Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଣ୍ଡାମାନ-ନିକୋବର ମଧ୍ୟରେ ସମୁଦ୍ର ତଳେ ହେଲା କେବ୍‌ଲ ସଂଯୋଗ, ସୋମବାର ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ
ଅନ୍ତରାଷ୍ଟ୍ରୀୟ

ଆଣ୍ଡାମାନ-ନିକୋବର ମଧ୍ୟରେ ସମୁଦ୍ର ତଳେ ହେଲା କେବ୍‌ଲ ସଂଯୋଗ, ସୋମବାର ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ

August 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସୋମବାର ଦିନ ଆଣ୍ଡାମାନ ଓ ନିକୋବର ସହିତ ଭାରତୀୟ ମୁଖ୍ୟ ଭୂଖଣ୍ଡର ସମୁଦ୍ର ତଳ (ସବ୍‌ମେରାଇନ) ଅପ୍‌ଟିକାଲ ଫାଇବର କେବ୍‌ଲ (ଓଏଫ୍‌ସି) ବ୍ୟବସ୍ଥାର ଶୁଭ ଉଦ୍‌ଘାଟନ କରିବେ। ଚେନ୍ନଇରୁ ପୋର୍ଟବ୍ଳେୟାର ଯାଏଁ ଏହି କେବ୍‌ଲ ସଂଯୋଗ କରାଯାଇଛି। ଏହାଛଡା ପୋର୍ଟବ୍ଲେୟାରରୁ ସ୍ୱରାଜ ଦ୍ୱୀପ, ଲିଟିଲ୍ ଆଣ୍ଡାମାନ, କାର ନିକୋବର, କାମର୍ତ୍ତା, ଗ୍ରେଟ ନିକୋବର, ଲଙ୍ଗ୍ ଆଇଲାଣ୍ଡ ଓ ରଙ୍ଗତ୍ ଆଦି ୭ଟି ଦ୍ୱୀପକୁ ଏହି ସମୁଦ୍ରତଳ କେବ୍‌ଲ ସେବା ସଂପ୍ରସାରିତ ହୋଇଛି। ଏକ ଭିଡିଓ କନ୍‌ଫରେନ୍‌ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଏହି ସେବାକୁ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିବେ।

ଏହା ଫଳରେ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ସହିତ ଭାରତୀୟ ମୁଖ୍ୟ ଭୂଖଣ୍ଡରୁ ବିଶ୍ୱାସଯୋଗ୍ୟ ଏବଂ ତ୍ୱରିତ ମୋବାଇଲ ତଥା ଲ୍ୟାଣ୍ଡଲାଇନ ଟେଲିକମ୍ ସେବା ଉପଲବ୍‌ଧ ହୋଇପାରିବ। ୨୦୧୮ ଡିସେମ୍ବର ୩୦ରେ ପ୍ରଧାନମନ୍ତ୍ରୀ ମୋଦୀ ପୋର୍ଟବ୍ଲେୟାରଠାରେ ଏହି ପ୍ରକଳ୍ପର ଶୁଭ ଦେଇଥିଲେ।

ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବାପରେ ଏହି ସବ୍‌ମେରାଇନ ଓଏଫ୍‌ସି ଚେନ୍ନଇ ଓ ପୋର୍ଟବ୍ଲେୟାର ମଧ୍ୟରେ ସେକେଣ୍ଡ ପିଛା ୨ଙ୍ଘ୨୦୦ ଜିଗାବିଟ୍ ବ୍ୟାଣ୍ଡୱିଥ୍ ପ୍ରଦାନ କରିବାରେ ସକ୍ଷମ ହେବ। ପୋର୍ଟବ୍ଲେୟାର ଓ ଅନ୍ୟାନ୍ୟ ଦ୍ୱୀପ ମଧ୍ୟରେ ଏହି ଜିବିପିଏସ୍ ୨ଙ୍ଘ୧୦୦ ରହିବ। ଏହା ଫଳରେ ସଂପୃକ୍ତ ଦ୍ୱୀପଗୁଡିକ ମଧ୍ୟରେ ଏବଂ ଭାରତର ମୁଖ୍ୟ ଭୂଖଣ୍ଡ ସହିତ ବିଶ୍ୱସ୍ତ, ନିର୍ଭରଶୀଳ, ହାଇସ୍ପିଡ୍‌, ଟେଲିକମ୍ ଓ ବ୍ରଡବ୍ୟାଣ୍ଡ ସେବା ଉପଲବ୍‌ଧ ହୋଇପାରିବ। ଏହାଦ୍ୱାରା କେବଳ ଲୋକେ ବା ଉପଭୋକ୍ତା ଉପକୃତ ହେବେ ନାହିଁ, ରଣକୌଶଳ ଓ ପ୍ରଶାସନିକ ଦୃଷ୍ଟିରୁ ଏହାମଧ୍ୟ ବିଶେଷ ସହାୟକ ହୋଇପାରିବ। ସେହିସବୁ ଦ୍ୱୀପାଞ୍ଚଳକୁ ଏବେ ୪ଜି ମୋବାଇଲ ସେବା ସହଜରେ ଯୋଗାଇ ଦେଇହେବ।

