Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆମେ ଚଳାଉଛୁ ଦେଶ ଆମରି, ସତରେ କିଏ ଚଳାଉଛି ଆମର ଦେଶ!!
ବିଶେଷ ଖବର

ଆମେ ଚଳାଉଛୁ ଦେଶ ଆମରି, ସତରେ କିଏ ଚଳାଉଛି ଆମର ଦେଶ!!

August 15, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପିଲାଦିନର ପାଠ ବହିରେ ଆମେ ପଢିଥିଲୁ- “ଆମେ ଚଳାଉଛୁ ଦେଶ ଆମରି, ଆମରି ନାଆ ରେ ଆମେ ନାଉରୀ”। ସ୍ଵାଧୀନ ଭାରତ ପରେ ଗଣତାନ୍ତ୍ରିକ ଭାରତର ଗଠନକୁ ଏହାଠୁ ସରଳ ଭାଷାରେ ଆଉ କହି ହୋଇନଥାନ୍ତା। ଗଣତନ୍ତ୍ରର ଅର୍ଥ ଇ ସେଇଆ। ଆମେ ଆମର ଶାସନ ଚଳାଉଛୁ। ଆମରି ହାତରେ ଇ ଆମକୁ ଶାସନ କରିବାର ଲଗାମ ରହିଛି। ଦେଶକୁ ଚଳାଇବା ଲାଗି ଆମେ ନିଜେ ନିଜର ସମ୍ବିଧାନ ପ୍ରସ୍ତୁତ କରିଛୁ। ମନେ ରଖନ୍ତୁ, ସ୍ଵାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ରେ ଅନୁଷ୍ଠିତ ହୋଇଥିଲେ ମଧ୍ୟ, ଦେଶର ସମ୍ବିଧାନ ପ୍ରଣୟନ ଲାଗି ୧୯୪୬ ମସିହାରେ “ସମ୍ବିଧାନ ପ୍ରଣୟନ ସଭା” ଲାଗି ନିର୍ବାଚନ ହୋଇଥିଲା ଓ ସେଥିରେ ନିର୍ବାଚିତ ୨୯୯ ଜଣ ସଦସ୍ୟ ଆମ ସମ୍ବିଧାନ ପ୍ରଣୟନରେ ଅଂଶଗ୍ରହଣ କରିଥିଲେ। ବିଧିବଦ୍ଧ ସ୍ଵାଧୀନତା ପାଇବା ଆଗରୁ ସ୍ବାଧିନତାର ସଦୁପଯୋଗ ପାଇଁ ସମ୍ବିଧାନ ପ୍ରଣୟନ ସଭା ଏକ ଗଣତାନ୍ତ୍ରିକ ଭାରତ ଗଠନର ଚିଠା ପ୍ରସ୍ତୁତ କରିଥିଲା। ସେହି ଚିଠା ହିଁ ଆମର ଗଣତନ୍ତ୍ରର ଏନ୍ତୁଡିଶାଳ।

