Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସ୍ବାମୀଙ୍କ ନାଁରେ ଜାଲ ପାସପୋର୍ଟ କରି ପ୍ରେମିକ ସହ ବିଦେଶ ବୁଲିଲେ ମହିଳା, ହେଲେ ଧରାଇଦେଲା କରୋନା
ଜାତୀୟ ଖବର

ସ୍ବାମୀଙ୍କ ନାଁରେ ଜାଲ ପାସପୋର୍ଟ କରି ପ୍ରେମିକ ସହ ବିଦେଶ ବୁଲିଲେ ମହିଳା, ହେଲେ ଧରାଇଦେଲା କରୋନା

August 30, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସ୍ବାମୀଙ୍କ ନାଁରେ ଜାଲ ପାସପୋର୍ଟ କରି ପ୍ରେମିକ ସହ ବିଦେଶ ବୁଲିଲେ ମହିଳା, ହେଲେ ଧରାଇଦେଲା କରୋନା

ପିଲିଭିଟ (ଉତ୍ତରପ୍ରଦେଶ), ପ୍ରେମ ପାଇଁ ଏକ ବିଚିତ୍ର ଘଟଣା ଉତ୍ତର ପ୍ରଦେଶର ପିଲିଭିଟ ଅଞ୍ଚଳରେ ଘଟିଯାଇଛି। ଜଣେ ୩୬ ବର୍ଷିୟା ମହିଳା ତାଙ୍କ ସ୍ବାମୀଙ୍କ ନାମରେ ପ୍ରେମିକଙ୍କ ପାଇଁ ଏକ ଜାଲ ପାସପୋର୍ଟ କରି ଅଷ୍ଟ୍ରେଲିୟା ବୁଲି ଆସିଲେ ସିନା କେହି ଧରିପାରିଲେ ନାହିଁ। ହେଲେ ସ୍ବାମୀ ଘରକୁ ଫେରି ଦେଖିବା ପରେ ଜାଣିଲେ ଯେ, ତାଙ୍କ ସ୍ତ୍ରୀ ଅଷ୍ଟ୍ରେଲିଆ ଯାଇଛନ୍ତି। ସେ ଆଶ୍ଚର୍ଯ୍ୟ ହୋଇଗଲେ। ପରେ ଜାଣିଲେ ଯେ, ତାଙ୍କ ସ୍ତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ବିଦେଶ ଯାଇଛନ୍ତି। ପରେ ମହିଳାଙ୍କ ସ୍ବାମୀ ଥାନାରେ ଉଭୟଙ୍କ ନାମରେ ଏତାଲା ଦାୟର କରିଛନ୍ତି।

ତେବେ ଘଟଣାରୁ ଜଣାପଡିଛି ଯେ, ମହିଳାଙ୍କ ୪୬ ବର୍ଷର ସ୍ବାମୀ ମୁମ୍ବାଇରେ କାମ କରନ୍ତି। ସେ ବେଳେ ବେଳେ ତାଙ୍କ ସ୍ତ୍ରୀଙ୍କୁ ଦେଖିବା ପାଇଁ ନିଜ ଗାଁ ଦାମଗରୀକୁ ଆସନ୍ତି। ସେ ମୁମ୍ବାଇରେ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଗାଁ ରେ ଥିବା ଫାର୍ମ ହାଉସରେ ରୁହନ୍ତି। ସ୍ବାମୀ ଘରେ ରହୁ ନ ଥିବାର ସୁଯୋଗକୁ ହାତ ଛଡା କରି ନାହାଁନ୍ତି ତାଙ୍କ ସ୍ତ୍ରୀ। ସ୍ବାମୀଙ୍କ ଅନୁପସ୍ଥିତରେ ତାଙ୍କ ପ୍ରେମିକଙ୍କ ସହିତ ସଂପର୍କ ନିବିଡ କରାଇଛନ୍ତି। ସ୍ବାମୀଙ୍କ ଦୀର୍ଘ ଅନୁପସ୍ଥିତ ମହିଳା ଜଣଙ୍କ ପ୍ରେମିକ ସହିତ ଅନାୟସରେ ମିଳାମିଶା କରିବାକୁ ଲାଗିଲେ। ସ୍ମାମୀ ଦୀର୍ଘ ମାସ ଧରି ଘରୁ ଆସିବେ ନାହିଁ ବୋଲି ଯେତେବେଳେ ମହିଳା ଜଣକ ଜାଣିଲେ ସେତେବେଳେ ସେମାନେ ବିଦେଶ ବୁଲିବାକୁ ଯୋଜନା କଲେ।

