ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଦୁଇ ମାସିଆ ଆନ୍ଦୋଳନ ଆହ୍ୱାନ

Published: Sep 6, 2020, 11:02 pm IST

ଭୁବନେଶ୍ବର, ରାଦ୍ୟର ବିଜେଡି ସରକାରଙ୍କୁ ଘେରିବା ପାଇଁ ବିଜେପି ଏକ ଦୀର୍ଘ ମିଆଦି ଆନ୍ଦୋଳନ ଯୋଜନା କରିଛି। ଏଥିରେ ପ୍ରାୟ ଦୁଇମାସ ଧରି ଦଳ ବିଭିନ୍ନ ବ୍ଲକରେ ଭିନ୍ନ ଭିନ୍ନ ପ୍ରସଂଗରେ ଆନ୍ଦୋଳନ କରିବ ବୋଲି ନିଷ୍ପତି କିରଛି। ଏଥିରେ ବିଜେପି କାର୍ଯ୍ୟକାରିଣୀର ନିଷ୍ପତି ଅନୁଯାୟୀ,ସେପ୍ଟେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକରେ ଆନ୍ଦୋଳନ କରିବ ବିଜେପି। ଏଥିରେ ମନରେଗା ଯୋଜନାରେ ଅନିୟମିତତା, ପ୍ରମାଣ ସହ ଦାବୀ ପତ୍ର ପ୍ରଦାନ ଏବଂ ପ୍ରେସ ବାର୍ତା ଜରିଆରେ ସାଧାରଣ ଜନତାଙ୍କ ପାଖକୁ ପହଂଚିବାର କାର୍ଯ୍ୟକ୍ରମର ଯୋଜନା କରିଛି ଦଳ।

ସେପ୍ଟେମ୍ବର ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ମନରେଗା ଯୋଜନାରେ ଅନିମିତତାକୁ ନେଇ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଆନ୍ଦୋଳନ କରାଯିବା ସହ ଜିଲ୍ଲାପାଳମାନଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବ।

ସେହିପରି ସେପ୍ଟେମ୍ବର ୨୦ ତାରିଖରୁ ୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାଗତ ତୃଟି ସମ୍ବନ୍ଧୀୟ ବିଷୟକୁ ନେଇ ଦାବୀପତ୍ର ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଓ ଅନିୟମିତତାକୁ ନେଇ ଅକ୍ଟୋବର ୧ ରୁ ୧୫ ପର୍ଯ୍ୟନ୍ତ ସମସ୍ତ ବ୍ଲକରେ ଦାବୀପତ୍ର ପ୍ରଦାନ କରାଯିବ। ଅକ୍ଟୋବର ୧୬ରୁ ୨୦ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ପ୍ରମାଣ ସହ ସ୍ଥାନୀୟ ଜିଲ୍ଲାପାଳମାନଙ୍କୁ ଦାବିପତ୍ର ପ୍ରଦାନ କରାଯିବ।

ଏହି ସମୟରେ ପିଡିଏସ ସ୍କିମ ଜରିଆରେ ଆସିଥିବା ଚାଉଳ ଓ ଡାଲିର ବଂଟନ ଅନିୟମିତତା ନେଇ ବ୍ଲକ କାର୍ଯ୍ୟାଳୟରେ ଦାବୀପତ୍ର ପ୍ରଦାନ କରାଯିବ । ଜଳବନ୍ଦୀ ଚାଷ ଅଂଚଳ ଓ ସାର ତଥା କୃଷକ ସମସ୍ୟା ନେଇ ଆନ୍ଦୋଳନ କରାଯିବ । ସେହିପରି କାଂପା ଫଣ୍ଡ୍‌, ଡିଏମ୍‌ଏଫ୍ ଫଣ୍ଡ୍‌, ଓ.ଏମ୍‌.ବି.ଏ.ଆର୍‌.ଡି.ସି., ଚତୁର୍ଦ୍ଦଶ ଅର୍ଥ କମିଶନର ଅର୍ଥ ପ୍ରସଙ୍ଗରେ ଆନ୍ଦୋଳନ କରାଯିବାର ନିଷ୍ପତି ଗ୍ରହଣ ହୋଇଛି ବୋଲି ଦଳ କହିଛି।

Related posts