Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲକ ଡାଉନ ଯେତିକି ବଢୁଛି, ସଂକ୍ରମଣ ବି ସେତେ ବ୍ୟାପକ ହେଉଛି, ତାହେଲେ ତାଲା ପଡୁଛି କାହିଁକି?      
ବିଶେଷ ଖବର

ଲକ ଡାଉନ ଯେତିକି ବଢୁଛି, ସଂକ୍ରମଣ ବି ସେତେ ବ୍ୟାପକ ହେଉଛି, ତାହେଲେ ତାଲା ପଡୁଛି କାହିଁକି?      

August 10, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଜିକାଲି ଅନେକ ମଜାଦାର ଖବର କରୋନାକୁ ନେଇ ଆସୁଛି। ଏତେବଡ ମହମାରିକୁ ଆମେ ମଜାଦାର ଖବର କହୁଛୁ ବୋଲି କେହି କେହି ଆମ ଉପରେ ରାଗି ପାରନ୍ତି। ତେବେ ଅସଲରେ କଥାଟି ମଜାଦାର। ଏବେ ଟିଭିରେ ଖବର ଆସୁଛି, କରୋନା ସଂକ୍ରମଣ ରୋକିବାକୁ ଅମୁକ ଜିଲ୍ଲାକୁ ସରକାର ଶଟ ଡାଉନ କି ଲକ ଡାଉନ ଘୋଷଣା କରିଛନ୍ତି। ମାର୍ଚ୍ଚ ମାସ ୧୫ ତାରିଖରୁ ଏହି ସମାନ କଥା ଆମେ ଶୁଣି ଆସୁଛୁ। ଶଟ ଡାଉନ ହେଉଛି, ସମାନ୍ତରାଳରେ କରୋନା ସଂକ୍ରମଣ ବି ବଢୁଛି।ମାସେ ତଳେ ଠିକ ଜୁଲାଇ ୧୦ ତାରିଖ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬ ଥିଲା। ମାସେ ପରେ ଓଡିଶାରେ ଏହି ସଂଖ୍ୟା ୪୫, ୯୨୭ ରେ ପହଞ୍ଚିଛି। ମାସେ ଭିତରେ ୩୩,୯୭୧ ଆକ୍ରାନ୍ତ ରାଜ୍ୟରେ ବଢିଛନ୍ତି। କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଏହାରି ଭିତରେ ଢେର ବଢିଛି। ଏହି ସଙ୍ଖ୍ଯାରୁ ଆମେ ସଂକ୍ରମଣ ଉପରେ ଲକ ଡାଉନ ବା ଶଟ ଡାଉନ ର ଫଳାଫଳ ଦେଖିପାରିବା।

ଓଡିଶା ସରକାର ଅଗଷ୍ଟ ମାସରେ ମଧ୍ୟ ରାଜ୍ୟର ତିନି ପ୍ରମୁଖ ମହାନଗରୀ କଟକ, ଭୁବନେଶ୍ୱର ଓ ରାଉରକେଲା ସମେତ ଗଞ୍ଜାମ, ଗଜପତି  ଖୁର୍ଦ୍ଧା, କଟକ ଓ ଯାଜପୁର ଜିଲାକୁ ସପ୍ତାହାନ୍ତ ଶଟଡାଉନ ଘୋଷଣା କରିଛନ୍ତି। ରାଜ୍ୟର ପ୍ରାୟ ଅନେକ ଜିଲା ଓ ସହର ଏବେବି ଶଟ ଡାଉନ ଅବସ୍ଥାରେ ରହିଛନ୍ତି।  ଲକ ଡାଉନ ଘୋଷଣା ପୂର୍ବରୁ ସ୍ଵାଭାବିକ ଭାବରେ ସରକାରୀ ଅଧିକାରୀମାନେ ଯାହା କହିଛନ୍ତି, ତାହା ଗତ ଚାରିମାସ ହେଲା ଆମେ ଶୁଣି ଆସୁଛୁ। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି, ହେଲେ ସେଥିସହିତ ଦେଶରେ “ଅନଲକ” ପ୍ରକ୍ରିୟା ମଧ୍ୟ ଅବ୍ଯାହତ ରହିଛି। ଜୁନ ଓ ଜୁଲାଇ ମାସରେ ସାରା ଦେଶରେ “ଅନଲକ” ପ୍ରକ୍ରିୟା ଚାଲିଥିବା ବେଳେ ଓଡିଶା ସରକାର ଏହି ଦୁଇ ମାସ ଏକ ପ୍ରକାର ମନମୁଖି ଶୈଳୀ ରେ ୧୦ ଟି ଜିଲ୍ଲାକୁ ୧୨ ଦିନ ପୂରା ଶଟ ଡାଉନ କରି ରଖିଥିଲେ। କରୋନାର ମୁକାବିଲା କରିବାକୁ  ଲକ ଡାଉନକୁ ରାଜ୍ୟ ସରକାର ନିଜର ଏକମାତ୍ର ଆଶ୍ରୟ ବୋଲି ଭାବିଛନ୍ତି।

