Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗତ ମାର୍ଚ୍ଚରୁ ଜୁନ ମାସ ମଧ୍ୟରେ ଦେଶରେ କୃଷିଜାତ ସାମଗ୍ରୀ ରପ୍ତାନୀରୁ ମିଳିଲା ୨୫ ହଜାର ୫୫୨ କୋଟି ଟଙ୍କା
ଜାତୀୟ ଖବର

ଗତ ମାର୍ଚ୍ଚରୁ ଜୁନ ମାସ ମଧ୍ୟରେ ଦେଶରେ କୃଷିଜାତ ସାମଗ୍ରୀ ରପ୍ତାନୀରୁ ମିଳିଲା ୨୫ ହଜାର ୫୫୨ କୋଟି ଟଙ୍କା

August 19, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link
Agriculture

ନୂଆଦିଲ୍ଲୀ, ବିଶ୍ଵ ବାଣିଜ୍ୟ ସଂଗଠନର ଏକ ପରିସଂଖ୍ୟାନ ଅନୁସାରେ ଭାରତର କୃଷିଜାତ ସାମଗ୍ରୀ ରପ୍ତାନୀ ୨୦୧୭ରେ ୨.୨୭ ପ୍ରତିଶତ ଥିବା ବେଳେ ଆମଦାନୀ ୧.୯୦ ପ୍ରତିଶତ ଥିଲା। ଏପରିକି ବୈଶ୍ଵିକ ମହାମାରୀର ଲକଡାଉନ କାଳରେ ଏଥିରେ କୌଣସି ବ୍ୟତିକ୍ରମ ନଘଟି ଦେଶ ତାହାର ରପ୍ତାନୀ ଧାରା ଅବ୍ୟାହତ ରଖିଥିଲା। ଚଳିତ ବର୍ଷ ମାର୍ଚ୍ଚରୁ ଜୁନ ମାସ ମଧ୍ୟରେ କୃଷିଜାତ ସାମଗ୍ରୀ ରପ୍ତାନୀରୁ ୨୫ ହଜାର ୫୫୨କୋଟି ୭0 ଲକ୍ଷ ଟଙ୍କା ଆୟ ହୋଇଥିବା ବେଳେ ଗତ ବର୍ଷ ଏହି ସମୟ ମଧ୍ୟରେ ୨୦ ହଜାର ୭୩୪ କୋଟି ୮0 ଲକ୍ଷ ଟଙ୍କା ଆୟ ହୋଇଥିଲା। ସେଦୃଷ୍ଟିରୁ ଦେଖିଲେ ଚଳିତ ବର୍ଷର ରପ୍ତାନୀରେ ୨୩.୨୪ ପ୍ରତିଶତ ଅଭିବୃଦ୍ଧି ଘଟିଛି।

୨୦୧୭-୧୮ ଆର୍ଥିକ ବର୍ଷରେ କୃଷି ରପ୍ତାନୀ ବାବଦରୁ ଭାରତର କୃଷି ଜିଡିପି ୯.୪ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ୯.୯କୁ ବୃଦ୍ଧି ପାଇଥିଲା। କୃଷିଜାତ ସାମଗ୍ରୀର ରପ୍ତାନୀ ଏହି ସମୟ ମଧ୍ୟରେ ୫.୭ ପ୍ରତିଶତରୁ ୪.୯ ପ୍ରତିଶତକୁ ହ୍ରାସ ପାଇଥିଲା। ଏଥିରୁ ରପ୍ତାନୀ ବାବଦ ଅଧିକ ଲାଭ ମିଳିଥିବା ବେଳେ କୃଷିଜାତ ଦ୍ରବ୍ୟର ଆମଦାନୀ ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇଛି।

