Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»“ଦି କୁଇଣ୍ଟ” ଓ “ପୋଲ ଆଏଜ” ସର୍ବେକ୍ଷଣ ଅନୁଯାୟୀ ଓଡିଶାରେ ପୁଣିଥରେ ବିଜେଡ଼ିକୁ ମିଳିବ ବହୁମତ ; “ଟାଇମ୍ସ ନାଓ” ସର୍ବେକ୍ଷଣ ରେ ବିଜେପି ଆଗୁଆ
ବିଶେଷ ଖବର

“ଦି କୁଇଣ୍ଟ” ଓ “ପୋଲ ଆଏଜ” ସର୍ବେକ୍ଷଣ ଅନୁଯାୟୀ ଓଡିଶାରେ ପୁଣିଥରେ ବିଜେଡ଼ିକୁ ମିଳିବ ବହୁମତ ; “ଟାଇମ୍ସ ନାଓ” ସର୍ବେକ୍ଷଣ ରେ ବିଜେପି ଆଗୁଆ

March 20, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
BJD will get more

ସମୀକ୍ଷା ବ୍ୟୁରୋ

ଇତି ମଧ୍ୟରେ ଦୁଇଟି ସଂସ୍ଥାର ଜନମତ ସର୍ବେକ୍ଷଣ ପ୍ରକାଶ ପାଇଛି। ପ୍ରଥମ ସର୍ବେକ୍ଷଣ ଟାଇମ୍ସ ନାଓ ଟେଲିଭିଜନ ଓ ଭିଏମଆର କରିଥିବା ବେଳେ ଦ୍ଵିତୀୟ ସର୍ବେକ୍ଷଣ “ଦି କୁଇଣ୍ଟ” ଓ “ପୋଲ ଆଏଜ” କରିଛନ୍ତି। ଟାଇମ୍ସ ନାଓ ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଜନତା ପାର୍ଟିର ପକ୍ଷପାତ କରି ଆସୁଥିବାରୁ ଏହାର ସର୍ବେକ୍ଷଣକୁ ନେଇ ପ୍ରଶ୍ନ ଉଠିବା ସ୍ଵାଭାବିକ। ତେବେ ଓଡିଶାରେ ୨୧ଟି ଲୋକସଭା ଆସନରୁ ବିଜେପି ୧୪ ଓ ବିଜେଡି ୭ଟି ଆସନ ଜିତିବା ବୋଲି ଟାଇମ୍ସ ନାଓ କହିଛି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଏନଡିଏ କଷ୍ଟେ ମଷ୍ଟେ ୨୮୨ ଆସନ ପାଇ ସରକାର ଗଢିବ ବୋଲି ଏହା ଭବିଷ୍ୟବାଣୀ କରିଛି। ତେବେ ଟାଇମ୍ସ ନାଓ ର ସରକାର ସପକ୍ଷବାଦୀ ଆଭିମୁଖ୍ୟ ଓ ପୂର୍ବରୁ ଏହାର ଭବିଷ୍ୟବାଣୀ ପ୍ରାୟ ଭୁଲ ସାବ୍ୟସ୍ତ ହୋଇଥିବାରୁ ଏହାର ସର୍ବେକ୍ଷଣକୁ ସେତେ ଗୁରୁତ୍ଵ ଦିଆ ଯାଉନାହିଁ।

ଅନ୍ୟ ପକ୍ଷରେ ସ୍ଵାଧୀନ ଭାବରେ କାମ କରୁଥିବା ୱେବ ସାଇଟ ଦି କୁଇଣ୍ଟ ଓ ପୋଲ ଆଏଜ କରିଥିବା ସର୍ବେକ୍ଷଣରେ ଓଡିଶାରେ ପୁଣିଥରେ ବିଜେଡି ବାଜିମାତ କରିବ ବୋଲି ଭବିଷ୍ୟବାଣୀ କରିଛି। ସର୍ବେକ୍ଷଣରେ ୨୧ ଟି ଲୋକସଭା ଆସନରୁ ବିଜେଡି ୧୮, ବିଜେପି ୨ ଓ କଂଗ୍ରେସ ଗୋଟିଏ ଆସନରେ ଜିତି ପାରନ୍ତି ବୋଲି ଆକଳନ କରାଯାଇଛି। ନିର୍ବାଚନମଣ୍ଡଳୀ ସ୍ତରରେ ଭୋଟରଙ୍କ ମତକୁ ସମୀକ୍ଷା କରିବାକୁ ଏହି ସର୍ବେକ୍ଷଣରେ ଉଦ୍ୟମ କରାଯାଇଛି। ଅତି କମ ରେ ସାତୋଟି ଆସନରେ ଶାସକ ବିଜେଡି ବିରୋଧୀ ଦଳ ଗୁଡିକ ତରଫରୁ ତୀବ୍ର ଆହ୍ୱାନର ସମ୍ମୁଖୀନ ହୋଇପାରେ। ବିଜେଡି ପାଇଁ ସଙ୍କଟ ସୃଷ୍ଟି କରିବାକୁ ଥିବା ନିର୍ବାଚନମଣ୍ଡଳୀ ଭାବରେ ବରଗଡ, ମୟୂରଭଞ୍ଜ, ବାଲେଶ୍ଵର, ଯାଜପୁର, କଳାହାଣ୍ଡି, ବଲାଙ୍ଗୀର ଓ କେନ୍ଦ୍ରାପଡାକୁ ଚିହ୍ନିତ କରାଯାଇଛି। ଏହି ସର୍ବେକ୍ଷଣରେ ବିଜେଡ଼ିର ସୁଯୋଗ ଓ ସଙ୍କଟ ବିଷୟରେ ବିସ୍ତୃତ ଆଲୋଚନା ସହିତ ବିରୋଧୀ ଭୋଟ ର ବିଭାଜନ ହିଁ ବିଜେଡି ସଫଳତାର ମୁଖ୍ୟ କାରଣ ବୋଲି କୁହାଯାଉଛି।

