Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିରୀହ ଲୋକଙ୍କୁ ବ୍ୟବହାର କରି ଖସିଯିବା ସାମ୍ବାଦିକତା ନୁହେଁ, ନିକୃଷ୍ଟ ଧରଣର ଭୀରୁତା
ବିଶେଷ ଖବର

ନିରୀହ ଲୋକଙ୍କୁ ବ୍ୟବହାର କରି ଖସିଯିବା ସାମ୍ବାଦିକତା ନୁହେଁ, ନିକୃଷ୍ଟ ଧରଣର ଭୀରୁତା

August 11, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତ କାଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପ ସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ଟୁଇଟର ରେ ଲେଖିଛନ୍ତି ” ନିଜ ଟେଲିଫୋନ କଲ ଅନଲାଇନ ପୋଷ୍ଟ କରିଥିବାରୁ ଓଡିଶା ପୋଲିସ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି, ସେମାନଙ୍କର ଅପରାଧ କଣ? ସେମାନଙ୍କ ମଧ୍ୟରୁ ଜଣେ କରୋନା ଆକ୍ରାନ୍ତ ଥିଲେ ଓ ପ୍ରବଳ ସରକାରୀ ବ୍ୟୟରେ ସେମାନଙ୍କର ମିଛ ଚିକିତ୍ସା ହୋଇଥିବାର ଅଭିଯୋଗ କରିଥିଲେ। ଏହା ଓଡିଶାରେ ଚାଲିଥିବା ବିରାଟ କରୋନା ଘୋଟାଲାରା ସଦ୍ୟତମ ଉଦାହରଣ। ଏ ସମ୍ପର୍କରେ ଅଭିବ୍ୟକ୍ତିର ସ୍ଵାଧୀନତା କଥା ଉଠାଉଥିବା ଲୋକେ କିଛି କହିବେ କି?” ଏତକ ଲେଖିବା ବେଳେ ଶ୍ରୀ ପଣ୍ଡା ବିଲକୁଲ କହିଲେ ନାହିଁ ଯେ ତାଙ୍କ ପରିବାର ଦ୍ଵାରା ପରିଚାଳିତ “ଓ ଟିଭି” ରେ ଏହି ଦୁଇ ବ୍ୟକ୍ତିଙ୍କର ବ୍ୟକ୍ତିଗତ କଥାବାର୍ତ୍ତା ପ୍ରଚାରିତ ହୋଇଥିଲା। ଦୁଇଜଣ ଲୋକ ନିଜ ଭିତରେ ବ୍ୟକ୍ତିଗତ କଥା ହେଲା ବେଳେ ଯାହା କହୁଥିଲେ, ତାହା ଭିତରେ ଖବରର କିଛି ଉପାଦାନ ଅଛି କି ନାହିଁ, ତାକୁ ପରୀକ୍ଷା ନ କରି “ଓ ଟିଭି” ତାକୁ ନିଜର ଡିଜିଟାଲ ସାଇଟରେ ଏକ ପ୍ରମୁଖ ଖବରର ମାନ୍ୟତା ଦେଇଥିଲା। ଏହି ଖବରର ସତ୍ଯାସତ୍ଯ ପଛରେ ଅନେକ ପ୍ରଶ୍ନବାଚୀ ରହିଥିଲେ ମଧ୍ୟ “ଓ ଟିଭି” ବିରୋଧରେ ଭୁବନେଶ୍ଵର ମହାନଗର ନିଗମ ଓ ରାଜ୍ୟ ପୁଲିସ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଥିଲେ ତାକୁ ରାଜ୍ୟର ବହୁ ସାମ୍ବାଦିକ ଓ ବୁଦ୍ଧିଜୀବୀ ନିନ୍ଦା କରିଥିଲେ। ଆମେ ମଧ୍ୟ ଗଣମାଧ୍ୟମ ଉପରେ ପୁଲିସ ହସ୍ତକ୍ଷେପକୁ ନିନ୍ଦା କରିଛୁ। ଓଡିଶାର ସବୁ ବୁଦ୍ଧିଜୀବୀ ଓ ସାମ୍ବାଦିକ ପୋଲିସ ଆକ୍ରୋଶକୁ ନିନ୍ଦା କରୁଥିବା ବେଳେ ‘’ଏ ସମ୍ପର୍କରେ ଅଭିବ୍ୟକ୍ତିର ସ୍ଵାଧୀନତା କଥା ଉଠାଉଥିବା ଲୋକେ କିଛି କହିବେ କି?’’ ବୋଲି ପଚାରିବାର ମାନେ କଣ?