ମହିଳା ଜଣଙ୍କ ସ୍ବାମୀଙ୍କ ନାମରେ ଥିବା ବିଭିନ୍ନ କାଗଜପତ୍ର ପ୍ରେମିକକୁ ଦେଇ ଏକ ପାସପୋର୍ଟ ହାସଲ କରିବାରେ ସକ୍ଷମ ହେଲେ। ତାଙ୍କ ସ୍ବାମୀ ମାର୍ଚ୍ଚ ପରେ ଆସୁଥିବାରୁ ସେମାନେ ଜାଣିବା ପରେ ଜାନୁୟାରୀରେ ବିଦେଶ ଯାଇ ମାର୍ଚ୍ଚରେ ଫେରି ଆସିବାର ଯୋଜନା କରି ବିଦେଶ ପଳାଇଲେ। ହେଲେ କରୋନା ତାଙ୍କ ଯୋଜନାକୁ ସବୁ ପଣ୍ଡ କରିଦେଲା। ଲକ ଡାଉନ ଯୋଗୁଁ ସେମାନେ ମାର୍ଚ୍ଚରେ ନ ଫେରି ଅଗଷ୍ଟ ୨୪ରେ ଫେରିବାକୁ ବାଧ୍ୟ ହେଲେ। ହେଲେ ଇତି ମଧ୍ୟରେ ତାଙ୍କ ସ୍ବାମୀ ମେ ମାସରେ ଘରକୁ ଆସି ଜାଣିବାକୁ ପାଇଲେ ତାଙ୍କ ସ୍ତ୍ରୀ ବିଦେଶ ଯାଇଛନ୍ତି। ପରେ ସ୍ପଷ୍ଟ ହେଲେ ଯେ ତାଙ୍କ ସ୍ତ୍ରୀ ତାଙ୍କର ପୁରୁଷ ବନ୍ଧୁ ସନ୍ଦିପଙ୍କ ସହିତ ଏହି ବିଦେଶ ଗସ୍ତ କରିଛନ୍ତି।

ତେବେ ତାଙ୍କର ସନ୍ଦେହ ଘନିଭୂତ ହେଲା ପାସପୋର୍ଟ ନେଇ। କାରଣ ସେ ପାସପୋର୍ଟ ଆବେଦନ କରିବା ପାଇଁ ସବୁ କାଗଜପତ୍ର ଯୋଗାଡ କରି ରଖିଥିଲେ। ହେଲେ ସେହି କାଗଜପତ୍ର ଘରେ ନ ଥିଲା। ସେ ତୁରନ୍ତ ପାସପୋର୍ଟ ଅଫିସରେ ଯାଞ୍ଚ କରିବା ପରେ ଜାଣିବାକୁ ପାଇଲେ ଯେ, ତାଙ୍କ ନାମରେ ଗତ ବର୍ଷ ଫେବୃୟାରୀରେ ଏକ ପାସପୋର୍ଟ ଜାରୀ କରାଯାଇଛି। ଏହା ପରେ ସେ ସ୍ଥାନୀୟ ଥାନାରେ ଏକ ଏଫଆଇଆର ନିଜ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକଙ୍କ ନାମରେ କରିଛନ୍ତି।

ଅଭିଯୋଗକାରୀ ସ୍ବାମୀ ତାଙ୍କ ଅଭିଯୋଗରେ ଯାହା ଲେଖିଛନ୍ତି ତାହା ହେଲା..

“ମୁଁ ଯେତେବେଳେ ମେ ୧୮ ରେ ପିଲିଭିଟ୍ କୁ ଫେରିଥିଲି, ସେତେବେଳେ ମୋ ପତ୍ନୀ ଘରେ ନଥିଲେ। ମୁଁ ସନ୍ଦୀପଙ୍କ ପରିବାରରୁ ଜାଣିଥିଲି ଯେ ଉଭୟ ଅଷ୍ଟ୍ରେଲିଆ ଯାଇଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ମୋ ନାମରେ ପାସପୋର୍ଟ ପାଇବା ପାଇଁ ସନ୍ଦୀପ ଡକ୍ୟୁମେଣ୍ଟ ଜାଲିଆତି କରିଛନ୍ତି କି ନାହିଁ ଜାଣିବା ପାଇଁ ମୁଁ ଉଦ୍ଦେଶ୍ୟ ମୂଳକ ଭାବେ ଅଗଷ୍ଟ ୨୪ ରେ ବରେଲି ପାସପୋର୍ଟ କାର୍ଯ୍ୟାଳୟରେ ପାସପୋର୍ଟ ପାଇଁ ଆବେଦନ କରିଥିଲି। ମୋର ସନ୍ଦେହ ପାସପୋର୍ଟ କର୍ତ୍ତୃପକ୍ଷଙ୍କ ଦ୍ବାରା ଜଣା ପଡିଥିଲା ​​ଯେ ଫେବୃଆରୀ ୨, ୨୦୧୯ ରେ ମୋ ନାମରେ ଏକ ପାସପୋର୍ଟ ଜାରି ହୋଇଛି।

