Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚାରି ମାସରେ ଦୁଇ କୋଟି ଲୋକଙ୍କ ଚାକିରି ଯାଇଛି, ସେମାନଙ୍କ ଲାଗି ନ୍ୟାୟ ମାଗିବ କିଏ?
ବିଶେଷ ଖବର

ଚାରି ମାସରେ ଦୁଇ କୋଟି ଲୋକଙ୍କ ଚାକିରି ଯାଇଛି, ସେମାନଙ୍କ ଲାଗି ନ୍ୟାୟ ମାଗିବ କିଏ?

August 20, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଜୀବିକା ଉଜୁଡି ଗଲେ, ଲୋକେ ତାକୁ ଖବର ବୋଲି ଭାବନ୍ତି ନାହିଁ। ଚାଷୀ ଋଣ ଶୁଝି ନ ପାରି, ଆତ୍ମହତ୍ୟା କଲେ, ତାକୁ ବି ଆମେ ଖବର ବୋଲି ବିଚାର କରୁନା। ଆମ ପାଇଁ ସବୁଠୁ ବଡ ଖବର ହେଉଛି, ବଲିଉଡ, କ୍ରିକେଟ ଓ ରାଜନୈତିକ ତାମଶାବାଜି। ଗତ କାଲି, ଯେତେବେଳେ ସୁପ୍ରିମ କୋର୍ଟ କହିଲେ ଯେ ଆତ୍ମହତ୍ୟା କରିଥିବା ସିନେମା ତାରକା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇ କରିବ, ବହୁ ଲୋକ କହିଲେ ଆମକୁ ନ୍ୟାୟ ମିଳିଗଲା। ଏହି ସମାନ ସମୟରେ ଚାକିରି ହରାଇ କେତେ ଲୋକ ଆତ୍ମହତ୍ୟା କରିଛନ୍ତି, ତାର ହିସାବ କାହା ପାଖରେ ଅଛି କି? ସେମାନଙ୍କ ପାଇଁ ନ୍ୟାୟ କିଏ ଦେବ? ମାର୍ଚ୍ଚ-ଏପ୍ରିଲ ମାସରେ ଲକ ଡାଉନର ବିପତ୍ତିକୁ ସାମ୍ନା କରିବାକୁ ଯାଇ ଲକ୍ଷ ଲକ୍ଷ ଲୋକ ରାସ୍ତାରେ ଚାଲି ଚାଲି ଗଲେ। ସେମାନଙ୍କ ଭିତରୁ ଅତି କମରେ ୫୦୦ ଲୋକ ପ୍ରାଣ ହରାଇଲେ। ସେମାନଙ୍କୁ କିଏ ନ୍ୟାୟ ଦେବ? ଗତ ଏପ୍ରିଲ ରୁ ଜୁଲାଇ, ଏହି ଚାରି ମାସରେ ଦେଶର ପ୍ରାୟ ଦୁଇ କୋଟି (ବାସ୍ତବ ସଂଖ୍ୟା ୧ କୋଟି ୮୦ ଲକ୍ଷ ୯୦ ହଜାର) ବେତନ ଭୋଗୀ ଲୋକଙ୍କର ଚାକିରି ଚାଲି ଯାଇଛି।

