Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବା ବିଜେଡି ପାଇଁ ଭଲ ଯେତିକି, ଭେଲ ବି ସେତିକି
ବିଶେଷ ଖବର

ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବା ବିଜେଡି ପାଇଁ ଭଲ ଯେତିକି, ଭେଲ ବି ସେତିକି

March 18, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆପାତତଃ ୨୦୧୯ ନିର୍ବାଚନର ସବୁଠୁ ଆଶ୍ଚର୍ୟଜନକ ଖବର ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାର କୌଣସି ଏକ ନିର୍ବାଚନ ମଣ୍ଡଳୀରୁ ଲଢିବା ପାଇଁ ସଙ୍କେତ ଦେବା। ଗତକାଲି ପଶ୍ଚିମ ଓଡିଶାର ବହୁ ବିଜେଡି ନେତା ଓ ବିଶିଷ୍ଟ ନାଗରିକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ପଶ୍ଚିମ ଓଡିଶାରୁ ବିଧାନସଭା ନିର୍ବାଚନ ଳଢନ୍ତୁ ବୋଲି ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଗମ୍ଭୀରତାର ସହ ବିଚାର କରିବେ ବୋଲି ମଧ୍ୟ କହିଛନ୍ତି। ତେବେ ହଠାତ ବିଜେଡି ଶିବିରରୁ ଆସିଥିବା ଏ ନିଷ୍ପତ୍ତି ଓଡିଶାର ରାଜନୈତିକ ସମୀକରଣରେ ଅନେକ ନୂଆ ଅଙ୍କ ଯୋଡିଛି। ନବୀନ ପଶ୍ଚିମ ଓଡିଶାରୁ କେବଳ ଲଢିବେ ନା ନିଜର ପାରମ୍ପରିକ ହିଂଜିଳି ଆସନ ସହିତ ପଶ୍ଚିମ ଓଡିଶାର ଆଉ ଏକ ଆସନରେ ଠିଆ ହେବେ, ତାକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ତେବେ ଆମର ସୂତ୍ର କହୁଛି, ନବୀନ ହିଂଜିଳି ସହିତ ଆଉ ଏକ ଆସନରୁ ଠିଆ ହେବା କଥା ବିଚାର କରୁଛନ୍ତି। ଆଜି ମଧ୍ୟ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ଅଭେଦ୍ୟ ଦୁର୍ଗ ହୋଇ ରହିଛି। ତେଣୁ ଗଞ୍ଜାମକୁ ହାତଛଡା କରିବାକୁ ନବୀନ ଚାହିଁବେ ନାହିଁ। ତେବେ ବିଜେପିକୁ ସିଧା ସଳଖ ଆହ୍ଵାନ ଜଣାଇବାକୁ ଏହାର ସବୁଠୁ ଶକ୍ତିଶାଳୀ କ୍ଷେତ୍ର ଭାବରେ ବିବେଚିତ ପଶ୍ଚିମ ଓଡିଶାରେ ନବୀନ ସମ୍ମୁଖ ଭାଗରୁ ଲଢେଇ ପାଇଁ ପ୍ରସ୍ତୁତ ବୋଲି ଏକ ବାର୍ତ୍ତା ଦେଇଛନ୍ତି।

୨୦୧୭ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡିଶାରେ ବିଜେପିର ପ୍ରଦର୍ଶନ ବେଶ ପ୍ରଭାବଶାଳୀ ଥିଲା। ଯଦିଓ ବିଜେପୁର ଉପ ନିର୍ବାଚନରେ ବିଜେଡ଼ିକୁ ଆଶାତୀତ ସଫଳତା ମିଳିଥିଲା, ତଥାପି ଆଜି ମଧ୍ୟ ପଶ୍ଚିମ ଓଡିଶାରେ ବିଜେପିର ପ୍ରଭାବ ରହିଛି। ଗତ ସାଧାରଣ ନିର୍ବାଚନରେ ବିଜେପିର ଦଶ ଜଣ ବିଧାୟକଙ୍କ ଭିତରୁ ଆଠ ଜଣ ପଶ୍ଚିମ ଓଡିଶାରୁ ନିର୍ବାଚିତ ହୋଇ ଆସିଥିଲେ।  ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ  ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂ ଦେଓଙ୍କ ପ୍ରଭାବ ଏ ଅଞ୍ଚଳରେରହିଛି। ସେହିପରି ବିଜେପି ଜିତିଥିବା ଏକମାତ୍ର ଲୋକସଭା ଆସନ ସୁନ୍ଦରଗଡ ମଧ୍ୟ ପଶ୍ଚିମ ଓଡିଶାର ଅଂଶ ବିଶେଷ। ସୁନ୍ଦରଗଡରେ ବିଜେପିର ଜୁଏଲ ଓରାମ ଜିତିଥିବା ବେଳେ ବରଗଡ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସୁବାସ ଚୌହାନ ମାତ୍ର ଏଗାର ହଜାର ଭୋଟରେ ପରାସ୍ତ ହୋଇଥିଲେ। ବରଗଡ ନିର୍ବାଚନ ମଣ୍ଡଳୀରେ ବିଜେଡି ୩୪.୧୧% ଭୋଟ ପାଇଥିବା ବେଳେ ବିଜେପିକୁ ୩୩.୧୨% ଭୋଟ ମିଳିଥିଲା। ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ୩୦ ହଜାର ଭୋଟରେ ହାରିଥିଲେ। ଅନ୍ୟ ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀ ବଲାଙ୍ଗୀର ଓ କଳାହାଣ୍ଡିରେ ମଧ୍ୟ ବିଜେପି ଦ୍ଵିତୀୟ ସ୍ଥାନରେ ରହିଥିଲା। ଆପାତତଃ ପଶ୍ଚିମ ଓଡିଶାରେ ବିଜେପିର ଶକ୍ତି ଯେ ଅଧିକ, ଏକଥା ଅସ୍ଵୀକାର କରାଯାଇନପାରେ।

