Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନାରେ ପ୍ରାୟ ସତୁରୀ ହଜାର ମୃତ୍ୟୁ ଓ ଦୈନିକ ଅଶୀ ହଜାରରୁ ଅଧିକ ଆକ୍ରାନ୍ତ, ଆମେ ଏକ ଅନ୍ଧକୂପରେ ପଡି ଯାଇଛୁ କି?  
ବିଶେଷ ଖବର

କରୋନାରେ ପ୍ରାୟ ସତୁରୀ ହଜାର ମୃତ୍ୟୁ ଓ ଦୈନିକ ଅଶୀ ହଜାରରୁ ଅଧିକ ଆକ୍ରାନ୍ତ, ଆମେ ଏକ ଅନ୍ଧକୂପରେ ପଡି ଯାଇଛୁ କି?  

September 4, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଉ ଦିନେ କି ଦୁଇ ଦିନରେ  ଭାରତରେ କରୋନା ଜନିତ ମୃତ୍ୟୁ ୭୦ ହଜାରରେ ପହଞ୍ଚିବ।  ସତୁରୀ ହଜାର- ଇଏ କେବଳ ଏକ ସଂଖ୍ୟା। ସରକାରୀ ଖାତାରେ ଏମାନେ କେବଳ ଗୋଟେ ଗୋଟେ ସଂଖ୍ୟା ବାଚକ। ଗୋଟେ ମହାମାରୀ ୭୦ ହଜାର ପରିବାରକୁ ତଳି ତଳାନ୍ତ କରି ଦେଇଛି। ତେବେ ୭୦ ହଜାର ଚୂଡାନ୍ତ ସଂଖ୍ୟା ନୁହେଁ। ସରକାର କହୁଛନ୍ତି, ଆମର ମୃତ୍ୟୁ ହାର କମ। ଗତକାଲି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଲେ ପ୍ରତି ଦଶ ଲକ୍ଷ ଲୋକରେ ଆମର ମୃତ୍ୟୁ ସଂଖ୍ୟା ୪୯, ଯାହାକି ପୃଥିବୀରେ ସବୁଠୁ କମ। ସରକାରୀ ତଥ୍ୟ ରଖିଲା ବେଳେ ଆମର ବରିଷ୍ଠ ଅଧିକାରୀମାନେ ଏତେ ଦାୟିତ୍ଵହୀନ ବ୍ୟବହାର ପ୍ରଦର୍ଶନ କରୁଛନ୍ତି କେମିତି? ଆମର କରୋନା ଜନିତ ମୃତ୍ୟୁ ସଂଖ୍ୟା ପୃଥିବୀର ସବୁଦେଶ ତୁଳନାରେ ସବୁଠୁ ସତରେ କମ କି? ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ, ଜନ ହପକିନ୍ସ ବିଶ୍ଵ ବିଦ୍ୟାଳୟ ଏବଂ ୱାର୍ଲ୍ଡ ମିଟର ର ତଥ୍ୟ ଅନୁଯାୟୀ ଭାରତର ମୃତ୍ୟୁ ସଂଖ୍ୟା ପୃଥିବୀର ସବୁଠୁ କମ ଆଦୌ ନୁହେଁ। ଭାରତରେ ପ୍ରତି ଦଶ ଲକ୍ଷ ଲୋକରେ ୪୯ ଜଣ ମୃତ୍ୟୁ ବରଣ କରୁଥିବା ବେଳେ ଆମ ପଡୋଶୀ ବାଂଲାଦେଶ ରେ ଏହା ପ୍ରତି ଦଶ ଲକ୍ଷରେ ୨୭ ଜଣ, ପାକିସ୍ତାନରେ ୨୯ ଜଣ, ଚୀନରେ ୩ ଜଣ, ନେପାଳରେ ୯ ଜଣ, ଭୂଟାନରେ ୦, ବର୍ମାରେ ୦.୧, ଶ୍ରୀଲଙ୍କାରେ ୦.୬ ଓ ଆଫଗାନିସ୍ତାନ ରେ ୩୬ଜଣ ଲୋକ କୋଭିଡ କାରଣରୁ ମୃତ୍ୟୁ ବରଣ କରୁଛନ୍ତି। ତା ହେଲେ ସ୍ଵାସ୍ଥ୍ୟ ବିଭାଗ ଏମିତି ଭୁଲ ତଥ୍ୟ ରଖୁଛନ୍ତି କାହିଁକି?

ତେବେ ସରକାରକୁ କହିବ କିଏ ଯେ, ୧୦୦ ରୁ ଅଧିକ ଦେଶରେ ମୃତ୍ୟୁହାର ଆମଠୁ ମଧ୍ୟ କମ। ଭୁଟାନରେ ଜଣେ ବି ଲୋକ କରୋନା ରେ ମୃତ୍ୟୁ ବରଣ କରି ନାହାନ୍ତି। ଦକ୍ଷିଣ କୋରିଆରେ ଏହି ଭୂତାଣୁକୁ ସେମାନେ ସହଜରେ ଆୟତ୍ତ କରିପାରିଥିଲେ, ଯେତେବେଳେ କି ଏହି ଭୂତାଣୁ ବିଷୟରେ କାହାକୁ କିଛି ଜଣା ନଥିଲା। ଆମ ପଡୋଶୀ ପାକିସ୍ତାନରେ ଜୁନ ମାସ ବେଳକୁ ଦୈନିକ ୬୦୦୦ରୁ ଅଧିକ କରୋନା ଆକ୍ରାନ୍ତ ବାହାରୁଥିଲେ। ଏବେ ତାହା ୩୦୦/୪୦୦ କୁ ଖସି ଆସିଛି। ଆମର ଲୋକ ମରି ଚାଲିଛନ୍ତି ଓ ସେଥିରେ ଅଙ୍କୁଶ ଲାଗିବାର କୌଣସି ସମ୍ଭାବନା ଦିଶୁନାହିଁ।ଆମେ ନିଜକୁ ସଫଳ ବୋଲି ଦେଖାଇବାକୁ ଆମେରିକା ଓ ବ୍ରାଜିଲ ସହିତ ନିଜକୁ ତୁଳନା କରୁଛୁ। ଆମେରିକାରେ ପ୍ରତି ଦଶ ଲକ୍ଷ ଲୋକରେ ୫୭୪, ବ୍ରାଜିଲରେ ୫୮୨, ପେରୁରେ ୮୮୫, ସ୍ପେନ ରେ ୬୨୪ ଜଣ ଲୋକ ମରୁଛନ୍ତି।ଆମେ ସବୁଠୁ ଖରାପ ପ୍ରଦର୍ଶନ କରୁଥିବା ଦେଶ ସହିତ ନିଜକୁ ତୁଳନା କରି ବାହାବା ନେବାକୁ ଚାହୁଁଛେ କି?