ଦେଶର ଜୀବିକା ଓ ଚାକିରି ପ୍ରସଙ୍ଗରେ ନିୟମିତ ସର୍ଭେ କରୁଥିବା ସଂସ୍ଥା “ଦି ସେଣ୍ଟର ଫର ମନିଟରିଙ୍ଗ ଇଣ୍ଡିଆନ ଇକୋନମି” ଜାରି  କରିଥିବା ତଥ୍ୟ ଅନୁଯାୟୀ ଗତ ଚାରି ମାସରେ ଦେଶର ୧.୮ କୋଟି ଲୋକଙ୍କର ଚାକିରି ଚାଲି ଯାଇଛି। ଏହା “ଜୀବିକା” ନୁହଁ, ବେତନ ମିଳୁଥିବା ଚାକିରି। ଯେଉଁମାନେ ମାସ ପୂରିଲେ ଦରମା ପାଆନ୍ତି, ସେଇଭଳି ଲୋକଙ୍କର ଚାକିରି ଚାଲି ଯାଇଛି। ଜୀବିକା କ୍ଷେତ୍ରର ସ୍ଥିତିକୁ ଯଦି ଏହା ସହିତ ମିଶାଇ ଦିଆଯାଏ, ତାହେଲେ ସ୍ଥିତି ଆହୁରି ଗମ୍ଭୀର। ସିଏମଆଇଇ ଦେଇଥିବା ତଥ୍ୟ ଅନୁଯାୟୀ ଲକ ଡାଉନ ପରେ ଏପ୍ରିଲ ମାସରେ ୧.୭କୋଟି ଲୋକଙ୍କର ଚାକିରି ଚାଲି ଯାଇଥିଲା। ମଇ ମାସରେ ଆହୁରି ଅଧିକ ୧୦ ଲକ୍ଷ ଲୋକ ଚାକିରି ହରାଇଥିଲେ। ତେବେ ଜୁନ ମାସରେ ପ୍ରାୟ ୩୯ ଲକ୍ଷ ଲୋକ ନିଜ ଚାକିରି ଫେରି ପାଇଥିଲେ। କିନ୍ତୁ ଜୁଲାଇ ବେଳକୁ ଆହୁରି ୫୦ ଲକ୍ଷ ଲୋକଙ୍କ ଚାକିରି ଚାଲିଗଲା।

ବର୍ତ୍ତମାନ ସ୍ଥିତିରେ ପ୍ରତିଦିନ ଲୋକେ ନିଜର ଚାକିରି ଓ ରୋଜଗାର ହରାଇ ଚାଲିଛନ୍ତି। ଏପ୍ରିଲ-ମଇ ଲକ ଡାଉନ ଯୋଗୁଁ ଅର୍ଥନୀତି ପୂରା ବନ୍ଦ ରହିବା ଫଳରେ ଲୋକଙ୍କ ରୋଜଗାର ଚାଲିଯିବା ସ୍ଵାଭାବିକ। ଜୁନ ମାସରୁ ଅଳ୍ପ ଅଳ୍ପ ଅର୍ଥନୈତିକ ଗତିବିଧି ଆରମ୍ଭ ହୋଇଥିଲା। ତେବେ “ଅନଲକ” ପ୍ରକ୍ରିୟା ସହିତ କରୋନା ସଂକ୍ରମଣର ବ୍ୟାପକତା କାରଣରୁ ଅର୍ଥନୀତିର ସ୍ଥିତି ଆଜି ବି ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ଲୋକଙ୍କ ଚାକିରି କେବଳ ଚାଲି ଯାଉଛି, ତା ନୁହେଁ, କର୍ମ ଯୋଗାଣ କରୁଥିବା ସଂସ୍ଥା ଗୁଡିକ ମଧ୍ୟ ବନ୍ଦ ହୋଇ ଚାଲିଛନ୍ତି। ପାଞ୍ଚ ମାସ ହେଲାଣି ଦେଶର ପରିବହନ, ପର୍ଯ୍ୟଟନ, ତୀର୍ଥାଟନ, ରେଳବାଇ, ମନୋରଞ୍ଜନ, କ୍ରୀଡା ଇତ୍ୟାଦି କ୍ଷେତ୍ରରେ ପୂରା ତାଲା ପଡିଛି। ଏହି ସବୁ କ୍ଷେତ୍ରରେ କମ କରୁଥିବା କର୍ମଚାରୀମାନେ ଏବେ ସଂପୂର୍ଣ୍ଣ ବେକାର।

“ୱାର୍କ ଫ୍ରମ ହୋମ” ବ୍ୟବସ୍ଥାରେ କାମ କରୁଥିବା ଆଇଟି କ୍ଷେତ୍ରରେ ମଧ୍ୟ ସମ୍ପ୍ରତି ବ୍ୟାପକ ଛଟେଇ ଚାଲିଛି। ଏତେ ସଂଖ୍ୟକ ନିୟମିତ ଦରମା ପାଇ କାମ କରୁଥିବା ଲୋକଙ୍କ ଚାକିରି ଚାଲିଗଲେ, ତାର ପ୍ରଭାବ ଅର୍ଥନୀତିର ମେରୁଦଣ୍ଡ ଉପରେ ପଡିବା ସ୍ଵାଭାବିକ। ଗତ ଚାରି ମାସରେ ସ୍ଥାୟୀ ରୋଜଗାର ଚାଲିଯିବାର ସଙ୍କଟ ଆମର ଅର୍ଥନୀତିକୁ ଅତିମାତ୍ରାରେ ଦୁର୍ବଳ କରିଛି।