ଆମେରିକା ଓ ୟୁରୋପୀୟ ଦେଶ ଗୁଡିକ କରୋନା ଭୂତାଣୁ ଦ୍ଵାରା ସର୍ବାଧିକ ଆକ୍ରାନ୍ତ ହୋଇଥିଲେ ମଧ୍ୟ, ସେମାନେ ଏବେ କ୍ରମଶଃ ଲକ ଡାଉନକୁ ଉଠାଇବା ଆରମ୍ଭ କରିଛନ୍ତି। ଆମେରିକା ସବୁଠୁ ଅଧିକ ଆକ୍ରାନ୍ତ ଦେଶ ଭାବରେ ୫୧ ଲକ୍ଷ କରୋନା ପୀଡିତ ଓ ପ୍ରାୟ ୧ ଲକ୍ଷ ୬୫ ହଜାର ମୃତ ଲୋକଙ୍କ ସଙ୍କଟ ସତ୍ତ୍ୱେ ଆମେରିକାର ବିଭିନ୍ନ ରାଜ୍ୟ ଏବେ ଲକ ଡାଉନ ହଟାଇବା ଆରମ୍ଭ କରିଛନ୍ତି। ଆମେରିକାର ସଙ୍ଘୀୟ ବ୍ୟବସ୍ଥାରେ ଜାତୀୟ ଲକ ଡାଉନ ଘୋଷଣା କରିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ପକ୍ଷରେ ସମ୍ଭବ ନଥିଲା। ସମୟ କ୍ରମେ ଲକ ଡାଉନ ଆମେରିକାର ବିଭିନ୍ନ ରାଜ୍ୟରେ କୋହଳ ହେଉଛି।

କରୋନା ଦ୍ଵାରା ସର୍ବାଧିକ ପୀଡିତ ଇଟାଲି ଓ ସ୍ପେନ ମଧ୍ୟ ଲକ ଡାଉନ ଉଠାଇବାର ପ୍ରକ୍ରିୟା ଆରମ୍ଭ କଲେଣି। ଚୀନ ନିଜ ଦେଶରେ ପ୍ରଥମେ ଲକ ଡାଉନକୁ ସ୍ଥାନୀୟ ସ୍ତରରେ ସୀମିତ ରଖିଥିଲା ଓ ଏହାର ସୁଫଳ ମଧ୍ୟ ପାଇଥିଲା। ଏସିଆର ଦେଶ ଗୁଡିକ ସବୁ କ୍ଷେତ୍ରରେ ଲକ ଡାଉନକୁ ସୀମିତ ଏବଂ ହଟ ସ୍ପଟ କୈନ୍ଦ୍ରିକ ରଖିଛନ୍ତି। ଲକ ଡାଉନ ସମୟରେ ବ୍ୟାପକ ପରୀକ୍ଷା କରିବା ସହିତ କ୍ବାରେଣ୍ଟାଇନ ନିୟମକୁ ଲାଗୁ କରିଛନ୍ତି। ଏସିଆରେ କେବଳ ଭାରତ ସବୁଠୁ ଅଧିକ ସମୟ ଲକ ଡାଉନ ଲାଗୁ କରିଛି ଓ ଏହାକୁ ଅଧିକ କଡାକଡି ଲାଗୁ କରୁଛି। ତେବେ ଲକ ଡାଉନ ସତ୍ତ୍ୱେ ପୂରା ଏସିଆର ୬୦% କରୋନା ଆକ୍ରାନ୍ତ ଏବେ କେବଳ ଭାରତରୁ ବାହାରୁଛନ୍ତି। ସରକାରୀ ଅଧିକାରୀମାନେ ଲକ ଡାଉନ କୁ ଯେତେ ବିଜ୍ଞାନ ସମ୍ମତ ଓ ସଂକ୍ରମଣ ରୋକିବାର ଏକମାତ୍ର ପନ୍ଥା ବୋଲି କହିଲେ ମଧ୍ୟ, ଆମ ରାଜ୍ୟରେ ଏହାର କୌଣସି ପ୍ରଭାବ ପଡିନାହିଁ କିମ୍ବା ଆଗକୁ ପଡିବାର ସମ୍ଭାବନା ଦିଶୁନାହିଁ।

