Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଯୋଧ୍ୟାରେ ଅଶୋକ ସିଂଘଲଙ୍କ ପ୍ରତିମୂର୍ତ୍ତି ଓ କୀର୍ତ୍ତିସ୍ତମ୍ଭ ସ୍ଥାପନ ପାଇଁ ଅଖିଳ ଭାରତ ଆଖଡା ପରିଷଦର ଦାବୀ
ଜାତୀୟ ଖବର

ଅଯୋଧ୍ୟାରେ ଅଶୋକ ସିଂଘଲଙ୍କ ପ୍ରତିମୂର୍ତ୍ତି ଓ କୀର୍ତ୍ତିସ୍ତମ୍ଭ ସ୍ଥାପନ ପାଇଁ ଅଖିଳ ଭାରତ ଆଖଡା ପରିଷଦର ଦାବୀ

August 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Akhara Parishad wants installation of Singhal’s statue

ପ୍ରୟାଗରାଜ, ଦୀର୍ଘ ବର୍ଷ ଧରି ରାମମନ୍ଦିର ନିର୍ମାଣ ପାଇଁ ଚାଲିଥିବା ଆନ୍ଦୋଳନ ଏବେ ସଫଳ ହୋଇଛି। ହେଲେ ଏହି ଅନ୍ଦୋଳନର ଯେ ସାରଥୀ ସାଜିଥିଲେ ସେ ହେଉଛନ୍ତି ସ୍ବାର୍ଗତ ଅଶୋକ ସିଂଘଲ। ସେହି ମହାନ ବ୍ୟକ୍ତିଙ୍କର ଏକ ପ୍ରତିମୂର୍ତ୍ତି ଅଯୋଧ୍ୟା ଓ ପ୍ରୟାଗରାଜରେ ନିର୍ମାଣ କରାଯାଉ। ଏହିପରି ଏକ ଦାବୀ କରିଛି ଭାରତର ସାଧୁସନ୍ଥଙ୍କ ସଂଘ “ ଅଖିଳ ଭାରତ ଆଖଡା ପରିଷଦ”।

ଏଥିସହିତ ଏହି ଆନ୍ଦୋଳନରେ ଅନେକ ନିଜ ଜୀବନକୁ ତ୍ୟାଗ କରିଛନ୍ତି, ସେମାନଙ୍କ ପାଇଁ ଏକ କୀର୍ତ୍ତି ସ୍ତମ୍ଭ କରାଯାଉ। ସେହି ସ୍ତମ୍ଭରେ ସମସ୍ତଙ୍କ ନାମ ଖୋଦେଇ କରାଯାଇ ନିର୍ମାଣ କରାଯାଉ ବୋଲି ପରିଷଦର ସାଧାରଣ ସଂପାଦକ ମହନ୍ତ ନରେନ୍ଦ୍ର ଗିରି ଦାବୀ କରିଛନ୍ତି।

ଏ ନେଇ ଭାରତର ସାଧୁ ସନ୍ଥଙ୍କ ଏକ ସମ୍ମିଳନୀ କରାଯାଇ ସେମାନଙ୍କ ମତାମତ ନିଆଯିବ। ସେହି ମତାମତକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି ପରିଷଦ କହିଛି। ଏହି ବୈଠକ ଆସନ୍ତା ଅକ୍ଟୋବର ତୃତୀୟ ସପ୍ତାହ ନବରାତ୍ରୀ ବେଳେ ବସିବ। ସେ ନେଇ ସମସ୍ତ ସାଧୁ ସନ୍ଥ ଏବଂ କର୍ମକର୍ତ୍ତାଙ୍କୁ ଅବଗତ କରାଯାଇଛି ବୋଲି ପରିଷଦର ସଂପାଦକ ସ୍ବାମୀ ହରିଗିରି କହିଛନ୍ତି।

ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ନେଇ ବହୁ ବର୍ଷ ଧରି ଆନ୍ଦୋଳନ ଜାରୀ ରହିଥିଲା। ଏଥିରେ ପ୍ରମୁଖ ଯୋଦ୍ଧା ସାଜିଥିଲେ ବିଶ୍ବ ହିନ୍ଦୁ ପରିଷଦର ମୁଖ୍ୟ ଅଶୋକ ସିଂଘଲ। ଏହି ଆନ୍ଦୋଳନ ପାଇଁ ଅଶୋକ ତାଙ୍କ ବାସଭବନଟି ମଧ୍ୟ ନିୟୋଜିତ କରିଥିଲେ। ସେହିପରି ଏହି ଆନ୍ଦୋଳନରେ କୋଠାରୀ ଭ୍ରାତା, ରାମ କୁମାର ଓ ଶରଦ କୁମାର କୋଠାରୀ ମୃତ୍ୟୁବରଣ କରିଥିଲେ। 1990 ମସିହା ନଭେମ୍ବର 2 ତାରିଖରେ ପୋଲିସ ସେମାନଙ୍କୁ ଗୁଳି କରିଥିଲା।

ଏତେ ସବୁ ସଂଘର୍ଷ ଭିତରେ ବର୍ତ୍ତମାନ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସାକାର ହେବାକୁ ଯାଉଛି। ସେଥିପାଇଁ କୀର୍ତ୍ତି ସ୍ତମ୍ଭ ଏବଂ ସିଂଘଲଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହେବାର ସମୟ ମଧ୍ୟ ଆସିଛି। ଏହାର କାର୍ଯ୍ୟକାରିତା ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରାଯାଇଛି। ସେହି ଯୋଜନା ସାଧୁସନ୍ଥଙ୍କ ଦ୍ବାରା ମନୋନିତ ହେବା ପରେ କେନ୍ଦ୍ର ସରକାରଙ୍କୁ ଦିଆଯିବ ବୋଲି ସ୍ବାମୀ ହରିଗିରି କହିଛନ୍ତି।

ଏଥିସହିତ ସ୍ବାମୀ ଗିରି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏହି ଆନ୍ଦୋଳରେ ସାମିଲ ଥିବା ଅନେକ ବ୍ୟକ୍ତିଙ୍କ ନାମରେ ମାମଲା ଚାଲିଛି। ତାହା ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରାଯିବ। ଯେଉଁଥି ପାଇଁ ଏହି ଆନ୍ଦୋଳନ ହେଉଥିଲା ତାହା ବର୍ତ୍ତମାନ ସାକାର ହୋଇଛି, ସେଥିପାଇଁ ଏହି ମାମଲାର କୈଣସି ମାନେ ନାହିଁ। ଏହାକୁ ପ୍ରତ୍ୟାହାର କରିବା ପାଇଁ ସାଧୁସନ୍ଥମାନେ ମଧ୍ୟ ଦାବୀ କରିଛନ୍ତି ବୋଲି ସ୍ବାମୀ କହିଛନ୍ତି।

ପ୍ରତ୍ୟେକ ହିନ୍ଦୁଙ୍କ ପାଇଁ ଅଗଷ୍ଠ ପାଞ୍ଚ ତାରିଖ ରାମମନ୍ଦିର ଭୂମି ପୂଜା ଏକ ସ୍ମରଣୀୟ ଦିନ ହୋଇ ରହିବ। ସେଥିପାଇଁ ଏହି ଅଗଷ୍ଠ ପାଞ୍ଚ ତାରିଖକୁ ଦୀପାବଳି ପରି ପାଳନ କରିବା ପାଇଁ ମଧ୍ୟ ପରିଷଦ ନିଷ୍ପତି କରିଛି।

ବିଶ୍ବ ହିନ୍ଦୁ ପରିଷଦ ରାମ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026
Latest News

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.