ସ୍ଵାଧୀନତା ପରଠାରୁ କୃଷି କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଘଟିଛି । ୧୯୫୦-୫୧ ଭିତରେ ଦେଶର କୃଷିଜାତ ସାମଗ୍ରୀ ରପ୍ତାନୀରୁ ମାତ୍ର ୧୪୯ କୋଟି ଟଙ୍କା ମିଳିଥିବା ବେଳେ ୨୦୧୯-୨୦ରେ ଏହା ୨.୫୩ ଲକ୍ଷ୍ୟ କୋଟିକୁ ବୃଦ୍ଧି ପାଇଛି। ଗତ ୧୫ ବର୍ଷ ମଧ୍ୟରେ ସମସ୍ତ କୃଷିଜାତ ସାମଗ୍ରୀର ରପ୍ତାନୀରେ ଆଶାନୁରୂପ ପ୍ରଗତି ଘଟିଛି । କୃଷି ଉତ୍ପାଦନରେ ଭାରତ ଏକ ଅଗ୍ରଣୀ ଦେଶ ହୋଇଥିଲେ ମଧ୍ୟ ଏହା ବିଶ୍ଵର କେତେକ ପ୍ରମୁଖ ଆମଦାନକାରୀଙ୍କ ତାଲିକାରେ ସ୍ଥାନ ପାଇପାରି ନାହିଁ। ଉଦାହରଣ ସ୍ୱରୂପ ଗହମ ଉତ୍ପାଦନରେ ଭାରତ ବିଶ୍ଵରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ରପ୍ତାନୀ କ୍ଷେତ୍ରରେ ଏହାର ସ୍ଥାନ ୩୪ରେ ରହିଛି।

ସେହିପରି ପନିପରିବା ଉତ୍ପାଦନରେ ଭାରତ ବିଶ୍ଵରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ରପ୍ତାନୀ କ୍ଷେତ୍ରରେ ଏହା ୧୪ତମ ସ୍ଥାନରେ ରହିଛି । ଫଳ ଉତ୍ପାଦନରେ ମଧ୍ୟ ଭାରତ ବିଶ୍ଵରେ ଦ୍ଵିତୀୟ ସ୍ଥାନରେ ଥିବା ବେଳେ ରପ୍ତାନୀ କ୍ଷେତ୍ରରେ ଏହା ୨୩ତମ ସ୍ଥାନରେ ରହିଛି । କୃଷିରେ ଅନ୍ୟାନ୍ୟ ଅଗ୍ରଣୀ ରାଷ୍ଟ୍ରଙ୍କ ସହ ସମକକ୍ଷ ହେବାକୁ ହେଲେ ଆମକୁ କେତେକ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ପଡିବ।

ଏହାକୁ ଦୃଷ୍ଟିରେ ରଖି କୃଷି ସହଯୋଗ ଏବଂ କୃଷକ କଲ୍ୟାଣ ବିଭାଗ (ଡିଏସି ଏଣ୍ଡ ଏଫ ଡବ୍ଲୁ) ପକ୍ଷରୁ ଏକ ବିସ୍ତୃତ ଯୋଜନା କୃଷି ବିପଣନକୁ ପ୍ରୋତ୍ସାହନ ଦେବାପାଇଁ ପ୍ରସ୍ତୁତ କରାଯାଇଛି। ଏକ ଉତ୍ତମ ରଣନୀତି ପ୍ରସ୍ତୁତ ପାଇଁ ପ୍ରାକ ଉତ୍ପାଦନ, ଉତ୍ପାଦନ ଓ ଅମଳ ପରବର୍ତ୍ତୀ ସମସ୍ୟାଗୁଡ଼ିକର ଅନୁଧ୍ୟାନ କରାଯାଇଛି। ବର୍ତ୍ତମାନ ଉତ୍ପାଦିତ ହେଉଥିବା ସାମଗ୍ରୀଗୁଡିକର ସ୍ଥିତି, ରପ୍ତାନୀ ଏବଂ ଏଥିରେ ଥିବା ବାଧାବିଘ୍ନଗୁଡିକ ସମ୍ପର୍କରେ ବିଶ୍ଳେଷଣ ଜରାଯାଇଛି। ଏକ ଦ୍ଵେତନୀତି ସ୍ୱରୂପ କୃଷି ରପ୍ତାନୀ ବୃଦ୍ଧି ସହ ଆମଦାନୀ ହେଉଥିବା ସାମଗ୍ରୀଗୁଡ଼ିକର ବିକଳ୍ପ ସମ୍ପର୍କରେ ମଧ୍ୟ ଚିନ୍ତା କରାଯାଇଛି। ଏହାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର‌୍ୟ୍ୟକାରୀ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

