Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆସନ୍ତା ଫେବୃୟାରୀରେ ହେବ ଏସିଆର ସର୍ବବୃହତ ଏରୋ ଶୋ, ଟିକେଟ ବୁକିଂ ପାଇଁ ଖୋଲିଲା ୱେବସାଇଟ
ଅନ୍ତରାଷ୍ଟ୍ରୀୟ

ଆସନ୍ତା ଫେବୃୟାରୀରେ ହେବ ଏସିଆର ସର୍ବବୃହତ ଏରୋ ଶୋ, ଟିକେଟ ବୁକିଂ ପାଇଁ ଖୋଲିଲା ୱେବସାଇଟ

September 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏରୋ ଇଣ୍ଡିଆ ୨୧ ୱେବସାଇଟ ଉଦ୍ଘାଟିତ, ଏସିଆର ସର୍ବବୃହତ ଏରୋ ଶୋ ନିମନ୍ତେ ସ୍ପେସ ବୁକିଙ୍ଗ ଆରମ୍ଭ

ନୂଆଦିଲ୍ଲୀ, ଏରୋ ଇଣ୍ଡିଆ ୨୧ର ତ୍ରୟୋଦଶ ସଂସ୍କରଣ ଆସନ୍ତା ୨୦୨୧ ଫେବୃଆରୀ ୩ରୁ ୭ ମଧ୍ୟରେ କର୍ଣ୍ଣାଟକର ବେଙ୍ଗାଲୁରୁ ନିକଟସ୍ଥ ଏଲାହାଙ୍କାଠାରେ ଅନୁଷ୍ଠିତ ହେବ। ରକ୍ଷାମନ୍ତ୍ରୀ  ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ଏରୋ ଇଣ୍ଡିଆ ୨୧ ୱେବସାଇଟ ଉନ୍ମୋଚନ କରିଛନ୍ତି, ତାହା ହେଲା  https://aeroindia.gov.in

ଏଥିସହିତ ସ୍ପେସ ବୁକିଙ୍ଗ ମଧ୍ୟ ଆରମ୍ଭ ହୋଇଛି। ଏସିଆର ସର୍ବବୃହତ ଏରୋ ଶୋ ପାଇଁ ଏହି ୱେବସାଇଟ ଅନଲାଇନରେ ଉପଲବ୍ଧ। ଉଭୟ ପ୍ରଦର୍ଶନକାରୀ ଓ ପରିଦର୍ଶକଙ୍କ ପାଇଁ ଏହି ୱେବସାଇଟ ବିଭିନ୍ନ ମାର୍ଗଦର୍ଶନ ଦେବ। ଏଥିରେ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏୟାରକ୍ରାଫ୍ଟ ଓ ହେଲିକେପ୍ଟର ସମ୍ପର୍କରେ ବିଷୟବସ୍ତୁ ସ୍ଥାନିତ ହେବ। ରକ୍ଷାମନ୍ତ୍ରୀ ଏହି ଏରୋ ଶୋ କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି।

ପ୍ରଦର୍ଶନକାରୀ ଭାବେ ଏଥିରେ ଯୋଗଦେବାକୁ ଇଚ୍ଛୁକ ବ୍ୟକ୍ତି ବା ସଂସ୍ଥା ନିଜର ନାମ ପଞ୍ଜୀକୃତ କରି ଅନଲାଇନ ସ୍ପେସ ବୁକିଙ୍ଗ କରିପାରିବେ। ଏରୋ ଇଣ୍ଡିଆ ୱେବସାଇଟ ଜରିଆରେ ସମସ୍ତ ଦେୟ ଅନଲାଇନରେ ପଇଠ କରିବାକୁ ଥିବାବେଳେ ଯିଏ ଆଗ ଆସିବ ତାକୁ ଅଗ୍ରାଧିକାର ଦିଆଯିବ। ଅକ୍ଟୋବର ୩୧ ପୂର୍ବରୁ ଅନଲାଇନ ଜରିଆରେ ସ୍ପେସ ବୁକିଙ୍ଗ କରୁଥିବା ପ୍ରଦର୍ଶନକାରୀଙ୍କୁ ରିହାତି ସୁଯୋଗ ମିଳିବ । ବ୍ୟବସାୟ ଓ ଅନ୍ୟାନ୍ୟ ପରିଦର୍ଶକମାନେ ୱେବସାଇଟ ଜରିଆରେ ସେମାନଙ୍କ ଅନଲାଇନ ଟିକେଟ କିଣିପାରିବେ ।