ଶ୍ରୀ ପଣ୍ଡାଙ୍କ ଭଳି ଆମେ ମଧ୍ୟ ପଚାରିବାକୁ ଚାହୁଁ ଯେ ଅନଲାଇନରେ ନିଜ ଟେଲିଫୋନ କଲ ପୋଷ୍ଟ କରିଥିବା ସେ ଦୁଇ ଲୋକଙ୍କର ଅପରାଧ କଣ? ସେମାନଙ୍କୁ ଅପରାଧୀ କଲା କିଏ? ବ୍ୟକ୍ତିଗତ ବନ୍ଧୁତାର କଥାବାର୍ତ୍ତାକୁ ଏକ ବଡ ଖବର ଭାବେ ସାରା ରାଜ୍ୟରେ ଚାଞ୍ଚଲ୍ୟକର ଉପସ୍ଥାପନା କଲା କିଏ? ଯେଉଁମାନଙ୍କ ଟେଲିଫୋନ କଲ ଆଧାରରେ “ଓ ଟିଭି” ଏହି ଖବର ପରିବେଷଣ କରିଥିଲା ସେମାନେ, ଏଥିଲାଗି “ଓ ଟିଭି” କୁ ଅନୁମତି ଦେଇଥିଲେ କି? ଏବେ “ଓ ଟିଭି” କହୁଛି ଏହା ଏକ ଭାଇରାଲ ଅଡିଓ ଟେପ ଥିଲା ଓ ସେଥିରେ ସେମାନଙ୍କର କିଛି ଭୂମିକା ନାହିଁ। ବିନା ସତ୍ୟାସତ୍ୟ ପରୀକ୍ଷାରେ ଯେ କୌଣସି ତଥାକଥିତ ଭାଇରାଲ ଅଡିଓ କ୍ଲିପ ଖବର ହୋଇ ପାରିବ କି?

ଏଠି ଖବର-ଅଖବର ଅପେକ୍ଷା ବଡ ପ୍ରଶ୍ନ ହେଉଛି, ଯିଏ ଖବର ପରିବେଷଣ କଳା, ସେ ଏଥିପାଇଁ ଦୋଷ ଛଡାଇବାକୁ ଉଦ୍ୟମ କରୁଛି କାହିଁକି? ଏହା ଆମର ଖବର ନଥିଲା, ଏହା ଏକ ଭାଇରାଲ ଭିଡିଓ ମାତ୍ର ବୋଲି କହି “ଓ ଟିଭି” କର୍ତ୍ତୃପକ୍ଷ ଏଥିରୁ ଖସିଯିବାର ଉଦ୍ୟମ କରୁଛନ୍ତି। ସାମ୍ବାଦିକତାର ଧର୍ମ ହେଉଛି, ଯାହା ବି ଖବର ଆମେ ପରିବେଷଣ କରିବୁ, ସେଥିଲାଗି ଆମେ ନିଜେ ଉତ୍ତରଦାୟୀ ରହିବୁ। ଆମେ ଯେଉଁ ସୂତ୍ରରୁ ତଥ୍ୟ ପାଇଥିବୁ ସେ ସୂତ୍ରକୁ ସବୁ ପ୍ରକାର ସୁରକ୍ଷା ଯୋଗାଇଦେବୁ ଓ ସୂତ୍ରକୁ କୌଣସି ପ୍ରକାର ବିପଦରେ ପକାଇବୁ ନାହିଁ। ନିଜ ଖବରର ସୂତ୍ରକୁ (Source)କୁ ସୁରକ୍ଷା ଯୋଗାଇ ଦେବାକୁ ଯାଇ ଅନେକ ସାମ୍ବାଦିକ ପ୍ରାଣବଳି ମଧ୍ୟ ଦେଇଛନ୍ତି। ଏ କ୍ଷେତ୍ରରେ “ଓ ଟିଭି” ନିଜ ଚମଡା ବଞ୍ଚାଇବାକୁ ଯାଇ ଦୁଇ ଜଣ ନିରୀହ ଲୋକଙ୍କୁ ପୋଲିସ ହାତରେ ଛାଡି ଦେଇଛି। ବ୍ୟକ୍ତିଗତ ବନ୍ଧୁତାର କଥାବାର୍ତ୍ତା ଯେ ଦୁଇ ଜଣ ବନ୍ଧୁଙ୍କୁ ଜେଲ କୁ ନେଇଯିବ, ଏକଥା ସେମାନେ ଭାବି ନଥିବେ। ସେମାନଙ୍କ ନିରୀହତାକୁ ବ୍ୟବହାର କରି ଓଡିଶାର ସବୁଠୁ ବଡ ଗଣମାଧ୍ୟମ ସଂସ୍ଥା ଆଜି ସେମାନଙ୍କ ପ୍ରତି ଘୋର ଅନ୍ୟାୟ କରିଛି।

