Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୋମାରେ ଭାରତର ଅର୍ଥନୀତି, ମାଇନସ ୨୩.୯% ଅଭିବୃଦ୍ଧିର କରାଳ ବାସ୍ତବତା
ବିଶେଷ ଖବର

କୋମାରେ ଭାରତର ଅର୍ଥନୀତି, ମାଇନସ ୨୩.୯% ଅଭିବୃଦ୍ଧିର କରାଳ ବାସ୍ତବତା

September 1, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଦୁଇ ମାସର ସଂପୂର୍ଣ୍ଣ ଲକ ଡାଉନ ପରେ ଭାରତର ଅର୍ଥନୀତି ଯେ ଖରାପ ପ୍ରଦର୍ଶନ କରିବ, ଏକଥା ସମସ୍ତେ ଜାଣିଥିଲେ। ତେବେ ଏପ୍ରିଲ ରୁ ଜୁନ, ଏହି ତିନି ମାସ ଭିତରେ ଦେଶର ଅର୍ଥନୀତି ଯେ ଏଇ ସ୍ତରକୁ ଖସିବ, ଏକଥା କେହି କଳ୍ପନା କରି ନଥିଲେ। ଦେଶର ପ୍ରାୟ ଅର୍ଥନୈତିକ ସଂସ୍ଥା ଓ ବିଶେଷଜ୍ଞ ଏହି ତିନିମାସରେ ଆମର ଅଭିବୃଦ୍ଧି ଅତି ବେଶୀରେ ମାଇନସ ୫/୬% ହୋଇପାରେ ବୋଲି କହୁଥିଲେ। ପରେ ଏହି ସଂଖ୍ୟା ବଢିଥିଲା। ଅତିବେଶିରେ ଆମର ଅଭିବୃଦ୍ଧି ମାଇନସ ୧୫-୧୮% ହେବ ବୋଲି କୁହା ଯାଉଥିଲା। ତେବେ ଗତକାଲି ସନ୍ଧ୍ୟାରେ ଯେଉଁ ସରକାରୀ ତଥ୍ୟ ଆସିଲା, ସେଥିରୁ ଜଣା ପଡିଲା ଯେ ଦେଶର ଅଭିବୃଦ୍ଧି ମାଇନସ ୨୩.୯% କୁ ଖସି ଆସିଛି। ଗତ ବର୍ଷ ଏହି ସମୟରେ(ଏପ୍ରିଲ-ଜୁନ-୨୦୧୯) ଆମ ଜିଡିପିର ମୂଲ୍ୟ ୩୫.୩୫କୋଟି ଟଙ୍କା ହୋଇଥିବା ବେଳେ ଏ ବର୍ଷ ତାହା ୨୬.୯୦ ଲକ୍ଷ କୋଟିକୁ ଖସି ଆସିଛି। ଯଦିଓ ବିମୂଦ୍ରାକରଣ ପରଠୁ ଆମର ଅଭିବୃଦ୍ଧି କମିବା ଆରମ୍ଭ କରିଥିଲା, ତଥାପି ଗତ ବର୍ଷ ଏହି ସମୟରେ ଆମର ଅଭିବୃଦ୍ଧି ୫.୨% ରହିଥିଲା। ପରବର୍ତ୍ତୀ ତିନୋଟି ପର୍ୟାୟରେ ଆମର ଅଭିବୃଦ୍ଧି ୪.୪, ୪.୧ ଏବଂ ୩.୧% କୁ ଖସି ଆସିଥିଲା। ଏକଦା ଅର୍ଥନୀତିରେ ଏସିଆର ସିଂହ ବୋଲି ସମ୍ମାନ ପାଉଥିବା ଭାରତର ଅର୍ଥନୀତି କରୋନା ମହାମାରୀ ଆଗରୁ ବୁଡିବା ଆରମ୍ଭ କରିଥିଲା।