୩ରୁ ୭ ଫେବୃଆରୀ ୨୦୨୧ ମଧ୍ୟରେ ହେବାକୁ ଥିବା ଏହି ଶୋ ପାଇଁ ଟିକେଟ ବୁକିଙ୍ଗ କରାଯିବ । ଯେକୌଣସି ଗଣମାଧ୍ୟମ ସେମାନଙ୍କ ପ୍ରକାଶନ ପାଇଁ ବା ପ୍ରଦର୍ଶନର ପ୍ରସାରଣ ପାଇଁ ୱେବସାଇଟ ଜରିଆରେ ପଞ୍ଜୀକୃତ କରିପାରିବେ। ବିଭିନ୍ନ ପ୍ରଶ୍ନର ସମାଧାନ ଓ ଫିଡବ୍ୟାକ ପାଇଁ ଏହି ୱେବସାଇଟ ଜରିଆରେ ପରିଦର୍ଶକମାନେ ସେମାନଙ୍କ ପ୍ରଶ୍ନ ପଚାରିବା ସହ ମନ୍ତବ୍ୟ ପ୍ରଦାନ କରିପାରିବେ। ଯେପରି ନିରାପଦର ସହ ଏହା ସମ୍ପନ୍ନ ହେବ ସେଥିପାଇଁ ସ୍ୱାସ୍ଥ୍ୟ ନିୟମାବଳୀ ମଧ୍ୟ ଜାରି କରାଯିବ। ବୈଶ୍ଵିକ ମହାମାରୀ ସମ୍ପର୍କିତ ମାର୍ଗଦର୍ଶିକାକୁ ଆଖିଆଗରେ ରଖି ୱେବସାଇଟ ଜରିଆରେ ପାରସ୍ପରିକ ମତ ବିନିମୟର ବ୍ୟବସ୍ଥା ରହିଛି । ଏହାଫଳରେ ଅଂଶଗ୍ରହଣକାରୀଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇବ ।

ଏଠାରେ ସ୍ମରଣ କରାଯାଇପାରେ ଯେ, ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ରୁଷ ଗସ୍ତ କାଳରେ ହୋଇଥିବା ଦ୍ଵିପାକ୍ଷିକ ଆଲୋଚନାରେ ଶ୍ରୀ ସିଂ ଏରୋ ଇଣ୍ଡିଆ ୨୧ ଶୋ ସମ୍ପର୍କରେ ସୂଚନା ଦେବା ସହ ପ୍ରତିରକ୍ଷା ମନ୍ତ୍ରୀ, ରୁଷିଆ ଶିଳ୍ପ ପ୍ରତିନିଧି କେନ୍ଦ୍ର-ଏସିଆ ଦେଶଗୁଡିକର ରକ୍ଷାମନ୍ତ୍ରୀମାନଙ୍କୁ ଏଥିପାଇଁ ଆମନ୍ତ୍ରଣ କରିଥିଲେ।

ପ୍ରତିରକ୍ଷା ଉତ୍ପାଦନ ସଚିବ ଶ୍ରୀ ରାଜ କୁମାର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ୱେବସାଇଟ ଉନ୍ମୋଚନ କାଳରେ ଉପସ୍ଥିତ ଥିଲେ।

ରାଜନାଥ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର

March 29, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଆଇଜିଓଏମ ବୈଠକ

March 29, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026
Latest News

ଆଜି ମାର୍ଚ୍ଚ ୩୦ ତାରିଖ ସୋମବାରରେ କେଉଁ ରାଶି ଉପରେ କଣ ରହିଛି ପ୍ରଭାବ, ଜାଣନ୍ତୁ ରାଶିଫଳ

March 30, 2026

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.