Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନାରେ ଚାଳିଶ ହଜାର ମୃତ୍ୟୁ, ଆମ ଦେଶରେ ଏଥିଲାଗି ଉତ୍ତରଦାୟିତ୍ଵ ନେବାକୁ କେହି ବି ପ୍ରସ୍ତୁତ ନୁହନ୍ତି!!
ବିଶେଷ ଖବର

କରୋନାରେ ଚାଳିଶ ହଜାର ମୃତ୍ୟୁ, ଆମ ଦେଶରେ ଏଥିଲାଗି ଉତ୍ତରଦାୟିତ୍ଵ ନେବାକୁ କେହି ବି ପ୍ରସ୍ତୁତ ନୁହନ୍ତି!!

August 6, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତକାଲି ଭାରତରେ କରୋନା ଜନିତ ମୃତ୍ୟୁ ୪୦ ହଜାର ଟପିଲା। ଚାଳିଶ ହଜାର- ଇଏ କେବଳ ଏକ ସଂଖ୍ୟା। ସରକାରୀ ଖାତାରେ ଏମାନେ କେବଳ ଗୋଟେ ଗୋଟେ ସଂଖ୍ୟା ବାଚକ। ଗୋଟେ ମହାମାରୀ ୪୦ ହଜାର ପରିବାରକୁ ତଳି ତଳାନ୍ତ କରି ଦେଇଛି। ତେବେ ୪୦ ହଜାର ଚୂଡାନ୍ତ ସଂଖ୍ୟା ନୁହେଁ। ସରକାର କହୁଛନ୍ତି, ଆମର ମୃତ୍ୟୁ ହାର କମ। ତେବେ ସରକାରକୁ କହିବ କିଏ ଯେ, ପାକିସ୍ତାନରେ ମୃତ୍ୟୁହାର ଆମଠୁ ମଧ୍ୟ କମ। ଭୁଟାନରେ ଜଣେ ବି ଲୋକ କରୋନାରେ ମୃତ୍ୟୁ ବରଣ କରି ନାହାନ୍ତି। ଦକ୍ଷିଣ କୋରିଆରେ ଏହି ଭୂତାଣୁକୁ ସେମାନେ ସହଜରେ ଆୟତ୍ତ କରିପାରିଥିଲେ, ଯେତେବେଳେ କି ଏହି ଭୂତାଣୁ ବିଷୟରେ କାହାକୁ କିଛି ଜଣା ନଥିଲା। ଆମ ପଡୋଶୀ ପାକିସ୍ତାନରେ ଜୁନ ମାସ ବେଳକୁ ଦୈନିକ ୬୦୦୦ରୁ ଅଧିକ କରୋନା ଆକ୍ରାନ୍ତ ବାହାରୁଥିଲେ। ଏବେ ତାହା ୩୦୦/୪୦୦ କୁ ଖସି ଆସିଛି। ଆମର ଲୋକ ମରି ଚାଲିଛନ୍ତି ଓ ସେଥିରେ ଅଙ୍କୁଶ ଲାଗିବାର କୌଣସି ସମ୍ଭାବନା ଦିଶୁନାହିଁ। ଏଥିଲାଗି ଗୋଟେ ଦେଶରେ କାହାର ବି ଉତ୍ତର ଦାୟିତ୍ଵ ନାହିଁ ଯେମିତି।