ଏହି ସମୟ ଭିତରେ ଅସଂଗଠିତ କ୍ଷେତ୍ରରେ ମଧ୍ୟ ବ୍ୟାପକ ରୋଜଗାର ଚାଲି ଯାଇଥିବାର ତଥ୍ୟ ମିଳିଛି। କେବଳ ଏପ୍ରିଲ ମାସରେ ୧୨.୧୫ କୋଟି ଲୋକଙ୍କର ଚାକିରି ଯାଇଛି। ମଇ ମାସରେ ୧୦ କୋଟି, ଜୁନରେ ୩ କୋଟି ଏବଂ ଜୁଲାଇ ରେ ୧.୧ କୋଟି ରୋଜଗାର କ୍ଷୟ ହୋଇଛି। ଅଣସଙ୍ଗଠିତ କ୍ଷେତ୍ରରେ ଆସ୍ତେ ଆସ୍ତେ ଲୋକ ନିଜର କମ ଫେରି ପାଉଛନ୍ତି। ତେବେ ଗତ ଚାରି ମାସ ଧରି ଏତେ ଲୋକଙ୍କର ରୋଜଗାର ଚାଲିଯିବା କାରଣରୁ ଆମର ଜୀବନ ଓ ଜୀବିକା ବିପର୍ୟସ୍ତ ହୋଇପଡିଛି।

ସବୁଠୁ ଚିନ୍ତାର ବିଷୟ ହେଉଛି, ଦେଶରେ ଅର୍ଥନୀତି ଓ ରୋଜଗାରକୁ ନେଇ କୌଣସି ଚିନ୍ତା ଇ ନାହିଁ। ଆମର ଗଣମାଧ୍ୟମରେ ରାମ ମନ୍ଦିର, ସୁଶାନ୍ତ ସିଂ ରାଜପୁତ, ରଫାଲେ ଯୁଦ୍ଧ ବିମାନ ଛାଇକି ରହିଥିବା ବେଳେ ଲୋକଙ୍କର ମୌଳିକ ସମସ୍ଯା କଥାକୁ ଚତୁରତାର ସହିତ ଆଡେଇ ଦିଆ ହେଉଛି। ରାଜନୀତିର ପଶାପାଲିରେ ଅର୍ଥନୀତି ଏବଂ ଜୀବିକାର କୌଣସି ମୂଲ୍ୟ ଇ ନାହିଁ। ଲକ ଡାଉନ ଯୋଗୁଁ ଚାକିରି ହରାଇଥିବା ଓ ସେହି ଦୁଃଖରେ  ମୃତ୍ୟୁକୁ ସାମ୍ନା କରିଥିବା ଲୋକଙ୍କ କଥା ଆଜି ଚର୍ଚ୍ଚା ହେଉନାହିଁ। ଏବେ ସବୁକିଛି ଠିକ ଅଛି ବୋଲି ଦେଖାଇବାକୁ ଯାଇ, ଆମକୁ ପ୍ରତିଦିନ ନୂଆ ନୂଆ କାହାଣୀ ଶୁଣିବାକୁ ମିଳୁଛି।

ସିନେମା ତାରକାଙ୍କ ଲାଗି ନ୍ୟାୟ ମାଗୁଥିବା ଆମର ମଧ୍ୟବିତ୍ତ ଓ ଗଣମାଧ୍ୟମ, ଦୁଇ କୋଟି ବେକାରଙ୍କ ଲାଗି ନ୍ୟାୟ ମାଗିବେ କି?

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026
Latest News

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ଆଜି ବିଶେଷ ଦିନ!: ଏକା ସାଙ୍ଗରେ ପଡୁଛି ଅନେକ ବଡ଼ ପର୍ବ, ବ୍ରତ ଏବଂ ଦୁର୍ଲଭ ସଂଯୋଗ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.