ବାରମ୍ବାର ଦେଶର ସ୍ଵାଧୀନତା ଓ ଗଣତନ୍ତ୍ର କଥା କହିଲା ବେଳେ, ଆମକୁ ମନେ ରଖିବାକୁ ପଡିବ ଯେ, ଆମ ସମ୍ବିଧାନ ନାଗରିକକୁ ପ୍ରଜା ବୋଲି ଗ୍ରହଣ କରିନାହିଁ। ଆମର ନାଗରିକ ହେଉଛି, ସ୍ଵୟଂ ଶାସକ। ପୂରା ଶାସନ ବ୍ୟବସ୍ଥାର ପରିଚାଳକ ହେଉଛୁ ଆମେ “ ଉଇ ଦ ପିପୁଲ ଅଫ ଇଣ୍ଡିଆ”। ସ୍ବାଧିନତାର ୭୩ ପରେ ଆଜି ଆମକୁ ପୁଣି ଥରେ ପଚାରିବାକୁ ପଡୁଛି, ଆମେ ସତରେ ଆମ ଶାସନ ବ୍ୟବସ୍ଥାର ପରିଚାଳକ କି? ପାଞ୍ଚ ବର୍ଷରେ ଥରେ ଭୋଟ ଦେବାର ଅଧିକାର ହିଁ କେବଳ ଆମର ଶାସକ ହେବାର ସଙ୍କେତ କି? ଆମେ ଭୋଟ ଦେଉଛୁ, ତେଣୁ ଆମେ ଇ ଦେଶ ଚଳାଉଛୁ ବୋଲି ଭାବିନେବା ସାମ୍ବିଧାନିକ ସତ୍ୟ କି? ଭାରତୀୟ ସମ୍ବିଧାନ ଆମକୁ ସକ୍ରିୟ ନାଗରିକ ହେବାଲାଗି ଆମକୁ ଯେଉଁ ଭିତ୍ତିଭୂମି ଦେଇଛି , ତାର ମୂଳରେ ରହିଛି ଆମର “ମୌଳିକ ଅଧିକାର”। ସମ୍ବିଧାନ ଦେଶର ଶାସନ ଚଳାଇବାକୁ ଯେଉଁ ସବୁ ସଂସ୍ଥା ଓ ସଂଗଠନ ଗଢିବାର ବ୍ୟବସ୍ଥା କରିଛନ୍ତି, ସେମାନଙ୍କର ପ୍ରାଥମିକ ଦାୟିତ୍ଵ ହେଉଛି ଲୋକଙ୍କର ମୌଳିକ ଅଧିକାରକୁ ସୁରକ୍ଷିତ ରଖିବା। ନାଗରିକ ଦ୍ଵାରା ନିର୍ବାଚିତ ବିଧାନପାଳିକା, ବିଧାନପାଳିକାରେ ବହୁମତ ପାଇଥିବା ଦଳର ସରକାର ଓ ସମ୍ବିଧାନର ସୁରକ୍ଷା ଲାଗି ନିଯୁକ୍ତି ପାଇଥିବା ଅଦାଲତ, ଏହି ତିନୋଟି ଯାକ ବ୍ୟବସ୍ଥା ନାଗରିକର ଅଧିକାର ପାଇଁ କାମ କରିବେ। ତାହା ହିଁ ସମ୍ବିଧାନର ଆଦର୍ଶ ଓ ଆଦେଶ।

ସମ୍ବିଧାନର ଏହି ଆଦର୍ଶ ଓ ଆଦେଶକୁ ମାନିବାରେ ଆମର ସଂସ୍ଥା ଗୁଡିକ ସତରେ ସଫଳ ହୋଇଛନ୍ତି କି? କ୍ଷମତା ପାଇଲା ପରେ ଗଣତନ୍ତ୍ର ସିଦ୍ଧାନ୍ତକୁ ସଂସ୍ଥାମାନେ କେତେଦୂର କାର୍ଯ୍ୟକାରୀ କରୁଛନ୍ତି, ସେ କଥାର ବିଶ୍ଳେଷଣ ଆଜି ଜରୁରୀ। ସମ୍ବିଧାନରେ ସରକାର ଗଠନ ପ୍ରକ୍ରିୟାକୁ ଏକ ସ୍ପଷ୍ଟ ଆକାର ଦିଆ ଯାଇଛି। ସମ୍ବିଧାନର ପଞ୍ଚମ ଅନୁଚ୍ଛେଦରେ ସରକାର ଗଠନ ପ୍ରକ୍ରିୟାରେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ମନ୍ତ୍ରୀମଣ୍ଡଳ ପାଇଁ ନିର୍ଦ୍ଦିଷ୍ଟ କ୍ଷମତା ବଣ୍ଟନ ପ୍ରକ୍ରିୟା ରହିଛି। ରାଷ୍ଟ୍ରପତି ଯଦିଓ ଶାସନମୁଖ୍ୟ, ସେ ମନ୍ତ୍ରୀମଣ୍ଡଳ ଦ୍ଵାରା ପରିଚାଳିତ ହେବେ। ଆମ ଦେଶରେ ମନ୍ତ୍ରୀମଣ୍ଡଳ ବା “କାଉନ୍ସିଲ ଅଫ ମିନିଷ୍ଟର” ଲୋକଙ୍କ ପାଖରେ ଉତ୍ତରଦାୟୀ। ସେଥିଲାଗି ସମ୍ବିଧାନ ବାରମ୍ବାର ମିଳିତ ଉତ୍ତର ଦାୟିତ୍ଵ ବା “କଲେକ୍ଟିଭ ରେସ୍ପନ୍ସିବିଲିଟି” କଥା କହିଛି। ମନ୍ତ୍ରୀମଣ୍ଡଳ ଜଣେ ଲୋକ ନୁହେଁ, ସେ ଏକ ସମ୍ମିଳିତ ବ୍ୟବସ୍ଥା।