ଏବେ ତ ଗଣମାଧ୍ୟମରେ କରୋନାକୁ ନେଇ ଆଲୋଚନା ପ୍ରାୟ ବନ୍ଦ ହୋଇଗଲାଣି। ଏପ୍ରିଲ ମାସରେ ଯେତେବେଳେ ଦିନକୁ ହଜାରେ ଆକ୍ରାନ୍ତ ବାହାରୁଥିଲେ, ସେତେବେଳେ ଆମେ ହାହାକାର କରୁଥିଲେ। ଏ ସଂଖ୍ୟା ଏବେ ଦୈନିକ ହାରାହାରି ପଚାଶ ହଜାର। ସେତେବେଳକୁ ସବୁକିଛି ଚୁପ। ଗଣମାଧ୍ୟମ ମହାମାରୀର ବିଭୀଷିକାକୁ ଚାପି ଦେବାଲାଗି ପ୍ରତିଦିନ ନୂଆ ସୁଆଙ୍ଗ ରଚନା କରୁଛି। ପ୍ରଥମେ ରାଜସ୍ଥାନ ସରକାରକୁ ନେଇ ନାଟକବାଜି ଚାଲିଲା। ତା ପରେ ଆସିଲା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା। ସେଥିରେ ଯୋଡିହେଲା ରାଫେଲ ଯୁଦ୍ଧ ବିମାନ ଓ ରାମ ମନ୍ଦିର ଭୂମି ପୂଜନ। ମନ୍ଦିର ଶିଳାନ୍ୟାସ ଗୋଟେ ଦେଶର ଏତେ ବଡ ପ୍ରସଙ୍ଗ ଯେ ସେଠାରେ ୪୦ ହଜାର ନାଗରିକଙ୍କ ଜୀବନ ମୂଲ୍ୟହୀନ ହୋଇ ପଡୁଛି।

ସରକାରର ବଡ ବଡ ମନ୍ତ୍ରୀ ଏବେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଖୋଦ ଗୃହମନ୍ତ୍ରୀ ଏବେ କରୋନା କବଳରେ। ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ଗଲା ପରେ ସେ କଣ ଖାଇଲେ, କଣ ଲେଖିଲେ, କି ଗୀତା ଶୁଣିଲେ, ତାକୁ ଖବର କରୁଥିବା ଆମର ଟେଲିଭିଜନ ଚାନେଲ ମେଦାନ୍ତ ଡାକ୍ତରଖାନାରେ ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନ କଣ କରୁଛନ୍ତି, ତାର ଖବର ଦେଉନାହାନ୍ତି କାହିଁକି? କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଓ ବିରୋଧିଦଳ ନେତା, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ, ଉତ୍ତର ପ୍ରଦେଶର ୯ରୁ ଅଧିକ ମନ୍ତ୍ରୀ , ଏମିତି ଅନେକ ନିର୍ଣ୍ଣାୟକ ଶାସକ ଏବେ ଡାକ୍ତରଖାନାରେ। ତାହା କିନ୍ତୁ ଗଣମାଧ୍ୟମର ପ୍ରସଙ୍ଗ ନୁହେଁ। କରୋନା କାରଣରୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ପ୍ରତି ଯେଉଁପ୍ରକାର ସାମାଜିକ ବିଦ୍ଵେଷ ତିଆରି ହେଉଛି, ସେ ସମ୍ପର୍କରେ ଆମେ ସମସ୍ତେ ଚୁପ।

ଏକ କୃର ବାସ୍ତବତାକୁ ଚପାଇଦେବାକୁ ସରକାର, ଅଦାଲତ, ବିଧାନପାଳିକା ଓ ଗଣମାଧ୍ୟମ, ସମ୍ମିଳିତ ଉଦ୍ୟମ କରିଛନ୍ତି। କୌଣସି ରାଜନୈତିକ ଦଳ ଆଜିର ସମୟରେ ଏତେ ଲୋକଙ୍କ ମୃତ୍ୟୁ ଲାଗି କିଏ ଉତ୍ତରଦାୟୀ ବୋଲି ପ୍ରଶ୍ନ ପଚାରୁନାହାନ୍ତି। ଦେଶର ସର୍ବୋଚ୍ଚ ବିଧାନ ପାଳିକା ସଂସଦର ବର୍ଷାକାଳୀନ ଅଧିବେଶନ ହେଉ ବୋଲି କୌଣସି ରାଜନୈତିକ ଦଳ ଏ ଯାଏ ଦାବି କରିନାହାନ୍ତି। ଦେଶର ସଙ୍କଟ ସମୟରେ ଆମର ସଂସଦର କିଛି ଦାୟିତ୍ଵ ଅଛି ନା ନାହିଁ। ଏକ ସଂକ୍ରାମକ ମହାମାରୀ ସମୟରେ ସଂସଦ ଚାଲିବା ଅନୁଚିତ ବୋଲି କୁହାଯାଉଛି। ମହାମାରୀ ସମୟରେ ସେବକ ଓ ସେବାୟତଙ୍କର କରୋନା ପରୀକ୍ଷା କରି ରଥଯାତ୍ରା ହୋଇପାରୁଛି। ରାମ ମନ୍ଦିରର ଭୂମି ପୂଜନ ହୋଇପାରୁଛି। ସବୁ ସାଂସଦଙ୍କର କରୋନା ପରୀକ୍ଷା କରି ସଂସଦ ଚାଲି ପାରିବନି କାହିଁକି? ସବୁ ବିଧାୟକଙ୍କର ପରୀକ୍ଷା କରି ବିଧାନସଭା ରେ କରୋନାକୁ ନେଇ ବିତର୍କ ହେବନି କାହିଁକି? ଏଥିଲାଗି ଆମର ଲୋକ ପ୍ରତିନିଧିମାନେ ନିଜେ ଆଗ୍ରହୀ ନୁହନ୍ତି।