ଟିକଟ ଆବଣ୍ଟନ ପରେ ବିଜେଡିରେ ଯେଉଁ ବିଦ୍ରୋହ ଦେଖାଦେଇଛି, ସେ ପ୍ରସଙ୍ଗରେ ମଧ୍ୟ ସର୍ବେକ୍ଷଣରେ କିଛିଟା ସୂଚନା ରହିଛି। ଏହି ସର୍ବେକ୍ଷଣ ମତରେ ବିଜେଡି ପାଇଁ ତିନୋଟି ମୂଳ ସମସ୍ୟା ହେଉଛି-

୧- ଦଳ ଭିତରେ ଅସନ୍ତୋଷ ଓ ବିଭାଜନ।

୨- ନିର୍ବାଚନ ପାଖାପାଖି ବିରୋଧୀ ଭୋଟର ଧୃବୀକରଣ

୩- ଲୋକସଭା ଓ ବିଧାନ ସଭା ଲାଗି ଭିନ୍ନ ମତଦାନ, ଅର୍ଥାତ କେନ୍ଦ୍ରରେ ମୋଦୀ ଓ ଓଡିଶାରେ ନବୀନ ପ୍ରସଙ୍ଗ।

“ସମୀକ୍ଷା” ର ମତ-

ଏହି ତିନୋଟି କାରଣ କୁ ନେଇ ଓଡିଶାରେ ଜନମତର ବିଶ୍ଳେଷଣ ପ୍ରାୟ ସମ୍ଭବ ନୁହେଁ। ନିର୍ବାଚନ ସମୟରେ ଟିକଟ ଆବଣ୍ଟନକୁ ନେଇ ବିଜେଡି ସମେତ ସବୁ ଦଳରେ ଅସନ୍ତୋଷ ରହିଥାଏ। ତେବେ ଏହି ଅସନ୍ତୋଷ ବିଭାଜନର ସ୍ତରକୁ ପହଞ୍ଚି ପାରିବ ନାହିଁ। ବିଜେଡି ନିଜର ପ୍ରଥମ ତାଲିକାରେ ୯ ରୁ ଆଠ ଜଣ ପୁରୁଣା ସାଂସଦଙ୍କୁ ଟିକଟ ଦେଇନାହିଁ। ନବରଙ୍ଗପୁର ସାଂସଦ ଇତି ମଧ୍ୟରେ ବିଜେପିରେ ଯୋଗ ଦେଇ ସାରିଥିବା ବେଳେ ଖୁବ ଶୀଘ୍ର କଳାହାଣ୍ଡି ସଦସ୍ୟ ଅର୍କକେଶରୀ ଦେଓ, କନ୍ଧମାଳ ସଦସ୍ୟ ପ୍ରତ୍ୟୁଷା ରାଜେଶ୍ଵରୀ ଦେବୀ ବିଜେପିରେ ଯୋଗ ଦେଇ ପାରନ୍ତି। ସେହିପରି ଉପକୂଳ ଓଡିଶାର ଟିକଟ ବଣ୍ଟନ ବେଳେ ଏ ସମସ୍ୟା ଅଧିକ ଉତ୍କଟ ହେବ। ଦଳର ବହୁ ପୁରୁଣା ବିଧାୟକ ଓ ସାଂସଦ ବିଜେଡି ଛାଡିପାରନ୍ତି।