ଅସଲ କଥାଟି ସେୟା।ଦେଶ ମନ୍ତ୍ରୀମଣ୍ଡଳ ଦ୍ଵାରା ସଞ୍ଚାଳିତ ହେଉଛି ନା ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା? ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗୋଟିଏ ଅନୁଷ୍ଠାନରେ ସବୁତକ କ୍ଷମତା ଯେମିତି ଠୂଳ ହୋଇ ନ ରହେ, ସେଥିଲାଗି ଏ ବ୍ୟବସ୍ଥା। ହେଲେ ସମୟ କ୍ରମେ ମନ୍ତ୍ରୀମଣ୍ଡଳ ପ୍ରଧାନମନ୍ତ୍ରୀଙ୍କ ଅଧସ୍ତନ ଏକ ବିଭାଗ ଭଳି କାମ କରୁଛି। ଯେଉଁ ଦଳ ଅଧିକ ସଂଖ୍ୟା ଗରିଷ୍ଠତା ପାଉଛନ୍ତି, ସେ ଦଳର ନେତା ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ହେବାପରେ, ସେ ହିଁ ସର୍ବେସର୍ବା ଓ ମନ୍ତ୍ରୀମଣ୍ଡଳ ତାଙ୍କ ଇଚ୍ଛାର ଖେଳଣା ଭାବେ କାମ କରୁଛି। ଏକଚାଟିଆ କ୍ଷମତା କେନ୍ଦ୍ର ସାମ୍ବିଧାନିକ ସିଦ୍ଧାନ୍ତର ଘୋର ବିରୋଧୀ।

