Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗତ ୨୪ ଘଣ୍ଟାରେ ସର୍ବାଧିକ ୬୬ ହଜାର ୫୫୦ ରୋଗୀ ଆରୋଗ୍ୟ, ୨୪ ଲକ୍ଷକୁ ଅତିକ୍ରମ କଲା ଆରୋଗ୍ୟ ସଂଖ୍ୟା
ଜାତୀୟ ଖବର

ଗତ ୨୪ ଘଣ୍ଟାରେ ସର୍ବାଧିକ ୬୬ ହଜାର ୫୫୦ ରୋଗୀ ଆରୋଗ୍ୟ, ୨୪ ଲକ୍ଷକୁ ଅତିକ୍ରମ କଲା ଆରୋଗ୍ୟ ସଂଖ୍ୟା

August 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଯୋଗୁଁ ଏହି ଫଳାଫଳ ମିଳୁଛି। ଗୋଟିଏ ଦିନରେ ଦେଶର ସର୍ବାଧିକ ୬୬,୫୫୦ କୋଭିଡ-୧୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ରମଣାତ୍ମକ ଭାବରେ ପରୀକ୍ଷା, ସମ୍ପୁର୍ଣ୍ଣ ଚିହ୍ନଟ ଏବଂ ଫଳପ୍ରଦ ଚିକିତ୍ସା ନୀତି ଦ୍ଵାରା ମୋଟ ଆରୋଗ୍ୟ ସଂଖ୍ୟା ୨୪ ଲକ୍ଷ (୨୪,୦୪,୫୮୫) ଅତିକ୍ରମ କରିଛି।

ଏହାଦ୍ଵାରା ଭାରତରେ କୋଭିଡ ସଂକ୍ରମିତଙ୍କ ମଧ୍ୟରେ ସୁସ୍ଥତା ହାର ୭୬ ପ୍ରତିଶତ (୭୫.୯୨%)ରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ ୭,୦୪,୩୪୮ ସକ୍ରିୟ ରୋଗୀ ରହିଛନ୍ତି। ମୋଟ ଆରୋଗ୍ୟଙ୍କ ସଂଖ୍ୟା ଏହାଠାରୁ ୧୭ ଲକ୍ଷ ଅଧିକ ରହିଛି। ଆଜିସୁଦ୍ଧା ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାର ୩.୪୧ ଗୁଣ। ବିଗତ ୨୫ ଦିନ ମଧ୍ୟରେ ସୁସ୍ଥଙ୍କ ସଂଖ୍ୟାରେ ୧୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ହେତୁ ଦେଶରେ ସକ୍ରିୟ ମାମଲା ହ୍ରାସ ପାଇଛି।

ବର୍ତ୍ତମାନ ମୋଟ ସଂକ୍ରମିତ ରୋଗୀ ମାତ୍ର ୨୨.୨୪%ରେ ରହିଛି। କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵିତ ପ୍ରୟାସ ଫଳରେ ଅଧିକ ପରୀକ୍ଷଣ, ଉତ୍ତମ ନିରୀକ୍ଷଣ, ଆବଧାଞ୍ଚଳ ଘୋଷଣା ଏବଂ ଘରୋଇ ଏକାନ୍ତବାସ ସହିତ ଉନ୍ନତ ଭିତ୍ତିଭୂମି ଚିକିତ୍ସାଳୟରେ ପ୍ରଭାବଶାଳୀ ଚିକିତ୍ସା ଉପରେ ଅଧିକ ଧ୍ୟାନ ଦିଆଯାଇପାରୁଛି। ଏଗୁଡ଼ିକ ଉତ୍ସର୍ଗୀକୃତ କୋଭିଡ ସେବା କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ହସ୍ପିଟାଲରେ ଅନ୍ତର୍ଭୁକ୍ତ। ଏଭଳି ସ୍ଥାୟୀ ପଦକ୍ଷେପ ଦ୍ଵାରା ସାମୂହିକ ଫଳାଫଳ ପ୍ରାପ୍ତ ହେଉଛି। ଏହା ସହିତ କ୍ରମାଗତ ଭାବେ ହ୍ରାସ ପାଉଥିବା ମୃତ୍ୟୁ ହାର ଆଜି ୧.୮୪ ପ୍ରତିଶତରେ ରହିଛି।

IndiaFightsCorona
Share. Facebook Twitter LinkedIn Email WhatsApp Copy Link

Related Posts

ରେକର୍ଡ ସମୟରେ ୨ ହଜାର କୋଟିର ଯାତ୍ରୀ ରାଜସ୍ୱ ଆୟ କଲା ପୂର୍ବତଟ ରେଳପଥ 

January 28, 2026

ଭାରତ-ଇୟୁ ବାଣିଜ୍ୟ ଚୁକ୍ତିନାମା: ଭାରତକୁ ୨୦୪୭ ସୁଦ୍ଧା ସଶକ୍ତ କରିବ ‘ମଦର ଅଫ ଅଲ୍ ଡିଲ୍ସ’

January 28, 2026

ଦୁର୍ଘଟଣା ଥିଲା ନା ଷଡ଼ଯନ୍ତ୍ର?: ପୁତୁରାଙ୍କ ମୃତ୍ୟୁ ପରେ ଶରଦ ପାୱାରଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା

January 28, 2026

ଭାରତ-ୟୁରୋପୀୟ ସଂଘ ବ୍ୟବସାୟ ଫୋରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 28, 2026
Latest News

ରେକର୍ଡ ସମୟରେ ୨ ହଜାର କୋଟିର ଯାତ୍ରୀ ରାଜସ୍ୱ ଆୟ କଲା ପୂର୍ବତଟ ରେଳପଥ 

January 28, 2026

ଭାରତ-ଇୟୁ ବାଣିଜ୍ୟ ଚୁକ୍ତିନାମା: ଭାରତକୁ ୨୦୪୭ ସୁଦ୍ଧା ସଶକ୍ତ କରିବ ‘ମଦର ଅଫ ଅଲ୍ ଡିଲ୍ସ’

January 28, 2026

ଦୁର୍ଘଟଣା ଥିଲା ନା ଷଡ଼ଯନ୍ତ୍ର?: ପୁତୁରାଙ୍କ ମୃତ୍ୟୁ ପରେ ଶରଦ ପାୱାରଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା

January 28, 2026

ଭାରତ-ୟୁରୋପୀୟ ସଂଘ ବ୍ୟବସାୟ ଫୋରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 28, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ରାଙ୍କିଙ୍ଗରେ ବଡ ଉନ୍ନତି: ଅଭିଷେକ ଶର୍ମାଙ୍କୁ କ୍ଷତି

January 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.