ତେବେ ଗତ ବିଧାନସଭା ନିର୍ବାଚନରେ ଏହି ଅଞ୍ଚଳରୁ ବିଜେଡି  ସର୍ବାଧିକ ୨୨ ଟି ଆସନ ଜିଣିଥିଲା। ଆଜିର ତାରିଖରେ ବିଜେଡ଼ିର ଶକ୍ତି ଅତି ଦୁର୍ବଳ ବୋଲି ମଧ୍ୟ କୁହା ଯାଇ ପାରିବନାହିଁ। ତେବେ ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶା ନିର୍ବାଚନ ଲଢିବା ପ୍ରସଙ୍ଗକୁ ଦେଖି ଆମେ କଣ କହିବା ଯେ, ବିଜେଡି ବିଜେପିର ପ୍ରଭାବକୁ କ୍ଷୁଣ୍ଣ କରିବା ଲାଗି ଏ ପ୍ରକାର ନିଷ୍ପତ୍ତି ନେଉଛି? ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ ଲଢିଲେ ହୁଏତ ବିଜେଡି ଲାଗି ଏଠି ଏକ ପ୍ରକାର ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ। କିନ୍ତୁ ଏହା ଦକ୍ଷିଣ ଓ ଉପକୂଳ ଓଡ଼ିଶାକୁ କି ବାର୍ତ୍ତା ଦେବ? ସ୍ଵାଭାବିକ ଭାବରେ କଂଗ୍ରେସ ଓ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ପରାଜୟ ଭୟରେ ପଶ୍ଚିମ ମୁହାଁ ହେଉଛନ୍ତି ବୋଲି ପ୍ରଚାର ଆରମ୍ଭ କରିବେ। ଗତ କାଲି ଦିନ ତମାମ ସୋସିଆଲ ମିଡିଆରେ ଯେଉଁ ପ୍ରକାର ମତ ସବୁ ଦେଖିବାକୁ ମିଳିଛି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ନବୀନଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ବଦଳ ପାଇଁ ବିରୋଧୀଙ୍କ ତୀବ୍ର ଆକ୍ରମଣର ସାମ୍ନା କରିବାକୁ ପଡିବ। ପ୍ରଥମତଃ ଦକ୍ଷିଣ ଓଡିଶାରେ ଏହାକୁ ନେଇ ଏକ ଭିନ୍ନ ପ୍ରଚାର କରାଯିବ। ଆସିକାରୁ ତିନିଥର ଲୋକସଭାକୁ ଓ ହିଞ୍ଜିଳିରୁ ଚାରିଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ନବୀନ ବାବୁଙ୍କ ସହିତ ସଂପୃକ୍ତ ଅଞ୍ଚଳର ଭାବଗତ ସମ୍ପର୍କ ରହି ଆସିଛି। ଏହାକୁ ଅଣଦେଖା କରିବା ବିଜେଡି ପାଇଁ ସହଜ ହୋଇ ନପାରେ।

୨୦୧୪ ଲୋକସଭା ନିର୍ବାଚନରେ ଆସ୍କା କ୍ଷେତ୍ରରେ ବିଜେଡ଼ିକୁ ୬୦% ରୁ ଅଧିକ ଭୋଟ ମିଳିଥିଲା। ସେହିପରି ହିଂଜିଳି ବିଧାନସଭା ଲାଗି ୨୦୧୪ ନିର୍ବାଚନରେ ନବୀନଙ୍କୁ ୭୩.୧୪% ଓ ୨୦୦୯ ରେ ୭୬.୦୪% ଭୋଟ ମିଳିଥିଲା। ଏହାକୁ ଏକପ୍ରକାର ଇର୍ଷଣୀୟ ଜନ ସମର୍ଥନ ବୋଲି କୁହାଯାଇପାରେ। ନିର୍ବାଚନ ଗଣିତରେ ଅବିଭକ୍ତ ଗଞ୍ଜାମ ଓ କଟକ ଜିଲ୍ଲାର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯଦି ନବୀନ ହିଂଜିଳି ବଦଳରେ ପଶ୍ଚିମ ଓଡିଶାର କୌଣସି ନିର୍ବାଚନ ମଣ୍ଡଳୀକୁ ବାଛନ୍ତି, ତାହେଲେ ଏହାର ପ୍ରଭାବ ଗଞ୍ଜାମ ଉପରେ ନିହାତି ପଡିବ। ଉପକୂଳ ଓଡିଶାରେ ଏହାକୁ ନେଇ ଏକ ନକାରାତ୍ମକ ପ୍ରଚାର ଅଭିଯାନ ଚଳାଇବାକୁ ବିଜେପି ଓ କଂଗ୍ରେସକୁ ସୁଯୋଗ ମଧ୍ୟ ମିଳିପାରେ। ତେଣୁ ଏ ପ୍ରସଙ୍ଗରେ କିଛି ଗୋଟେ ନିଷ୍ପତ୍ତି ନେବା ଆଗରୁ ବିଜେଡି ନେତୃତ୍ବ ହଜାର ଥର ଚିନ୍ତା କରିବା ଦରକାର।

Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026
Latest News

ଭୁବନେଶ୍ୱରରେ ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ ୪ ଦିନିଆ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳା ଶୁଭାରମ୍ଭ

March 17, 2026

ଖଡ଼ଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡ଼ା ହାଇସ୍ପିଡ୍‌ କରିଡ଼ର ନେଇ ଉଚ୍ଚସ୍ତରୀୟ ବୈଠକ

March 17, 2026

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.