ଆଜି ଅର୍ଥନୀତିର ଦୁରବସ୍ଥାକୁ ଆମେ ଏକ ସାଧାରଣ ସଙ୍କଟ ବୋଲି କହିପାରିବା ନାହିଁ। କରୋନା ସଂକ୍ରମଣ ଓ ଦୀର୍ଘକାଳୀନ ଲକ ଡାଉନ ଆମ ଅର୍ଥନୀତିକୁ ଏକ ପ୍ରକାର କୋମାକୁ ନେଇ ଯାଇଛି। କୃଷି କ୍ଷେତ୍ରକୁ ବାଦ ଦେଲେ ଦେଶର ଅନ୍ୟ କୌଣସି କ୍ଷେତ୍ର ନାହିଁ, ଯେଉଁଠି କିଛି ଆଶାର କିରଣ ଆମେ ଦେଖିପାରିବା। ଅର୍ଥାତ ଦେଶର ଅର୍ଥନୀତିକୁ ଚଳାଇ ରଖୁଥିବା ଦେଶର ସବୁ ବ୍ୟବସ୍ଥା କ୍ଷତିରେ ଚାଲିଛି। କେବଳ କ୍ଷତିରେ ନୁହଁ, ଏକପ୍ରକାର ପଙ୍ଗୁ ଅବସ୍ଥାକୁ ଚାଲି ଆସିଛି। କୃଷି କ୍ଷେତ୍ରରେ କେବଳ ୩.୪% ଅଭିବୃଦ୍ଧିକୁ ବାଦ ଦେଲେ ବାକି ସବୁ କ୍ଷେତ୍ରରେ ଆମର ସ୍ଥିତି ଅତ୍ୟନ୍ତ ଦୟନୀୟ। ଏହି ସମୟରେ ଖଣି ଓ ଖଣିଜ କ୍ଷେତ୍ରରେ -୨୩.୩, ଉତ୍ପାଦନ ବା ମାନ୍ୟୁଫେକ୍ଚରିଙ୍ଗ କ୍ଷେତ୍ରରେ -୩୯.୩, ଶକ୍ତି ଓ ଅନ୍ୟାନ୍ୟ ସେବା କ୍ଷେତ୍ରରେ -୭, ନିର୍ମାଣ କ୍ଷେତ୍ରରେ -୫୦.୩, ପରିବହନ, ଯୋଗାଯୋଗ, ହୋଟେଲ ଇତ୍ୟାଦି କ୍ଷେତ୍ରରେ -୪୯ ର କ୍ଷତି, ଆମର ଆର୍ଥିକ ସ୍ଥିତିକୁ ସ୍ପଷ୍ଟ କରିଛି।

ଏହି ତିନିମାସ ସମୟ ଭିତରେ ଆମେ ଆମ ଜାତୀୟ ସମ୍ପତ୍ତିର ୧୩ ଲକ୍ଷ କୋଟି ଟଙ୍କା ହରାଇଛୁ। କରୋନା ସଂକ୍ରମଣ ରୋକିବା ଆମ ସମୟର ଏକ ବଡ ଆହ୍ଵାନ, ହେଲେ ସେହି ଆହ୍ଵାନକୁ ଆମେ ଅନ୍ଧ ଭାବରେ ପରିଚାଳନା କରିଛୁ। ସରକାରୀ ସୂଚନାରେ ଯେଉଁ କ୍ଷତି ର ଆକଳନ ଦିଆ ଯାଇଛି, ତାହା ଉପରେ ମଧ୍ୟ ସନ୍ଦେହ ରହିଛି। ଅନେକ କ୍ଷେତ୍ରରେ ପୂରା ୧୦୦% ମାଇନସ ଅଭିବୃଦ୍ଧି ହୋଇଥାଇପାରେ। କେବଳ ସରକାରୀ କ୍ଷେତ୍ରକୁ ବାଦ ଦେଲେ ଅନ୍ୟ କୌଣସି କ୍ଷେତ୍ରରେ ଏବେ ଆଗକୁ ବଢିବାର ସମ୍ଭାବନା ନାହିଁ। ଦେଶର ଅର୍ଥନୈତିକ ବଜାରରେ ଚାହିଦା ଓ ଯୋଗାଣ (ଡିମାଣ୍ଡ ଆଣ୍ଡ ସପ୍ଲାଇ) ଏକ ପ୍ରକାର ନିମ୍ନଗାମୀ ଅବସ୍ଥାରେ ରହିଛି।

ଆଜିର ସ୍ଥିତିରେ ଆମେ କେତେ ଖରାପ ସ୍ଥିତିରେ ଅଛୁ, ତାହା ଜାଣିବା ବା ତାକୁ ନେଇ ଭାବି ହେବାରେ ଆଉ କିଛି ଅଧିକ ହେବାର ନାହିଁ। ମାଇନସ ଅଭିବୃଦ୍ଧିରୁ ପୋଜିଟିଭ ଅଭିବୃଦ୍ଧିକୁ ଆମେ ଆସି ପାରିବା କି? ଅନେକ ଅର୍ଥନୀତିଜ୍ଞ କହୁଥିଲେ, ଲକ ଡାଉନ ପରେ ଆମର ଅର୍ଥନୀତି ପୂର୍ବାବସ୍ଥାକୁ ତୁରନ୍ତ ଫେରି ଆସିବ। ଅର୍ଥନୀତିର ଗତିରୋଧ ଥରେ ଘଟିଲେ ତାର ସ୍ଵାଭାବିକ ଗତି ଫେରି ପାଇବା ସହଜ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୂଦ୍ରାକରଣ ମାଧ୍ୟମରେ ଆମ ଅର୍ଥନୀତିର ସ୍ଵାଭାବିକ ଗତିକୁ ଅଟକ ରଖିବା ପରେ, ଅର୍ଥନୀତିର ଗତି ତଳକୁ ତଳକୁ ହୋଇ ଚାଲିଛି। ବିଭିନ୍ନ ବାହାନାରେ ସରକାର ଅର୍ଥନୀତିର ଏହି ବାସ୍ତବତାକୁ ଅସ୍ଵୀକାର କରିବାର ଚେଷ୍ଟା କରିଛନ୍ତି।

