Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେଶର ବଡ ବଡ ନେତା ଓ ଅଭିନେତା ସରକାରୀ ଡାକ୍ତରଖାନାକୁ ଡରୁଛନ୍ତି କାହିଁକି??
ବିଶେଷ ଖବର

ଦେଶର ବଡ ବଡ ନେତା ଓ ଅଭିନେତା ସରକାରୀ ଡାକ୍ତରଖାନାକୁ ଡରୁଛନ୍ତି କାହିଁକି??

August 3, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତକାଲିର ଦୁଇଟି ପ୍ରମୁଖ ଖବର ଭିତରୁ ପ୍ରଥମଟି ହେଉଛି ଗୃହମନ୍ତ୍ରୀ ଅମିତ ଶାହ କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇ ଦିଲ୍ଲୀର ପ୍ରସିଦ୍ଧ ଘରୋଇ ଡାକ୍ତରଖାନା ମେଦାନ୍ତରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଦ୍ଵିତୀୟ ଖବର ଅନୁଯାୟୀ ତାମିଲନାଡୁ ରାଜ୍ୟପାଳ, ଉତ୍ତର ପ୍ରଦେଶ ବିଜେପି ସଭାପତି ଓ ଆହୁରି ଅନେକ ରାଜନେତା ବିଭିନ୍ନ ରାଜ୍ୟରେ ଆକ୍ରାନ୍ତ ବୋଲି ଜଣା ପଡ଼ୁଛନ୍ତି। ଆଜିର ସମୟରେ ଏ ଖବର ଅତ୍ୟନ୍ତ ସହଜ ଓ ସ୍ଵାଭାବିକ। କରୋନା ଭୂତାଣୁର ସଙ୍କଟ କୌଣସି ଲୋକର ପରିଚୟ ପଚାରି ଆସେନାହିଁ। ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଓ ବ୍ରାଜିଲ ରାଷ୍ଟ୍ରପତି ମଧ୍ୟ କରୋନା ଆକ୍ରାନ୍ତ ବୋଲି ଜଣା ପଡିଥିଲା।କରୋନା ଦ୍ଵାରା  ଆକ୍ରାନ୍ତ ହେବା ଓ ସୁସ୍ଥ ହେବାର ଏକ ସାଧାରଣ ପ୍ରକ୍ରିୟା ଏବେ ସାରା ଦେଶରେ ଜାରି ରହିଛି। ହଜାର ହଜାର ଲୋକ ଦୈନିକ ଆକ୍ରାନ୍ତ ହେଉଛନ୍ତି ଓ ସମାନ ପରିମାଣରେ ଲୋକେ ସୁସ୍ଥ ମଧ୍ୟ ହେଉଛନ୍ତି। ସବୁଠୁ ଭଲ ଖବର ଏୟା ଯେ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ 6 ଲକ୍ଷ ହୋଇଥିବା ବେଳେ କରୋନା କବଳରୁ ସ୍ୱାସ୍ଥ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୧୨ ଲକ୍ଷ। ତେଣୁ ଅମିତ ଶାହ ଓ ଅନ୍ଯାନ୍ଯ ବଡ ଲୋକମାନେ ସମୟକ୍ରମେ ସୁସ୍ଥ ହେବେ।