ଅଭିଯୋଗକାରୀ ଏଫଆଇଆର ରେ ନିଜ ସ୍ତ୍ରୀଙ୍କ ନାମରେ ଅନ୍ୟ ସହିତ ଅବୈଧ ସଂପର୍କ ଏବଂ ତାଙ୍କ ପ୍ରେମିକଙ୍କ ନାମରେ ଜାଲ ପାସପୋର୍ଟ ପ୍ରସ୍ତୁତ ନେଇ ମାମଲା କରିଛନ୍ତି। ଏକାଧିକ ସ୍ତରରେ ପରିଚୟ ପତ୍ର ଯାଞ୍ଚ ସତ୍ବେ ଅଭିଯୋଗକାରୀଙ୍କ ନାମରେ ପାସପୋର୍ଟ କିପରି ପ୍ରଦାନ କରାଗଲା ସେ ନେଇ ପୋଲିସ ଆଶ୍ଚଯ୍ୟ ହୋଇଯାଇଛି।

ସାଧାରଣରେ ଆଲୋଚନା ହେଉଛି ଯଦି କରୋନା ପାଇଁ ସଟ ଡାଉନ ହୋଇ ନ ଥାଆନ୍ତା ତେବେ ଉଭୟ ବିଦେଶ ବୁଲି ଘରକୁ ସୁନାପିଲା ପରି ଫେରିଆସି ଥାଆନ୍ତେ। ହେଲେ ବିମାନ ଚଳାଚଳ ବନ୍ଦ ହେବା ଯୋଗୁଁ ଉଭୟଙ୍କ ଯୋଜନା ଧରା ପଡି ଯାଇଥିଲା।

 

Share. Facebook Twitter LinkedIn Email WhatsApp Copy Link

Related Posts

ରବିନ୍ଦ୍ର ଜାଡେଜା କାହିଁକି ୪ କୋଟି  କମରେ CSK ଛାଡିଲେ?: କାରଣ ବଖାଣିଲେ ପୂର୍ବତନ କ୍ରିକେଟର 

November 17, 2025

ବିହାର ପାଇଁ କ୍ୟାବିନେଟ ଫର୍ମୁଲା ସ୍ଥିର, ନୀତିଶ ହେବେ ମୁଖ୍ୟମନ୍ତ୍ରୀ, ବିଜେପି ପାଇବ ଦୁଇ ଉପମୁଖ୍ୟମନ୍ତ୍ରୀ!

November 17, 2025

Fixed Deposit Rate: ଆପଣ ଟଙ୍କା ଫିକ୍ସିଡ୍ ଡିପୋଜିଟ କରିବେ କି ? ଜାଣନ୍ତୁ କିଏ ଦେବ ଅଧିକ ସୁଧ

November 17, 2025

ଗୋଆରେ ଦୃଢ଼ ବିଶ୍ୱସ୍ତରୀୟ ସହ-ପ୍ରଯୋଜନା ବଜାର ଉପସ୍ଥାପନ କରିବ ୱେଭ୍ସ ଫିଲ୍ମ ବଜାର

November 17, 2025
Latest News

ତୃତୀୟ ସର୍ବ ଭାରତୀୟ କ୍ରିକେଟ ଚାମ୍ପିୟନସିପ୍: ଚମ୍ପିଆନ ଟିମକୁ ଟ୍ରଫି ପ୍ରଦାନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

November 17, 2025

ଭାରତ-ଆମେରିକା ମଧ୍ୟରେ ଏଲପିଜି ଚୁକ୍ତିନାମା

November 17, 2025

ରବିନ୍ଦ୍ର ଜାଡେଜା କାହିଁକି ୪ କୋଟି  କମରେ CSK ଛାଡିଲେ?: କାରଣ ବଖାଣିଲେ ପୂର୍ବତନ କ୍ରିକେଟର 

November 17, 2025

ସାଉଦି ଆରବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪୨ ଭାରତୀୟଙ୍କ ମୃତ୍ୟୁ ଆଶଙ୍କା

November 17, 2025

ବିହାର ପାଇଁ କ୍ୟାବିନେଟ ଫର୍ମୁଲା ସ୍ଥିର, ନୀତିଶ ହେବେ ମୁଖ୍ୟମନ୍ତ୍ରୀ, ବିଜେପି ପାଇବ ଦୁଇ ଉପମୁଖ୍ୟମନ୍ତ୍ରୀ!

November 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.