ଆଜ୍ୟ ପାଇଁ ବଡ ପ୍ରଶ୍ନ ହେଉଛି, ଏହି ଆର୍ଥିକ ଭେଣ୍ଟିଲେଟରରେ ଆମକୁ କେତେଦିନ ରହିବାକୁ ପଡିବ? ନକାରାତ୍ମକ ଅଭିବୃଦ୍ଧିର ଫଳ ସ୍ଵରୂପ ଆଗକୁ ଆହୁରି ଚାକିରି ଚାଲିଯିବ, ବଜାରରେ କିଣାବିକା ମାନ୍ଦା ରହିବ ଓ ଅନେକ ବ୍ୟବସାୟ ବନ୍ଦ ହୋଇଯିବ। ଅର୍ଥନୀତିର ସୁଧାର ଲାଗି ଆସନ୍ତା ୯ ମାସ କେନ୍ଦ୍ର ସରକାର ଲୋକଙ୍କ ହାତକୁ ଅତି କମରେ ୧୩ ଲକ୍ଷ କୋଟି ଟଙ୍କା ଦେଇ ପାରିବେ କି? କରୋନା ପ୍ୟାକେଜ ନାଁରେ ସରକାର ଯେଉଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ, ତାହା କେବଳ ଋଣ ଆକାରରେ ଏକ ପ୍ରତିଶ୍ରୁତି ଥିଲା। ଏ ପ୍ରକାର ଫମ୍ପା ପ୍ୟାକେଜରେ ଅର୍ଥନୀତି କୋମାରୁ ଉଠି ପାରିବ ନାହିଁ। ଲୋକଙ୍କ ହାତକୁ ପଇସା ଦେଲେ ଯାଇ ପରିସ୍ଥିତି ସୁଧୁରିବ।

ହେଲେ ସରକାର ପଇସା ଦେବେ କେଉଁଠୁ? ଅର୍ଥମନ୍ତ୍ରୀ ସଂସଦରେ ଯେଉଁ ବଜେଟ ଉପସ୍ଥାପନ କରିଥିଲେ, ତାହା ଆଜି ମୂଲ୍ୟହୀନ। ଏବେ ବଜେଟକୁ ଆଉ ଥରେ ନୂଆ ଉପସ୍ଥାପନ କରିବାକୁ ପଡିବ। ରିଜର୍ଭ ବ୍ୟାଙ୍କ ପାଖରେ ଆମର ଯେତିକି ଗଚ୍ଛିତ ଅର୍ଥ ରହିବା କଥା, ତାକୁ ମୋଦୀ ସରକାର ଗତ ଦୁଇ ବର୍ଷରେ ଖାଲି କରି ଦେଇଛନ୍ତି। ତା ହେଲେ ଏଇ ସଙ୍କଟରୁ ମୁକୁଳିବା ପାଇଁ ଅର୍ଥ ଆସିବ କେଉଁଠୁ? ଆଗକୁ ଆମେ ପୁଣି ଋଣ କରିବା। ଧନୀ ଓ ପୁଞ୍ଜିପତିଙ୍କ ଉପରେ ସମ୍ପତ୍ତି ଟିକସ ବସାଇବା ଏକ ବିକଳ୍ପ ହୋଇପାରେ। ହେଲେ ଆଜିର ସରକାର ସେ କଥା କରିବାର କୌଣସି ସମ୍ଭାବନା ନାହିଁ।

ଏପ୍ରିଲ-ଜୁନ ର ଯେଉଁ ଋଣାତ୍ମକ ମା ମାଇନସ ଅଭିବୃଦ୍ଧି ରହିଛି, ତାହା ଜୁଲାଇ-ସେପ୍ଟେମ୍ବର ଏବଂ ଅକ୍ଟୋବର-ଡିସେମ୍ବର ରେ ମଧ୍ୟ ଅବ୍ୟାହତ ରହିବ। କରୋନା ସଂକ୍ରମଣ ଆଜି ମଧ୍ୟ ଦେଶର ଏକ ବଡ ଅଂଶରେ ଅର୍ଥନୈତିକ ଗତିବିଧିକୁ ଅଟକ ରଖିଛି। ପରିବହନ ବ୍ୟବସ୍ଥା ଏବଂ ଉତ୍ପାଦନ ପ୍ରକ୍ରିୟା ଆଜି ମଧ୍ୟ ସାଧାରଣ ଅବସ୍ଥାକୁ ଆସିନାହିଁ ।

ଅର୍ଥନୈତିକ କୋମାର ଏହି କରାଳ ସ୍ଥିତି ଆଗାମୀ ଦିନରେ ଆମକୁ ଅଧିକ ବେକାର ଓ ଅଧିକ ଦରିଦ୍ର ହେବାକୁ ବାଧ୍ୟ କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026
Latest News

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026

୭୦ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.