ଟେଲିକମ୍ ଓ ବ୍ରଡବ୍ୟାଣ୍ଡ ସେବାର ଉନ୍ନତି ଫଳରେ ଆଣ୍ଡାମାନ ଓ ନିକୋବରରେ ପର‌୍ୟ୍ୟଟନର ବିକାଶ ସହିତ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଏହା ସେଠାକାର ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ ଏବଂ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବ । ଏହା ମଧ୍ୟ ଇ-ପ୍ରଶାସନ ସେବା, ଟେଲି ମେଡିସିନ୍‌, ଟେଲି ଏଜୁକେସନ, ଇ-ଲର୍ଣ୍ଣିଂ ଏବଂ ବିଭିନ୍ନ ପ୍ରକାର ଉଦ୍ୟୋଗୀକ ବିକାଶରେ ସହାୟକ ହେବ।

ୟୁନିଭର୍ସାଲ ସର୍ଭିସ ଓବ୍‌ଲିଗେସନ ଫଣ୍ଡରୁ ଏହି ପ୍ରକଳ୍ପ ପାଇଁ ଯୋଗାଯୋଗ ମନ୍ତ୍ରଣାଳୟ ଦ୍ୱାରା ଅର୍ଥ ଯୋଗାଇ ଦିଆଯାଇଛି। ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍ ଏହାକୁ କାର‌୍ୟ୍ୟକାରୀ କରିଥିବାବେଳେ ଟିସିଆଇଏଲ୍ ଏଥିପାଇଁ ବୈଷୟିକ ପରାମର୍ଶ ଯୋଗାଇ ଦେଇଛି। ଏହି ପ୍ରକଳ୍ପରେ ୧୨୨୪ କୋଟି ଟଙ୍କା ବ୍ୟୟରେ ୨୩୦୦ କିମି ଲମ୍ବର କେବ୍‌ଲ ସମୁଦ୍ର ତଳେ ବିଛାଯାଇଛି। ଏହା ସବ୍‌ମେରାଇନ ଓଏଫ୍‌ସି କେବ୍‌ଲ ସଞ୍ଚାର ନାମରେ ପରିଚିତ। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପର କାମ ଶେଷ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026

ହୋଲି ଦିନ କରନ୍ତୁ ଏହି ଉପାଚାର: ଦେଖିବେ ରଂଗୀନ ହୋଇଯିବ ଆପଣଙ୍କ ଭାଗ୍ୟ

March 4, 2026

ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

March 4, 2026

ହୋଲି ପୂର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ: ମାତା ଲକ୍ଷ୍ମୀଙ୍କ ମିଳିବ ଆଶୀର୍ବାଦ

March 4, 2026
Latest News

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026

ରାଜ୍ୟରେ ୧୦ ଯାଏଁ କିପରି ରହିବ ପାଗ?: ପଢନ୍ତୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ

March 4, 2026

ହୋଲି ଦିନ କରନ୍ତୁ ଏହି ଉପାଚାର: ଦେଖିବେ ରଂଗୀନ ହୋଇଯିବ ଆପଣଙ୍କ ଭାଗ୍ୟ

March 4, 2026

ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

March 4, 2026

ହୋଲି ପୂର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ: ମାତା ଲକ୍ଷ୍ମୀଙ୍କ ମିଳିବ ଆଶୀର୍ବାଦ

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.