Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶେଷରେ ଭାରତୀୟ ବାୟୁ ସେନାରେ ସାମିଲ ହେବାକୁ ଯାଉଛି ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ୍
ଜାତୀୟ ଖବର

ଶେଷରେ ଭାରତୀୟ ବାୟୁ ସେନାରେ ସାମିଲ ହେବାକୁ ଯାଉଛି ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ୍

September 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶେଷରେ ଭାରତୀୟ ବାୟୁ ସେନାରେ ସାମିଲ ହେବାକୁ ଯାଉଛି ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ୍

ନୂଆଦିଲ୍ଲୀ, ଅମ୍ବାଲା ସ୍ଥିତ ବାୟୁସେନା ଘାଟିଠାରେ ଆସନ୍ତକାଲି ଏକ ସମାରୋହ ପୂର୍ବକ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲକୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ । ରାଫେଲ୍ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାର ୧୭ତମ ସ୍କ୍ୱାର୍ଡ଼ନ “ଗୋଲଡେନ ଆରୋ”ର ଅଂଶ ଭାବେ ସାମିଲ ହେବ । ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ରାଫେଲ ବିମାନ ଜୁଲାଇ ୨୭ ତାରିଖ ଦିନ ଫ୍ରାନ୍ସରୁ ଆସି ଅମ୍ବାଲାସ୍ଥିତ ବାୟୁସେନା ଘାଟିଠାରେ ପହଞ୍ଚିଥିଲା ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଏହି ଅବସରରେ ଆୟାଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ୍, ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଆର କେ ଏସ ଭଦୌରିଆ, ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର, ପ୍ରତିରକ୍ଷା ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରଣାଳୟ ତଥା ସଶସ୍ତ୍ର ବଳର ଅନେକ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

ଭାରତୀୟ ବାୟୁସେନା ଇତିହାସରେ ପ୍ରଥମ ଥର ପାଇଁ ସାମିଲ ହେଉଥିବା ବିଶ୍ୱର ଏଭଳି ଅତ୍ୟାଧୁନିକ ବିମାନ ଭାରତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା। ଏହି ଅବସରରେ ଫ୍ରାନ୍ସରୁ ଆସିଥିବା ଏକ ପ୍ରତିନିଧିମଣ୍ଡଳର ପ୍ରତିନିଧିତ୍ୱ ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଶ୍ରୀ ଇମାନୁଏଲ ଲେନିନ କରିବେ । ଏହି ପ୍ରତିନିଧି ମଣ୍ଡଳରେ ଫ୍ରାନ୍ସ ବାୟୁସେନାର ଉପ ପ୍ରମୁଖ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ରହିବେ । ଡାସଲ୍ଟ ଏଭିଏସନର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏରିକ୍ ଟ୍ରେପିୟର ଏବଂ ଏମଭିଡ଼ିର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଏରିକ୍ ବେରାଙ୍ଗରଙ୍କ ସମେତ ଫ୍ରାନ୍ସର ପ୍ରତିରକ୍ଷା ଉଦ୍ୟୋଗର ଅନେକ ଅଧିକାରୀଙ୍କୁ ନେଇ ଏକ ବିରାଟ ପ୍ରତିନିଧି ମଣ୍ଡଳ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲିଙ୍କ ନୂଆ ଦିଲ୍ଲୀ ଆଗମନ ପାଇଁ ତାଙ୍କ ସମ୍ମାନାର୍ଥେ ତୋପ ସଲାମୀ ପ୍ରଦାନ କରାଯିବ । ଅମ୍ବାଲା ବାୟୁସେନା ଘାଟି ଠାରେ ରାଫେଲ ବିମାନର ଔପଚାରିକ ଅନାବରଣ ପାରମ୍ପରିକ ଭାବେ ସମ୍ପାଦନ କରାଯିବ । ଏହା ବ୍ୟତୀତ ସର୍ବ ଧର୍ମ ପୂଜନ ମଧ୍ୟ କରାଯିବ । ଏହି ଅବସରରେ ରାଫେଲ ବିମାନ ବିଭିନ୍ନ ପ୍ରକାର ଉଡାଣ ପ୍ରଦର୍ଶନ କରିବ। ରାଫେଲ ବିମାନ ସମେତ ତେଜସ୍ ବିମାନ ତଥା ସାରଙ୍ଗ ଏରୋବାଟିକ୍ ଟିମକୁ ମଧ୍ୟ ଏଥିରେ ସାମିଲ କରାଯିବ । ଏହାପରେ ରାଫେଲ ବିମାନକୁ ପାରମ୍ପରିକ ଢ଼ଙ୍ଗରେ ୱାଟର କ୍ୟାନନ ଦ୍ୱାରା ସଲାମୀ ଦିଆଯିବ । ସମାରୋହ ସମାପ୍ତ ହେବା ପରେ ବାୟୁସେନାର ସପ୍ତଦଶ ସ୍କ୍ୱାର୍ଡ଼୍ରନରେ ରାଫେଲ ବିମାନକୁ ବିଧିବଦ୍ଧ ଭାବେ ସାମିଲ କରାଯିବ । ଏହି ସମସ୍ତ ଆୟୋଜନ ପରେ ଭାରତୀୟ ଏବଂ ଫ୍ରାନ୍ସ ପ୍ରତିନିଧି ମଣ୍ଡଳ ଏକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି ।

ରାଫେଲ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026
Latest News

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.