ରପ୍ତାନୀ ପାଇଁ ଉଦ୍ଦିଷ୍ଟ ସାମଗ୍ରୀଗୁଡିକର ଗୁଣାତ୍ମକ ମାନ ଉପରେ ଗୁରୁତ୍ଵ ଦିଆଯାଇ ଏହା କିପରି ବିଦେଶ ବଜାରରେ ଆଦୃତ ହେବ ସେ ସମ୍ପର୍କରେ ଚିନ୍ତା କରାଯାଇଛି । ଉପସାଗରୀୟ ଦେଶଗୁଡିକରେ ବିପଣନ ବୃଦ୍ଧି ପାଇଁ ଅଧିକ ଗୁରୁତ୍ଵ ଦିଆଯାଉଛି। ଏଠାରେ ସୂଚନାଯୋଗ୍ୟ ଯେ, ଉଦ୍ୟାନ କୃଷି ଏକ କ୍ରମବର୍ଦ୍ଧିଷ୍ଣୁ କ୍ଷେତ୍ର ରୂପେ ଉଭା ହୋଇଛି। ଭାରତ ଫଳ ଓ ପନିପରିବା ଉତ୍ପାଦନରେ ବିଶ୍ଵର ଦ୍ଵିତୀୟ ସ୍ଥାନରେ ଅଛି । ଭାରତ ବିଦେଶକୁ ବାର୍ଷିକ ୮.୨୩ ଲକ୍ଷ ଟନ ଅର୍ଥାତ ୫,୬୩୮ କୋଟି ଟଙ୍କାର ଫଳ ଏବଂ ୩୧.୯୨ ଲକ୍ଷ ଟନ ପନିପରିବା ଅର୍ଥାତ ୫,୬୭୯ କୋଟି ଟଙ୍କାର ପନିପରିବା ରପ୍ତାନୀ କରିଥାଏ।

ରପ୍ତାନୀ ସାମଗ୍ରୀ ମଧ୍ୟରେ ଅଙ୍ଗୁର ସବୁଠାରୁ ଆଗରେ ଥିବା ବେଳେ ତା’ପଛକୁ ଆମ୍ବ, ଡାଳିମ୍ବ, କଦଳୀ ଏବଂ କମଳାର ସ୍ଥାନ ରହିଛି । ତଟକା ପନିପରିବା ରପ୍ତାନୀ ସାମଗ୍ରୀ ମଧ୍ୟରେ ପିଆଜ, ମିଶ୍ରିତ ପନିପରିବା ଆଳୁ, ଟମାଟୋ ଓ କଞ୍ଚାଲଙ୍କା ମୁଖ୍ୟ ସ୍ଥାନ ଅଧିକାର କରିଥାଏ। ତେବେ ପୃଥିବୀ ବ୍ୟାପୀ ୨୦୮ ବିଲିୟନ ଆମେରିକୀୟ ଡଲାରର ଫଳ ଓ ପନିପରିବାର କାରବାର ହେଉଥିବା ବେଳେ ଭାରତର ସ୍ଥାନ ଏଥିରେ ନଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ଦୃଷ୍ଟିରୁ ଫଳ ଓ ପନିପରିବା ରପ୍ତାନୀ ପାଇଁ ଦେଶର ପର୍ଯ୍ୟାପ୍ତ ସୁବିଧା ରହିଛି । ତଟକା ଫଳ ଓ ପନିପରିବା ବିଶେଷକରି ଅଙ୍ଗୁର, ଆମ୍ବ, ଡାଳିମ୍ବ, ପିଆଜ, ଆଳୁ ଓ କାକୁଡି ଇତ୍ୟାଦି ରପ୍ତାନୀ ନିମନ୍ତେ ବିଶେଷ ରଣନୀତି ପ୍ରସ୍ତୁତ କରାଯାଉଛି।

ବର୍ତ୍ତମାନର କୃଷି ଉପଯୋଗୀ ଅଞ୍ଚଳଗୁଡିକୁ ଅଧିକ ଶକ୍ତିଶାଳୀ କରାଯିବା ସହ ଅଧିକ ପରିମାଣ ଓ ଗୁଣାତ୍ମକ ସାମଗ୍ରୀ ଉତ୍ପାଦନ ପାଇଁ ଅଧିକ କ୍ଷେତ୍ର ପ୍ରସ୍ତୁତ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଖାଇବା ତେଲ, କାଜୁ, ଫଳ ଓ ମସଲା ଇତ୍ୟାଦି ରପ୍ତାନୀ ବନ୍ଦ କରି ଏହାର ବିକଳ୍ପ ଦେଶରେ ଖୋଜିବା ପାଇଁ ଯୋଜନା ପ୍ରସ୍ତୁତ ମଧ୍ୟ ହୋଇଛି।