ଏଠି ପ୍ରଶ୍ନ ଉଠୁଛି, ଯେଉଁମାନେ ଟିକଟ ନ ପାଇବାରୁ ବିଜେଡି ଛାଡୁଛନ୍ତି, ସେମାନେ ବିଜେଡ଼ିର କ୍ଷତି କରିପାରିବେ କି?  ବିଜେଡ଼ିର ଭିତିରି ସୂତ୍ର ଅନୁସାରେ ଯେତେ ଅସନ୍ତୁଷ୍ଟ ହେଲେ ବି ଦଳର ସମ୍ଭାବନାକୁ କ୍ଷୁଣ୍ଣ କଲା ଭଳି ଜଣେ ବି ଲୋକସଭା ସଦସ୍ୟ ବା ବିଧାୟକ ନାହାନ୍ତି। ଯେଉଁ ଲୋକସଭା ସଦସ୍ୟ ଓ ବିଧାୟକଙ୍କ ବିରୋଧରେ ଲୋକମତ ରହିଛି, ସେମାନଙ୍କୁ ହିଁ ଟିକଟରୁ ବଞ୍ଚିତ କରାଯାଉଛି। ସେମାନେ ଏକପ୍ରକାର ଉପେକ୍ଷିତ ଓ ଲୋକ ସମର୍ଥନରୁ ବଞ୍ଚିତ। ତେଣୁ ସେମାନେ ଯେଉଁ ଦଳକୁ ଗଲେ ବି ବିଜେଡ଼ିର ବିଶେଷ କ୍ଷତି ହେବନାହିଁ ବୋଲି ବିଜେଡି ଭାବୁଛି।

ତେବେ ବାସ୍ତବତା ଦୃଷ୍ଟିରୁ ଅଧିକ ପରିମାଣରେ ଦଳୀୟ ଅସନ୍ତୋଷ ବିଜେଡି ପ୍ରାର୍ଥୀଙ୍କ ଭୋଟକୁ ବିଭାଜିତ କରିପାରେ। ଅଧିକ ପରିମାଣରେ ଅସନ୍ତୁଷ୍ଟ ବିଜେଡି ନେତାମାନେ ଦଳ ପାଇଁ ପରାଜୟର କାରଣ ହେବାକୁ ଚେଷ୍ଟା କରିବେ। ବିଜେପି ର ନୂଆ ରଣନୀତି ହେଉଛି, ଅସନ୍ତୁଷ୍ଟ ବିଜେଡି ନେତାଙ୍କ ଜରିଆରେ ବିଜେଡ଼ିର ଭୋଟ ବିଭାଜନ। ଆଜି ପର୍ଯନ୍ତ ବିଜେପିର ଯାହା ବି ଅଗ୍ରଗତି ହୋଇଛି, ସେଥିରେ କଂଗ୍ରେସର ଭୋଟ ବିଜେପି ହାତକୁ ଆସିଛି। ଆଜି ମଧ୍ୟ ବିଜେପି ଭୋଟରେ ବିଜେପି ନିଜର ଭାଗ ବସାଇବାରେ ସଫଳ ହୋଇ ପାରିନାହିଁ। ତେଣୁ ବିଜେପି ଅସନ୍ତୁଷ୍ଟ ବିଜେଡି ନେତାଙ୍କ ଜରିଆରେ ଏହି ଭାଗ ନେବାର ଉଦ୍ୟମ କରିବ। କିନ୍ତୁ ସେହି ସମାନ ରଣନୀତିରେ ବିଜେଡି, କଂଗ୍ରେସ ଓ ବିଜେପି ଅସନ୍ତୁଷ୍ଟଙ୍କ ଉପରେ ନଜର ରଖିଛି। ବିଜେପି ଯେତେ ଅଧିକ ବିଜେଡି ଭୋଟ ଉପରେ ଆଖି ପକେଇବ, ତାଠୁ ଢେର ଅଧିକ ବିଜେପି ଓ କଂଗ୍ରେସର ଅଂଶ ବିଜେଡି ହାତକୁ ଆଣିବାର ରଣକୌଶଳ ବିଷୟରେ ମଧ୍ୟ ଚର୍ଚ୍ଚା ହେଉଛି।

ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଟିକଟ ବଣ୍ଟନ ପ୍ରକ୍ରିୟା ଶେଷ ହେବା ପରେ ରାଜନୈତିକ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି ଆମେ ଆଶା କରିବା। ଏବେ ଯାହା ସବୁ ସର୍ବେକ୍ଷଣ ରିପୋର୍ଟଆସୁଛି, ସେ ସବୁ କେବଳ ଅନ୍ଧାରରେ ବାଡିବୁଲା ବୋଲି କୁହାଯାଇପାରେ।

Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026
Latest News

ଜାତୀୟ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ ଶିବିର

March 17, 2026

ଇଗ୍ନୋର ନାମଲେଖା ଅବଧି ଚଳିତ ମାର୍ଚ୍ଚ ୩୦ କୁ ବୃଦ୍ଧି

March 17, 2026

ବିକାଶ ଓ ସଶକ୍ତୀକରଣ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱ ନେଇ ସୋଆ ବଦ୍ଧପରିକର: ଉପସଭାପତି ଶ୍ରୀମତି ଦାସ

March 17, 2026

ଭୁବନେଶ୍ୱରରେ ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ ୪ ଦିନିଆ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳା ଶୁଭାରମ୍ଭ

March 17, 2026

ଖଡ଼ଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡ଼ା ହାଇସ୍ପିଡ୍‌ କରିଡ଼ର ନେଇ ଉଚ୍ଚସ୍ତରୀୟ ବୈଠକ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.