ୍ଡ ବାବାଙ୍କ ବିରୋଧରେ କଣ ଆକସନ୍ ପ୍ଲାନ୍ ହୋଇଛି, ତାହା ଜଣାଇବାକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଥିଲେ। ଭଣ୍ଡ ବାବାଙ୍କ ବିରୋଧରେ ଜଣେ ଆବେଦନକାରୀ ଡି. ରାମାରେଡ୍ଡିଙ୍କ ଗୁରୁତର ଅଭିଯୋଗର କଣ ସମାଧାନ କେନ୍ଦ୍ର ପାଖରେ ରହିଛି ବୋଲି ସୁପ୍ରିମକୋର୍ଟ ସଲିସିଟିର ଜେନେରାଲଙ୍କୁ ପଚାରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଖିଳ ଭାରତୀୟ ଆଖଡା ପରିଷଦ ଦେଶର ୧୭ ଜଣ ବାବା  ବା ଆତ୍ମଘୋଷିତ ଧାର୍ମିକ ଗୁରୁଙ୍କୁ ଭଣ୍ଡ ଘୋଷିତ କରିସାରିଛି। ୨୦୧୭ରେ ପରିଷଦ,୧୭ ଜଣ ଭଣ୍ଡ ବାବାଙ୍କୁ ଚିହ୍ନଟ କରି ସେମାନଙ୍କ ଗତିବିଧିକୁ ଅବୈଧ ଓ ବେଆଇନ୍ ବୋଲି ଘୋଷଣା କରିଥିଲା। ପରିଷଦର ୧୭ ଭଣ୍ଡ ବାବାଙ୍କ ତାଲିକାରେ ଆଶାରାମ ବାପୁ, ରାଧେ ମା’, ଗୁୁରମିତ ରାମରହୀମ, ସ୍ୱାମୀ ଅସୀମାନନ୍ଦ, ରାମପାଲ, ବୀରେନ୍ଦ୍ର ଦେବ ଦୀକ୍ଷିତ ପ୍ରମୁଖ ସାମିଲ ଅଛନ୍ତି।

ହାଇଦ୍ରାବାଦ ବାସିନ୍ଦା ଡି. ରାମାରେଡ୍ଡିଙ୍କ ଆବେଦନ ଉପରେ ୧୭ ଭଣ୍ଡ ବାବାଙ୍କ ବିରୋଧରେ କେନ୍ଦ୍ରର ଆକସନ ପ୍ଲାନ ସଂପର୍କରେ ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ। ତେବେ, ଆବେଦନକାରୀ ଡି. ରାମାରେଡ୍ଡି କାହିଁକି , ଭଣ୍ଡ ବାବାଙ୍କ ବିରୋଧରେ ଅଭିଯାନ ଚଳାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ? ଏହାର କାରଣ ବି ଜଣେ ଭଣ୍ଡ ବାବା। ରାମାରେଡ୍ଡିଙ୍କ ଝିଅ ଯିଏ କି ଆମେରିକାର ଆଇୱା ଷ୍ଟେଟ୍ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଡକ୍ଟରାଲ୍ ସ୍କଲାର ଥିଲେ, ସେ ୨୦୧୫ ଜୁଲାଇରୁ ଦିଲ୍ଲୀର ରୋହିଣୀ ସ୍ଥିତ ଏକ ଆଶ୍ରମ ଓ ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟରେ ଜେଲ୍ ଭଳି ସ୍ଥିତିରେ ରହିଛନ୍ତି। ଏହି ତଥାକଥିତ  ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟର ସ୍ଥାପନା କରିଥିଲେ ଭଣ୍ଡ ଗୁରୁ ବୀରେନ୍ଦ୍ର ଦେବ ଦୀକ୍ଷିତ। ସେ ଗତ ତିନି ବର୍ଷ ହେଲା ଫେରାର ଅଛନ୍ତି। ତାଙ୍କ ଆଶ୍ରମରେ ରହୁଥିବା ଅନେକ ମହିଳା ଅଭିଯୋଗ କରିଥିଲେ ଯେ, ଆଧ୍ୟାତ୍ମିକ ଶିକ୍ଷା ନାଁରେ ସେମାନଙ୍କ ଯୈାନ ଶୋଷଣ ହେଉଛି।

ସ୍ଥାନୀୟ ଲୋକେ ବି ଆଶ୍ରମ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିବାରୁ ସେଠାରେ ଚଢାଉ କରିଥିଲା ପୋଲିସ। ପାଖାପାଖି ୧୫୦ ମହିଳାଙ୍କୁ ମୁକ୍ତ କରାଯାଇଥିଲା। ବୀରେନ୍ଦ୍ର ଦେବ ଦୀକ୍ଷିତ କିନ୍ତୁ ଖସି ପଳାଇବାରେ ସଫଳ ହୋଇଥିଲେ। ପୋଲିସ ମାମଲା ରୁଜୁ ତ କରିଛି। କିନ୍ତୁ ଦୀକ୍ଷିତଙ୍କ ଠିକଣା ମିଳୁନି। ସ୍ୱାଭାବିକ ଭାବେ ଏହି ମାମଲା ବି ଥଣ୍ଡା ପଡିଯାଇଥିଲା। କିନ୍ତୁ ଏକ ବାପା ଭାବେ ନିଜର ସଂଘର୍ଷ ଜାରି ରଖିଥିଲେ ରାମାରେଡ୍ଡି। ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇ ସେ ନିଜ ଝିଅ ଓ ଅନ୍ୟ ମହିଳାମାନଙ୍କୁ ଭଣ୍ଡ ବାବାଙ୍କ ଆଶ୍ରମରୁ ମୁକ୍ତି ପାଇଁ ପ୍ରୟାସ ଜାରି ରଖିଛନ୍ତି।