କୃଷି ମନ୍ତ୍ରଣାଳୟ ଅଧିନସ୍ଥ କୃଷି ସହଯୋଗ ଓ କୃଷକ କଲ୍ୟାଣ ବିଭାଗର ନିର୍ଦ୍ଦେଶକ୍ରମେ ରପ୍ତାନୀ ବୃଦ୍ଧି ଫୋରମ ମାନ ସୃଷ୍ଟି କରାଯାଇଛି । ଏଗୁଡିକ କୃଷି ରପ୍ତାନୀ ବୃଦ୍ଧିରେ ସହାୟକ ହେବେ। ରପ୍ତାନୀ ବୃଦ୍ଧି ଫୋରମ ୮ଟି କୃଷି ଓ କୃଷିଜାତ ସାମଗ୍ରୀ ଯଥା ଅଙ୍ଗୁର, ଆମ୍ବ, କଦଳୀ, ପିଆଜ, ଚାଉଳ, ସୋୟାବିନ, ଡାଳିମ୍ବ ଏବଂ ଫୁଲ ଚାଷ ଇତ୍ୟାଦି ପାଇଁ ଏପିଇଡିଏ ଅଧୀନରେ ଏକ ଯୋଜନା ପ୍ରସ୍ତୁତ କରିଛି ।

ପ୍ରତ୍ୟେକ ରପ୍ତାନୀ ପ୍ରମୋଶନ ଫୋରମରେ ସେହି ସାମଗ୍ରୀର ରପ୍ତାନିକାରୀ ଏହାର ସଦସ୍ୟ ଭାବେ ରହିବା ବେଳେ ଏଥିରେ ବିଭାଗୀୟ ଅଧିକାରୀମାନେ ମଧ୍ୟ ରହିବେ। ଏପିଇଡିଏର ଅଧ୍ୟକ୍ଷ ଏହି ଫୋରମଗୁଡିକର ଅଧ୍ୟକ୍ଷ ଭାବେ କାର୍ଯ୍ୟ ମଧ୍ୟ କରିବେ। ପ୍ରତି ଦୁଇ ମାସରେ ଠାରେ ଫୋରମର ବୈଠକମାନ ଅନୁଷ୍ଠିତ ହୋଇ ରପ୍ତାନୀ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଓ ଅନ୍ୟାନ୍ୟ ବିଷୟ ସମ୍ପର୍କରେ ବୈଠକରେ ସୁପାରିଶ କରିପାରିବେ। ଏହି ଫୋରମଗୁଡିକ ନୀରବଚ୍ଛିନ୍ନ ଭାବେ ରପ୍ତାନୀ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଓ ପ୍ରଶାସନିକ ପଦକ୍ଷେପ ଉପରେ ନଜର ରଖିବେ। ସେମାନେ ଉତ୍ପାଦନକାରୀ, ରପ୍ତାନିକାରୀ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପ୍ରତି ମଧ୍ୟ ଦ୍ରୁଷ୍ଟି ଦେବେ।

ଫୋରମର ସୁପାରିଶଗୁଡିକ ଏପିଇଡିଏ କର୍ତ୍ତୃପକ୍ଷ କିମ୍ବା ଉତ୍ପାଦକ କମିଟି ସାମନାରେ ରଖାଯିବ। କୃଷି ମନ୍ତ୍ରଣାଳୟ ସମେତ ଏଥିସହ ସଂଶ୍ଳିଷ୍ଟ ଅନ୍ୟାନ୍ୟ ବିଭାଗଗୁଡିକ ସହ ଫୋରମ ପକ୍ଷରୁ ସମନ୍ଵୟ ରକ୍ଷା କରାଯିବ।

କୃଷି ସାମଗ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026

ଅନିଲ ଅମ୍ବାନୀଙ୍କ ବିରୋଧରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ୩୭୧୬ କୋଟିର ଘର ଜବତ

February 25, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ରାଏଲରେ ଭବ୍ୟ ସ୍ୱାଗତ: ବିମାନବନ୍ଦରରେ ମିଳିଲା ଗାର୍ଡ ଅଫ୍ ଅନର

February 25, 2026
Latest News

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026

ଚିତ୍ରାଚାର୍ଯ୍ୟ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ: ଜନ୍ମମାଟିରେ ପ୍ରତିମୂର୍ତ୍ତି ଉନ୍ମୋଚିତ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.