ଚାରି ମାସରେ ୪୦ ହଜାର ଲୋକ ଏହି ମହାମାରୀରେ ମୃତ୍ୟୁବରଣ କରିବା ଏକ ସାଧାରଣ ଘଟନା କି? ଇଟାଲିରେ ଯେବେ ୨୦ ହଜାର ଲୋକ ମୃତ୍ୟୁବରଣ କଲେ, ସେଠିକାର ପ୍ରଧାନମନ୍ତ୍ରୀ ଭୋ ଭୋ କାନ୍ଦି ପକାଇଥିଲେ। ଜର୍ମାନୀ ର ଚାନ୍ସେଲର ଆଞ୍ଜେଲା ମାର୍କେଲ ନିଜ ଦେଶର ଲୋକଙ୍କୁ ବଞ୍ଚାଇବାକୁ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଥିଲେ। ସମଗ୍ର ୟୁରୋପରେ ଏପ୍ରିଲ-ଜୁନ, ତିନିମାସ ବ୍ୟାପୀ ନେତୃତ୍ବର ପରାକାଷ୍ଠା ଆମେ ଦେଖିଛୁ। ଆମ ଦେଶରେ ଏବେ ରାଜନୈତିକ ନେତୃତ୍ବର କୌଣସି ମାନବୀୟ ମୁହଁ ଦେଖିବାକୁ ପାଉନୁ।

କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବହୁ ଅନୁଷ୍ଠାନ ଓ ଉତ୍ସବ ଦେଶରେ ତଥା ରାଜ୍ୟରେ ପାଳନ ହେଲାଣି। ଯେଉଁମାନେ କୋଭିଡ଼ ଲାଗି କାମ କରୁଛନ୍ତି, ସେମାନେ ଯୋଦ୍ଧା। ହେଲେ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି, ସେମାନେ କଣ କାହାର କେହି ନୁହନ୍ତି? ୪୦ ହଜାର ଭାରତୀୟଙ୍କର ମୃତ୍ୟୁରେ କାହା ଆଖିରୁ ଲୁହ ଟୋପାଏ ଝରିଛି କି? ଖାଲି ଯେ ୪୦ ହଜାର ଲୋକ କୋଭିଡ଼ ରେ ମରିଛନ୍ତି, ତାହା ଶେଷ କଥା ନୁହେଁ। ଏହି ମହାମାରୀ କାରଣରୁ ୧୨ କୋଟି ଲୋକଙ୍କର ଜୀବିକା ଉଜୁଡି ଯାଇଛି। କୋଟି କୋଟି ଭାରତୀୟ ପାଦରେ ଚାଲି ରାସ୍ତାରେ ମରିଛନ୍ତି। ମାନସିକ ଅବସାଦରେ ବି ଶହ ଶହ ଲୋକ ଆତ୍ମହତ୍ୟା କରୁଛନ୍ତି। ଏ ସବୁ ଆମକୁ ବିଚଳିତ କରୁନି, ଆଶ୍ଚର୍ୟ।

ଏ ଯାଏ ମୋ ଦେଶର ୪୦ ହଜାର ଲୋକ କରୋନାରେ ପ୍ରାଣ ହରାଇଲେଣି। ଆମେ ସେମାନଙ୍କୁ କରୋନା ସହିଦ ବୋଲି କହିବା କି?

କରୋନା ଜନିତ ମୃତ୍ୟୁ କେଦାର ମିଶ୍ର ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.