ଦେଶର ବଡ ବଡ ନେତା ଓ ଅଧିକାରୀ କରୋନା ଆକ୍ରାନ୍ତ ହେବା ବେଳେ ସେମାନେ ମନେ ରଖିବା ଉଚିତ ଯେ, ସେହିମାନେ ହିଁ ଆମେ କରୋନା ବିରୋଧୀ ଯୁଦ୍ଧ ଜିତିଯାଇଛୁ ବୋଲି ବୁଲି ବୁଲି ଭାଷଣ ଦେଉଥିଲେ। ସେହିମାନେ ହିଁ କୋଭିଡ ପରିଚାଳନାରେ ଆମେ ସର୍ବାଧିକ ସଫଳତା ପାଇଛୁ ବୋଲି ଦାବି କରୁଥିଲେ। ଆଜି ପୃଥିବୀର ସର୍ବାଧିକ ଆକ୍ରାନ୍ତ ଭାରତରେ ହିଁ ବାହାରୁଛନ୍ତି। ସପ୍ତାହେ ଭିତରେ ପ୍ରାୟ ସାଢେ ତିନି ଲକ୍ଷ ଆକ୍ରାନ୍ତ ଦେଶରୁ ବାହାରିଛନ୍ତି। ୩୮ ହଜାର ଲୋକଙ୍କ ଜୀବନ କୋଭିଡ କାରଣରୁ ଯାଇ ସାରିଛି। ଏମିତି ଏକ ସଙ୍କଟଜନକ ସମୟରେ ଦେଶର ନେତୃତ୍ଵ ପାଖରେ ସର୍ବ ପ୍ରଥମ ଦାୟିତ୍ଵ କଣ ହେବା ଉଚିତ? ଏହାର ଉତ୍ତରରେ ଯେ କେହି କହିବ ଯେ, ଆଜିର ସମୟରେ ମହାମାରୀର ମୁକାବିଲା ସରକାରର ଏକମାତ୍ର ଦାୟିତ୍ଵ ହେବା ଉଚିତ। ଭାରତ ସରକାରଙ୍କ ଲାଗି କୋଭିଡ ପରିଚାଳନା ଓ ଲୋକଙ୍କ ଜୀବନ ରକ୍ଷା ଏକମାତ୍ର  ପ୍ରାଥମିକତା ହେବା ଉଚିତ।

ଗତ ସାଢେ ଚାରି ମାସରେ ଭାରତ ସରକାର ସେ ଦାୟିତ୍ଵ ତୁଲାଇବାରେ ସଫଳ ହୋଇଛନ୍ତି କି? କୋଭିଡ ମୁକାବିଲା ଲାଗି ଭାରତ ସରକାର ଦେଶକୁ ଏକ ପ୍ରକାର ଜରୁରୀକାଳୀନ ପରିସ୍ଥିତି ଭିତରେ ରଖିଛନ୍ତି। ଲୋକଙ୍କର କୌଣସି ପ୍ରକାର ସ୍ଵାଭାବିକ ଗଣତାନ୍ତ୍ରିକ ଅଧିକାର ବର୍ତ୍ତମାନ ସମୟରେ ନାହିଁ। କୌଣସି ପ୍ରତିବାଦ, ରାଜନୈତିକ ସମାବେଶ ବା ନିଜ ଇଚ୍ଛାରେ ଜୀବନ ବଞ୍ଚିବାର ଅଧିକାର ଆମେ ହରାଇଛୁ। ସଂକ୍ରମଣରୁ ବଞ୍ଚିବା ଲାଗି ଏତିକି ତ୍ୟାଗ ଜରୁରୀ ବୋଲି ଆମେ ବୁଝୁଛୁ। ତେବେ ଏହି ତ୍ୟାଗକୁ ରାଜନୈତିକ ଏକାଧିପତ୍ୟ ର ମାଧ୍ୟମ ଭାବରେ ସରକାର ବ୍ୟବହାର କରୁଛନ୍ତି କାହିଁକି? ଯେତେବେଳେ ଦେଶରେ ସ୍ଵାଭାବିକ ରାଜନୈତିକ ପ୍ରକ୍ରିୟା ଚାଲୁନାହିଁ, ସେତେବେଳେ ସରକାର ନୀତିଗତ ନିଷ୍ପତ୍ତି ନେବା ଓ ଦେଶର ସମ୍ପତ୍ତି ବିକ୍ରି କରିବାର ନିଷ୍ପତ୍ତି ନେବା ଉଚିତ କି? କୋଭିଡ ସଂକ୍ରମଣ ଆରମ୍ଭରେ ଆମେ ଦେଖିଛୁ, ମଧ୍ୟପ୍ରଦେଶରେ କେମିତି ବିରୋଧୀ ଦଳର ସରକାର ଭଙ୍ଗାଗଲା ଓ ଆଜି ଦେଖୁଛୁ ରାଜସ୍ଥାନରେ ସରକାର ଭାଙ୍ଗିବା ଲାଗି କି ପ୍ରକାର କସରତ ଚାଲିଛି। ମହାମାରୀ ସମୟକୁ ରାଜନୈତିକ ମୌକା ଭାବରେ ବ୍ୟବହାର କରିବା, ଆମ ରାଜନୀତିର ସବୁଠୁ କଳଙ୍କିତ ବିନ୍ଦୁ ହୋଇ ରହିବ।