ଆଜିର ସମୟରେ କ୍ଷମତାର ବିକେନ୍ଦ୍ରୀକରଣ କଥା ଆଉ ଉଠୁନାହିଁ। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ନାଗରିକର ଶାସନ ଅପେକ୍ଷା ଏକ କଲ୍ୟାଣକାରୀ ରାଜତନ୍ତ୍ରର ଭାଷା ଆମେ ଅଧିକ ଶୁଣୁଛୁ। ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ, ଆମ ସମୟରେ ଆଉ ମନ୍ତ୍ରୀ ମଣ୍ଡଳ ଜରିଆରେ ଶାସନ କରୁନାହାନ୍ତି। ସେ ସ୍ଵୟଂ ସବୁ କ୍ଷମତାର ଅଧିକାରୀ। ବ୍ୟକ୍ତିତ୍ବ ଆଧାରିତ ନେତୃତ୍ଵ ଗଣତନ୍ତ୍ରର ସବୁଠୁ ବଡ ଶତ୍ରୁ। କୌଣସି ନେତାଙ୍କୁ ସର୍ବାଧିକ କ୍ଷମତା ନ ଦେବାକୁ ସମ୍ବିଧାନରେ ଯେଉଁ ବ୍ୟବସ୍ଥା ରହିଛି, ସେଥିରୁ ଗଳା ବାଟ ବାହାର କରି ଏବେ ବ୍ୟକ୍ତି ହାତକୁ ଏକଚାଟିଆ କ୍ଷମତା ହସ୍ତାନ୍ତର ହେଉଛି। ଏହି ବ୍ୟବସ୍ଥା ସତୁରୀ ଦଶକରୁ ବଢି ବଢି ଚାଲିଛି। ସେଥିଲାଗି ୧୯୮୯ ରୁ ୨୦୧୪ ପର୍ୟନ୍ତ  କୌଣସି ରାଜନୈତିକ ଦଳକୁ ଭାରତର ଜନ ସାଧାରଣ ପୂର୍ଣ୍ଣ ବହୁମତ ଦେଉନଥିଲେ। ପୂର୍ଣ୍ଣ ବହୁମତ ସରକାର ଭିତରେ ସ୍ଵେଚ୍ଛାଚାରୀ ସ୍ଵଭାବ ବଢାଇବାର ସୁଯୋଗ ତିଆରି କରେ। ଆଜି ସେହି ସୁଯୋଗ ଆମକୁ ପୁଣିଥରେ ଏକଚାଟିଆ କ୍ଷମତା କେନ୍ଦ୍ର ପାଖରେ ପହଞ୍ଚାଇ ଦେଇଛି।

ସ୍ବାଧିନତାର ଅର୍ଥ ହେଉଛି, ଏକଚାଟିଆ କ୍ଷମତାରୁ ମୁକ୍ତି। ଯଦି “ଆମରି ନାଆ ରେ ଆମେ ନାଉରୀ” ତାହେଲେ “ଜଣେ ହିଁ ଆମର ହର୍ତ୍ତା, କର୍ତ୍ତା, ବିଧାତା” ଭଳି ବ୍ୟବହାର କରି ପାରିବ କେମିତି??

କେଦାର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଅତିରିକ୍ତ ବଜେଟକୁ ନେଇ ଖପ୍ପା ହେଲେ ନବୀନ ପଟ୍ଟନାୟକ, କହିଲେ ସବୁ ଧୂଳିସାତ ହୋଇଗଲା

November 29, 2025

ପୁଟିନଙ୍କ ଭାରତ ଗସ୍ତ!: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ, ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା?

November 29, 2025

ଭାରତର ରାଜପଥଗୁଡ଼ିକର ନୂଆ ରୂପ: ନବୀକରଣ ମାଧ୍ୟମରେ, ଯୋଗାଯୋଗରେ ବିକାଶ

November 29, 2025

୮.୨% ଜିଡିପି: ଭାରତର ସୁଦୃଢ ଅଭିବୃଦ୍ଧିର କାହାଣୀ

November 28, 2025
Latest News

ଆସନ୍ତାକାଲି ଅଲ ଇଣ୍ଡିଆ ରେଡିଓରେ ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ”

November 29, 2025

ତୃତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ: ସମ୍ମାନିତ ହେଲେ ଜାଭେଦ ଅଖତର

November 29, 2025

ଖୋର୍ଦ୍ଧା: ଜିଲ୍ଲା ବ୍ୟବସାୟିକ ସଂସ୍କାର କାର୍ଯ୍ୟ ଯୋଜନା ବୈଠକ

November 29, 2025

ପୂର୍ବତଟ ରେଳପଥ ଦ୍ୱାରା ଆୟୋଜିତ ମହିଳା ଅବକାଶ ଶିବିର- ୨୦୨୫

November 29, 2025

ଟି-୨୦ ବିଶ୍ୱକପ୍ ବିଜେତା ଭାରତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଦଳକୁ ଭେଟିଲେ ରାଷ୍ଟ୍ରପତି

November 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.