Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସନ୍ତାକାଲି କଂଗ୍ରେସ କାର୍ଯ୍ୟକାରୀ କମିଟର ଗୁରୁତ୍ବପୂର୍ଣ୍ଣ ବୈଠକ, ହୋଇପାରେ ନେତୃତ୍ବ ପରିବର୍ତ୍ତନର ନିଷ୍ପତି
ଜାତୀୟ ଖବର

ଆସନ୍ତାକାଲି କଂଗ୍ରେସ କାର୍ଯ୍ୟକାରୀ କମିଟର ଗୁରୁତ୍ବପୂର୍ଣ୍ଣ ବୈଠକ, ହୋଇପାରେ ନେତୃତ୍ବ ପରିବର୍ତ୍ତନର ନିଷ୍ପତି

August 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲି କଂଗ୍ରେସ କାର୍ଯ୍ୟକାରୀ କମିଟର ଗୁରୁତ୍ବପୂର୍ଣ୍ଣ ବୈଠକ, ହୋଇପାରେ ନେତୃତ୍ବ ପରିବର୍ତ୍ତନର ନିଷ୍ପତି

ନୂଆଦିଲ୍ଲୀ, ଆସନ୍ତାକାଲି ସୋମବାର ଦିନ 11 ଟା ବେଳେ କଂଗ୍ରେସ କାର୍ଯ୍ୟକାରୀ କମିଟର ବୈଠକ ଅନୁଷ୍ଠିତ ହେବ। ଏ ନେଇ ଗତ ଶନିବାରଠାରୁ ଦଳର ସଂଗଠକ ସଂପାଦକ କେ.ସି ଭେନୁଗୋପାଳ ସମସ୍ତଙ୍କୁ ଅବଗତ କରାଇଛନ୍ତି। ତେବେ ଏହି ବୈଠକକୁ ନେଇ ସମସ୍ତଙ୍କର ତୀକ୍ଷ୍ମ ନଜର ରହିଛି। କାରଣ ହେଲା ଏଥିରେ କଂଗ୍ରେସ ଦଳର ମୁଖ୍ୟ ନେତାଙ୍କୁ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ବର୍ତ୍ତମାନ କଂଗ୍ରେସର ପରିସ୍ଥିତି ଯେପରି ହେବାରେ ଲାଗିଛି ସେଥିରେ ଅନେକ କଂଗ୍ରେସ ନେତା ଚିନ୍ତାରେ ଅଛନ୍ତି।

ନିକଟରେ କଂଗ୍ରେସର କେତେକ ସଂସାଦ ଏବଂ ବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କୁ ନେତୃତ୍ବ ପରିବର୍ତ୍ତନ ପାଇଁ ଅନୁରୋଧ କରି ଚିଠି ଲେଖିଛନ୍ତି। ଏପରି ଏକ ବିବାଦ ଦଳ ଭିତରେ ଚାଲିଥିବା ବେଳେ ସିଡବ୍ଲୁସି ବୈଠକ ନିଶ୍ଚିତ ଭାବେ ଗୁରତ୍ବ ବହନ କରୁଛି।

କଂଗ୍ରେସରୁ ବହିସ୍କୃତ ହୋଇଥିବା ନେତା ସଂଜୟ ଝା  କହିଛନ୍ତି ଯେ, କଂଗ୍ରେସର ପ୍ରମୁଖ ଶହେ ଜଣ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି। ସେଥିରେ ସେମାନେ ଦଳର ନେତୃତ୍ବ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଛନ୍ତି। ଏହି ଚିଠିରେ ବହୁ ପୂର୍ବତନ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ସାଂସଦଙ୍କ ଦସ୍ତଖତ ରହିଛି। ହେଲେ ଏହାକୁ ଦଳ ତରଫରୁ ଖଣ୍ଡନ କରାଯାଇଛି।

କଂଗ୍ରେସ ବର୍ତ୍ତମାନ ଯେପରି ଲୋକପ୍ରିୟତା ହରାଇବାରେ ଲାଗିଛି ସେଥିରେ ରାହୁଳ ଗାନ୍ଧୀଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠିଛି। ରାହୁଳ ନିଜେ ମଧ୍ୟ ସମସ୍ତ ଦୋଷ ନେଉଛି ବୋଲି କହୁଥିଲେ ମଧ୍ୟ ଭିତର ଭିତରେ ତାଙ୍କୁ ନେତୃତ୍ବକୁ ନେଇ ସନ୍ଦେହ କରାଯାଇଛି।ସେଥିପାଇଁ ବିଭିନ୍ନ ମହଲରେ ଅଣ ଗାନ୍ଧୀ ପରିବାର କଂଗ୍ରେସର ମଙ୍ଗ ଧରନ୍ତୁ ବୋଲି ଦାବୀ ହେଉଛି।

ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାସ୍ତ ହେବା ପରେ ରାହୁଳ ଗାନ୍ଧୀ ଦଳୀୟ ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ଅଗଷ୍ଟ ମାସରେ ସୋନିଆ ଗାନ୍ଧୀ ମଧ୍ୟବର୍ତ୍ତି ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ବିଭିିନ୍ନ କଂଗ୍ରେସ ଶାସିତ ଅଞ୍ଚଳରେ ଯେପରି ବିବାଦ ସୃଷ୍ଟି ହେଉଛି ସେଥିରେ ଦଳ ସମାଧାନ କରିବାରେ ବିଫଳ ହେଉଛି।

ତେବେ ନେତୃତ୍ବ ପରିବର୍ତ୍ତନର ଏକ ଚାପା ସ୍ବର ଉଠୁଥିବା ବେଳେ ରାହୁଳ ଗାନ୍ଧୀଙ୍କୁ ସଭାପତି କରିବା ପାଇଁ ଗୋଟିଏ ଗୋଷ୍ଠୀ ମଧ୍ୟ ଲବି ଆରମ୍ଭ କରିଦେଲେଣି। ମୁଖ୍ୟତଃ ଦଳର ଯୁବ ଗୋଷ୍ଠୀ ରାହୁଲଙ୍କ ସମର୍ଥନରେ ବାହାରି ପଡିଛନ୍ତି।

ତେବେ ଆସନ୍ତାକାଲି ବୈଠକ ନିଶ୍ଚିତ ଗୁରୁତ୍ବ ପୂର୍ଣ୍ଣ ଏବଂ ଏକ ବଡ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି ବୋଲି ସମୀକ୍ଷକମାନେ ଆଶଙ୍କା କରିଛନ୍ତି।

କଂଗ୍ରେସ କାର୍ଯ୍ୟକାରୀ ବୈଠକ ଟ ସୋନିଆ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.