ନିଜ ଆବେଦନରେ ରାମାରେଡ୍ଡି ସଂଗୀନ ଅଭିଯୋଗ ଆଣିଛନ୍ତି। ସେ ଦର୍ଶାଇଛନ୍ତି ଯେ, ଜାତୀୟ ରାଜଧାନୀ ଅଂଚଳ ଓ ବିଭିନ୍ନ ରାଜରେ ୧୭ ଭଣ୍ଡ ବାବାଙ୍କ ଶତାଧିକ ଆଶ୍ରମ ଓ ସଂସ୍ଥା ପରିଚାଳିତ ହେଉଛି , ଯେଉଁଠି କି ହଜାର ହଜାର ଯୁବତୀ ଓ ମହିଳାଙ୍କୁ ଜେଲ୍ ଭଳି ସ୍ଥିତିରେ ବନ୍ଦୀ ଭାବେ ରଖାଯାଉଛି। ସେମାନଙ୍କୁ ନିଶା ଦ୍ରବ୍ୟ ଦିଆଯାଉଛି, ଯେପରିକି ସେମାନେ ଖସିପଳାଇ ନ ଯିବେ। ସରକାରୀ କଳର ଉଦାସୀନତା ଓ ନିଷ୍କ୍ରିୟତା କାରଣରୁ ହିଁ ଭଣ୍ଡ ବାବା ଓ ଗୁରୁଙ୍କ ଆଶ୍ରମ ଓ ଧର୍ମାନୁଷ୍ଠାନ ନିର୍ବିଘ୍ନରେ ଚାଲୁଛି। ରାମରହୀମ, ଆଶାରାମ ବାପୁ ଓ ବୀରେନ୍ଦ୍ର ଦେବ ଦେବ ଦୀକ୍ଷିତ ଆଦିଙ୍କ ବିରୋଧରେ ଅତି ଗମ୍ଭୀର ଫୌଜଦାରୀ ମାମଲା ରହିଛି। କିନ୍ତୁ ସେମାନଙ୍କର ଆଶ୍ରମ ଓ ସଂସ୍ଥା ସେମାନଙ୍କ ନିକଟ ସଂପର୍କୀୟ ଏବଂ ସହେଯାଗୀଙ୍କ ଦ୍ୱାରା ପରିଚାଳିତ ହେଉଛି।

ରାମାରେଡ୍ଡିଙ୍କ ଆବେଦନର ଅଧ୍ୟୟନ କରି ଏଥିରେ ଯେଉଁ ଗମ୍ଭୀର ପ୍ରଶ୍ନ ଉଠାଯାଇଛି, ତାହା ସରକାରଙ୍କୁ ପଚାରି ଜଣାଇବାକୁ ସଲିସିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ସମସ୍ୟାର ସମାଧାନ କଣ ଓ କେନ୍ଦ୍ର ପାଖରେ କି ଆକସନ୍ ପ୍ଲାନ ‌ରହିଛି, ତାହା ଜଣାଇବାକୁ କହିଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ। ଭଣ୍ଡ ବାବାଙ୍କୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପାଖରେ କଣ ଆକସନ୍ ପ୍ଲାନ ଅଛି କି ନାହିଁ , ତାହା ତ ଜଣାନାହିଁ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ, ଯେତେଦିନ ଯାଏଁ  ଲୋକଙ୍କ  ଅନ୍ଧବିଶ୍ୱାସ ରହିଥିବ ଓ ବାବାଙ୍କ ପାଖରେ ରାଜନୈତିକ ଦଳଗୁଡିକ ନିଜର ଭୋଟ୍ ବ୍ୟାଙ୍କ୍ ଦେଖିପାରୁଥିବେ, ସେତେଦିନ ଯାଏଁ ଭଣ୍ଡ ବାବାମାନେ ବି ରହିବେ। ସେମାନଙ୍କ ଆଶ୍ରମ ଓ ସଂସ୍ଥା ବି ରହିଥିବା। ଆଉ ଶୋଷଣ ଓ ନିର୍ଯାତନା ବି ଜାରି ରହିଥିବ।

ଆଶାରାମ ବାପୁ ଭଣ୍ଡବାବା
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ରାଏଲରେ ଭବ୍ୟ ସ୍ୱାଗତ: ବିମାନବନ୍ଦରରେ ମିଳିଲା ଗାର୍ଡ ଅଫ୍ ଅନର

February 25, 2026

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.