ବିନା ଅନୁମତିରେ କୌଣସି ବ୍ଯକ୍ତିର ଟେଲିଫୋନ ରେକର୍ଡିଙ୍ଗ କରିବା ଏକ ଅପରାଧ। ଏଠି ଯେଉଁ ଦୁଇଜଣ କଥାବାର୍ତ୍ତା କରୁଛନ୍ତି ସେଥିରୁ କୋଭିଡ-୧୯ ପୀଡିତ ବ୍ୟକ୍ତି ଜାଣନ୍ତି ନାହିଁ ଯେ ତାଙ୍କ ଟେଲିଫୋନ ରେକର୍ଡ ହେଉଛି। ସେହିପରି କଥାବାର୍ତ୍ତା ହେଉଥିବା ଉଭୟ ବ୍ୟକ୍ତି ଜାଣନ୍ତି ନାହିଁ ଯେ ତାଙ୍କ କଥାବାର୍ତ୍ତା ଏକ ବଡ ଖବରର ଚାଞ୍ଚଲ୍ୟ ତିଆରି କରିବ। ଏଠି ଖବର ତିଆରି କରୁଥିବା ସଂସ୍ଥା ନିଜକୁ ଯେ କୌଣସି ପରିସ୍ଥିତିର ସାମ୍ନା କରିବା ଲାଗି ପ୍ରସ୍ତୁତ ରଖିବା ଉଚିତ। ଯଦି ଖବର କରିବାର ଦମ୍ଭ ଅଛି, ତା ହେଲେ ଖବରକୁ ସୁରକ୍ଷା ଦେବାର ସାହସ ମଧ୍ୟ ଗଣମାଧ୍ୟମର ରହିବା ଦରକାର। ସରକାର ଯଦି ଆକ୍ରୋଶମୂଳକ ଭାବେ କାମ କରିବେ, ତାକୁ ସାମ୍ନା କରିବାର ପ୍ରବଳ ସାହସ ଅତୀତରେ ଅନେକ ଗଣମାଧ୍ୟମ ସଂସ୍ଥା ପ୍ରଦର୍ଶନ କରିଛନ୍ତି। କରୋନା ରିପୋର୍ଟିଂ କରିବାକୁ ଯାଇ ଦେଶର ବହୁ ସାମ୍ବାଦିକ ଏବେ ପୋଲିସ ଅତ୍ୟାଚାରର ସାମ୍ନା କରୁଛନ୍ତି। ଗୁଜରାଟରେ ଏକ ରାଜନୈତିକ ରିପୋର୍ଟିଂ ଯୋଗୁଁ ସେଠାକାର ଜଣେ ସମ୍ବାଦିକଙ୍କୁ ଦେଶଦ୍ରୋହ ଅପରାଧରେ ଗିରଫ କରା ଯାଇଥିଲା। ଉତ୍ତର ପ୍ରଦେଶ ରେ ଏବେ ବହୁ ସାମ୍ବାଦିକଙ୍କ ନାମରେ ମାଳ ମାଳ ମାମଲା ଚାଲିଛି। ଓଡିଶାରେ ସେମିତି କିଛି ଘଟିଲେ, ତାକୁ ସବୁ ସାମ୍ବାଦିକ ମିଳିତ ଭାବରେ ବିରୋଧ କରୁଛନ୍ତି। “ଓ ଟିଭି” ବିରୋଧରେ ସରକାରୀ ଦମନ କୁ କେହି ସମର୍ଥନ କରିବେ ନାହିଁ। ହେଲେ ଯାହାଙ୍କୁ ବ୍ୟବହାର କରି “ଓ ଟିଭି” ଏ ଖବର ତିଆରି କରିଥିଲା, ସେମାନଙ୍କୁ “ଭାଇରାଲ” ବାହାନାରେ ଅପରାଧୀ ସଜାଇବା ଅତ୍ୟନ୍ତ ନିନ୍ଦନୀୟ କଥା। ଏହି ଘଟଣାକ୍ରମରେ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ଵଜିତ ମହାନ୍ତି “ଓ ଟିଭି” ର ଖବର ସୂତ୍ର। ସେଥିଲାଗି ସେମାନଙ୍କୁ ଅପରାଧୀ ବୋଲି ବିବେଚନା କରିବା ଅନୈତିକ। ଏହି ଖବର କୁ “ଓ ଟିଭି” ନିଜର ବୋଲି ମାନିବାର ଓ ନିଜ ଖବର ସହିତ ଠିଆ ହେବାର ସତସାହସ “ଓ ଟିଭି” ପ୍ରଦର୍ଶନ କରିବା ଉଚିତ।

ବୈଜୟନ୍ତ ପଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.