କୋଭିଡର ବ୍ୟାପକ ସଂକ୍ରମଣ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ଅଲଗା କଥା ଚିନ୍ତା କରିବା ଅନୁଚିତ। ବର୍ତ୍ତମାନ ସମୟରେ ଆମେ ଦେଖୁଛୁ, ଭାରତ ସରକାରଙ୍କ ଲାଗି କୋଭିଡ ଆଉ ପ୍ରାଥମିକତା ନୁହେଁ। ଏବେ ରାମ ମନ୍ଦିର ନିର୍ମାଣ, ରଫାଲ ଜେଟର ଗୁଣଗାନ ଓ ବିହାର ନିର୍ବାଚନ ସରକାରଙ୍କର ପ୍ରାଥମିକତା ପାଲଟିଛି। ସାଧାରଣ ଲୋକ ଏବେ ଭୂତାଣୁ କବଳରେ ହନ୍ତସନ୍ତ ହେଉଥିବା ବେଳେ ସେଥିରୁ ମୁକ୍ତିର ବାଟ କିଛି ନାହିଁ। ମହାମାରୀର ମାଡ କେବଳ ଜୀବନ ନୁହେଁ, ଜୀବିକାକୁ ମଧ୍ୟ ଉଜାଡି ସାରିଛି। ତେଣୁ ସରକାରଙ୍କର ପ୍ରାଥମିକତା ଆଜି ଜୀବନ ଓ ଜୀବିକା ହେବା କଥା। ହେଲେ ସରକାର ଆମକୁ ପ୍ରତିଦିନ ନୂଆ ରାଜନୈତିକ କାହାଣୀ ଶୁଣାଉଛନ୍ତି।

ଏ କାହାଣୀର ସବୁଠୁ ବଡ ବିପର୍ୟୟ ହେଉଛି, ସାଧାରଣ ଜନତା ସରକାରୀ ଡାକ୍ତରଖାନାରେ ଘାନ୍ତି ହେଉଥିବା ବେଳେ ବଡ ବଡ ନେତା ଘରୋଇ ଡାକ୍ତରଖାନାରେ ଚିକତ୍ସା ସୁବିଧା ଭୋଗ କରୁଛନ୍ତି। ଅମିତ ଶାହ ମେଦାନ୍ତରେ, ଶିବରାଜ ସିଂ ଚୌହାନ ଚିରାୟୂରେ, ଅମିତାଭ ବଚ୍ଚନ ନାନାବତୀ ରେ  ଓ ଅନ୍ଯାନ୍ଯ ବଡ ନେତା ଓ ଅଭିନେତା ମାନେ ଘରୋଇ ଡାକ୍ତରଖାନାକୁ ଚିକତ୍ସା ପାଇଁ ବାଛୁଛନ୍ତି। ଏହାର ସ୍ପଷ୍ଟ ସଙ୍କେତ ହେଉଛି, ଦେଶର ଗୃହମନ୍ତ୍ରୀ ନିଜେ ସରକାରୀ ଚିକତ୍ସାଳୟ ଉପରେ ଆସ୍ଥା ରଖୁନାହାନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ନିଜେ ଘରୋଇ ଚିକତ୍ସାଳୟରୁ ଭିଡିଓ ପଠାଉଛନ୍ତି। ଏହା ଲୋକଙ୍କୁ କି ବାର୍ତ୍ତା ଦେଉଛି? ନେତା ଓ ଅଭିନେତାଙ୍କ ଲାଗି ବଡ ଡାକ୍ତରଖାନାର ମହଙ୍ଗା ଚିକତ୍ସା ଓ ସାଧାରଣ ଜନତାଙ୍କ ଲାଗି ସରକାରୀ ହିନସ୍ତା- ଏହା ଭାରତ ସରକାରଙ୍କ କୋଭିଡ ପରିଚାଳନା ର ସବୁଠୁ ବଡ ସଫଳତା କି?

Share. Facebook Twitter LinkedIn Email WhatsApp Copy Link

Related Posts

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026
Latest News

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026

୭୦ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

March 19, 2026

ମନ୍ଦିରର ୫୦୦ ମିଟର ମଧ୍ୟରେ ମାଂସ ଦୋକାନ ବନ୍ଦ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.