ଏବେ ତ ଗଣମାଧ୍ୟମରେ କରୋନାକୁ ନେଇ ଆଲୋଚନା ପ୍ରାୟ ବନ୍ଦ ହୋଇଗଲାଣି। ଏପ୍ରିଲ ମାସରେ ଯେତେବେଳେ ଦିନକୁ ହଜାରେ ଆକ୍ରାନ୍ତ ବାହାରୁଥିଲେ, ସେତେବେଳେ ଆମେ ହାହାକାର କରୁଥିଲେ। ଏ ସଂଖ୍ୟା ଏବେ ଦୈନିକ ହାରାହାରି ଅଶୀ ହଜାର। ସେତେବେଳକୁ ସବୁକିଛି ଚୁପ। ବର୍ତ୍ତମାନ ପୃଥିବୀର ସବୁଠୁ ଅଧିକ ଆକ୍ରାନ୍ତ ଓ ମୃତ ଆମ ଦେଶରୁ ବାହାରୁଛନ୍ତି। ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠି କରୋନା ଗ୍ରାଫ ରେ ଅବନତି ଦେଖିବାକୁ ମିଳୁନି।

ସରକାରର ବଡ ବଡ ମନ୍ତ୍ରୀ, ଅଧ ଡଜନରରୁ ଅଧିକ ମୁଖ୍ୟମନ୍ତ୍ରୀ ଏବେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଖୋଦ ଗୃହମନ୍ତ୍ରୀ କରୋନା କବଳରେ ପଡି ଏଯାଏ ସ୍ଵାଭାବିକ ସ୍ଥିତି କୁ ଆସି ନାହାନ୍ତି। ଗଣମାଧ୍ୟମର ଏ ସବୁ ପ୍ରସଙ୍ଗ ନୁହେଁ। କରୋନା କାରଣରୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ପ୍ରତି ଏବେ କୌଣସି ଦାୟିତ୍ଵବୋଧ ବା ସହାନୁଭୁତି କାହା ପାଖରେ ଦେଖିବାକୁ ମିଲୁନି।

ଏକ କୃର ବାସ୍ତବତାକୁ ଚପାଇଦେବାକୁ ସରକାର, ଅଦାଲତ, ବିଧାନପାଳିକା ଓ ଗଣମାଧ୍ୟମ, ସମ୍ମିଳିତ ଉଦ୍ୟମ କରିଛନ୍ତି। କୌଣସି ରାଜନୈତିକ ଦଳ ଆଜିର ସମୟରେ ଏତେ ଲୋକଙ୍କ ମୃତ୍ୟୁ ଲାଗି କିଏ ଉତ୍ତରଦାୟୀ ବୋଲି ପ୍ରଶ୍ନ ପଚାରୁନାହାନ୍ତି। ଦେଶର ସର୍ବୋଚ୍ଚ ବିଧାନ ପାଳିକା ସଂସଦର ବର୍ଷାକାଳୀନ ଅଧିବେଶନରେ ପ୍ରଶ୍ନ କାଳ ନ ରହୁ ବୋଲି ସରକାର ଚାହୁଁଛନ୍ତି।  ଦେଶର ସଙ୍କଟ ସମୟରେ ଆମର ସଂସଦର କିଛି ଦାୟିତ୍ଵ ଅଛି ନା ନାହିଁ?

ତଥ୍ୟ ଲୁଚାଇଲେ ସତ୍ୟ ଲୁଚିଯିବ ବୋଲି ସରକାର ଭାବୁଛନ୍ତି। ଆଜିର ତାରିଖରେ ସତ୍ୟ ଓ ତଥ୍ୟ ଲୋକଙ୍କ ପାଖରେ ଯେମିତି ହେଲେ ପହଞ୍ଚିବ। ଦେଶରେ ସରକାରୀ ତଥ୍ୟ ଠାରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ଓ ମୃତ ଲୋକ ରହିଛନ୍ତି। ଗ୍ରାମାଞ୍ଚଳରେ କରୋନା ବ୍ୟାପିବା ପରେ, ଏହା ଏବେ ଆଉ ସରକାରୀ ନିୟନ୍ତ୍ରଣ ରେ ନାହିଁ। କ୍ରମଶଃ ଆମେ ଏକ ଅନ୍ଧକୂପରେ ପଡିଯାଇଛୁ। ଆମକୁ ଏଥିରୁ ମୁକ୍ତି କେବେ ଓ କେମିତି ମିଳିବ, ସେ କଥା କାହାକୁ ଜଣାନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026
Latest News

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026

୭୦ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.