ସାରା ପୃଥିବୀ ଏବେ କରୋନା ସହିତ କେମିତି ବଞ୍ଚିହେବ ଓ ଅର୍ଥନୀତିକୁ ମଧ୍ୟ କେମିତି ବଞ୍ଚାଇ ହେବ, ସେ ବାଟ ଖୋଜୁଛି।ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କର ବିଭିନ୍ନ ଭାଷଣରେ ସେ କଥାର ଆଭାସ ମଧ୍ୟ ଦେଇଥିଲେ। “ବଚନା ଭି ହୈ, ଆଗେ ବଢନା ଭି ହୈ”। ତେବେ ଅନଲକ-୧ ଓ ୨ ବେଳକୁ ଓଡିଶା ନିଜକୁ ତାଲାବନ୍ଦ କରି ରଖିବା ପରେ ଏବେ ରାଜ୍ୟର ପ୍ରମୁଖ ବ୍ୟବସାୟ କେନ୍ଦ୍ରଗୁଡ଼ିକୁ ତାଲା ପକାଇ ରଖିଛି। ଏହାର ପରିଣାମ ଆଗକୁ ଯଥେଷ୍ଟ  ମହଙ୍ଗା ସାବ୍ୟସ୍ତ ହେବ। ଏବେ ଅର୍ଥନୀତିକୁ ଆମେ ବଞ୍ଚାଇବାର ବାଟ ଖୋଜିବା ନା ଏକ ଦୀର୍ଘକାଳୀନ ଅର୍ଥନୈତିକ ଆତ୍ମହତ୍ୟାର ବାଟ ବାଛିବା, ତାହା ହିଁ ବଡ ପ୍ରଶ୍ନ। ଲକ ଡାଉନ ଖୋଲିବା ବା ଆଗକୁ ବଢାଇବା ଉପରେ ଅର୍ଥନୀତି ଆଜି ଆଉ ନିର୍ଭର କରୁନାହିଁ। ଏବେ ଆଇସିୟୁ ରେ ଥିବା ଅର୍ଥନୀତି ଓ ରାଜ୍ୟର ଆର୍ଥିକ ପରିଚାଳନାକୁ ଜୀବନ ଦେଇ ହେବ କି ନାହିଁ, ତାହା ହିଁ ପ୍ରଶ୍ନ।

ପୂର୍ବର ଲକ ଡାଉନ ସମୟରେ ଆମର ଉତ୍କଟ ଦାରିଦ୍ର୍ୟ ଓ ଅସହାୟତାର ଚିତ୍ର ଅଧିକ ସ୍ପଷ୍ଟ ହୋଇଛି।ରାଜ୍ୟ ସରକାର ବିଜ୍ଞାପନ ଜରିଆରେ ଆମକୁ ଯାହା ଦେଖାଉଛନ୍ତି, ସେଥିରେ ମିଛର ପରିମାଣ ବହୁ ଅଧିକ। ଗଞ୍ଜାମ ଓ ଖୁର୍ଦ୍ଧା ଜିଲାରେ ସଂକ୍ରମଣ ବ୍ୟାପକ ହେବାର କାରଣ ଭାବେ ଏବେ କାହାକୁ ଦାୟୀ କରାଯିବ? ସର୍ବାଧିକ ଲକ ଡାଉନ ପରେ ବି ଏହି ଦୁଇ ଜିଲାରେ ସଂକ୍ରମଣ କମୁନି। ଚାରିମାସ ଧରି ଓଡିଶା ସରକାର ଆମକୁ କେବଳ ପ୍ରବଚନ ଶୁଣାଉଛନ୍ତି, ହେଲେ ସଂକ୍ରମଣ ରୋକିବାରେ ସରକାରଙ୍କର କୌଣସି ଉଦ୍ୟମ ସଫଳ ହେଉନାହିଁ। “ଲକ ଡାଉନ” କୁ କରୋନା ସଂକ୍ରମଣ ରୋକିବାର ଏକ ମାର୍ଗ ଭାବେ ବିବେଚନା ନ କରି ଏହାକୁ ଆଉ ଏକ “ମଣିଷ ସଙ୍କଟ” ରେ ଆମର ସରକାର ଜାଣିଶୁଣି ରୂପାନ୍ତରିତ କରିଚାଲିଛନ୍ତି।

କରୋନା ସଂକ୍ରମଣ କେଦାର ମିଶ୍ର ଲକ ଡାଉନ
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.